ରାଜ୍ୟ

ଦଶପଲ୍ଲାର ଭିନ୍ନ ଏକ ନଗଡ଼ା: ଅପପୁଷ୍ଟିରେ ଶଢ଼ୁଛନ୍ତି, ଚିକିତ୍ସା ପାଇଁ ମୁହଁ ମୋଡ଼ୁଛନ୍ତି

ଦଶପଲ୍ଲା: ଫୁଙ୍ଗୁଳା ଦେହ ସାଙ୍ଗକୁ ନୁଖୁରା ମୁଣ୍ତ। ଆଖି କୋରଡ଼କୁ ପଶି ଯାଇଛି। କିଏ ବଣପାହାଡ଼ ବୁଲି ପାଚିଲା ତାଳ ଖାଉଛି ତ କାହା ହାତରେ ଲୁଣ ସାଙ୍ଗକୁ ବାସି ତୋରାଣି। ଅପପୁଷ୍ଟିର ଶିକାର ହୋଇଥିବା ଗାଁର ଏମିତି ମାଳମାଳ ପିଲା ଘୂରି ବୁଲୁଛନ୍ତି। ହେଲେ ଡାକ୍ତରଖାନା ନାଁ ଧରିଲେ ସେମାନଙ୍କ ପରିବାର ମୁହଁ ମୋଡ଼ୁଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ କୁଲୁରୁକୁମ୍ପା ପଞ୍ଚାୟତର ବଣପାହାଡ଼ ଘେରା କୋହ୍ଲସାହିରେ ନଗଡ଼ାର ଏଭଳି ଭିନ୍ନ ଏକ ଚିତ୍ର ପ୍ରାଶାସନିକ […]

ରାଜ୍ୟ

ଓଡ଼ିଶାକୁ ମିଳିଲା ୫ଟି ନୂଆ ରେଳ ପ୍ରକଳ୍ପ: ଧନ୍ୟବାଦ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: କେନ୍ଦ୍ର କ୍ୟାବିନେଟ୍‌ରେ ଓଡ଼ିଶାକୁ ନୂଆ ରେଳ ଲାଇନ୍ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ପ୍ରସାରଣ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ସହ ଭିତିଭୂମିକୁ ସୁଦୃଢ କରିବ। ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି […]

ରାଜ୍ୟ

କାଠଯୋଡ଼ିକୁ ଡେଇଁ ଦୁଇ ନିଖୋଜ ଘଟଣା: ଉଭୟଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କଟକ: କାଠଯୋଡ଼ି ପୋଲ ଉପରେ ମୋବାଇଲ୍‌ ଓ ଆଧାରକାର୍ଡ ରଖି ପାଣିକୁ ଡେଇଁ ନିଖୋଜ ହୋଇଥିବା ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। ଉଭୟଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ଜଣାଯାଇଛି। ଏହାପରେ ଉଭୟଙ୍କୁ ପୁରୀଘାଟ ଥାନାରେ ହାଜର କରାଯାଇଥିଲା ଏବଂ ଏବେ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସେଦୁହେଁ ସଂପର୍କରେ ଶଳାଭାଉଜ ଓ ନଣନ୍ଦେଇ ବୋଲି କୁହାଯାଉଛି। ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ତ୍ରିଶୁଳିଆ ନିକଟ କାଠଯୋଡ଼ିରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଉଭୟ […]

ଦେଶ ବିଦେଶ

କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ

ପ୍ୟାରିସ୍: କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗାଟ୍‌। ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଗତକାଲି ନିରାଶ ହେବା ପରେ କୁସ୍ତିରୁ ସନ୍ୟାସ ନେଇଛନ୍ତି। ଏହି ଅପ୍ରତ୍ୟାଶିତ ବିଫଳତା ପରେ କୁସ୍ତି ଜଗତରୁ ସବୁଦିନ ପାଇଁ ଭିନେଶ ବିଦାୟ ନେଇଛନ୍ତି। ଗତକାଲିର ଘଟଣା ପରେ ଭିନେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି। ସେ […]

ଦେଶ ବିଦେଶ

ଆଜି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାବେ ଶପଥ ନେବେ ମହମ୍ମଦ ୟୁନୁସ

