ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳକୁ ନେଇ ଚର୍ଚ୍ଚା: ଜୁଲାଇ ୩ରେ ମନ୍ତ୍ରୀ ପରିଷଦ ବୈଠକ

ନୂଆଦିଲ୍ଲୀ: ୨୦୨୪ ‌ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ ହୋଇପାରେ। ଏନେଇ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁଲାଇ ୩ ତାରିଖରେ ‌କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ କରିବେ ବୋଲି ଜଣାପଡ଼ିଛି। ନୂଆଦିଲ୍ଲୀର ପ୍ରଗତି ମଇଦାନରେ ନୂଆ କରି ନିର୍ମାଣ ହୋଇଥିବା କନଭେନସନ ସେଣ୍ଟରରେ ଏହି ବୈଠକ ହେବ। ଗତରାତିରେ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା ଏବଂ ଅନ୍ୟ ପ୍ରମୁଖ ନେତାମାନଙ୍କ ସହ ଆଲୋଚନା କରିଥିଲେ।

ଜୁଲାଇ ତୃତୀୟ ସପ୍ତାହରେ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ମନ୍ତ୍ରୀ ପରିଷଦ ବୈଠକ ହେବ। ସୂଚନାଯୋଗ୍ୟ, ଗତ ୨ ବର୍ଷ ହେବ ମୋଦୀ କ୍ୟାବିନେଟ୍‌ରେ କୌଣସି ବଡ଼ ଧରଣର ଅଦଳବଦଳ ହୋଇନାହିଁ। କିନ୍ତୁ ଗତ ମେ’ରେ ମୋଦୀ ସରକାର କିରେନ ରିଜିଜୁଙ୍କ ଆଇନ ମନ୍ତ୍ରୀ ଭାବେ ହଟାଇ ଅର୍ଜୁନ ରାମ ମେଘୱାଲଙ୍କୁ ନୂଆ ଆଇନ ମନ୍ତ୍ରୀ କରିଥିଲେ। ୨୦୨୧ ଜୁଲାଇରେ ମୋଦୀ କ୍ୟାବିନେଟ୍‌ରେ ବଡ଼ ଧରଣର ଅଦଳବଦଳ ହୋଇଥିଲା। ୧୨ ଜଣ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯାଇଥିଲା ଏବଂ ୧୭ ଜଣ ନୂଆ ମନ୍ତ୍ରୀ ଶପଥ ନେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