ଖେଳ ଦେଶ ବିଦେଶ

ଆର୍‌ସିବି ବିଦାୟର କାରଣ ‘ଭୟ’, ପ୍ରଶଂସକଙ୍କୁ କ୍ଷମା ମାଗିଲେ ଡି’ଭିଲିୟର୍ସ

ଦୁବାଇ: ଚଳିତ ଆଇପିଏଲ୍‌ର ପ୍ରଥମ ପର୍ଯ୍ୟାୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବହୁତ ଭଲ ପ୍ରଦର୍ଶନ କରିଥିଲା। ପ୍ରଥମ ୧୦ ମ୍ୟାଚ୍‌ରୁ ୭ ବିଜୟ ସହ ଦଳ ସହଜରେ ୧୪ ପଏଣ୍ଟ୍‌ ଅର୍ଜନ କରିଥିଲା। ଏହିଠାରୁ କିନ୍ତୁ ଆର୍‌ସିବିର ଅଧୋପତନ ଆରମ୍ଭ ହୋଇଥିଲା। ଲିଗ୍ ପର୍ଯ୍ୟାୟରେ ଲଗାତାର ଚାରିଟି ମ୍ୟାଚ୍ ହାରି କୋହଲି ସେନା ପ୍ରଥମ ଦୁଇ ସ୍ଥାନରେ ରହିବା ସୁଯୋଗ ହାତଛଡ଼ା କରିବା ସହ ସୌଭାଗ୍ୟବଶତଃ ରନ୍ ରେଟ୍ ବଳରେ ପ୍ଲେ ଅଫ୍ ଯାଇଥିଲା। ସନ୍‌ରାଇଜର୍ସ […]

ରାଶିଫଳ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: କାମରେ ସ˚ପୂର୍ଣ୍ଣ ଫଳ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ନୂଆ ଦାୟିତ୍ବ ଗ୍ରହଣ କରିବେ। ଗୁରୁ ଓ ଶୁକ୍ରବାର: ଦୁଃସାହସିକ ପଦକ୍ଷେପ ନିଅନ୍ତୁ ନାହିଁ। ଶନିବାର: ଲାଭର ଅବସର ପାଇବେ। ରବିବାର: ବନ୍ଧୁଠାରୁ ଉପହାର ପାଇବେ। ସୋମ, ମଙ୍ଗଳ ଓ ବୁଧବାର: କ୍ରୋଧ କଲେ କାମରେ କ୍ଷତି ହୋଇପାରେ। ଗୁରୁ ଓ ଶୁକ୍ରବାର: ଗବେଷଣା କାମରେ ମନ ଲାଗିବ। ଶନିବାର: ଲୋକପ୍ରିୟତା ବଢ଼ିବ। ରବିବାର: ଅନୁଭବୀ ଲୋକଙ୍କ ସହିତ ସାକ୍ଷାତ ହେବ। ସୋମ, ମଙ୍ଗଳ […]

ଦେଶ ବିଦେଶ ମନୋରଞ୍ଜନ

ପୁଣି ପୁଲିସ୍‌ ହେବେ ସଲମାନ୍‌

ପୁଣିଥରେ ପୁଲିସ୍‌ ଚରିତ୍ରରେ ନଜର ଆସିବେ ବଲିଉଡ୍‌ ଭାଇଜାନ୍‌ ସଲ୍‌ମାନ୍‌ ଖାନ୍। ‘ଦବଙ୍ଗ’ ଚଳଚ୍ଚିତ୍ରରେ ପୁଲିସ୍‌ ଇନ୍‌ସ୍ପେକ୍ଟର ଚୁଲବୁଲ୍‌ ପାଣ୍ଡେ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ ସଲ୍‌ମାନ୍‌। ଏବେ ନିର୍ଦ୍ଦେଶକ ମହେଶ ମା‌ଞ୍ଜେରକରଙ୍କ ଆଗାମୀ ଚଳଚ୍ଚିତ୍ର ‘ଅନ୍ତିମ’ରେ ପୁଣିଥରେ ତାଙ୍କୁ ପୁଲିସ ଭୂମିକାରେ ଦେଖିବାକୁ ମିଳିବ। ଏହା ଏକ ମରାଠୀ ଚଳଚ୍ଚିତ୍ର ‘ମୁଲ୍‌ସି ପାର୍ଟନ୍‌’ର ହିନ୍ଦୀ ରିମେକ୍‌। ଏଥିରେ ସଲ୍‌ମାନଙ୍କ ବିପକ୍ଷରେ ଅଭିନେତା ଆୟୂଷ ଶର୍ମା ନଜର ଆସିବେ। ଗ୍ୟାଙ୍ଗ୍‌ଷ୍ଟର ଓ ପୁଲିସ୍‌ ମଧ୍ୟରେ […]