ନୂଆଦିଲ୍ଲୀ: ଅଶାନ୍ତି ପରିବେଶ ଜାରି ରଖିଥିବା ବେଳେ ବାଂଲାଦେଶ ଆଜି ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିବ। ଚିକିତ୍ସା ପ୍ରକ୍ରିୟା ପାଇଁ ପ୍ୟାରିସରେ ଥିବା ୮୪  ବର୍ଷୀୟ ୟନୁସ୍‌ ଏବେ ଢାକା ଅଭିମୁଖେ ଯାଉଛନ୍ତି। ଦେଶର ସାମରିକ ମୁଖ୍ୟ କହିଛନ୍ତି ଯେ କାର୍ଯ୍ୟନିର୍ବାହୀ ସରକାର ଆଜି ରାତି ୮ଟାରେ ଶପଥ ଗ୍ରହଣ କରିବେ। ପ୍ୟାରିସର ଚାର୍ଲ୍ସ ଦେ ଗଲ୍ ବିମାନବନ୍ଦରରେ ଗଣମାଧ୍ୟମକୁ ସେ କହିଛନ୍ତି ଯେ ‘‘ହଁ, ମୁଁ ଘରକୁ ଫେରିଯିବା ପାଇଁ […]

ଦେଶ ବିଦେଶ

ଭିନେଶଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବେ ହରିଆଣା ସରକାର

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ନେଇ ହରିଆଣା ସରକାରଙ୍କ ବଡ଼ ଘୋଷଣା। ଭିନେଶଙ୍କୁ ପଦକ ବିଜେତାର ସମସ୍ତ ସମ୍ମାନ ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି। ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଲେ ହରିଆଣା ମୁଖ୍ୟମନ୍ତ୍ରୀ। ଭିନେଶଙ୍କୁ ସମସ୍ତ ସମ୍ମାନ, ପୁରସ୍କାର, ସୁବିଧା ପ୍ରଦାନ କରାଯିବ। ଅଲିମ୍ପିକ୍ସ ରୌପ୍ୟ ବିଜେତା ଭାବେ ସରକାର ଭିନେଶଙ୍କୁ ସମ୍ମାନୀତ କରିବେ ବୋଲି ଘୋଷଣା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା […]

ଦେଶ ବିଦେଶ

ବନ୍ଦ ହେଲା ବାଂଲାଦେଶରେ ଥିବା ସମସ୍ତ ଭାରତୀୟ ଭିସା ଆବେଦନ କେନ୍ଦ୍ର

ନୂଆଦିଲ୍ଲୀ:  ହିଂସାକାଣ୍ଡ ଉପୁଜିଥିବା ବାଂଲାଦେଶରେ “ଅସ୍ଥିର ପରିସ୍ଥିତି” କାରଣରୁ ସେଠାରେ ଥିବା ସମସ୍ତ ଭାରତୀୟ ଭିସା ଆବେଦନ କେନ୍ଦ୍ରକୁ ବନ୍ଦ କରାଯାଇଥିବା ସୂଚନା ରହିଛି। ଭାରତୀୟ ଭିସା ଆବେଦନ କେନ୍ଦ୍ର ୱେବସାଇଟରେ ଆବେଦନକାରୀଙ୍କୁ ସୂଚନା ଦିଆଯାଇଛି ଯେ ପରବର୍ତ୍ତୀ ତାରିଖ ଏସଏମଏସ ମାଧ୍ୟମରେ ଜଣାଯିବ ଏବଂ ପରବର୍ତ୍ତୀ କାର୍ଯ୍ୟ ଦିବସରେ ପାସପୋର୍ଟ ସଂଗ୍ରହ କରାଯିବା ଉଚିତ। ଅସ୍ଥିର ପରିସ୍ଥିତି ହେତୁ ପରବର୍ତ୍ତୀ ସୂଚନା ତାରିଖ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ଭିସା ଆବେଦନ କେନ୍ଦ୍ର ବନ୍ଦ ରହିବ। ପରବର୍ତ୍ତୀ […]

