ଦେଶ ବିଦେଶ

କ୍ଷତିପୂରଣ ଟଙ୍କା ଦେବା ସମୟରେ କନେଷ୍ଟବଳଙ୍କୁ ମାରପିଟ୍

ଦେବଗଡ଼: ବାରକୋଟ ଥାନା ବଲଣ୍ଡା ଗ୍ରାମରେ ଗତ ୮ ତାରିଖ ରାତିରେ ଜଣେ ଆଇଆର୍‌ବି କନେଷ୍ଟବଳଙ୍କ କାର ଧକ୍କାରେ ସେହି ଗ୍ରାମର ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଏକ ଭିନ୍ନ ମୋଡ଼ ନେଇଛି। ଜାମିନ୍‌ରେ ଥିବା ସମ୍ପୃକ୍ତ କନେଷ୍ଟବଳ ଆଜି ସଂଧ୍ୟାରେ କ୍ଷତିପୂରଣ ବାବଦ ଟଙ୍କା ଦେବାକୁ ଯାଇଥିବା ସମୟରେ ଆକ୍ରୋଶର ଶିକାର ହୋଇଛନ୍ତି। ସମ୍ପୃକ୍ତ ଆଇଆର୍‌ବି ଯବାନଙ୍କଠାରୁ ଉଚିତ କ୍ଷତିପୂରଣ ଦାବିରେ ତାଙ୍କୁ ମାରପିଟ୍ କରିବା ସହ ସୋମବାର ସନ୍ଧ୍ୟାରେ ଗ୍ରାମବାସୀ ରାଉରକେଲା-ବାହାଡାପୋଷି […]

ରାଜ୍ୟ

ଓୟୁଏଟିର ‘ପ୍ରଥମା’କୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ: କ୍ଷୀର ଉତ୍ପାଦନ ବୃଦ୍ଧିରେ ସହାୟକ ହେବ

ସମ୍ବଲପୁର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ ବିକଶିତ ଡାଲିଜାତୀୟ ଗୋ-ଖାଦ୍ୟ ଫସଲ ବିହନ ‘ପ୍ରଥମା’କୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏହା ଦେଶରେ ‘ପିଲିପେସାର’ର ସର୍ବପ୍ରଥମ କିସମ ଅଟେ। ପ୍ରାଥମିକ ପର୍ଯ୍ୟାୟରେ ଏହି କିସମଟି ଓଡ଼ିଶା ଓ ତାମିଲନାଡ଼ୁ ଜଳବାୟୁରେ ଖରିଫ ଋତୁରେ ଚାଷ କରାଯାଇ ପାରିବ। ଏଥିରେ ହେକ୍ଟର ପିଛା ହାରାହାରି ୧୫୭.୫ କ୍ବିଣ୍ଟାଲ ସବୁଜ ଗୋ-ଖାଦ୍ୟ ଏବଂ ୧.୮୨ କ୍ବିଣ୍ଟାଲ ମଞ୍ଜି ଅମଳ କ୍ଷମତା ରହିଛି। ‘ପ୍ରଥମା’ରୁ ଉତ୍ପାଦିତ ଗୋ-ଖାଦ୍ୟରେ ୧୭% ପୁଷ୍ଟିସାର […]

ରାଜ୍ୟ

ପଦ ହରାଇଲେ ଭବାନୀପାଟଣା ପୌରାଧ୍ୟକ୍ଷା: ବିରୋଧରେ ଭୋଟ୍‌ ଦେଲେ ସମସ୍ତ ୨୦ କାଉନସିଲର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା ପଦଚ୍ୟୁତ ହୋଇଛନ୍ତି। ସୋମବାର ଆଗତ ଅନାସ୍ଥା ପ୍ରସ୍ତାବ ଭୋଟିଂରେ ବିଜେଡିର ୧୮ ଜଣ, ବିଜେପିର ଜଣେ ଓ କଂଗ୍ରେସର ଜଣେ କାଉନସିଲରଙ୍କୁ ମିଶାଇ ମୋଟ ୨୦ ଜଣ ଅଧ୍ୟକ୍ଷାଙ୍କ ବିରୋଧରେ ଭୋଟ ଦେଇଥିଲେ। ଭବାନୀପାଟଣା ପୌରାଧ୍ୟକ୍ଷାଙ୍କ ବିରୋଧରେ ସମସ୍ତ କାଉନସିଲର ଏକଜୁଟ୍‌ ହୋଇ ଜିଲ୍ଲାପାଳଙ୍କୁ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଫେରାଦ ହୋଇଥିଲେ। ଜିଲ୍ଲାପାଳ ଜୁଲାଇ ୧୨ ତାରିଖରେ ଅନାସ୍ଥା ପ୍ରସ୍ତାବ ବୈଠକ ନିମନ୍ତେ ନିର୍ଦ୍ଦେଶ […]

