ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କୌଣସି କାମରେ ଗାଁ ବାହାରକୁ ଯାଉଥିଲେ, ରାସ୍ତାରେ କଚାଡ଼ି ମାରିଦେଲା ହାତୀ

ଢେଙ୍କାନାଳ ୨୬।୧୦: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । ଏପରିକି ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଖବର ମିଳିଛି । ଖବର ଅନୁଯାୟୀ, ବାରିହାପୁର ଗାଁର ଅବସରପ୍ରାପ୍ତ ଶିକ୍ଷକ କାଳନ୍ଦି ଅନ୍ୟ ଗାଁକୁ କୈାଣସି କାମରେ ଯାଉଥିଲେ । କିନ୍ତୁ ସେ ସାଇକେଲରେ ଯାଉଥିବା ବେଳେ ବାଟରେ ହାତୀ ସହ ମୁହାଁମୁହିଁ ହୋଇଯାଇଥିଲେ। । ଯାହାଫଳରେ ହାତୀଟି ତାଙ୍କୁ ଶୁଣ୍ଡରେ କଚାଡି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୫୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୨୬।୧୦: ରାଜ୍ୟରେ ଖସିବାରେ ଲାଗିଛି କରୋନା ଗ୍ରାଫ୍ । ୨୪ ଘଣ୍ଟା ମଧ୍ୟରେ ୧୪୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୫୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ୧୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରରୁ ୩ ଜଣ, କେନ୍ଦୁଝର, ମୟୁରଭଞ୍ଜ, […]

ଧର୍ମ

କୁଣ୍ଡଳୀରେ ମାଙ୍ଗଳିକ ଦୋଷ କ’ଣ, ଜୀବନ ଉପରେ କିପରି ପଡିଥାଏ ଏହାର ପ୍ରଭାବ ? ଜାଣନ୍ତୁ ଉପାୟ

ଭୁବନେଶ୍ୱର ୧୮/୧୦ : କୁଣ୍ଡଳୀରେ ମାଙ୍ଗଳିକ ଦୋଷ ଥିବା ପ୍ରାୟତଃ ସମସ୍ତେ ଜାଣିଥାନ୍ତି। ତେବେ ମାଙ୍ଗଳିକ ଦୋଷ କଣ ? କୁଣ୍ଡଳୀରେ ଏହି ଦୋଷ ଥିଲେ ଜୀବନରେ କଣ ପ୍ରଭାବ ପଡେ, ଏବଂ ପ୍ରଭାବ ଯଦି ନକାରାତ୍ମକ ହୁଏ ତାହେଲେ ତାର ଉପାୟ କଣ ? ଏହିଭଳି ଅନେକ ପ୍ରଶ୍ନ ମନରେ ଉଙ୍କି ମାରେ। ପ୍ରଥମେ ଜାଣନ୍ତୁ ମାଙ୍ଗଳିକ ଦୋଷ କଣ : ଜ୍ୟୋତିଷଶାସ୍ତ୍ରରେ ଜନ୍ମ କୁଣ୍ଡଳୀର ଲଗ୍ନ ଭାବ, ଚତୁର୍ଥ ଭାବ, ସପ୍ତମ ଭାବ, ଅଷ୍ଟମ […]

କଳା ଓ ସଂସ୍କୃତି ଧର୍ମ

ଭଗବାନ ଶିବଙ୍କ ପୂଜାରେ ଭୁଲରେ ବି ବ୍ୟବହାର କରନ୍ତୁନି ତୁଳସୀ ପତ୍ର, ରାଗିଯିବେ ଭୋଲେନାଥ

ଭୁବନେଶ୍ୱର ୧୯/୧୦ : ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ। ସୋମବାର ଦିନ ସଚ୍ଚୋଟ ମନରେ ଭଗବାନ ଶିବଙ୍କୁ ଆରାଧନା କଲେ ସବୁ କଷ୍ଟ ଦୂର ହୋଇଥାଏ ଓ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ଶିବ ସର୍ବଦା ନିଜ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି। ଶିବଙ୍କୁ ପ୍ରସନ୍ନ କରିବାକୁ ସୋମବାର ସକାଳୁ ସ୍ନାନ କରି ଶିବଙ୍କୁ ଆରାଧନା କରିବା ଉଚିତ। ଅଧିକାଂଶ କୁମାରୀ କନ୍ୟା ସୋମବାର ଦିନ ବ୍ରତ ପାଳନ କରନ୍ତି। ସାଧାରଣତଃ ମନ […]

