ରାଜ୍ୟ

ଯାଜପୁର ଟ୍ରେନ୍‌ ଦୁର୍ଘଟଣା: ବନ୍ଦାଳରେ ଚୁଲି ବଦଳରେ ଜଳିଲା ଜୁଇ

ଯାଜପୁର/ପାଣିକୋଇଲି/ବୈତରଣୀରୋଡ଼ : ଜୀବିକା ପାଇଁ ଆସି ୬ଜଣ ଶ୍ରମିକଙ୍କ ଜୀବନ ଚାଲିଗଲା। ଯାଜପୁରରୋଡ଼ ‌ଷ୍ଟେସନ ନିକଟ ଚୂନଭାଟି ପ୍ଲଟ୍ ନିକଟରେ କାଳବୈଶାଖୀରେ ପରିତ୍ୟକ୍ତ ବଗି ଅଚାନକ ମାଡ଼ି ଯିବାରୁ କୋରେଇ ବ୍ଲକ୍ ବନ୍ଦାଳ ଓ ମୁକୁନ୍ଦପୁର ପଞ୍ଚାୟତର ୬ ଶ୍ରମିକଙ୍କ ମୃତ୍ୟୁ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ଏହାପରଠାରୁ ବନ୍ଦାଳ ପଞ୍ଚାୟତର ବାଲିଆପାଳ, ଗହ୍ମାରିଆ ଓ ଓଶାଳା ଗ୍ରାମରେ ଚୁଲି ଜଳିନାହିଁ। ଦୁଘର୍ଟଣାରେ ପ୍ରାଣ ହରାଇଥିବା ବାଲିଆପାଳ ଗ୍ରାମର ଶ୍ରମିକ ପ୍ରଶାନ୍ତ ଜେନା(୪୫)ଙ୍କର ୩ ଝିଅ ଓ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନାଥୁରାମ ଗଡସେ ଜଣେ ଦେଶଭକ୍ତ: ତ୍ରୀବେନ୍ଦ୍ର ରାୱତ

ନୂଆଦିଲ୍ଲୀ : ବିଜେପି ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂହ ରାୱତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ଦେଶଭକ୍ତ କହିଛନ୍ତି। ରାୱତ କହିଛନ୍ତି, ଗାନ୍ଧୀଜୀଙ୍କୁ ହତ୍ୟା କରାଯାଇଛି। ଏହା ଭିନ୍ନ ପ୍ରସଙ୍ଗ। କିନ୍ତୁ ମୁଁ ଯେତିକି ବୁଝିଛି ଏବଂ ପଢ଼ିଛି ନାଥୁରାମ ଗଡ଼ସେ ମଧ୍ୟ ଜଣେ ଦେଶଭକ୍ତ। ଆମେ ଗାନ୍ଧୀଜୀଙ୍କ ହତ୍ୟାରେ ସହମତ ନୁହଁ। କିନ୍ତୁ ଗଡସେ ମଧ୍ୟ ଜଣେ ଦେଶଭକ୍ତ। ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଣିପୁରରେ ସୁରକ୍ଷାବାହିନୀର ମିଳିତ କମ୍ବିଂ: ବିପୁଳ ଅସ୍ତ୍ରଶସ୍ତ୍ର ଜବତ, ଶାନ୍ତି ଫେରୁଛି

ଇମ୍ଫାଲ  : ହିଂସାଗ୍ରସ୍ତ ମଣିପୁରର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷାବାହିନୀ ଦ୍ବାରା ମିଳିତ କମ୍ବିଂ ଅପରେସନ୍‌ କରାଯାଇଛି। ସୁରକ୍ଷାକର୍ମୀଙ୍କ ଦ୍ବାରା ମଣିପୁରର ବିଭିନ୍ନ ଅଞ୍ଚଳରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୭ଟି ଅସ୍ତ୍ର, ୨୪୫ ଗୁଳିଗୋଳା ଏବଂ ୪୧ଟି ବୋମା ଜବତ ‌ହୋଇଛି। ଏଯାବତ ମୋଟ୍‌ ୮୯୬ ଅସ୍ତ୍ର, ୧୧,୭୬୩ ଗୋଳାବାରୁଦ ଏବଂ ୨୦୦ ବୋମା ଜବତ ହୋଇଛି। ରାଜ୍ୟ ସରକାରଙ୍କର ସୁରକ୍ଷା ଉପଦେଷ୍ଟା କୁଲଦୀପ ସିଂହ କହିଛନ୍ତି, ମଣିପୁରରେ ଏବେ ସ୍ଥିତି ଶାନ୍ତିପୂର୍ଣ୍ଣ ଏବଂ ନିୟନ୍ତ୍ରଣାଧୀନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ୟୁକ୍ରେନରେ ଭୟଙ୍କର ବିପର୍ଯ୍ୟୟ: ବନ୍ୟା ପ୍ରବଣ ଅଞ୍ଚଳ ବୁଲି‌‌ଲେ ଜେଲେନସ୍କି