ରାଜ୍ୟ

ରାଜନଗରରେ ଆତଙ୍କ: କୁମ୍ଭୀର ଟାଣି ନେଇଥିବା ମହିଳାଙ୍କର ମୃତଦେହ ଉଦ୍ଧାର

କେନ୍ଦ୍ରାପଡା: ବ୍ରାହ୍ମଣୀ ନଦୀରେ ଗତକାଲି କୁମ୍ଭୀର ଟାଣି ନେଇଥିବା ମହିଳାଙ୍କର ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ରାଜନଗରରେ କୁମ୍ଭୀର ଆତଙ୍କ ଖେଳିଯାଇଛି। ସ୍ତାନୀୟ ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଗତକାଲି ଶୌଚ ହେଲାବେଳେ ମହିଳାଙ୍କୁ ଟାଣିନେଇଥିଲା କୁମ୍ଭୀର। ଶୌଚ ପାଇଁ ଯାଇଥିବା ସମୟରେ ମହିଳାଙ୍କୁ କୁମ୍ଭୀର ଟାଣିନେଇଥିବା ଅଭିଯୋଗ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଆଳପୁଆ ଗାଁର ମଞ୍ଜୁଲତା ଭଞ୍ଜ ଘର ପାଖ ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଇଥିଲେ। […]

ରାଜ୍ୟ

ନୂଆ ପ୍ରକଳ୍ପ ଦ୍ବାରା ରେଳ ଭିତ୍ତିଭୂମି ସୁଦୃଢ଼ ହେବ: ରେଳମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓଡ଼ିଶାକୁ ୧୫ ହଜାର କୋଟି ଟଙ୍କାର ୬ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏକାଥରେ ଏତେ ଟଙ୍କାର ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଧନ୍ୟବାଦ ଦେଇଛନ୍ତି। ଲୋକସେବା ଭବନରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡ଼ିହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର ହୋଇଥିବାରୁ ଆମେ ବହୁତ ଖୁସି। ସାରା ଓଡ଼ିଶାବାସୀ ଖୁସିବ୍ୟକ୍ତ […]

ଦେଶ ବିଦେଶ

ସରକାରୀ ଖୁଚୁରା ଦୋକାନରେ ଆଳୁ ବିକ୍ରି ଆରମ୍ଭ: ୟୁନିଟ୍‌-୧, ୪ ହାଟରେ ଯୋଗାଣ ବିଭାଗର ଚଢ଼ଉ, ୩୮ ଟଙ୍କାରେ ବିକ୍ରି ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଖୁଚୁରା ଦୋକାନରେ କିଲୋଗ୍ରାମ ୩୩ ଟଙ୍କା ଦରରେ ଆଳୁ ବିକ୍ରି ଆରମ୍ଭ ହୋଇଛି। ଜଣେ ବ୍ୟକ୍ତି ୧୦୦ ଟଙ୍କାରେ ୩ କି‌ଲୋଗ୍ରାମ ଆଳୁ ପାଇପାରିବେ। ଆଜି ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରୁ ଆଳୁ କିଣିବା ପାଇଁ ଲମ୍ବା ଲାଇନ୍‌ ଲାଗିଥିବା ଦେଖିବାକୁ ମିଳିଥିଲା।କିଛିଦିନ ହେବ ରାଜ୍ୟରେ ଆଳୁ ସଂକଟ ଲାଗି ରହିଛି। ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସୁ ନ ଥିବାରୁ ଦର ବଢ଼ି ଯାଇଛି। ରାଜ୍ୟ ସରକାରଙ୍କ ବାରମ୍ବାର ହସ୍ତକ୍ଷେପ […]

ଦେଶ ବିଦେଶ

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅଚାନକ ଅସୁସ୍ଥ

ସମ୍ବଲପୁର: ଆଜି ଦିନ ୧୧ଟାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ ହୋଇଯାଇଥିଲେ। ବୁର୍ଲାରେ ତାଙ୍କ ସ୍ବାଗତ ନିମନ୍ତେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବୁର୍ଲା ଟିଣଘର ସଭାକକ୍ଷରେ ହେବାକୁ ଥିବା ସମ୍ବର୍ଦ୍ଧନା ସଭାକୁ ଶୋଭାଯାତ୍ରାରେ ଯିବା ସମୟରେ ସେ ଅଚାନକ ଅସୁସ୍ଥ ‌‌ହୋଇପଡ଼ିଥିଲେ। ଶୋଭାଯାତ୍ରା ଗାଡ଼ିରେ ଛିଡ଼ା ହୋଇ ସେ ଜନସାଧାରଣଙ୍କୁ ଅଭିବାଦନ ଜଣାଉଥିବା ସମୟରେ ଅସୁସ୍ଥ ଅନୁଭବ କରି ଗାଡ଼ିରେ ବସିପଡ଼ିଥିଲେ। କୌଣସି ପ୍ରକାରେ ସମ୍ବର୍ଦ୍ଧନା ସଭା ସାରିବା ପରେ ତାଙ୍କୁ ଜଳ ସଂପଦ […]

