ଅପରାଧ ରାଜ୍ୟ

ଅପରେସନ୍ ହ୍ବାଇଟ୍ ସ୍ପାଇଡର୍: ୬ ମାସରେ ୩୬ ଲକ୍ଷର ଧଳାଜହର ଜବତ, ୫୯ ଗିରଫ

ଭୁବନେଶ୍ବର : ବ୍ରାଉନ୍‌ସୁଗାର କାରବାର ରୋକିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ଚାଲିଥିବା ଅପରେସନ ‘ହ୍ୱାଇଟ୍‌ ସ୍ପାଇଡର୍‌’ ମାଧ୍ୟମରେ ଚଳିତ ବର୍ଷ ଜାନୁଆରିରୁ ଜୁନ୍ ୧୬ ତାରିଖ ସୁଦ୍ଧା ୩୧ଟି ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ୫୯ ଜଣ ନିଶା ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି।  ସେମାନଙ୍କ ନିକଟରୁ ୩୬୫.୭୫ ଗ୍ରାମ୍‌ ବ୍ରାଉନ୍‌ସୁଗାର (ଆନୁମାନିକ ବଜାର ମୂଲ୍ୟ ୩୬ ଲକ୍ଷ ଟଙ୍କା), ୧ ଲକ୍ଷ ୨ ହଜାର ୪୫ଟଙ୍କା, ୨୭ ମୋବାଇଲ ଫୋନ୍‌ ଏବଂ ୧୪ଟି ଦୁଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରଥଯାତ୍ରାରେ ଚାଲିବ ୨୫୦ ସ୍ବତନ୍ତ୍ର ବସ

ପୁରୀ : ଚଳିତବର୍ଷ ରଥଯାତ୍ରାରେ ଯାତ୍ରୀ ପରିବହନକୁ ସୁଗମ ତଥା ଭକ୍ତଙ୍କ ଯାତାୟାତର ସୁବିଧା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ତାଳବଣିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବର, କୋଣାର୍କ ପାର୍ଶ୍ବରୁ ଆସୁଥିବା ବସ୍‌ ସହ ଅନ୍ୟାନ୍ୟ ଗାଡ଼ିମୋଟର ଏଠାରେ ପାର୍କିଂ ହେବ। ଏଥିପାଇଁ ତାଳବଣିଆ ପଡ଼ିଆରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି। ପ୍ରବେଶ ପଥରେ ଚେକିଂ ପଏଣ୍ଟ କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ରଥଯାତ୍ରାରେ ହଜାର ହଜାର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ହିଂସା ଓ ଅଭାବକୁ ହରାଇଲା ହକି

ରାଉରକେଲା,(ଦେବବ୍ରତ ଗଡ଼ତିଆ): ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଜାନୁଆରି ମାସରେ ଆୟୋଜିତ ପୁରୁଷ ହକି ବିଶ୍ବକପ ସମୟରେ ପ୍ରେରଣାଦାୟୀ ଦୃଶ୍ୟ ଦେଖିବାକୁ ମିଳିଥିଲା। ଖେଳ ପ୍ରତି ଭଲପାଇବା ଆଗରେ ଅର୍ଥାଭାବ ହାର୍‌ ମାନିଯାଇଥିଲା। ଅର୍ଥାଭାବ ଯୋଗୁଁ କିଛି ପୂର୍ବତନ ହକି ଖେଳାଳି, କୋଚ୍‌ ତଥା କ୍ରାଉଡ୍‌ଫଣ୍ଡିଂ କରି ବିଶ୍ବକପ୍‌ରେ ଭାଗନେଇଥିଲା ୱେଲ୍‌ସ ଦଳ। ୱେଲ୍‌ସର ଏହି ଖେଳୁଆଡ୍‌ ମନୋଭାବ ସେତେବେଳେ ବିଶ୍ବବ୍ୟାପୀ ପ୍ରଶଂସିତ ହୋଇଥିଲା। ଏବେ ସମାନ ଦୃଶ୍ୟ ପରିଲକ୍ଷିତ ହୋଇଛି ରାଉରକେଲାରେ ଚାଲିଥିବା ୧୩ତମ […]

