ରାଜ୍ୟ

ପୁଅ ବାହା ହେଉଥିବା ଜାଣି ବେକରେ ଦଉଡ଼ିଦେଲେ ବାପା, ବନ୍ଦ ହେଲା ବାହାଘର

ବ୍ରହ୍ମପୁର: ଏପଟେ ପୁଅର ବାହାଘର, ସେପଟେ ବାପାର ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଘଟିଛି ବୁଗୁଡ଼ା ଥାନା ଅନ୍ତର୍ଗତ ସାନସୁକା ଗ୍ରାମରେ। ସୂଚନା ଅନୁଯାୟୀ ଆଜି ସକାଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କାନସୁକା ଗାଁର ଖଦାଳ ମହାରଣା(୫୭)ଙ୍କ ପୁଅ ବୁଲୁଙ୍କର ଗାଁ ପାଖରେ ଥିବା ସାଙ୍କୁଳାଇ ପୀଠରେ ବାହାଘର ଚାଲିଥିଲା। ହେଲେ ପୁଅର ମାମୁ ପୁଅକୁ ବାହା କରୁଥିବା ବେଳେ ତାଙ୍କୁ ନ ପଚାରିବାରୁ ଅଭିମାନ କରି ଖଦାଳ ମହାରଣା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। […]

ରାଜ୍ୟ

ଖାଦ୍ୟ ଅଭାବରୁ ମାଙ୍କିଡ଼ିଆ ଜନଜାତି ବ୍ୟକ୍ତିଙ୍କ ଜୀବନ ଗଲା !

କାଳିଆପାଣି  : ବାଟ ହୁଡ଼ିଛି ବିର‌‌ହୋଡ଼ ଜୁଆଙ୍ଗ ଉନ୍ନୟନ ଯୋଜନା(ବିଜେଡିଏ)। ଆଦିମ ଜନଜାତିଙ୍କ କଲ୍ୟାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲେ ମଧ୍ୟ ଖାଦ୍ୟ ଓ ଚିକିତ୍ସା ଅଭାବରୁ ଜଣେ ମାଙ୍କିଡ଼ିଆ ଜନଜାତି ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତକ ଲକ୍ଷ୍ମଣ ମାଙ୍କିଡ଼ିଆ(୬୪)। ସେ ଭିକ ମାଗି ଚଳୁଥିଲେ। ପଲାମରା କୁଡ଼ିଆରେ ସେ ପତ୍ନୀ ସୁରୁବାଲି(୬୬)ଙ୍କ ସହ ରହୁଥିଲେ। ରଜ ପୂର୍ବରୁ ଲକ୍ଷ୍ମଣଙ୍କୁ ଜ୍ବର ହୋଇଥିଲା। ସେ ଭିକ ମାଗିବାକୁ ଯାଇପାରି ନଥିଲେ। ଏଣୁ ପତ୍ନୀ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପିଲାଙ୍କ ଉପରେ ସଶସ୍ତ୍ର ସଂଘର୍ଷର ପ୍ରଭାବ: ଜାତିସଂଘ ରିପୋର୍ଟରୁ ଭାରତର ନାମ ବାଦ୍ ପଡ଼ିଲା

ନୂଆଦିଲ୍ଲୀ: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ପିଲାଙ୍କ ଉପରେ ସଶସ୍ତ୍ର ସଂଘର୍ଷର ପ୍ରଭାବ ସମ୍ପର୍କିତ ଏହାର ରିପୋର୍ଟରୁ ଭାରତର ନାମକୁ ବାଦ୍ ଦେଇଛନ୍ତି। ପିଲାମାନଙ୍କ ସୁରକ୍ଷା ପାଇଁ ଭାରତ ସରକାର ଉପଯୁକ୍ତ ପଦାକ୍ଷପ ନେଉଛନ୍ତି ବୋଲି ଗୁଟେରସ କହିଛନ୍ତି। ଗତବର୍ଷ ଗୁଟେରସ ତାଙ୍କ ରିପୋର୍ଟରେ କହିଥିଲେ, ତାଙ୍କ ସ୍ବତନ୍ତ୍ର ପ୍ରତିନିଧିଙ୍କ ସହ ଭାରତର ବାର୍ତ୍ତାଳାପକୁ ସେ ସ୍ବାଗତ କରିଛନ୍ତି। ଏହାଦ୍ବାରା ପିଲାଙ୍କ ପାଇଁ ଉଦ୍‌ବେଗଜନକ ପରିସ୍ଥିତି ଥିବା ଦେଶଗୁଡ଼ିକ ତାଲିକାରୁ ଭାରତର ନାମକୁ ବାଦ୍ ଦିଆଯାଇପାରେ। ଚଳିତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

