ରାଜ୍ୟ

‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚୁନି କେନ୍ଦ୍ରୀୟ ଯୋଜନା

କଙ୍କଡ଼ାହାଡ଼ : ଗରିବଙ୍କ ସେବାସହ ମା’ ଭଉଣୀମାନଙ୍କୁ ସ୍ୱାବଲମ୍ବୀ କରିବା, ଯୁବବର୍ଗଙ୍କୁ ରୋଜଗାର ଦେବା ଓ ଜନତାଙ୍କ ସୁରକ୍ଷାକୁ କେନ୍ଦ୍ର ମୋଦୀ ସରକାର ପ୍ରାଥମିକତା ଦେଉଛନ୍ତି। ହେଲେ, ଯୋଗ୍ୟ ହିତାଧିକାରୀଙ୍କ ପାଖରେ କେନ୍ଦ୍ରୀୟ ଯୋଜନା ପହଞ୍ଚି ପାରୁନି। ଗୁରୁବାର ଦିନ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ନିର୍ବାଚନମଣ୍ଡଳୀର କଙ୍କଡ଼ାହାଡ଼ ଯାତ୍ରାପଡ଼ିଆଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର‌େର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ‌ାଧୀନ ସରକାରଙ୍କ ୯ବର୍ଷର ପୂର୍ତ୍ତି ଅବସରରେ ଏହି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଶ୍ରୀନଗର ସ୍କୁଲ୍‌ ‘ଡ୍ରେସ୍‌ କୋଡ୍‌’ ପାଇଁ ଆତଙ୍କବାଦୀ ଧମକ; କ୍ଷମା ମାଗିଲେ ଅଧ୍ୟକ୍ଷା

ଶ୍ରୀନଗର: ସ୍କୁଲ୍‌ରେ ‘ଡ୍ରେସ୍‌ କ‌ୋଡ୍’ ଲାଗୁ କରିବା କାରଣରୁ ଏକ ଆତଙ୍କବାଦୀ ସଙ୍ଗଠନରୁ ଧମକ ପାଇବା ପରେ ଉକ୍ତ ସ୍କୁଲ୍‌ର ଅଧ୍ୟକ୍ଷା କ୍ଷମା ମାଗିଛନ୍ତି ବୋଲି ‘ଏନ୍‌ଡିଡିଭି’ ରିପୋର୍ଟ କରିଛି। ସଂଗୃହୀତ ସୂଚନା ଅନୁସାରେ, ‘ବିଶ୍ବ ଭାରତୀ ସରକାରୀ ସେକେ‌ଣ୍ଡାରି ସ୍କୁଲ୍‌’ର ଅଧ୍ୟକ୍ଷା କେତେକ ଛାତ୍ରୀଙ୍କୁ ସ୍କୁଲ୍‌ରେ ‘ଅବୟା’ ବା ‘ବୁର୍ଖା’ ନ ପିନ୍ଧିବାକୁ କହିଥିଲେ। କିନ୍ତୁ, ସ୍କୁଲ୍‌ ୟୁନିଫର୍ମ ସହିତ ‘ହିଜାବ୍‌’ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। କେତେକ ଛାତ୍ରୀ ଅଧ୍ୟକ୍ଷାଙ୍କ ‘ଡ୍ରେସ୍‌ କୋଡ୍’ ପରାମର୍ଶକୁ ଅଗ୍ରାହ୍ୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବଢ଼ିବ ସରକାରୀ ଯୁକ୍ତ୨ କଲେଜ

ଭୁବନେଶ୍ବର : ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଯେପରି ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ତାହାକୁ ନଜରରେ ରଖି ୨୦୨୩-୨୪ ଶିକ୍ଷାବର୍ଷରେ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବା ଦିଗରେ ପଦକ୍ଷେପ ନିଆଯାଇଛି। ସେଥିମଧ୍ୟରୁ ୧୦୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ଓ ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ। ଦୁଇଟି ଲେଖାଏଁ ସେକ୍ସନ୍ ଖୋଲିବ। ପ୍ରତି ସେକ୍ସନରେ ୬୪ ଜଣ ଲେଖାଏଁ ମୋଟ ୧୨୮ଜଣ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସାଧାରଣ ଭାବେ ବିବାହ କଲେ ଅର୍ଥମନ୍ତ୍ରୀଙ୍କ ଝିଅ: ଭିଆଇପି ଅତିଥି ନଥିଲେ କି ବାଣ ବି ଫୁଟୁନଥିଲା

