ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଜି କର୍ଣ୍ଣାଟକ ନିର୍ବାଚନ ଫଳ; ବେଙ୍ଗାଲୁରୁରେ କଡ଼ା ସୁରକ୍ଷା, ସକାଳ ୮ରୁ ଗଣତି

ବେଙ୍ଗାଲୁରୁ: ଶନିବାର ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳ ଆସିବ। ୧୦ ତାରିଖରେ କର୍ଣ୍ଣାଟକରେ ଭୋଟ୍‌ ଗ୍ରହଣ ହୋଇଥିଲା। ରାଜ୍ୟରେ ଚଳିତ ନିର୍ବାଚନରେ ବିଜେପି, କଂଗ୍ରେସ ଏବଂ ଜେଡିଏସ୍‌ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ହେଉଛି। ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର ବର୍ଷେ ଥିବାରୁ ସମସ୍ତ ରାଜନୈତିକ ଦଳ କର୍ଣ୍ଣାଟକ ନିର୍ବାଚନ ଯୁଦ୍ଧରେ ବିଜୟୀ ହେବା ଲକ୍ଷ୍ୟ ରଖିଛନ୍ତି। ଆଜି ସକାଳ ୮ଟାରେ ଭୋଟ୍‌ ଗଣତି ଆରମ୍ଭ ହେବ। ଅପରାହ୍ନ ଗୋଟାଏ ବେଳକୁ ପ୍ରାୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମେଡିକାଲ ବିସ୍ମୟ: ୩ ଜଣଙ୍କ ଡିଏନ୍‌ଏରେ ଜନ୍ମ ନେଲା ଶିଶୁ

ନୂଆଦିଲ୍ଲୀ: ମେଡିକାଲ ଚିକିତ୍ସା କ୍ଷେତ୍ରରେ ଆଉ ଏକ ବିସ୍ମୟକର ସଫଳତା ମିଳିଛି। ଇନ୍‌ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ୍‌) ପ୍ରକ୍ରିୟାରେ ହେଉଥିବା ଶିଶୁ ଜନ୍ମ କ୍ଷେତ୍ରରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ୩ ଜଣ ବ୍ୟକ୍ତିଙ୍କ ଠାରୁ ନିଆଯାଇଥିବା ଡିଏନ୍‌ଏରୁ ଜଣେ ଶିଶୁ ବ୍ରିଟେନରେ ଜନ୍ମ ହୋଇଛନ୍ତି। ଶିଶୁଙ୍କଠାରେ ଉତ୍ତରାଧିକାର ସୂତ୍ରରେ ଦେଖାଦେଉଥିବା ମାଇଟୋକଣ୍ଡ୍ରିଆ ସଂକ୍ରାନ୍ତ ରୋଗକୁ ପ୍ରତିହତ କରିବା ଏଭଳି ଶିଶୁ ଜନ୍ମର ଉଦ୍ଦେଶ୍ୟ। ଜନ୍ମ ହୋଇଥିବା ଶିଶୁ ନିକଟକୁ ଅଧିକାଂଶ ଡିଏନ୍‌ଏ ତା’ର ବାପା […]

ରାଜ୍ୟ

ବାହା ହେଲେ ପାଲଲହଡ଼ା ବିଧାୟକ

ଅନୁଗୁଳ : ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କ ବିବାହ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସହରର ଏକ ହୋଟେଲରେ ସେ ବଣିଆବାହାଳ ବାସିନ୍ଦା ଅଭିଲିସାଙ୍କୁ ବୈଦିକ ରୀତିରେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ବହୁ ଜନପ୍ରତିନିଧି, ରାଜନେତା ଯୋଗ ଦେଇଥିଲେ। ଆସନ୍ତା ରବିବାର ତାଙ୍କ ବିବାହ ଭୋଜି ରହିଛି।

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଭାରତ ବିରୋଧୀ ନୀତି: କୈଳାସ ମାନସରୋବର ଯାତ୍ରା ଫି ବଢ଼ାଇଲା ଚୀନ