କାକଟପୁର, ଡେଲାଙ୍ଗ, ସାତପଡ଼ାକୁ ଗଡ଼ିବ ‘ମୋ ବସ୍‌’

ଭୁବନେଶ୍ୱର: ଜୁଲାଇ ୧ରୁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ର ‘ମୋ ବସ୍‌’ ୧୩ଟି ନୂଆ ରୁଟ୍‌ରେ ସେବା ପ୍ରଦାନ କରିବ। ଦୀର୍ଘ ଦିନରୁ ରହିଥିବା ଦାବି ଓ ଜନସାଧାରଣଙ୍କ ଚାହିଦା ଆଧାରରେ କ୍ରୁଟ୍‌ ଏହି ନୂଆ ୧୩ଟି ରୁଟ୍‌କୁ ଯୋଡ଼ିଛି। ନୂଆ ରୁଟ୍‌ ସବୁ ଭୁବନେଶ୍ୱର, କଟକ ଓ ପୁରୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉପଲବ୍ଧ ହେବ। ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥାରେ କାକଟପୁର, ସାତପଡ଼ା ଓ ଡେଲାଙ୍ଗ ଯୋଡ଼ି ହୋଇଛନ୍ତି। ଏହି ନୂଆ […]

ରାଜ୍ୟ

ଜଳବନ୍ଦୀ ଜୀବନ ବିତାଉଛନ୍ତି ଗାଡ଼ରାମୁହିଁ ଗ୍ରାମବାସୀ; ଗାଡ଼ରା ନଦୀ ପାଲଟିଛି ଦୁଃଖ, ମୌଳିକ ସୁବିଧା ସାତ ସପନ

ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲା ଗଠନ ହେବା ୩୦ ବର୍ଷ ପରେ ମଧ୍ୟ ଆଜି ଏହି ଜିଲ୍ଲାର ବହୁ ଗ୍ରାମବାସୀ ଅଭିଶପ୍ତ ଜୀବନ ବିତାଉଛନ୍ତି। ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ସରକାରୀ ଯୋଜନା ଏଠାରେ ପହଞ୍ଚିପାରି ନାହିଁ। ଏଭଳି ଗାଁ ମଧ୍ୟରୁ କାଶୀପୁର ବ୍ଲକର ଗୋଡିବଲି ପଞ୍ଚାୟତର ଗାଡରାମୁହିଁ ଗାଁ। ଏଠାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ କୁଇ ଆଦିବାସୀ ପରିବାର ବସବାସ କରିଆସୁଛନ୍ତି। ପଞ୍ଚାୟତ ସଦର ମହକୁମା ଠାରୁ ପ୍ରାୟ ୫ କିଲୋମିଟର ଦୂରରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପଞ୍ଚାୟତରେ ଡିଜିଟାଲ କାରବାର ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶର ସବୁ ପଞ୍ଚାୟତ ଲାଗି ୟୁପିଆଇ ବାଧ୍ୟତାମୂଳକ କରାଯାଇଛି। ଅଗଷ୍ଟ ୧୫ ସୁଦ୍ଧା ସେମାନେ ସବୁ କାରବାର ୟୁପିଆଇରେ କରିବେ। ବିଶେଷକରି ସବୁ ବିକାଶମୂଳକ କାର୍ଯ୍ୟ ଓ ରାଜସ୍ବ ସଂଗ୍ରହ ୟୁପିଆଇ ମାଧ୍ୟମରେ ହେବ। ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ରାଜ୍ୟଗୁଡ଼ିକ ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ୟୁପିଆଇକୁ ଗ୍ରହଣ କରିଥିବା ପଞ୍ଚାୟତ ବିଷୟରେ ଘୋଷଣା କରିପାରିବେ। କେନ୍ଦ୍ର ପଞ୍ଚାୟତିରାଜ ସଚିବ ସୁନିଲ କୁମାର କହିଛନ୍ତି ଯେ ଏବେ […]