ନୂଆଦିଲ୍ଳୀ: ବିବାହକୁ ନେଇ ସବୁ ଝିଅଙ୍କର ଭିନ୍ନ ସ୍ବପ୍ନ ରହିଥାଏ। ସମସ୍ତେ ନିଜ ନିଜର ଆର୍ଥିକ ଅବସ୍ଥା ଅନୁସାରେ ହିଁ ବିବାହ କରିଥାନ୍ତି। ଜଣେ ଧନୀ ଘରର ବିବାହ ଓ ଏକ ଗରିବ ଘରର ବିବାହ ମଧ୍ୟରେ ଥିବା ଭିନ୍ନତା ସବୁଠୁ ଦେଖିବାକୁ ମିଳେ। ହେଲେ ବି ବେଳେ ବେଳେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ପସନ୍ଦ ଅନୁସାରେ ବି ଉତ୍ସବ ମନାଯାଏ। ଆମେ କହୁଛୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିଷୟରେ। ସେ ଜଣେ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତି ହୋଇ […]

ଅପରାଧ ରାଜ୍ୟ

ବାଲି ପାଇଁ ବଢ଼ୁଛି ଦୁର୍ଘଟଣା: ବିନା ପାଲରେ ବାଲି, ‌ଗୋଡ଼ି ବୋହିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଜାତୀୟ ଓ ରାଜ୍ୟ ରାଜପଥରେ ଜମା ହେଉଥିବା ବାଲି ଲୋକଙ୍କ ଜୀବନ ନେଉଛି। ଓଡ଼ିଶାରେ ଗତ ବର୍ଷକ ମଧ୍ୟରେ ୫୦୨୬ଜଣ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ବାଇକ୍‌ ଆରୋହୀ ଓ ଚାଳକଙ୍କ ସଂଖ୍ୟା ୨୧୬୨ ଅର୍ଥାତ୍‌ ୪୩ ପ୍ରତିଶତ। ଏଥିମଧ୍ୟରୁ ଅଧିକାଂଶ ଦୁର୍ଘଟଣା ବାଲି ଯୋଗୁଁ ହୋଇଛି। ତେଣୁ, ରାଜପଥରେ ଯେପରି ବାଲି ଗଦା ନ ହେବ, ସେଥିପ୍ରତି ଅଣ୍ଟା ଭିଡ଼ିଛି ପରିବହନ ବିଭାଗ। ଏଣିକି ବିନା ପାଲରେ ରାଜପଥରେ ବାଲି, ଗୋଡ଼ି […]

ରାଜ୍ୟ

ଭଙ୍ଗାହେବ ବାହାନଗା ହାଇସ୍କୁଲ! ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ଶତାଧିକ ମୃତଦେହ

ବାଲେଶ୍ୱର : କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଏବେ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ଘାରିଛି। ଦିନ ଦିପହ‌ରେ ବି ସେଠାକୁ ଏକୁଟିଆ ଯିବାକୁ ଡରୁଛନ୍ତି। ସ୍କୁଲ ପରିସରକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯିବା ସହ ରକ୍ତ ଜୁଡୁବୁଡ଼ୁ ଚଟାଣକୁ ବ୍ଲିଚିଂ, ଫିନାଇଲରେ ଶୋଧନ କରାଯାଇଥିଲେ ହେଁ କାହା ମନରୁ ଭୟ ହଟୁନି। ଏଭଳି ପରିସ୍ଥିତିରେ ସ୍କୁଲକୁ ପିଲାମାନଙ୍କୁ ଛାଡ଼ିବା ଲାଗି ଅଭିଭାବକମାନେ ଅମଙ୍ଗ […]