ନୂଆଦିଲ୍ଲୀ କୈଳାସ ମାନସରୋବର ଯାତ୍ରା ପାଇଁ ଚୀନ ଭିସା ପ୍ରଦାନ କରିବା ଆରମ୍ଭ କରିଛି। ୩ ବର୍ଷ ବନ୍ଦ ରହିବା ପରେ ଏହା ଆରମ୍ଭ ହୋଇଛି। ଚଳିତଥର ବେଜିଂ ଯାତ୍ରା ନିୟମକୁ କଡ଼ାକଡ଼ି କରିଛି। ଯାତ୍ରା ସଂକ୍ରାନ୍ତ ଅଧିକାଂଶ ଫି ପାଖାପାଖି ଦୁଇଗୁଣା କରାଯାଇଛି। ତେଣୁ ଏହି ଯାତ୍ରା ପାଇଁ ଭାରତୀୟ ନାଗରିକମାନଙ୍କୁ ପାଖାପାଖି ୧ ଲକ୍ଷ ୮୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ସାଥୀରେ ଯଦି ଜ‌ଣେ ବ୍ୟକ୍ତି ନେପାଳରୁ ସହାୟକ ନେବେ ଏଥିପାଇଁ […]

ରାଜ୍ୟ

୨୦୨୪ ଫେବ୍ରୁଆରି ୧୫ରେ ଜେଇଇ ମେନ୍‌

ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌ ତାରିଖ ଘୋଷଣା ହୋଇଛି। ୨୦୨୪ ଫେବ୍ରୁ୍ଆରି ୧୫ରେ ଜେଇଇ ମେନ୍‌ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ଛାତ୍ରଛାତ୍ରୀ ପ୍ରସ୍ତୁତ ହେବାକୁ ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।

ରାଜନୀତି ରାଜ୍ୟ

କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ତୁମୁଳକାଣ୍ଡ, ଚୌକିରେ ବସିବାକୁ ଦୁଇ ବରିଷ୍ଠ କଂଗ୍ରେସ ନେତା ଗଡ଼ାଗଡି

ରାଉରକେଲା : ରାଉରକେଲା ଜିଲ୍ଲା କଂଗ୍ରେସରେ ପଦପଦବିକୁ ନେଇ ଗତ କିଛି ବର୍ଷ ଧରି ଜାରି ରହିଛି ‌ଗୋଷ୍ଠୀକନ୍ଦଳ। ପଦପଦବି ହାତେଇବା ଓ ବିଭିନ୍ନ କାର୍ଯ୍ୟକ୍ରମର ଆଗରେ ବସିବାକୁ ନେତାଙ୍କ ମଧ୍ୟରେ ଚାଲିଛି ଏକପ୍ରକାର ପ୍ରତିଯୋଗିତା। ପ୍ର‌ାୟ ୩ଟି ଗୋଷ୍ଠୀ ମଧ୍ୟରେ ଏଭଳି କନ୍ଦଳ ଚାଲିଛି। ଏମିତି କିଛି ନେତା ନିଜ କର୍ମୀଙ୍କୁ ଧରି ସମାନ୍ତରାଳ କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି। ଶୁକ୍ରବାର ଦିନ ସେକ୍ଟର-୨୧ସ୍ଥ ଜିଲ୍ଲା ଜିଲ୍ଲା କଂଗ୍ରେସ ଭବନ ସାମ୍ବାଦିକ ସମ୍ମିଳନୀ ସାଜିଲା କୁରୁକ୍ଷେତ୍ର। ଆଗ […]

ରାଜ୍ୟ

ମୋଦୀ-ନବୀନଙ୍କ ସାକ୍ଷାତକୁ ନେଇ ରାଜନୀତି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ମୋଦୀ-ନବୀନଙ୍କ ଏହି ସାକ୍ଷାତକୁ କଂଗ୍ରେସ କଟାକ୍ଷ କରିଛି। ସିବିଆଇ-ଇଡି ଭୟରେ ନବୀନ ବାବୁ ଦିଲ୍ଲୀ ଧାଇଁଥିବା କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି ଯେ ନବୀନ ବାବୁ ନୀତୀଶ କୁମାରଙ୍କ ଭେଟଘାଟ ପରେ ବିଜେପି କଟାକ୍ଷ କରିବାରୁ ନବୀନ ବାବୁ ଦିଲ୍ଲୀ ଧାଇଁଲେ। ବିଜୁ ଜନତା ଦଳ ଚାଲୁଣି, ତାଙ୍କର […]