ରାଜ୍ୟ

ସ୍ବତନ୍ତ୍ର ଟ୍ରେନ୍‌ ସେବା ଅବଧି ବୃଦ୍ଧି

ଭୁବନେଶ୍ବର : ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଯାତ୍ରା କରୁଥିବା ସ୍ୱତନ୍ତ୍ର ଟ୍ରେନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ଭୁବନେଶ୍ୱର-ଧାନବାଦ୍ ନିତିଦିନ ଚଳାଚଳ କରୁଥିବା ସ୍ପେସାଲ ଏକ୍ସପ୍ରେସ(୦୨୮୩୨) ଅଗଷ୍ଟ ୩୧, ଧାନବାଦ୍-ଭୁବନେଶ୍ୱର ସ୍ପେସାଲ ଏକ୍ସପ୍ରେସ୍‌(୦୨୮୩୧) ସେପ୍ଟେମ୍ବର ପହିଲା, ପୁରୀ-ପାଟନା ସ୍ପେସାଲ ଟ୍ରେନ(୦୮୪୩୯) ପ୍ରତି ଶନିବାର ଅଗଷ୍ଟ ୨୬, ପାଟନା-ପୁରୀ ସ୍ପେସାଲ ଏକ୍ସପ୍ରେସ୍‌(୦୮୪୪୦) ଅଗଷ୍ଟ ୨୭ ପର୍ଯ୍ୟନ୍ତ ପ୍ରତି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଫ୍ରାନ୍ସରେ ହିଂସା, ୧୫୦ ପ୍ରତିବାଦକାରୀ ଗିରଫ

ପ୍ୟାରିସ: ମଙ୍ଗଳବାର ସକାଳେ ପୁଲିସ ଗୁଳିରେ ଜଣେ ୧୭ ବର୍ଷୀୟା ବାଳିକା ନାହେଲ ଏମ୍‌ ନିହତ ହେବା ପରେ ଏହାର ପ୍ରତିବାଦରେ ଗୁରୁବାର ପୂର୍ବାହ୍ଣରେ ପ୍ୟାରିସରେ ପୋଡ଼ାଜଳା ଓ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଅନ୍ୟାନ୍ୟ ସହରକୁ ମଧ୍ୟ ଏହି ହିଂସା ବ୍ୟାପିଥିଲା ପୁଲିସ ପକ୍ଷରୁ ପ୍ରାୟ ‌୧୫୦ ପ୍ରତିବାଦକାରୀଙ୍କୁ ଗିରଫ କରାଯାଇଛି। ନିହତା ବାଳିକାଙ୍କ ମାଆ ଗୁରୁବାର ଉକ୍ତ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଥିଲେ। ପ୍ୟାରିସ ଉପକଣ୍ଠ ନାନ୍ତେରେଠାରେ ଟ୍ରାଫିକ୍ ନିୟମ ନ ମାନିବାରୁ ପୁଲିସ ଗୁଳିରେ […]

ରାଜ୍ୟ

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଦୁର୍ଘଟଣା: ୧୬ ଆହତ, ୧୦ ଗୁରୁତର

ପିପିଲି: ସୁନାବେଶ ଦର୍ଶନ ପାଇଁ ଯିବା ବେଳେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ବାଇକ୍‌ ଓ କାର୍‌ ମଧ୍ୟରେ ପୃଥକ୍‌ ପୃଥକ୍‌ ସ୍ଥାନରେ ଦୁର୍ଘଟଣା ଘଟି ୧୬ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ଅତି ଗୁରୁତର ଭାବେ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ସୁନାବେଶ ଦର୍ଶନ ପାଇଁ ଭୁବନେଶ୍ବରରୁ ହଜାର ହଜାର ସଂଖ୍ୟାରେ ଗାଡ଼ି ପୁରୀ ଅଭିମୁଖେ ଆସିଥିଲେ। ଏମାନଙ୍କୁ ମାଳତୀପାଟପୁରରୁ ତାଳବଣିଆ ବସଷ୍ଟାଣ୍ଡକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ, […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳକୁ ନେଇ ଚର୍ଚ୍ଚା: ଜୁଲାଇ ୩ରେ ମନ୍ତ୍ରୀ ପରିଷଦ ବୈଠକ

ନୂଆଦିଲ୍ଲୀ: ୨୦୨୪ ‌ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ ହୋଇପାରେ। ଏନେଇ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁଲାଇ ୩ ତାରିଖରେ ‌କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ କରିବେ ବୋଲି ଜଣାପଡ଼ିଛି। ନୂଆଦିଲ୍ଲୀର ପ୍ରଗତି ମଇଦାନରେ ନୂଆ କରି ନିର୍ମାଣ ହୋଇଥିବା କନଭେନସନ ସେଣ୍ଟରରେ ଏହି ବୈଠକ ହେବ। ଗତରାତିରେ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା ଏବଂ ଅନ୍ୟ ପ୍ରମୁଖ […]