ରାଜ୍ୟ

ଡିଏନ୍ ଆଇଟି ରେଡ୍: ଆସନ୍ତା ସପ୍ତାହରେ ଆସିବ ଇଡି

ଭୁବନେଶ୍ବର : ଆୟ କର ଫାଙ୍କି ଅଭିଯୋଗରେ ଡିଏନ୍ ଗ୍ରୁପ୍‌ରେ ଚଢ଼ଉ ବେଳେ ଜବତ ହୋଇଥିବା ନଗଦ କୋଟି କୋଟି ଟଙ୍କା ଆସିଲା କେଉଁଠୁ? କାହାର ଏହି ଟଙ୍କା? କିଏ ଦେଲା? ଏକାଧିକ କର୍ମଚାରୀଙ୍କ ଘରେ କାହିଁକି ଲୁଚାଇ ରଖାଯାଇଥିଲା? କେଉଁ ଉଦ୍ଦେଶ୍ୟରେ ଠୁଳ କରି ରଖାଯାଇଥିଲା? ଏହି ଟଙ୍କାରେ କାହାର କାହାର ଲିଙ୍କ୍ ରହିଛି? ଏମିତି ଏକାଧିକ ଅସମାହିତ ପ୍ରଶ୍ନ ସାଧାରଣରେ ଛିଡ଼ା ହୋଇଥିବା ବେଳେ ଡିଏନ୍ ଗ୍ରୁପ୍ ସାମ୍ରାଜ୍ୟରେ ପଶି ଖୁବଶୀଘ୍ର ଛାନଭିନ୍ କରିବ […]

ରାଜ୍ୟ

ଆଖିବୁଜା ଗଛ କାଟିଦେଲେ, ବଦଳିଲା ପାଣିପାଗ: ଆଷାଢ଼ରେ ମାଟି ଶୁଖିଲା

କେନ୍ଦୁଝର, (ସୁବ୍ରତ ସ୍ବାଇଁ): ବ୍ୟାପକ ଜଙ୍ଗଲ ନଷ୍ଟ ସାଙ୍ଗକୁ ବିସ୍ତୀର୍ଣ୍ଣ ଅଞ୍ଚଳରେ ଖଣି ଖନନ ଯୋଗୁଁ କେନ୍ଦୁଝର ଜିଲ୍ଲାରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଯେଉଁ ସମୟରେ ବର୍ଷା ଲାଗିରହିବା କଥା ସେହି ସମୟରେ ପାଣି ଟୋପେ ପାଇଁ ଜିଲ୍ଲାବାସୀ ଚାତକ ଭଳି ଚାହିଁ ବସିଛନ୍ତି। ଜମି ଶୁଖିଲା ପଡ଼ିଛି। ଚାଷ କାର୍ଯ୍ୟ ପଛେଇଛି। ଆଷାଢ଼ ଓ ଶ୍ରାବଣ ମାସରେ ଆବଶ୍ୟକ ବର୍ଷା ନ ‌ହେବା ଏବେ ଚିନ୍ତାର କାରଣ ପାଲଟିଛି। କେନ୍ଦୁଝରରେ ଖରାଦିନେ ମଧ୍ୟ ଥଣ୍ଡା […]

ରାଜ୍ୟ

ଗଙ୍ଗୁଆ ପାଣି ପାଇଁ ଦୟା, ଚିଲିକା ପ୍ରଦୂଷଣ ମାମଲା: ଅନୁଧ୍ୟାନ ପାଇଁ ଏନ୍‌ଜିଟି କମିଟି

କଟକ : ଭୁବନେଶ୍ବରର ଗଙ୍ଗୁଆନାଳର ପ୍ରଦୂଷିତ ଜଳ ଦୟାନଦୀ ଦେଇ ଚିଲିକାରେ ପ୍ରବେଶ କରିବା ପ୍ରସଂଗରେ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ଉଦବେଗ ପ୍ରକାଶ କରିଛନ୍ତି। ବୃନ୍ଦାବନ ଦାସ ଆଜାଦଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାକୁ ଏନ୍‌ଜିଟି ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥି ସହ ଗଙ୍ଗୁଆ ନାଳ ପ୍ରଦୂଷଣ ପ୍ରସଂଗ ଅନୁଧ୍ୟାନ କରିବା ପାଇଁ ଏନଜିଟି ଚାରିଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ […]