ରାଜ୍ୟ

ବାହାନଗା ରେଳ ଦୁର୍ଘଟଣା: ଲଗାତାର ୮୦ ଘଣ୍ଟା ଧରି ଶବ ବ୍ଯବଚ୍ଛେଦ

ଭୁବନେଶ୍ବର : ଏମ୍‌ସକୁ ଆସିଥିବା ବାହାନଗା ରେଳ ଦୁର୍ଘଟଣା ୧୨୩ ମୃତକଙ୍କ ଶବ ବ୍ୟବଚ୍ଛେଦ ନିରବିଚ୍ଛିନ୍ନ ଭାବରେ ୮୦ ଘଣ୍ଟା ଧରି କରାଯାଇଥିଲା। ଆନାଟୋମି ବିଭାଗ ମୁଖ୍ୟ ଡାକ୍ତର ମନିଷା ଗାଏକ୍ବାଡ଼, ଫରେନସିକ୍ ବିଭାଗ ମୁଖ୍ୟ ଡ.ସୁଦୀପ୍ତ ସିଂଙ୍କ ନେତୃତ୍ବରେ ଏମସର ୨୦ ଡାକ୍ତର ଏବଂ ୧୦୦ରୁ ଅଧିକ ଟାକନିସିଆନ, ଆଟେଣ୍ଡାଣ୍ଟ, ସଫେଇ କର୍ମଚାରୀ, ଫାର୍ମାସିଷ୍ଟ, ଷ୍ଟୋର କର୍ମଚାରୀ ଏହି ଚ୍ୟାଲେଞ୍ଜିଂ କାର୍ଯ୍ୟ କରିଥିଲେ। ଏମ୍‌ସ ଦିଲ୍ଲୀ, ଡାକ୍ତର ରାମମୋହନ ଲୋହିଆ ଡାକ୍ତରଖାନା, ଲେଡି ହାର୍ଡିଂ, ସଫଦରଜଙ୍ଗ […]

ରାଜ୍ୟ

ଜ୍ବରରେ ଶ୍ରୀଜିଉ: ଆଜି ଫୁଲୁରି ତେଲ ଲାଗି

ପୁରୀ : ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ପିଣ୍ଡିରେ ବିଜେ ଅସୁସ୍ଥ ମହାପ୍ରଭୁଙ୍କ ଜ୍ବର ଭଲ କରିବା ପାଇଁ ଚାଲିଛି ଗୁପ୍ତନୀତି। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ‌ସେବକମାନଙ୍କ ଦ୍ବାରା ଚାଲିଛି ଶାସ୍ତ୍ରାନୁମୋଦିତ ଚିକିତ୍ସା। ଶାସ୍ତ୍ରାନୁସାରେ ବିଶ୍ୱାବସୁ ତଥା ବିଦ୍ୟାପତିଙ୍କ ବଂଶଧରମାନେ ଶ୍ରୀଅଙ୍ଗରୁ ଲେପ ଛଡ଼ାଇବା ପୂର୍ବରୁ ମହାପ୍ରଭୁଙ୍କୁ ଔଷଧଯୁକ୍ତ ତୈଳ ମର୍ଦ୍ଦନ କରିଥାନ୍ତି। ଏହି ପରମ୍ପରା ତଥା ଶାସ୍ତ୍ର ଆଧାରରେ ଆସନ୍ତାକାଲି ଅଣସର ବାସରେ […]

ରାଜ୍ୟ

କୋମଳ ହାତରେ ଆହତଙ୍କ ସେବା: କର୍ତ୍ତବ୍ୟବୋଧର ପରିଚୟ ଦେଲେ ୧୪ ଏନ୍‌ସିସି କ୍ୟାଡେଟ୍‌

ବାଲେଶ୍ବର : ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଅକାଳରେ ଝଡ଼ିଗଲା ୨୮୮ ଜଣଙ୍କର ଅମୂଲ୍ୟ ଜୀବନ। ୧୨୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହେଲେ। ଆଖିଆଗରେ ପ୍ରିୟ ପରିଜନଙ୍କୁ ହରାଇଥିବା ଅନେକ ଯାତ୍ରୀଙ୍କର ଏହି କ୍ଷତ କେବେ ବି ଭରଣା ହୋଇପାରିବନି। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସେତେବେଳେ ଏକ ବଡ଼ ଚାଲେଞ୍ଜ ଥିବାବେଳେ ଏଥିରେ ନିୟୋଜିତ ହୋଇ ୧୪ ଏନ୍‌ସିସି କ୍ୟାଡେଟ୍‌ ନିଜନିଜର କର୍ତ୍ତବ୍ୟବୋଧର ପରିଚୟ ଦେଇଛନ୍ତି। ୨ ତାରିଖ ସଂଧ୍ୟା ୭ଟା ପାଖାପାଖି ହେବ। ବାହାନଗା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଉ ୧୧ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା: ନନ୍ଦିଘୋଷ ସବୁଠୁ ଉଚ୍ଚ

ପୁରୀ : ଆଉ ୧୧ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ରଥରେ ବିଜେ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ତିନି ରଥ ନିର୍ମାଣ ବି ବେଶ୍‌ ଜୋରସୋରର ଆଗେଇ ଚାଲିଛି। ରଥ ନିର୍ମାଣକାରୀ ସେବକମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ପୂର୍ଣ୍ଣରୂପ ଦେବାକୁ ଜୋରସୋରରେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ପ୍ରାୟ ୮୦ ପ୍ରତିଶତ ରଥ […]