ଅପରାଧ ରାଜ୍ୟ

ଆସିକା ପ୍ରାଣୀ ଚିକିତ୍ସା ଅଧିକାରୀ ଗିରଫ, ୯ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛନ୍ତି। ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ପାଇଁ ବ୍ୟବହୃତ ବୋଲେରୋ ଗାଡ଼ି ମାଲିକଙ୍କଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚିକିତ୍ସାଧିକାରୀ ଡା. ରବିନାରାୟଣ ସାହୁଙ୍କୁ ଧରିଛନ୍ତି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କେସ୍ ନମ୍ବର ୭/୨୩ରେ ଏକ ମାମଲା ରୁଜୁ କରିଛି। ଚିକିତ୍ସା ଅଧିକାରୀ ଡା. ସାହୁ ୨୦୨୩-୨୪ ବର୍ଷ ନିମନ୍ତେ ବୋଲେରୋ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବାହାନଗା ଦୁର୍ଘଟଣା: ଦିନ ୧୫ଟାରେ ସବୁକିଛି ଶିଥିଳ, ଦିଲ୍ଲୀ ଫେରିଗଲେ ୨ ସିବିଆଇ ଅଧିକାରୀ

ଭୁବନେଶ୍ବର : ଲୋମଟାଙ୍କୁରା ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାକୁ ୧୫ ଦିନ ବିତି ଗଲାଣି। କାହିଁକି, କେମିତି ଦୁର୍ଘଟଣା ଘଟିଲା ଓ ଏଥିପାଇଁ ଦାୟୀ କିଏ? ସାରା ରାଜ୍ୟବାସୀ ଏଭଳି ପ୍ରଶ୍ନର ଉତ୍ତର ଅପେକ୍ଷାରେ ରହିଥିବା ବେଳେ ଦୁର୍ଘଟଣା ପଛର ରହସ୍ୟ ଉପରୁ ପରଦା ଉଠାଇ ପାରିଲାନି ସିବିଆଇ। ଦୋଷୀକୁ ଛଡ଼ାଯିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାସ୍ଥଳ ପରିଦର୍ଶନରେ ଆସି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏପରିକି ଦୁର୍ଘଟଣାର କାରଣ ଜଣାପଡ଼ିବା ସହ ଦୋଷୀ ମଧ୍ୟ ଚିହ୍ନଟ […]

ଅପରାଧ ରାଜ୍ୟ

ରଜ ବେଳେ ତାସ୍‌ ଖେଳରୁ ଗଣ୍ଡଗୋଳ: ଯୁବକଙ୍କୁ ପଥରରେ ଛେଚି ହତ୍ୟା

ପାଳଲହଡ଼ା : ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ବରଡିହ ପଞ୍ଚାୟତ ଖଡ଼କା ଗାଁରେ ଶୁକ୍ରବାର ଭୋର୍‌ରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ରଜ ଅବସରରେ ତାସ୍‌ ଖେଳ ଚାଲିଥିବାବେଳେ ଏଥିରେ ବଚସା ହେବାରୁ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ସହିତ ପଥରରେ ଛେଚି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ, ମେଘନାଦ ବେହେରା (୪୦)। ସୂଚନା ଅନୁଯାୟୀ, ରଜ ଅବସରରେ ଗତକାଲି ଦିନବେଳେ ଓ ରାତିସାରା ଗାଁରେ ତାସ୍‌ ଖେଳ ଚାଲିଥିଲା। ଆଜି ଭୋର୍‌ ପ୍ରାୟ ୪ […]

ଅପରାଧ ରାଜ୍ୟ

କ୍ୟାପିଟାଲ କ୍ରାଇମ: ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ, ୪ ଗିରଫ

ଚନ୍ଦ୍ରଶେଖରପୁର: ସାଲିଆସାହି ତାରେଣୀ ନଗର ଅଞ୍ଚଳରେ ଥିବା ଦୁଇ କବାଡ଼ି ଗୋଦାମ ମାଲିକଙ୍କ ମଧ୍ୟରେ ଗତରାତିରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ମୈତ୍ରୀବିହାର ଥାନା ପୁଲିସ୍‌ ଗୋଟିଏ ଗୋଷ୍ଠୀର ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, ତାରେଣୀ ନଗର ବସ୍ତିର ବାପୁନି ପ୍ରଧାନ (୧୮), ଜୟନ୍ତ ପ୍ରଧାନ (୨୨), ସୀତା ପ୍ରଧାନ (୪୦) ଓ କୁନି ପ୍ରଧାନ (୪୩)। ପୁଲିସ୍ ସୂଚନାନୁଯାୟୀ, ଅଭିଯୁକ୍ତମାନେ ଗୋଟିଏ ପରିବାରର। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗତରାତିରେ ସେମାନେ ପ୍ରତିଦ୍ବନ୍ଦ୍ବୀ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଗତବର୍ଷ ତୁଳନାରେ ୩ ଗୁଣ ଅଧିକ କାଳବୈଶାଖୀ

