ରାଜ୍ୟ

କୂଳ ଖାଉଛି ସମୁଦ୍ର, ବଢ଼ୁଛି ଭୟ; ୧୬ ଗାଁ ପ୍ରତି ବୃଦ୍ଧି ପାଉଛି ବିପଦ

ବ୍ରହ୍ମଗିରି : ବାଲିବନ୍ତ କ୍ଷୟ ହେଉଥିବା ଯୋଗୁ ଚିଲିକା-ସମୁଦ୍ର ଏକାକାର ହୋଇଗଲାଣି। ଉପକୂଳ ଜନବସତି ସାମ୍‌ନାରେ ଛଅଟି ପ୍ରାକୃତିକ ମୁହାଣ ଖୋଲି ସାରିଲାଣି। ଅମାବାସ୍ୟା ଓ ପୂର୍ଣ୍ଣମୀରେ ସମୁଦ୍ର ଜୁଆର ଆସି ଜନବସତି ଭିତରେ ଲହଡ଼ି ଭାଙ୍ଗୁଛି। ଏହାରି ଭିତରେ ସୁନାମୀ ପ୍ରବଣ ଅଞ୍ଚଳ ଭାବରେ ଘୋଷଣା ହୋଇଥିବା ୧୬ଗାଁ ସାମ୍‌ନାରେ ଥିବା ସମୁଦ୍ର ଉପକୂଳ ଖାଇବାରେ ଲାଗିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ସିପକୁଦା ଗାଁ ସାମ୍‌ନା ରାମଭରତିଆ ମୁହାଣଠାରୁ ଅରଖକୁଦା ଗାଁ ସାମନା ଚଡଚଡି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି ଏନ୍‌କାଉଣ୍ଟର୍‌: ୨ ଦିନ ଭିତରେ ୪ ମାଓବାଦୀ ନିହତ

ସୁକୁମା: ଛତିଶଗଡ଼ର ସୁକୁମା ଜିଲ୍ଲାରେ ପୁଣି ଏନକାଉଣ୍ଟର ହୋଇଛି। ଦୁଇ ଦିନ ଭିତରେ ୪ ମାଓବାଦୀ ନିହତ‌ ହୋଇଛନ୍ତି। ସୁକୁମା ଜିଲ୍ଲା ଭେଜ୍ଜି ଜଙ୍ଗଲରେ ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ସୂଚନା ରହିଛି। ଯବାନଙ୍କ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଏନ୍‌କାଉଣ୍ଟର୍‌ରେ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି। ଏହି ଅପରେସନର ନେତୃତ୍ବ ନେଉଛନ୍ତି ଖୋଦ ସୁକୁମା ଏସପି ସୁନିଲ ଶର୍ମା। ଉଲ୍ଲେଖଯୋଗ୍ୟ, ଗତକାଲି ଆନ୍ଧ୍ର ଛତିଶଗଡ ସୀମାରେ ୨ ମାଓବାଦୀ ନିହତ ହୋଇଥିବା ସୂଚନା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବେଙ୍ଗାଲୁରୁ ପ୍ରେକ୍ଷାଳୟରେ ଦେଖିବା ପରେ ‘ଦି କେରଳ ଷ୍ଟୋରି’କୁ ଚମକପ୍ରଦ କହିଲେ ଜେ. ପି. ନଡ୍ଡା

ବେଙ୍ଗାଲୁରୁ: ରବିବାର ରାତିରେ ‘ବିଜେପି’ର ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ବେଙ୍ଗାଲୁରୁର ‘ଗରୁଡ଼ ମଲ୍‌’ରେ ‘ଦି କେରଳ ଷ୍ଟୋରି’ର ବିଶେଷ ପ୍ରଦର୍ଶନ ଦେଖିବା ପରେ ଏହାକୁ ଗୋଟାଏ ଚମକପ୍ରଦ ଅନୁଭୂତି ଉଦ୍ରେକକାରୀ ଚଳଚ୍ଚିତ୍ର ବୋଲି କହିଛନ୍ତି। ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ବେଳେ ନଡ୍ଡା କହିଛନ୍ତି, ଏଥିରେ ଅସ୍ତ୍ରଶସ୍ତ୍ର ନ ଥିବା ନୂତନ ଧରଣର ଆତଙ୍କବାଦ ରହିଛି। ‘ଦି କେରଳ ଷ୍ଟୋରି’ ବିଷାକ୍ତ ଆତଙ୍କବାଦକୁ ଉନ୍ମୁକ୍ତ କରୁଛି। ଏ ଧରଣର ଆତଙ୍କବାଦ କୌଣସି ରାଜ୍ୟ ବା ଧର୍ମ […]

ରାଜ୍ୟ

ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀ: ଇତିହାସ ବଦଳାଇବା ଲକ୍ଷ୍ୟରେ ବ୍ରଜ