ରାଜ୍ୟ

ମାଓବାଦୀଙ୍କୁ ଗୁଳିମାଡ଼ ପରେ ଆକ୍ସନ ମୋଡ୍‌ରେ ପୁଲିସ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ‌ମଦନପୁର ରାମପୁର ଥାନା ଟାପରେଙ୍ଗଠାରେ ଗତ ୯ ତାରିଖ ପୁଲିସ ଓ ମାଓବାଦୀ ଗୁଳି ବିନିମୟ ଘଟଣା ପରେ ଓଡ଼ିଶା ପୁଲିସ ଆକ୍ସନ ମୋଡ୍‌କୁ ଆସିଛି। ଆଜି ପୁଲିସର ବରିଷ୍ଠ ଅଧିକାରୀମାନେ କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଅଞ୍ଚଳ ଗସ୍ତ କରି ରୁଦ୍ଧଦ୍ବାର ସମୀକ୍ଷା ବୈଠକ କରିଥିଲେ। ଏଥିରେ ରାଜ୍ୟ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଂଜୀବ ପଣ୍ଡା ଓ ଏଡିଜି ଅପରେସନ ଅମିତାଭ ଠାକୁର, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ […]

ରାଜ୍ୟ

୧୫ରେ ୭ ଜିଲ୍ଲା ବନ୍ଦ ଡାକରା ଦେଲା ମାଓ ସଂଗଠନ

କଲ୍ୟାଣସିଂହପୁର : କଳାହାଣ୍ଡି ଜିଲ୍ଲାରେ ପୁଲିସ୍ ଏନ୍‌କାଉଣ୍ଟରରେ ମାଓ କମାଣ୍ଡର ଲଳିତର ମୃତ୍ୟୁକୁ ନେଇ ପ୍ରତିବାଦ କରିଛି ସିପିଆଇ ମାଓ ସଂଗଠନ। ପୁଲିସ୍ ଏନ୍‌କାଉଣ୍ଟର୍‌କୁ ମିଥ୍ୟା ଦର୍ଶାଇବା ସହ ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ସଂଗଠନ। ମିଥ୍ୟା ଏନକାଉଣ୍ଟରର ଦୃଢ଼ ଜବାବ ଦେବାକୁ ମାଓ ସଂଗଠନ ଅଡିଓ ଟେପ୍ ଜାରି କରିବା ସହ ଆସନ୍ତା ୧୫ରେ ୭ ଜିଲ୍ଲାରେ ବନ୍ଦ ପାଳନ କରିବାକୁ ଆହ୍ବାନ ଦେଇଛି। ସିପିଆଇ (ମାଓବାଦୀ) ସଂଗଠନର ପ୍ରବକ୍ତା ଚକରା ବିଶୋଇ […]

ଅପରାଧ ରାଜ୍ୟ

୧୦ ବର୍ଷରେ ୭୬ ବେଆଇନ ଲିଙ୍ଗ ନିରୂପଣ ମାମଲା: ବର୍ତ୍ତମାନ ସୁଦ୍ଧା ୧୪ଜଣଙ୍କୁ ହୋଇଛି ଦଣ୍ଡାଦେଶ

ଭୁବନେଶ୍ବର : ରାଜ୍ୟରେ ବେଆଇନ ଲିଙ୍ଗ ନିରୂପଣ ମାମଲା ଆଶାଜନକ ନୁହେଁ। ଗତ ୧୦ବର୍ଷରେ ରାଜ୍ୟରେ ୭୬ଟି ମାମଲା ପଞ୍ଜିକୃତ ହୋଇଛି। ଏଥିରେ ଡାକ୍ତର ଓ କ୍ଲିନିକ୍‌-ହସ୍ପିଟାଲର ମାଲିକଙ୍କ ସଂପୃକ୍ତି ଅଭିଯୋଗ ବି ରହିଛି। ହେଲେ ବର୍ତ୍ତମାନସୁଦ୍ଧା ମାତ୍ର ୧୪ଜଣଙ୍କୁ ଦଣ୍ଡାଦେଶ ହୋଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନ୍‌ଏଫ୍‌ଏଚ୍‌ଏସ୍‌)-୫ ଅନୁଯାୟୀ ଓଡ଼ିଶାରେ ପ୍ରତି ୧ହଜାର ଶିଶୁପୁତ୍ରଙ୍କ ତୁଳନାରେ ୮୯୪ ଶିଶୁକନ୍ୟା ରହିଛନ୍ତି। ଦିନକୁ ଦିନ ଶିଶୁକନ୍ୟାଙ୍କ ସଂଖ୍ୟାରେ ହ୍ରାସ ହେଉଛି। ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର କରି ଭ୍ରୁଣହତ୍ୟା କରାଯାଉଛି। […]