ଲାଇଫ୍ ଷ୍ଟାଇଲ

ଘରୋଇ ଉପଚାରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରନ୍ତୁ ଏପରି…

ଏବେ କରୋନା ସଂକ୍ରମଣ ସମୟରେ ଆମେ ସମସ୍ତେ ଉଣା ଅଧିକେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଚାହୁଁଛୁ। ତେବେ ଆସନ୍ତୁ ଜାଣିବା ଏଥିଲାଗି କେଉଁ ମସଲାକୁ ନିଶ୍ଚିତ ରୂପେ ଖାଦ୍ୟରେ ସାମିଲ କରିବା ଉଚିତ ଓ ଏହାର କି ଲାଭ ରହିଛି । ହଳଦୀ: ଖାଦ୍ୟରେ ହଳଦୀର ପ୍ରୟୋଗ କରିଲେ, ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ । ହଳଦୀ କାଛୁ କୁଣ୍ଡିଆ ଓ କ୍ଷତର ଭରଣା ମଧ୍ୟ କରିଥାଏ । ଜିରା: ଜିରା ହଜମ […]

ଲାଇଫ୍ ଷ୍ଟାଇଲ

ଖୁବ୍ କମ୍ ଟଙ୍କାରେ ସମାଧାନ ହେବ କେଶ ଝଡ଼ିବା ସମସ୍ୟା, ଆପଣାନ୍ତୁ ଏହି ଉପାୟ

ଆଜିକାଲି ବହୁଳ ମାତ୍ରାରେ ପରିବେଶ ପ୍ରଦୂଷଣ ଓ ବିଭିନ୍ନ ଧରଣର ରସାୟନ କେଶରେ ବ୍ୟବହାର କରିବା ହେତୁ କେଶ ଝଡ଼ିବା ଆମମାନଙ୍କ ପାଇଁ ପ୍ରାୟ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ମାତ୍ର ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କର ଏହି ସମସ୍ୟାର ସମାଧାନ ଆମ ନିକଟରେ ରହିଛି। ଆମେ ଆଜି ଆପଣଙ୍କୁ ଏକ ଘର ତିଆରି ସାମ୍ପୋ ସଂପର୍କରେ କହିବୁ। ଯାହାକୁ କେଶରେ ଲଗାଇବାର ୧୫ ଦିନ ମଧ୍ୟରେ ଆପଣ ପ୍ରଭାବ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ […]

ଲାଇଫ୍ ଷ୍ଟାଇଲ

ଖାଲି ପେଟରେ ଚା’ ପିଉଛନ୍ତି କି, ତେବେ ହୋଇ ଯାଆନ୍ତୁ ସାବଧାନ!

ଅନେକ ଲୋକ ବେଡ୍ ଟି ବିନା ବିଛଣାରୁ ଉଠନ୍ତି ନାହିଁ । ଏକ ଅନୁଧ୍ୟାନରୁ ଜଣାପଡିଛି ବେଡ୍ ଟି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଚା’ ରେ ଅନେକ ପ୍ରକାରର ଏସିଡ୍ ଥାଏ । ଖାଲି ପେଟରେ ଚା’ ପିଇବା ଦ୍ବାରା ପେଟରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଅଲସର ବା ଗ୍ୟାସ୍ ଭଳି ସମସ୍ୟା ବଢିବାର ସମ୍ଭାବନା ରହିଥାଏ । ଏବେ ଆସନ୍ତୁ ଜାଣିବା ଖାଲି ପେଟରେ ଚା’ ପିଇବା ଦ୍ବାରା […]

