ନୂଆଦିଲ୍ଲୀ: ଆସନ୍ତାକାଲି ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ। ସକାଳ ୭ଟାରେ ଭୋଟ୍ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ନିର୍ବାଚନ ମଇଦାନରେ ମୋଟ୍ ୨୬୧୫ ଜଣ ପ୍ରାର୍ଥୀ ଅଛନ୍ତି। ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଛି। କଂଗ୍ରେସ ୨୨୩ ଆସନରେ ନିର୍ବାଚନ ଲଢ଼ୁଥିବା ବେଳେ ଜେଡିଏସ୍ ୨୦୯ ଆସନରେ ନିର୍ବାଚନ ଲଢ଼ୁଛି। ଆମ୍ ଆଦମୀ ପାର୍ଟି ମଧ୍ୟ ୨୦୯ ଆସନରେ ପ୍ରାର୍ଥୀ ଦେଇଛି। କର୍ଣ୍ଣାଟକରେ ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ନିର୍ବାଚନ କମିସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ମୋଟ୍ ୫,୩୧,୩୩,୦୫୪ ଜଣ ଭୋଟର ଅଛନ୍ତି।
ରାଜ୍ୟବ୍ୟାପୀ ୫୮,୫୪୫ ଭୋଟିଂ ବୁଥ୍ ବ୍ୟବସ୍ଥା କରାଯାଇଛି। ଭୋଟରଙ୍କ ମଧ୍ୟରେ ୨,୬୭,୨୮,୦୫୩ ଜଣ ପୁରୁଷ ଭୋଟର ଅଛନ୍ତି ଏବଂ ୨,୬୪,୦୦,୭୪ ଜଣ ମହିଳା ଭୋଟର ଅଛନ୍ତି। ୧୧,୭୧,୫୫୮ ଜଣ ଯୁବ ଭୋଟର ଅଛନ୍ତି। ଇତିମଧ୍ୟରେ କର୍ଣ୍ଣାଟକରେ ୩୭୫ କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଇଛି। କର୍ଣ୍ଣାଟକରେ କୌଣସି ରାଜନୈତିକ ଦଳ ଲଗାାରତ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିନାହାନ୍ତି। ବିଜେପି ଏହି ରେକର୍ଡ ଭାଙ୍ଗିବାର ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ମଧ୍ୟ କ୍ଷମତାକୁ ଫେରିବାକୁ ସବୁ ଚେଷ୍ଟା କରିଛି। ଅନ୍ୟପକ୍ଷରେ ଜେଡିଏସ୍ କିଙ୍ଗମେକର ହେବାକୁ ଚାହିଛି।