ତାଳଚେର : ଲଗାତାର ୩ ଥର ହେଲା ତାଳଚେର ବିଧାୟକ ଭାବେ ବିଜୟୀ ହୋଇଛନ୍ତି ବ୍ରଜକିଶୋର ପ୍ରଧାନ। ୨୦୦୯ ପରଠାରୁ ସେ ଏହି ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନକୁ ନିଜ ପାଖରେ ରଖିଛନ୍ତି। ଏବେ ବିଜେପି ତାଳଚେରକୁ ଅଧିକ ଗୁରୁତ୍ବ ଦେଉଥିବାରୁ ଏହି ଆସନକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଆସନ୍ତା ନିର୍ବାଚନରେ ଏଠାରୁ ଧର୍ମେନ୍ଦ୍ରଙ୍କ ଧର୍ମପତ୍ନୀ ପ୍ରାର୍ଥୀ ହେବା ସମ୍ଭାବନା ଥିବାରୁ ଏଠାରେ ହାଇଭୋଲଟେଜ୍‌ ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି। ଏଥିପାଇଁ ବ୍ରଜ ନିଜ […]

ରାଜ୍ୟ

ଫୋନ୍‌-ଇନ୍‌-ପ୍ଲିଜ୍‌: ରାଷ୍ଟ୍ରପତିଙ୍କ ସଭାରେ ଆଲୁଅ ଲିଭିବା ଘଟଣା, କାର୍ଯ୍ୟାନୁଷ୍ଠାନ ଜରୁରୀ

ଗତ ୬ ତାରିଖରେ କାର୍ଯ୍ୟକ୍ରମ ହେଉଛି- ମୟୂରଭଞ୍ଜ ଜିଲ୍ଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ। ମଞ୍ଚରେ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ସମେତ ଅନ୍ୟ ଅତିଥିମାନେ ବି ମଞ୍ଚାସୀନ ଥିଲେ। ପୁରସ୍କାର ଓ ସମ୍ବର୍ଦ୍ଧନା ପର୍ବ ଶେଷ ହେବା ପରେ ୧୧.୪୫ ମିନିଟ୍‌ ପାଖାପାଖି ରାଷ୍ଟ୍ରପତି ନିଜର ଦୀକ୍ଷାନ୍ତ ଭାଷଣ ଆରମ୍ଭ କରିଥିଲେ। ୨-୩ ମିନିଟ୍ ଭାଷଣ […]

ଅପରାଧ ରାଜ୍ୟ

କଳାପଥର କେଳେଙ୍କାରୀ: ଅସାଧୁମେଣ୍ଟର ପର୍ଦ୍ଦାଫାସ

ଯାଜପୁର : ରାଜ୍ୟ ଅନ୍ୟତମ ଧନୀ ଧର୍ମଶାଳା ତହସିଲର କଳାପଥର କେଳେଙ୍କାରୀ ମାମଲାକୁ ନେଇ ରାଜ୍ୟ ସରକାର ହରଡ଼ଘଣାରେ ପଡିଛନ୍ତି। ରାଜସ୍ବ ବିଭାଗ ରାଜକୋଷ ସୁରକ୍ଷା ରଖିବା ବଦଳରେ କିପରି ବର୍ଷ ବର୍ଷ ଧରି ଲୁଟ୍ ର ବାଟ ଖୋଲିଥିଲା! ତାହାର ପ୍ରମାଣ ଏବେ ବିଛାଖଣ୍ଡି ପାହାଡ଼ର ‌କଳାପଥର କେଳେଙ୍କାରୀର ଭିଜିଲନ୍ସା ଛାନଭିନ୍‌ରୁ ସ୍ପଷ୍ଟ ହୋଇଯାଇଛି। ରାଜସ୍ବ ବିଭାଗ ଅଧିକାରୀ ତଥା ତହସିଲ ଓ ଲିଜଧାରୀଙ୍କ ଅସାଧୁମେଣ୍ଟ ଯୋଗୁଁ କୋଟିକୋଟି ଟଙ୍କାର କଳାପଥର ଲୁଟ୍ ହୋଇଛି। ସରକାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ବିଶ୍ବ ଥାଲାସେମିଆ ଦିବସ: ରାଜ୍ୟରେ ୭ହଜାର ୫ଶହ ଥାଲାସେମି୍ଆ ରୋଗୀ, ଏସ୍‌ସିବିରେ ୧୫ଶହ