କିବ୍‌: ନୋଭା କାଖୋବକା ଡ୍ୟାମ୍‌ ଭୁଶୁଡ଼ିବାପରେ ୟୁକ୍ରେନରେ ଅତି ଭୟଙ୍କର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଚାରିଆଡ଼ ଜଳମଗ୍ନ। ଡ୍ୟାମ୍‌ ଭୁଶୁଡ଼ିବାପରେ ୩୦ଟି ବସତି ସଂପୂର୍ଣ୍ଣ ବୁଡ଼ି ଯାଇଛି। ଆହୁରି ୫୦ରୁ ଅଧିକ ସହର ଏବଂ ଗାଁରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ନିପ୍ରୋ ନଦୀର ଉଭୟ ପାର୍ଶ୍ବରୁ ଆଜି ୬ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଆଜି ବନ୍ୟା ପ୍ରବଣ ଦକ୍ଷିଣ ଖେରସନ ଅଞ୍ଚଳ ବୁଲିଛନ୍ତି ଏବଂ ସ୍ଥିତି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଶ୍ବ ପାଇଁ ସତର୍କଘଣ୍ଟି: ପ୍ରତି ଦଶନ୍ଧିରେ ୦.୨ ଡିଗ୍ରି ହାରରେ ବଢ଼ୁଛି ବିଶ୍ବ ତାପମାତ୍ରା

ଦୁବାଇ: ବିଶ୍ବର ୫୦ ଜଣ ବୈଜ୍ଞାନିକଙ୍କ ଏକ ଦଳ କହିଛନ୍ତି ଯେ ପ୍ରତି ଦଶନ୍ଧିରେ ୦.୨ ଡିଗ୍ରି ହାରରେ ସମ୍ପ୍ରତି ବିଶ୍ବ ତାପମାତ୍ରା ବୃଦ୍ଧି ପାଉଛି। ୨୦୧୩ରୁ ୨୦୨୨ ପର୍ଯ୍ୟନ୍ତ ମାନବୀୟ କାର୍ଯ୍ୟକଳାପ ଯୋଗୁ ତାପମାତ୍ରା ବୃଦ୍ଧି ପାଇଛି, ଯାହା ବିଶ୍ବ ପାଇଁ ଚିନ୍ତାଜନକ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଆମେ ଏପର୍ଯ୍ୟନ୍ତ ୧.୫ ସେଲସିୟସ ଉତ୍ତାପ ବୃଦ୍ଧି ସ୍ତରରେ ପହଞ୍ଚି ନ ଥିବା ବେଳେ ଆଉ କିଛି ବର୍ଷ ଭିତରେ ଆମର କାର୍ବନ ବଜେଟ ଶେଷ ହୋଇଯିବ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାକିସ୍ତାନରେ ହିନ୍ଦୁ ଝିଅ ଅପହରଣ;  ଇସ୍‌ଲାମ୍‌ ଧର୍ମରେ ଦୀକ୍ଷିତ କରାଇ ବିବାହ କରାଇଲେ ଟ୍ୟୁସନ୍‌ ଶିକ୍ଷକ

ନୂଆଦିଲ୍ଲୀ: ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଜଣେ ହିନ୍ଦୁ ଝିଅକୁ ଅପହରଣ କରି ନିଆଯାଇ ଜବରଦସ୍ତି ଇସ୍‌ଲାମ୍‌ ଧର୍ମରେ ଦୀକ୍ଷିତ କରାଇ ବିବାହ ଦିଆଯାଇଥିବା କଥା ତାଙ୍କର ବାପା ଅଭିଯୋଗ କରିଥିବା କଥା ‘ଇଣ୍ଡିଆ ଟୁ‌ଡେ’ ରିପୋର୍ଟ କରିଛି। ସୁହାନା ନାମକ ସେ ଝିଅକୁ ତା’ର ଟ୍ୟୁସନ୍‌ ଶିକ୍ଷକ ଅଖ୍‌ତାର୍‌ ଅପହରଣ କରିନେଇ ସିନ୍ଧ୍‌ ପ୍ରଦେଶର ବେନାଜିର୍‌ବାଦ୍‌ ଜିଲ୍ଲା ଅନ୍ତର୍ଗତ କାଜି ଅହମଦ୍‌ ତାଲୁକ୍‌କୁ ପଠାଇ ଦେଇଥିଲେ। ଘଟଣା ସଂକ୍ରାନ୍ତରେ ସୂଚନା ଦେଇ ୧୪ ବର୍ଷୀୟ ସୁହାନାର ବାପା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ମନୁସ୍ମୃତି’ ପଢ଼ନ୍ତୁ ଝିଅମାନେ ୧୭ ବର୍ଷରେ ମାଆ ହେଉଥିଲେ: ନାବାଳିକା ଗର୍ଭପାତ ମାମଲାରେ କହିଲେ ଗୁଜରାଟ ହାଇକୋର୍ଟ

