ଅନେକ ଲୋକ ବେଡ୍ ଟି ବିନା ବିଛଣାରୁ ଉଠନ୍ତି ନାହିଁ । ଏକ ଅନୁଧ୍ୟାନରୁ ଜଣାପଡିଛି ବେଡ୍ ଟି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଚା’ ରେ ଅନେକ ପ୍ରକାରର ଏସିଡ୍ ଥାଏ । ଖାଲି ପେଟରେ ଚା’ ପିଇବା ଦ୍ବାରା ପେଟରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଅଲସର ବା ଗ୍ୟାସ୍ ଭଳି ସମସ୍ୟା ବଢିବାର ସମ୍ଭାବନା ରହିଥାଏ । ଏବେ ଆସନ୍ତୁ ଜାଣିବା ଖାଲି ପେଟରେ ଚା’ ପିଇବା ଦ୍ବାରା କେଉଁ ସବୁ ସମସ୍ୟା ଦେଖା ଦେଇଥାଏ।
ଖାଲି ପେଟରେ ଅଧିକ କ୍ଷୀର ମିଶା ଚା’ ପିଇବା ଦ୍ୱାରା କ୍ଲାନ୍ତ ଅନୁଭବ ହୁଏ । ଆଉ ଗୋଟେ କଥା ହେଲା ଚା’ରେ କ୍ଷୀର ମିଶାଇବା ଦ୍ୱାରା ଆଣ୍ଟିଅକ୍ସିଡେଂଟର ପ୍ରଭାବ କମିଯାଇଥାଏ ।
ସେହିପରି ଯଦି ଆପଣ କମ୍ କ୍ଷୀରର ଷ୍ଟ୍ରଙ୍ଗ ଚା’ ପିଉଛନ୍ତି , ଏହା ମଧ୍ୟ ଆପଣଙ୍କ ପାଇଁ କ୍ଷତିକର ଅଟେ । ଷ୍ଟେନଡ୍ ଚା’ ପାଚନ ତନ୍ତ୍ରକୁ କ୍ଷତି ପହଁଚାଇଥାଏ ଏବଂ ଏହା ଆପଣଙ୍କ ପେଟ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି କରେ ।
କେବଳ ଏତିକି ନୁହେଁ, ଯଦି ଆପଣ ଚା’ ଖାଇବା ପରେ ପିଉଛନ୍ତି , ତଥାପି ଆପଣଙ୍କୁ ସମସ୍ୟା ଦେଖା ଦେଇପାରେ । ଆମେ ସମସ୍ତେ ଜାଣିଛ ଯେ ଚା’ ରେ ଟେଟିନ୍ ଥାଏ । ଯାହା ଆହାରରେ ଥିବା ଆୟରନ୍ ସହ ପ୍ରଭାବ ପକାଇଥାଏ । ଏଥିପାଇଁ ଖାଇବା ପରେ ଚା’ ପିଇବା ଦ୍ୱାରା ପୋଷକ ତତ୍ୱ ନଷ୍ଟ କରିଥାଏ ।
ଯଦି ଆପଣ ଦିନରେ ୪ରୁ ୫ଥର ଚା’ ପିଉଥାନ୍ତି , ତ ନିଜର ଏହି ଅଭ୍ୟାସକୁ ପରିତ୍ୟାଗ କରନ୍ତୁ । ବହୁତ ଅଧିକ ଗରମ ଚା’ ପିଇବାର ଅଭ୍ୟାସ ମଧ୍ୟ ଭଲ ନୁହେଁ । ଏହାଦ୍ୱାରା ଖାଦ୍ୟ ନଳୀରେ କ୍ୟାନସର ଭଳି ସମସ୍ୟା ସୃଷ୍ଟି ହୋଇପାରେ।
Trending
- ନ୍ୟାୟପାଳିକାକୁ ନେଇ ମୋଦୀ-କଂଗ୍ରେସ ମୁହାଁମୁହିଁ
- ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ ଓକିଲ: ନ୍ୟାୟପାଳିକାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ‘ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ’
- ଟିକେଟ୍ ନ ମିଳିବାରୁ ସାଂସଦଙ୍କ ଆତ୍ମହତ୍ୟା
- ପ୍ରାର୍ଥୀ ବଦଳାଇ ଚର୍ଚ୍ଚାରେ ବିଜେପି: ସଫଳ ହେବ ନା ବିଫଳତାକୁ ଦୋହରାଇବ?
- ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ କିଏ? ନାମ ଘୋଷଣା କଲାନି ବିଜେଡି, କର୍ମୀଙ୍କ ଉତ୍କଣ୍ଠା ବଢ଼ୁଛି
- ଟିକେଟରୁ ବଞ୍ଚିତ ହେବା ପରେ ସୁରେଶଙ୍କ ସାମ୍ବାଦିକ ସମ୍ମିଳନୀ: ସାଂସଦ ଭାବେ ପ୍ରଦର୍ଶନର ଚିତ୍ରଦେଲେ
- ବିଜେପି ଛାଡ଼ିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା
- ଓଡ଼ିଶାର ଅସ୍ମିତାକୁ ନେଇ ଲଢ଼ିବ କଂଗ୍ରେସ: ସବୁ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଖରେ ପହଞ୍ଚିବ ରାହୁଲଙ୍କ ୫ ଗ୍ୟାରେଣ୍ଟି ସଂକଳ୍ପ
Friday, March 29