କଟକ : ସାରା ବିଶ୍ବରେ ଥାଲାସେମିଆ ରୋଗ ଏବେ ଚିନ୍ତାଜନକ ସ୍ଥିତିରେ। ରାଜ୍ୟରେ ବିଭିନ୍ନ ହସ୍ପିଟାଲ୍‌ରେ ବର୍ତ୍ତମାନ ୭ହଜାର ୫୦୦ ଥାଲାସେମିଆ ରୋଗୀ ଚିକିତ୍ସିତ ହେଉଥିବା ବେଳେ କଟକ ବଡ଼ଡାକ୍ତରଖାନାରେ ୧୫ଶହ ରୋଗୀ ନିୟମିତ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ବାହାରିଥିବା ଚିକିତ୍ସା ପଦ୍ଧତିରେ ଥାଲାସେମିଆ ପ୍ରତି ରୋଗୀମାନେ ଆଉ ଭୟ କରିବାର ଆବଶ୍ୟକତା ନାହିଁ। ଯଦିଓ ଏହାର କୌଣସି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ହୋଇ ନାହିଁ ତଥାପି ନିୟମିତ ସମୟରେ ଡାକ୍ତରୀ ପରାମର୍ଶ, ସ୍ୱାସ୍ଥ୍ୟ ପରୀକ୍ଷା ଏବଂ […]

ରାଜ୍ୟ

ଗଞ୍ଜାମକୁ ଦାଦନ କଷଣ: ୪ ମାସରେ ୧୪ ମୃତ

ସୋରଡ଼ା : ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ୪ ମାସ ଭିତରେ ଜିଲ୍ଲାର ୧୩ରୁ ଅଧିକ ଯୁବ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ଏହାର ଜ୍ବଳନ୍ତ ଉଦାହରଣ। ସେହିପରି କିଛି ଶ୍ରମିକ ନିର୍ଯାତିତ ‌ହେଉଥିବାର କରୁଣ କାହାଣୀ ସାମ୍ନାକୁ ଆସୁଛି। ଏହି ଧାରାରେ ପୁଣି ଯୋଡ଼ିହୋଇଛି ଆଉ ଏକ ଦୁଃଖଦ ଘଟଣା। ଜିଲ୍ଲାର ଆଉ ଜଣେ ଦାଦନ ଶ୍ରମିକ ପ୍ରାଣ ହରାଇଛନ୍ତି। ମୃତକଜଣକ ହେଉଛନ୍ତି, ସୋରଡ଼ା ବ୍ଲକ୍ ଓ ବଡ଼ଗଡ଼ ଥାନା ଅଧୀନ କଳାଖାଡ଼ି […]

ରାଜ୍ୟ

‘ଅଣସୂପକାର ବଢ଼ାଉଛନ୍ତି ଅବଢ଼ା ଦର’, ୫ବର୍ଷ ବିତିଲା, ଦର ତାଲିକା ଲାଗିଲାନି

ପୁରୀ : ଅସହ୍ୟ ହେଉଛି ଅବଢ଼ା ଦର। କୁଡ଼ୁଆ ମାପ ଅନୁଯାୟୀ ଦରରେ ରହୁନି ତାଳମେଳ। ପର୍ବ ପର୍ବାଣୀ ଆସିଲେ ଅବଢ଼ା କିଣିବା ବେଳକୁ ଦର ଶୁଣି ମୁଣ୍ଡ ଘୂରାଇ ଦେଉଛି। ଅବଢ଼ା ଖାଇବା ପରେ କିମ୍ବା ଅବଢ଼ା କିଣି ଆନନ୍ଦ ବଜାରରୁ ଫେରିବା ବେଳେ ଅନେକ ଭକ୍ତ ଏଭଳି କ୍ଷୋଭଭରା ଅନୁଭୂତି ନେଇ ଫେରୁଛନ୍ତି। କେବଳ ସେତିକି ନୁହେଁ, ଯଦି କେହି ଉତ୍ତର ଦ୍ବାର ନିକଟରେ ଛିଡ଼ା ହୋଇ ଅବଢ଼ା ପାଇଁ ବରାଦ ଦେଉଛି ତେବେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବନ୍ତଳା ବନାଞ୍ଚଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ବନ୍ତଳା: ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭)ବୋଲି ଜଣାପଡିଛି। ସୂଚନା ମୁତାବକ ବନ୍ତଳା ବନାଞ୍ଚଳର ତଳଗଡ଼ ଗ୍ରାମର ବିଜୁଳି ସାହୁ ଆଜି ସକାଳ ପ୍ରାୟ ୫ଟା ବେଳକୁ ଗାଁ ନିକଟରେ ଥିବା ଆମ୍ବ ବାଡିକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ତେବେ ପୂର୍ବରୁ ସେଠାରେ ଥିବା ଏକ ଦନ୍ତା ହାତୀ ବିଜୁଳିଙ୍କୁ ଆକ୍ରମଣ କରିଥିଲା। ହାତୀଟି ତାଙ୍କୁ […]