ଅହମଦାବାଦ: ଅତୀତରେ ଝିଅମାନେ ୧୪/୧୫ ବର୍ଷ ବୟସରେ ବିବାହ କରୁଥିଲେ ଓ ୧୭ ବର୍ଷ ବେଳକୁ ମାତୃତ୍ବପ୍ରାପ୍ତି କରୁଥିଲେ ବୋଲି ଗୁରୁବାର ଦିନ ଜଣେ ନାବାଳିକାର ଗର୍ଭପାତ ଆବେଦନ ଶୁଣାଣି ବେଳେ ମୌଖିକ ଭାବେ ଗୁଜରାଟ ହାଇକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ୭ ମାସର ଗର୍ଭନଷ୍ଟ କରାଇବାକୁ ଚାହୁଁଥିବା ଉକ୍ତ ୧୭ ବର୍ଷୀୟ ଝିଅ ହେଉଛନ୍ତି ଜଣେ ଦୁଷ୍କର୍ମ ପୀଡ଼ିତା। ୭ ମାସ ବିତିଯିବା ପରେ ସେ ଅନ୍ତଃସତ୍ତ୍ବା ବୋଲି ତାଙ୍କ ବାପା ଜାଣିବାକୁ ପାଇଲେ। ଝିଅର ବୟସ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଲୀ ଜନକପୁରୀସ୍ଥିତ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ; ୨୦ ନବଜାତ ଶିଶୁ ଉଦ୍ଧାର

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଜନକପୁରୀ ଅଞ୍ଚଳରେ ନିଆଁ ଲାଗିଯାଇଥିବା ଏକ ହସ୍ପିଟାଲ୍‌ରୁ ଦିଲ୍ଲୀ ଅଗ୍ନିଶମ ସେବା ୨୦ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି। ପୁଲିସ କହିବା ଅନୁସାରେ, ବୈଶାଳୀ କଲୋନିରେ ଥିବା ଏକ ନବଜାତ ଶିଶୁ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା। ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦେଶକ ଅତୁଲ୍‌ ଗର୍ଗ କହିଛନ୍ତି, ହସ୍ପିଟାଲ୍‌ରେ ନିଆଁ ଲାଗିଛି ବୋଲି ରାତି ୧.୩୫ରେ କଲ୍‌ ପାଇଲୁ। ପ୍ରଥମେ ୪ଟି ଦମକଳ ପଠାଇଲୁ। ହସ୍ପିଟାଲ୍‌ରେ ୨୦ଜଣ ନବଜାତ ଶିଶୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୩୬ ଘଣ୍ଟା ଭିତରେ ଭୀଷଣ ହେବ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’

ନୂଆଦିଲ୍ଲୀ: ୩୬ ଘଣ୍ଟା ମଧ୍ୟରେ ତୀବ୍ର ହୋଇ ପରବର୍ତ୍ତୀ ୨ ଦିନରେ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ଟୁଇଟ୍‌ କରି ସୂଚନା ଦେଇଛି। ଟୁଇଟ୍‌ କରି ପାଣିପାଗ ବିଭାଗ ଲେଖିଛି: ଜୁନ୍‌ ୮ ତାରିଖ ରାତି ୧୧.୩୦ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ଥିବା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗ‌ୋଆର ପଶ୍ଚିମ-ଦକ୍ଷିଣପଶ୍ଚିମକୁ ପ୍ରାୟ ୮୪୦ କିଲୋମିଟର୍‌ ଏବଂ ମୁମ୍ବାଇର ପଶ୍ଚିମ-ଦକ୍ଷିଣପଶ୍ଚିମକୁ ପ୍ରାୟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନଥିଲେ ଜରିମାନା, ୨୩ରୁ ଲାଗୁ ହେବ

କଟକ : ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇ ନଥିବା ଗାଡି ମାଲିକଙ୍କୁ ଆଉ ଛଡ଼ା ଯିବ ନାହିଁ। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇ ନଥିବା ଗାଡ଼ି ଚାଳକଙ୍କ ବିରୋଧରେ ଜୁନ୍‌ ୨୩ ତାରିଖରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କ ଠାରୁ ଇ-ଚାଲାଣ ଜରିଆରେ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି। ବିନା ହାଇସିକ୍ୟୁରିଟି ନମ୍ବରରେ ଚାଲିଥିବା […]