ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀଗୁଣ୍ଡିଚା ପାଇଁ ଶ୍ରୀକ୍ଷେତ୍ର ଗଲା ଗୀତଗୋବିନ୍ଦ ଖଣ୍ଡୁଆ ପାଟ

ତିଗିରିଆ : ପୁରୀରେ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା ପାଇଁ କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ର ପ୍ରସିଦ୍ଧ ହସ୍ତତନ୍ତ ଗ୍ରାମ ନୂଆପାଟଣାରୁ ଖଣ୍ଡୁଆ ପାଟ ଓ ତାରାବଳୀ ପାଟ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଯାଇଛି। ଏ ସଂପର୍କରେ ନୂଆପାଟଣା ହରିହରପୁରପାଟଣାର ସୁନାମଧନ୍ୟ ବୁଣାକାର ଶରତ କୁମାର ପାତ୍ର ସୂଚନା ଦେଇଛନ୍ତି। ଗୁଣ୍ଡିଚା ଯାତ୍ରା ପାଇଁ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ପ୍ରସ୍ତୁତି ପ୍ରାୟ ୬ ମାସ ଆଗରୁ ଆରମ୍ଭ ହୋଇଥାଏ। ଏହି ପାଟ ପ୍ରସ୍ତୁତି ସମୟରେ ଶରତଙ୍କ ପରିବାର […]

ଦେଶ ବିଦେଶ

ଗୁଜରାଟ ହାଇକୋର୍ଟରେ ୪ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ

ଅହମଦାବାଦ : ଗୁଜରାଟ ହାଇକୋର୍ଟର ଏକ କକ୍ଷରେ ଗୁରୁବାର ୪ ଜଣ ବ୍ୟକ୍ତି ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ଆଗୁଆ ଜାମିନ ମିଳିବାକୁ ପ୍ରତିବାଦ କରି ଏମାନେ ଏଭଳି କାର୍ଯ୍ୟ କରିଛନ୍ତି। ସେହି ବ୍ୟକ୍ତିମାନେ ହେଲେ ଜୟଶ୍ରୀ ପଞ୍ଚଲ, ଶୈଳେଶ ପଞ୍ଚଲ, ହାର୍ଦ୍ଦିକ ପଟେଲ ଏବଂ ‌ମନୋଜ ବୈଷ୍ଣବ। ସେମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା‌ ଯୋଗାଇ ଦିଆଯାଇଥିଲା। ସୋଲା ସିଭିଲ ହସ୍ପିଟାଲକୁ ନିଆଯାଇଥିଲା ଏବଂ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଟୋଲ ଫ୍ରି ନମ୍ବରରେ କଲ୍‌ କଲେ ମିଳୁଛି ମାନସିକ ସ୍ବାସ୍ଥ୍ୟ ପରାମର୍ଶ

କଟକ : ରାଜ୍ୟରେ ଆରମ୍ଭ ହୋଇଛି ଟେଲି-ମାନସ ସେବା। ଟେଲି କନ୍‌ଫରେନ୍ସିଂ ମାଧ୍ୟମରେ ରୋଗୀ ମାନସିକ ସ୍ବାସ୍ଥ୍ୟ ସଂପର୍କିତ ପରାମର୍ଶ ପାଇପାରୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ବେଙ୍ଗାଲୁରୁରୁ ନିୟନ୍ତ୍ରିତ ହେଉଥିବା ବେଳେ ରାଜ୍ୟରେ ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ମେଣ୍ଟର କେନ୍ଦ୍ରଭାବେ ଯୋଗ୍ୟତା‌ ମିଳିଛି। ରାଜ୍ୟରେ ଏସ୍‌ସିବି ଓ ଏମ୍‌କେସିଜି ମେଡିକାଲ କଲେଜରେ ଟେଲି-ମାନସ କେନ୍ଦ୍ର ଖୋଲାଯାଇଥିବାବେଳେ ଏସ୍‌ସିବି କେନ୍ଦ୍ରକୁ ପ୍ରତିଦିନ ୪୦ରୁ ୫୦ଜଣ ମାନସିକ ସ୍ବାସ୍ଥ୍ୟ ସଂପର୍କିତ ପରାମର୍ଶ ପାଇଁ ଫୋନ୍‌ କରୁଛନ୍ତି। ୨୪ […]

ଦେଶ ବିଦେଶ

ମଣିପୁରରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଛି: କେନ୍ଦ୍ରମନ୍ତ୍ରୀ ଆର୍‌କେ ରଂଜନ ସିଂହ