ରାଜ୍ୟ

ଯାଜପୁର ରାଜନୀତି: ବିଜେଡି-ବିଜେପି ଟକ୍କର, କଂଗ୍ରେସ ନିରବ

ଯାଜପୁର, (ସଂଗ୍ରାମ କେଶୋରୀ ସିଂହ): ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଯାଜପୁର ଜିଲ୍ଲାରେ ବିଜେଡି ଓ ବିଜେପି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କ ନିକଟତର ହେବାକୁ ଉଦ୍ୟମ କରୁଥିବା ବେଳେ କଂଗ୍ରେସ ଶିବିର ନିରବ ରହିଛି। କୋରେଇ ଓ ବଡ଼ଚଣା ବ୍ୟତୀତ ଅନ୍ୟ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସରେ ସେଭଳି କିଛି କାର୍ଯ୍ୟକ୍ରମ ନାହିଁ କହିଲେ ଚଳେ। ବିଜେଡିର ଗୋଷ୍ଠୀ ବିବାଦ ବଢ଼ୁଥିବାରୁ ସୁଯୋଗର ସଦ୍‌ବ୍ୟବହାର କରି ଜିଲ୍ଲାରେ ବିଜେପି ସ୍ଥିତି ମଜଭୁତ କରିବାରେ ଲାଗିଛି। କଂ‌ଗ୍ରେସ […]

ରାଜ୍ୟ

ମାଗଣା ଯୋଜନାର ଅକୁହା କଷ୍ଟ: ସାଇକେଲ୍‌ ବଜାର ଦର ୫୮୦୦, ମିଳୁଛି ୨୬୦୦

ବ୍ରହ୍ମପୁର : ରାଜ୍ୟ ସରକାର ନବମ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସାଇକେଲ ବାବଦରେ ମାତ୍ର ୨୬ଶହ ଟଙ୍କା ଦେଉଛନ୍ତି। କିନ୍ତୁ ବଜାରରେ ଅତି କମ୍‌ରେ ଗୋଟିଏ ନୂଆ ସାଇକେଲ୍‌ର ଦାମ୍‌ ୫ ହଜାର ୮ ଶହ ଟଙ୍କା ତଳକୁ ମିଳୁନାହିଁ। ସେପଟେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ନୂଆ ସାଇକେଲ୍‌ କିଣି ବିଦ୍ୟାଳୟରେ ବିଲ୍‌ ଦାଖଲ କରିବାକୁ ବାଧ୍ୟ କରୁଥିବା କାରଣରୁ ଗଞ୍ଜାମ ଜିଲ୍ଲାରେ ଏହି ଯୋଜନା ଅଭିଭାବକଙ୍କ ଉପରେ ଏବେ ବୋଝ ହୋଇଯାଇଛି। ଗରିବ ଶ୍ରେଣୀର ପରିବାର ପାଇଁ […]

ରାଜ୍ୟ

ଆନ୍ଧ୍ରକୁ ଚାଲିଯିବ ରାଇପାହାଡ଼ ଗାଁ; ଚାହିଁଛି ଓଡ଼ିଶା, ପାହାଡ଼ ଡେଇଁ ସେବା ଅଜାଡ଼ି ଦେଉଛି ଆନ୍ଧ୍ର

କୋରାପୁଟ/ନନ୍ଦପୁର, (ଶ୍ରୀକାନ୍ତ ସାହୁ / ସୁରଜିତ୍ ବିଶ୍ବାଳ): ଗାଁ ଓଡ଼ିଶାର। ସେବା କିନ୍ତୁ ଯୋଗାଉଛି ଆନ୍ଧ୍ର। ଦୁଇ ପାହାଡ଼ ଡେଇଁ ଆନ୍ଧ୍ର ଅଧିକାରୀ ଗାଁରେ ପହଞ୍ଚୁଛନ୍ତି। ଓଡ଼ିଶା ସ୍କୁଲ୍ ବଦଳରେ ଆନ୍ଧ୍ରରେ ପିଲା ପଢ଼ିବା ଏବଂ ସମସ୍ତ ଯୋଜନାରେ ହିତାଧିକାରୀ ସାମିଲ୍ ହେବା ରାଇପାହାଡ଼ ଗାଁ ଆନ୍ଧ୍ରକୁ ଚାଲିଯିବା ସମ୍ଭାବନା ସୃଷ୍ଟି କରିଛି। ସରକାରୀ ଅବହେଳାର ଶିକାର ହୋଇ ଆନ୍ଧ୍ର ମୁହାଁ ହୋଇଥିବା ଏହି ଗ୍ରାମ ହେଉଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗୋଲୁରୁ ପଞ୍ଚାୟତର ରାଇପାହାଡ଼। […]

ରାଜ୍ୟ

ପରିବେଶ କଣ୍ଟାରେ ଝୁଲିଛି ଗୋପାଳପୁର-ସାତପଡ଼ା ରାଜପଥ

ପୁରୀ : ଭାରତମାଳ ପ୍ରକଳ୍ପରେ ଭଣ୍ଡେଇଲେ। ଏବେ ନୂଆ ଗୋପାଳପୁର-ସାତପଡ଼ା ଜାତୀୟ ରାଜପଥରେ ବି ଭଣ୍ଡଉଛନ୍ତି। ପରିବେଶ ଆଳରେ ଏହି ପ୍ରକଳ୍ପକୁ ୨ ବର୍ଷ ହେଲାଣି ଝୁଲାଇ ରଖାଯାଇଛି। ଏ ସମ୍ପର୍କିତ ଅଭିଯୋଗ ନେଇ ଆଜି ଜହ୍ନିକୁଦା-ସାତପଡ଼ା ସେତୁ ନିର୍ମାଣ ସମିତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ଭେଟିବା ସହ ତୁରନ୍ତ ଏହି ଜାତୀୟ ରାଜପଥକୁ ପୂର୍ଣ୍ଣରୂପ ଦେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଏହି ଦାବି ଶୁଣିବା ପରେ ଆସନ୍ତା ୨୦ ତାରିଖ […]