ଭୁବନେଶ୍ବର : ଗତବର୍ଷ ୮୦ ଥର କାଳବୈଶାଖୀ ଝଡ଼ ହୋଇଥିବା ବେଳେ ଚଳିତବର୍ଷ (ଏଯାବତ୍‌) ୨୩୦ଟି ହେଲାଣି। କାଳବୈଶାଖୀର ଏହି ଅସ୍ବାଭାବିକ ବୃଦ୍ଧି ପାଇଁ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି। ବିଶେଷକରି ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ସେବା ଯୋଗାଉଥିବା ଅଞ୍ଚଳରେ ଭିତ୍ତିଭୂମିକୁ ଗୁରୁତର ଭାବେ ପ୍ରଭାବିତ କରିଛି। କାଳବୈଶାଖୀରେ ‌ହୋଇଥିବା ଉତ୍ତରପଶ୍ଚିମା ଝଡ଼ ଯୋଗୁଁ ବଡ଼ ବଡ଼ ଗଛଉପୁଡ଼ି ପଡ଼ିବା ଫଳରେ ତାର ଛିଣ୍ଡିବା ସହ ବିଦ୍ୟୁତ ଖୁଣ୍ଟ ବଙ୍କା ହୋଇଯାଇଛି। […]

ଅପରାଧ ରାଜ୍ୟ

ପ୍ରେମ ପାଇଁ ଭାଇକୁ ଖଣ୍ଡା ପାହାର: ଜେଲ୍‌ ଗଲେ ଦିଅର-ଭାଉଜ

ଭୁବନେଶ୍ବର: ଭାଉଜ ସହ ଚାଲିଥିବା ଲୁଚାଛପା ପ୍ରେମ ଧରାପଡ଼ିବା ପରେ ଭାଇକୁ ଖଣ୍ଡା‌ରେ ହାଣିବା ମାମଲାରେ ଖଣ୍ଡଗିରି ଥାନା ପୁଲିସ ଦିଅର ଓ ଭାଉଜଙ୍କୁ ଗିରଫ କରିଛି। ସେମାନେ ହେଲେ, ଡୁମୁଡୁମା ଫେଜ୍‌-୨ ଅଞ୍ଚଳର ପ୍ରଶାନ୍ତ ନାୟକ(୨୩) ଓ ତପୋବନବସ୍ତିର ଚିନ୍ମୟୀ ବେହେରା(୨୯)। ପ୍ରଶାନ୍ତଠାରୁ ପୁଲିସ୍‌ ଗୋଟିଏ ଖଣ୍ଡା ଜବତ କରିଛି। ସୂଚନା ମୁତାବକ, ବଳରାମ ପ୍ରଧାନ ସପରିବାରେ ତପୋବନ ବସ୍ତିରେ ରହୁଥିଲେ। ଗାଁରେ ବେକାର ବୁଲୁଥିବା ମାମୁଁ ପୁଅ ଭାଇ ପ୍ରଶାନ୍ତକୁ କୌଣସି କାମଧନ୍ଦାରେ ଲଗାଇବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଭକ୍ତଙ୍କ ବିଶ୍ବାସରେ ବିଷ: ହାୟରେ ବିଧାତା! ନକଲି ଅବଢ଼ା ଧରାପଡ଼ିଲା

ପୁରୀ : ଶ୍ରୀମନ୍ଦିରରେ ଏବେ ଅଣସର ନୀତି ପାଇଁ ମହାପ୍ରସାଦ ବାହାରିବାରେ ବିଳମ୍ବ ହେଉଛି। ଏହାର ପୂର୍ଣ୍ଣ ଫାଇଦା ଉଠାଇବାରେ ଲାଗିଛନ୍ତି କିଛି ଦଲାଲ। ଭକ୍ତଙ୍କ ବିଶ୍ବାସରେ ବିଷ ଭରି ଏମାନେ ଖେଳ ଖେଳୁଛନ୍ତି। ଏହି ଦଲାଲମାନେ ବାଇହାଣ୍ଡି ସହ ଅନ୍ୟାନ୍ୟ କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ଆଦି ରାନ୍ଧି ମହାପ୍ରସାଦ ନାଁରେ ଏହାକୁ ଚଢ଼ାଦରରେ ବାହାର ଭକ୍ତଙ୍କୁ ବିକ୍ରି କରୁଥିବା ଗୁରୁତର ଅଭିଯୋଗ ହେଉଥିଲା। ଆଜି ପୁରୀ ବଳିଆପଣ୍ଡା ଥାନା ଲୋକନାଥ ରୋଡ୍‌ […]