ମେ ୧୨ରେ ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିବ ଗଭୀର ଅବପାତ
ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗତ ୬ ଘଣ୍ଟାଧରି ଘଣ୍ଟାପ୍ରତି ୫ କିଲୋମିଟର୍ ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିକରିବା ପରେ ଗଭୀର ଅବପାତ ପାଲଟି ଆଜି ସକାଳ ୫.୩୦ରେ ସେହି ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ଗଭୀର ଲଘୁଚାପ ପୋର୍ଟବ୍ଲେୟାର୍ର ପଶ୍ଚିମ ଦକ୍ଷିଣପଶ୍ଚିରୁ ୫୪୦ କିଲୋମିଟର୍ ଦୂର, ବାଂଲାଦେଶର କକ୍ସ୍ ବଜାରର ଦକ୍ଷିଣ-ଦକ୍ଷିଣପଶ୍ଚିମଠାରୁ ୧୪୬୦ କିଲୋମିଟର୍ ଦୂର ଏବଂ ମିଆଁମାର୍ର ସିତ୍ତ୍ବେର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୧୩୫୦ କିଲୋମିଟର୍ ଦୂର […]