ରାଜନୀତି ରାଜ୍ୟ

ବିଧାନସଭା ନିର୍ବାଚନ: ପୁରୁଣା ଲଢ଼େଇ ଦେଖିବ ଅନୁଗୁଳ!

ଅନୁଗୁଳ,  (ପତିତପାବନ ସାହୁ): ଅନୁଗୁଳ ବିଧାନସଭା କ୍ଷେତ୍ର। ୨୦୦୦ ମସିହାରୁ ବିଜେଡି ହାତରେ ରହିଥିଲା​ବେଳେ ୨୦୦୪ରୁ ଲଗାତାର ଭାବେ ରଜନୀକାନ୍ତ ସିଂହ ବିଧାୟକ ଭାବେ ଜିତି ଆସୁଛନ୍ତି। ୨୦୧୪ ଓ ୨୦୧୯ ନିର୍ବାଚନରେ ପ୍ରତାପ ପ୍ରଧାନ ତାଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ଅଳ୍ପକେ ପରାସ୍ତ ହୋଇଥିଲେ। ଏବେକାର ରାଜନୈତିକ ପରିସ୍ଥିତି ଯାହା, ଏଠାରେ ପୁଣି ପୁରୁଣା ଲଢ଼େଇ ହେବାର ସମ୍ଭାବନା ଅଧିକ। ବିଜେଡି ଓ ବିଜେପି ପକ୍ଷରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଏକପ୍ରକାର ସବୁଜ ସଙ୍କେତ ମିଳିସାରିଥିଲା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାତୀୟ ସିକିଲସେଲ ଏନେମିଆ ନିରାକରଣ ମିସନ୍‌ରେ ଓଡ଼ିଶାର ୨୩ ଜିଲ୍ଲା

ଭୁବନେଶ୍ବର : ଚଳିତମାସ ଆରମ୍ଭରେ କେନ୍ଦ୍ର ସରକାର ଜାତୀୟ ସିକିଲସେଲ ଏନେମିଆ ନିରାକରଣ ମିସନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ୨୦୪୭ ମସିହା ସୁଦ୍ଧା ଦେଶରୁ ସିକିଲସେଲର ସଂପୂର୍ଣ୍ଣ ନିରାକରଣ ଏହାର ପ୍ରମୁଖ ଲକ୍ଷ୍ୟ ରହିଛି। ଦେଶର ୧୭ଟି ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଓଡ଼ିଶାର ୨୩ଟି ଜିଲ୍ଲା ଏଥିରେ ସାମିଲ ହୋଇଛି। ରାଜ୍ୟ ସରକାର ଉଭୟ ସିକିଲସେଲ ଓ ଥାଲାସିମିଆ ରୋଗକୁ ଏକତ୍ରଭାବେ ଏସବୁ ଜିଲ୍ଲାରେ କାର୍ଯ୍ୟକାରୀ କରୁଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ରାଜ୍ୟର […]

ରାଜ୍ୟ

‘ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେଉ ଡ୍ରେସକୋଡ୍’

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସକୋଡ୍‌ ଲାଗୁ ଦାବି ଜୋର ଧରିଛି। ଶ୍ରୀମନ୍ଦିରର ବିଭିନ୍ନ ନିଯୋଗ ଏହା ସପକ୍ଷରେ ମତ ଦେଇଛନ୍ତି। ନଚେତ୍‌ ଶ୍ରୀମନ୍ଦିରରେ ଭକ୍ତଙ୍କ ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେବ। ବିଶୃଙ୍ଖଳିତ ପରିବେଶ ସୃଷ୍ଟି ହେବ ବୋଲି ନିଯୋଗମାନେ ମତ ରଖିଛନ୍ତି। ଏ ସମ୍ପର୍କରେ ଖୁଣ୍ଟିଆ ନିଯୋଗ ବି ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ତୁରନ୍ତ ଡ୍ରୋସ୍‌କୋଡ୍‌ ଲାଗୁ ପାଇଁ ଦାବି କରିଛି। ସେପଟେ ଭକ୍ତଙ୍କ ପାଇଁ ଡ୍ରେସକୋଡ୍‌ ଲାଗୁ ଉପରେ ବିଭିନ୍ନ ସମୟରେ […]