ରାଜ୍ୟ

ଚର୍ଚ୍ଚାରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସିକା: ସକାଳେ ବଦଳି, ଅପରାହ୍ନରେ ବାତିଲ

ମାଲକାନଗିରି: ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକାଙ୍କ ବଦଳିକୁ ନେଇ ଜିଲ୍ଲାରେ ଏବେ ବେଶ ଚର୍ଚ୍ଚା। ସରକାର ଶୁକ୍ରବାର ମାଲକାନଗିରି ଆଇଟିଡିଏ ପ୍ରକଳ୍ପ ପ୍ରଶାସିକା ଜୟଶ୍ରୀଙ୍କୁ ୧୨ଟା ବେଳେ ବଦଳି ଆଦେଶ କରାଯାଇଥିବା ବେଳେ ୪ ଘଣ୍ଟା ପରେ ପୁଣି ଏହି ନିର୍ଦେଶକୁ ବାତିଲ କଲେ। ଏହା ତାଂକର ପ୍ରଥମ ବଦଳି ନୁହଁ।ନିର୍ବାଚନ ପୂର୍ବରୁ ମଧ୍ୟ ବଦଳି ହୋଇଥିଲା ପୁଣି ପରେ ବାତିଲ ହେଲା। ମେଡମଙ୍କ ପାରିବା ପଣିଆ ଓ ଲମ୍ବା ହାତକୁ ନେଇ ଏବେ […]

ଦେଶ ବିଦେଶ

ପ୍ରଦୂଷିତ ହେଉଛି ବ୍ରାହ୍ମଣୀ ଓ କୋଏଲ: ପାର୍ଶ୍ବବର୍ତ୍ତୀ ଗ୍ରାମବାସୀଙ୍କ ଜୀବନ ପ୍ରତି ବିପଦ

ରାଉରକେଲା: ବର୍ଜ୍ୟଜଳ ପରିଚାଳନା ପାଇଁ ରାଉରକେଲାରେ କାର୍ଯ୍ୟକ୍ଷମ ହୋଇଛି ‌ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ। ହେଲେ ବାସ୍ତବ ଚିତ୍ର ଓଲଟା। ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନାମକୁ ମାତ୍ର ଚାଲିଛି। ଆଜି ପର୍ଯ୍ୟନ୍ତ ଯେତିକି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଚାଲିବା କଥା, ତା’ ଚାଲିପାରିନାହିଁ। ୨୦୧୭ରୁ ଆଜି ପର୍ଯ୍ୟନ୍ତ ଠିକାସଂସ୍ଥା କାମ କରୁଛି। ୮ ବର୍ଷ ବିତିଯାଇଥିଲେ ହେଁ ସରୁନି। କେବେ ସରିବ ବିଭାଗୀୟ ଅଧିକାରୀ ମଧ୍ୟ କହିପାରୁନାହାନ୍ତି। ଫଳରେ ସହରରୁ ନିର୍ଗତ ବର୍ଜ୍ୟଜଳ ଅଧିକାଂଶ ସ୍ଥାନରେ ସିଧାସଳଖ ବ୍ରାହ୍ମଣୀ ଓ କୋଏଲ […]

ରାଜ୍ୟ

ବାଂଲାଦେଶୀଙ୍କ ପାଇଁ ଏବେ ବିପଦରେ ଧାମରା: କଲାମ୍‌ ଦୀପ ଓ ବନ୍ଦର ସୁରକ୍ଷା ପ୍ରତି ବି ବିପଦ

ଧାମରା: ଏବେ ଭାରତ ମୁହାଁ ହୋଇଛନ୍ତି ବାଂଲାଦେଶୀ। ବିଶେଷକରି, ଓଡ଼ିଶାର ଉପକୂଳ ଦେଇ ଶହଶହ ବାଂଲାଦେଶୀ ପ୍ରବେଶ କରିବାପାଇଁ ଉଦ୍ୟମ କରୁଛନ୍ତି। ଯାହାକି, ଉପକୂଳ ଅଞ୍ଚଳର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ବିଶେଷକରି, ଧାମରା ଅଞ୍ଚଳ ଏଥିନେଇ ଅଧିକ ବିପଦ ରହିଛି। ବାସୁଦେବପୁର-ଧାମରା ଉପକୂଳରୁ ବାଂଲାଦେଶର ଦୂରତ୍ବ ମାତ୍ର ୨୦୦ରୁ ୨୫୦ କିମି। ଜଳପଥ ଦେଇ ମାଛ ଧରିବା ବାହାନାରେ ବାଂଲାଦେଶୀ କିମ୍ବା ଅନ୍ୟ ଶତ୍ରୁରାଷ୍ଟ୍ରର ଗୁପ୍ତଚର ଏଠାକୁ ଆସିବା ସହଜ। କେବଳ ବାଂଲାଦେଶୀ ଶରଣାର୍ଥୀ […]