ଇମ୍ଫାଲ : ଇମ୍ଫାଲରେ ବିଦେଶ ରାଷ୍ଟ୍ରମନ୍ତ୍ରୀ ଆରକେ ରଂଜନ ସିଂହଙ୍କ ଘରକୁ ଦଙ୍ଗାକାରୀମାନେ ଜାଳିଦେବା ପରେ ମନ୍ତ୍ରୀ ଉକ୍ତ ଘଟଣା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରଂଜନ ସିଂହ କହିଛନ୍ତି, ମଣିପୁରରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଛି। ଦଙ୍ଗାକାରୀମାନେ ଗୋଟିଏ ପରେ ଗୋଟିଏ ଭୟାନକ ହିଂସା ରଚାଉଛନ୍ତି। ମନ୍ତ୍ରୀ କହିଛନ୍ତି, ମୁଁ ଭଗବାନଙ୍କ ଉପରେ ଆସ୍ଥା ରଖି ଏହି ଘର ନିର୍ମାଣ କରିଥିଲି। କିନ୍ତୁ ମୋ ଘରକୁ କାହିଁକି ଟାର୍ଗେଟ୍‌ କରାଗଲା ତାହା ମୁଁ […]

ଦେଶ ବିଦେଶ ରାଜନୀତି

ଜିତନ ରାମ ମାଂଝି ବିଜେପିର ଗୁଇନ୍ଦା: ନୀତୀଶ

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି କହିଛନ୍ତି, ତାଙ୍କର ପୂର୍ବତନ‌ ମେଣ୍ଟ ସହଯୋଗୀ ଏଚଏଏମ୍‌ (ହିନ୍ଦୁସ୍ତାନ ଅୱମ ମୋର୍ଚ୍ଚା) ମୁଖ୍ୟ ଜିତନ ରାମ ମାଂଝି ବିଜେପି ପାଇଁ ଗୁଇନ୍ଦାଗିରି କରୁଥାଇପାରନ୍ତି। ମହାମେଣ୍ଟରୁ ଖବର ନେଇ ବିଜେପିରେ ଦେବାପାଇଁ ସେ ଗୁଇନ୍ଦାଗିରି କରୁଥିବା ଚର୍ଚ୍ଚା ହେଉଛି ବୋଲି ନୀତୀଶ କହିଛନ୍ତି । ଜିତନ ରାମ ମାଂଝିଙ୍କ ଦଳ ଏଚଏମଏମ୍‌ ମହାମେଣ୍ଟ ଛାଡ଼ିବାପରେ ଆଜି ନୀତୀଶ ତାଙ୍କ ବିରୋଧରେ ଏଭଳି ଟିପ୍ପଣୀ ଦେଇଛନ୍ତି। ନୀତୀଶ କହିଛନ୍ତି, ଏହି […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଗାମୀ ଦୁଇ ଦଶନ୍ଧି ଭାରତ ପାଇଁ ଶୁଭଙ୍କର, ଯୁବପିଢ଼ି ଫାଇଦା ଉଠାନ୍ତୁ: ଲିଆଣ୍ଡର୍‌

ଭୁବନେଶ୍ବର ପଟିଆସ୍ଥିତ ଜେଡ୍‌-ୱାନ୍‌ ଆବାସିକ କଂପ୍ଲେକ୍ସରେ ସ୍ପୋର୍ଟସ୍‌ ଏରେନା ‘କ୍ଲବ୍‌ ଅମ୍ବର’କୁ ଉଦ୍‌ଘାଟନ କରିବା ଅବସରରେ ‌ଟେନିସ୍‌ କିଂବଦନ୍ତି ଲିଆଣ୍ଡର୍‌ ପେସ୍‌ଙ୍କ ସହ ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସ୍ବଳ୍ପ ଆଳାପ… ପ୍ର: ଓଡ଼ିଶା ଆପଣଙ୍କର ଅନ୍ୟତମ ପସନ୍ଦର ରାଜ୍ୟ। ଓଡ଼ିଶା ତଥା ଭୁବନେଶ୍ବର ସହ ଆପଣଙ୍କ ସମ୍ବନ୍ଧ କେତେ ଭଲ?ଉ: ଭୁବନେଶ୍ବର ମୋର ଅନ୍ୟତମ ପ୍ରିୟ ସହର ଏଥିପାଇଁ ଯେ ଏଠି ସବୁ ବ୍ୟବସ୍ଥିତ। ସହରର କଳେବର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା […]

ଦେଶ ବିଦେଶ ରାଜନୀତି

ଦାୟିତ୍ବ ମୁକ୍ତ ହେବେ ଚେଲ୍ଲାକୁମାର, ଓଡ଼ିଶାରେ କଂଗ୍ରେସ ପ୍ରଭାରୀଙ୍କ ପ୍ରଦର୍ଶନ ନୈରାଶ୍ୟଜନକ

ନୂଆଦିଲ୍ଲୀ : ଦାୟିତ୍ବ ମୁକ୍ତ ହୋଇପାରନ୍ତି ଓଡ଼ିଶା କଂ‌ଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର। ସେ ନିଜଆଡ଼ୁ କଂଗ୍ରେସ ସଭାପତିଙ୍କୁ ଅନୁରୋଧ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପରିପେକ୍ଷୀ‌ରେ କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡ଼ଗେ ଖୁବ ଶୀଘ୍ର ନୂଆ ଟିମ୍‌ ଘୋଷଣା କରିବାର ସମ୍ଭାବନା ରହିଛି। ଏଥିରେ ଓଡ଼ିଶା ସହ ଦିଲ୍ଲୀ, ପଞ୍ଜାବ, ଉତ୍ତରପ୍ରଦେଶ ଓ କେରଳ ପ୍ରଭାରୀମାନଙ୍କୁ ପରିବର୍ତ୍ତନ କରାଯିବ। କିଛି ବର୍ଷ ହେଲା ଓଡ଼ିଶାରେ କଂଗ୍ରେସ ପ୍ରଭାରୀଙ୍କ ପ୍ରଦର୍ଶନ ସନ୍ତୋଷଜନକ ନୁହେଁ। ୨୦୧୪ ଓ ୨୦୧୯ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପୁଣି ଚର୍ଚ୍ଚାରେ ୧ ନମ୍ବର ହାଟ: ୨ଶହ ଚୋରା ଅଣ୍ଡର ଗ୍ରାଉଣ୍ଡ