ଦେଶ ବିଦେଶ

ଛାତ୍ର ଆତ୍ମହତ୍ୟା ଘଟଣା, କଲେଜ ସମ୍ମୁଖରେ ଧାରଣା ଦେଲେ ପରିବାର

ଧର୍ମଶାଳା/ନଠୁଆବର: ଧର୍ମଶାଳା ଥାନା ଅନ୍ତର୍ଗତ ଜାରକାସ୍ଥିତ ରେନେସା ଘରୋଇ କଲେଜରେ ପଢ଼ୁଥିବା ଛାତ୍ରଙ୍କ ଆତ୍ମହତ୍ୟା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ତାଙ୍କ ପରିବାର ଲୋକ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି। କୁଆଖିଆ ଥାନା ଅନ୍ତର୍ଗତ ଓଡ଼ିଶୋ ପଞ୍ଚାୟତ ଅଣ୍ଡେଇଗୋଡ଼ା ଗ୍ରାମର ଯୁକ୍ତ ୨ଛାତ୍ର ଆଶିଷ ପଣ୍ଡା ଗତ ସୋମବାର ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ସେ ପଢ଼ୁଥିବା ଘରୋଇ କଲେଜ କର୍ତ୍ତୃପକ୍ଷ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବାରୁ ସେ ଆତ୍ମହତ୍ୟା କରିଥିବା […]

ରାଜ୍ୟ

କମିବ ଆଳୁ ଦର: ପଶ୍ଚିମବଙ୍ଗରୁ ଆସିଲା ୫ ଟ୍ରକ୍, ଉତ୍ତରପ୍ରଦେଶ ଟ୍ରକ୍‌କୁ ଅପେକ୍ଷା

ଭୁବନେଶ୍ବର: ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଗୁରୁବାର ଭୁବନେଶ୍ବରର ଆଇଗିଣିଆସ୍ଥିତ କୁବେରପୁରୀ ଆଳୁ ଗୋଦାମରେ ପଶ୍ଚିମବଙ୍ଗରୁ ୫ ଟ୍ରକ୍ ଆଳୁ ଆସି ପହଞ୍ଚିଛି। ଫଳରେ ଏବେ ଆଳୁ ଦର କମିବାର ଆଶା ଦେଖାଦେଇଛି। ତେବେ ରାଜ୍ୟ ସରକାର ଉତ୍ତରପ୍ରଦେଶର ସରକାରଙ୍କଠାରୁ ମାଗିଥିବା ଆଳୁ ଏପର୍ଯ୍ୟନ୍ତ ପହଞ୍ଚିନାହିଁ। ଉତ୍ତରପ୍ରଦେଶ ଟ୍ରକ୍‌କୁ ଅପେକ୍ଷା କରାଯାଇଛି। ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିଲେ ଆଳୁ ଦର ପୁଣି କମିବାର ସମ୍ଭାବନା ରହିଛି। ଖବର ଅନୁଯାୟୀ, ରାଜ୍ୟରେ ଗତ କିଛି ଦିନ ଧରି […]

ରାଜ୍ୟ

ବିନାଶର କାରଣ ହେବ ପୋଲାଭରମ୍‌: ପ୍ରଭାବିତ ହେବେ ୫୦ ଲକ୍ଷ ଲୋକ

ମାଲକାନଗିରି/କାଲିମେଳା: ପୋଲାଭରମ ବଡ଼ ବିନାଶର କାରଣ ସାଜିବ। ୫୦ ଲକ୍ଷ ଲୋକ ସିଧାସଳଖ ପ୍ରଭାବିତ ହେବା ନିଶ୍ଚିତ। ୧ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସଂପତ୍ତି ନଷ୍ଟ ହୋଇଯିବ। ପ୍ରକଳ୍ପକୁ ନେଇ ଏମିତି ଆକଳନ କରିଛି ‘ଆମ ଜନତା ଅଧିକାର’ ଫୋରମ୍‌। କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳ ପରିଦର୍ଶନ କରି ସମ୍ଭାବ୍ୟ ଭୟାବହ ପରିସ୍ଥିତି ସଂପର୍କରେ ସୂଚନା ଦେଇଛି। ଆଜି ଫୋରମ୍‌ ପକ୍ଷରୁ ପୂର୍ବତନ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ‘ମହାନଦୀ ବଞ୍ଚାଅ’ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, […]