ଲାଇଫ୍ ଷ୍ଟାଇଲ

ପ୍ରତିଦିନ କଦଳୀ ଖାଇବା ଦ୍ବାରା ଶରୀରକୁ ମିଳିଥାଏ ଏସବୁ ଲାଭ

କଦଳୀକୁ ସବୁଠୁ ସ୍ବାସ୍ଥ୍ୟକର ଫଳ ଭାବେ ଗଣାଯାଇଥାଏ । ଓଜନ ବୃଦ୍ଧି ପାଇଁ କଦଳୀ ଖାଇବା କଥା ସମସ୍ତେ ଜାଣିଛନ୍ତି। କିନ୍ତୁ ଯଦି ଆପଣ ନିଜ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ବି କଦଳୀ ଖାଇ ପାରିବେ। ଗୋଟିଏ କଦଳୀରେ ୩ଗ୍ରାମ୍ ଫାଇବର ଏବଂ ୧୦୦କ୍ୟାଲୋରୀ ରହିଥାଏ । ଏଥିପାଇଁ କଦଳୀକୁ ସବୁଠୁ ଉତ୍କୃଷ୍ଟ ହାଲୁକା ଭୋଜନ ଭାବେ ଗ୍ରହଣ କରାଯାଇପାରେ। କଦଳୀ ଖାଇବା ଦ୍ବାରା ଶୀଘ୍ର ଭୋକ ଲାଗି ନ ଥାଏ ଏବଂ ଏହା […]

କଳା ଓ ସଂସ୍କୃତି ଧର୍ମ

‘ମହାଳୟା’ର ମହତ୍ତ୍ୱ ଓ ନାମତତ୍ତ୍ୱ

ଆଶ୍ୱିନ ମାସର ଅମାବାସ୍ୟା ‘ମହାଳୟା’ ଅମାବାସ୍ୟା ଭାବରେ ପରିଚିତ ଓ ପ୍ରସିଦ୍ଧ। ଏହି ଅମାବାସ୍ୟାର ନାମ କାହିଁକି ‘ମହାଳୟା’, ତାହାର ଅନେକ ତାତ୍ପର୍ଯ୍ୟ ରହିଛି। ‘ମହତାଂ ଆଳୟଃ ମହାଳୟଃ’। ଅର୍ଥାତ୍ ମହାନ ପୁରୁଷମାନଙ୍କର ଆଳୟ ହେଉଛି ମହାଳୟ। ଏହି ପୁରୁଷମାନେ ହେଉଛନ୍ତି ଆମ କୁଳର ମହାନ ପୂର୍ବଜମାନେ। ସ୍ୱର୍ଗରେ ସେମାନେ ଯେଉଁ ପିତୃଲୋକରେ ଅବସ୍ଥାନ କରନ୍ତି ତାହା ‘ମହାଳୟ’। ଆଶ୍ୱିନ ମାସର କୃଷ୍ଣପକ୍ଷ ଏହି ପିତୃପୁରୁଷମାନଙ୍କର ଶ୍ରାଦ୍ଧ ଓ ତର୍ପଣ ପାଇଁ ପ୍ରଶସ୍ତ। ବିଶେଷ କରି ଅମାବାସ୍ୟା […]

ଧର୍ମ

ଘର ଭିତରେ ଲଗାନ୍ତୁ ଏହିସବୁ ଗଛ, ମିଳିବ ସକରାତ୍ମକ ଶକ୍ତି

ଘରେ ବାରିରେ ଗଛ ଲଗାଇବା କିଛି ଲୋକଙ୍କ ସଉକ। ଏପରିକି କିଛି ଲୋକ ଘର ଭିତରେ ବି ଚାରା ରୋପଣ କରିଥାନ୍ତି। କିନ୍ତୁ ଏମିତି କିଛି ଔଷଧୀୟ ଗଛ ରହିଛି ଯାହାକୁ ଘର ଭିତରେ ଲଗାଇଲେ ଉତ୍ତମ ସ୍ବାସ୍ଥ୍ୟ ମିଳିବା ସହ ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ସେଭଳି କିଛି ଗଛ ଉପରେ…. ତୁଳସୀ: ହିନ୍ଦୁମାନେ ତୁଳସୀକୁ ଅତି ପବିତ୍ର ଓ ପୂଜନୀୟା ଭାବେ ଗ୍ରହଣ କରିଥାନ୍ତି। ଏହାଛଡ଼ା ଏହାକୁ ଔଷଧୀୟ ବୃକ୍ଷ […]