ଭୁବନେଶ୍ବର: ୟୁନିଟ୍‌-୧ ହାଟରେ ଦୋକାନଗୁଡ଼ିକୁ ବ୍ୟକ୍ତିଗତ ମାଲିକାନାକୁ ନ ଦେବା ପାଇଁ ସର୍ତ୍ତ ରହିଥିଲେ ମଧ୍ୟ ବିଏମ୍‌ସିର ବାବୁମାନେ ୫୦୭ ଦୋକାନକୁ ଦୋକାନୀଙ୍କ ନାମରେ କରି ଦେଇଛନ୍ତି। ତା’ ସହିତ ‘ଲାଇସେନ୍ସ ହୋଲ୍ଡର’ ଶବ୍ଦକୁ ହଟାଇ ‘ଆଲଟି’ ଶବ୍ଦ ବ୍ୟବହାର କରି ସବୁ ଦୋଷକୁ ପୋଛି ଦେବା ପାଇଁ ଉଦ୍ୟମ କରିଛନ୍ତି। ଏହାକୁ ନେଇ ମାମଲା ଲୋକାୟୁକ୍ତରେ ପହଞ୍ଚିଥିବା ବେଳେ ପୁଣି ଥରେ ଏହି ହାଟ ଚର୍ଚ୍ଚାକୁ ଆସିଛି। ମାର୍କେଟ୍‌ ଦାୟିତ୍ବରେ ରହି ଆସିଥିବା ଅଧିକାରୀମାନଙ୍କର ଅପାରଗତା […]

ଦେଶ ବିଦେଶ ରାଜନୀତି

ତାମିଲନାଡ଼ୁରେ ଗିରଫ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ: ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ ଟଣାଓଟରା

ଚେନ୍ନାଇ ଦୁର୍ନୀତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇଥିବା ତାମିଲନାଡ଼ୁ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ପାଖରେ ଥିବା ବିଭାଗକୁ ଅନ୍ୟମନ୍ତ୍ରୀଙ୍କୁ ଦେବାଲାଗି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ରାଜ୍ୟପାଳ ଆର୍‌ଏନ୍‌ ରବି ମୁଖ୍ୟମନ୍ତ୍ରୀଙ୍କ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିନାହାନ୍ତି। ବିଭାଗ ଅନ୍ୟମାନଙ୍କୁ ପ୍ରଦାନ କରି ତାଙ୍କୁ ବିଭାଗ ବିହୀନ ମନ୍ତ୍ରୀ ଭାବେ ରଖିବା ପାଇଁ ଷ୍ଟାଲିନ୍ ପ୍ରସ୍ତାବ ଦେଇଥିଲେ। ବାଲାଜୀ ଗତ ବୁଧବାର ଗିରଫ ହେବା ପରେ ଡାକ୍ତରଖାନାରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଖୁବ୍‌ଶୀଘ୍ର ସୁପ୍ରିମକୋର୍ଟରୁ ଅବସର ନେବେ ୬ ବିଚାରପତି: କଲେଜିୟମରେ ସାମିଲ ହେବେ ନୂଆ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଖୁବ୍‌ଶୀଘ୍ର ୬ ଜଣ ବିଚାରପତି ଅବସର ନେବେ। ବିଚାରପତି କେଏମ୍‌ ଯୋସେଫ ଆଜି ସୁପ୍ରିମକୋର୍ଟରୁ ଅବସର ନେଇଛନ୍ତି। ତେ ମେ’ ୧୯ ତାରିଖ ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟଦିବସ ଥିଲା। କାରଣ ଏହାପରେ ଗ୍ରୀଷ୍ମ ଅବକାଶ ପାଇଁ କୋର୍ଟ ବନ୍ଦ ରହିଥିଲା। ଅବସର ନେବା‌ ପୂର୍ବରୁ ଯୋସେଫ ଗତକାଲି ୨ଟି ରାୟ ଶୁଣାଇଥିଲେ। ଚଳିତ ମାସରେ ପୁଣି ୨ଜଣ ବିଚାରପତିଙ୍କ ଅବସର ଅଛି। ଜଷ୍ଟିସ ଏ ଆର ରସ୍ତୋଗି ଏବଂ ଜଷ୍ଟିସ ଭି ରାମସୁବ୍ରମନ୍ୟନ୍‌ […]