ଦେଶ ବିଦେଶ ମନୋରଞ୍ଜନ

ଆକ୍ସନ କରିବାକୁ ଚାହାନ୍ତି ଅନନ୍ୟା

ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆକ୍ସନ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଚାହୁଛନ୍ତି। ଏ ସଂପର୍କରେ ଖୋଦ୍ ଅନନ୍ୟା ଗଣମାଧ୍ୟମକୁ କହିଛନ୍ତି। ନିକଟରେ ତାଙ୍କ ଚଳଚ୍ଚିତ୍ର ‘ଖାଲି ପିଲ’‌‌ରେ ସେ କିଛି ଫାଇଟ୍‌-ସିନ୍‌ରେ ନଜର ଆସିଥିଲେ। ଅନନ୍ୟା କହିଛନ୍ତି,‘ଖାଲି ପିଲି’ରେ ଆକ୍ସନ୍‌ ସିନ୍‌ କରିବା ମୋ ପାଇଁ ନୂଆ ଥିଲା। ପର୍‌ଭେଜ ଭାଇ ଓ ତାଙ୍କ ଟିମ୍‌ ମୋତେ ଏଥିପାଇଁ ସହଯୋଗ କଲେ। ଚଳଚ୍ଚିତ୍ରରେ ଏଭଳି ସିନ୍‌ କରିବା ପରେ ଯଥେଷ୍ଟ ଆତ୍ମସନ୍ତୋଷ ଅନୁଭବ ହେଉଛି ଓ […]

ଦେଶ ବିଦେଶ ମନୋରଞ୍ଜନ

ଅମିତାଭଙ୍କୁ ନିର୍ଦ୍ଦେଶନା ଦେବେ ଅଜୟ

କରୋନା ଯୋଗୁଁ ଏବେ ସବୁ ସିନେମା ହଲ୍‌ରେ ତାଲା ଝୁଲୁଥିବା ବେଳେ ବଲିଉଡ୍ କିନ୍ତୁ ତା’ର ପ୍ରସ୍ତୁତି ଜାରି ରଖିଛି। ଆସନ୍ତା ବର୍ଷ ନିଜ ଦର୍ଶକଙ୍କୁ ଭିନ୍ନ ଭିନ୍ନ ସ୍ବାଦର ଚଳଚ୍ଚିତ୍ର ପରଷି ଦେବାକୁ ଯୋଜନା ଚାଲିଛି। ଏନେଇ ଅନେକ ମେଗା ବଜେଟ ଚଳଚ୍ଚିତ୍ରର ସୁଟିଂ ଚାଲିଥିବା ବେଳେ ଆଉ କିଛି ଘୋଷଣା ହେଉଛି। ଏହି ଅବସରରେ ଏବେ ମହାନାୟକ ଅମିତାଭ ବଚ୍ଚନଙ୍କ ଏକ ଚଳଚ୍ଚିତ୍ରର ନାମ ଘୋଷଣା ହେଉଛି। ଏଥିରେ ବିଗ୍‌-ବି’ଙ୍କୁ ନିର୍ଦ୍ଦେଶନା ଦେବେ ବଲିଉଡ୍‌ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୪୨୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୦୮।୧୧: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୧୪୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୨୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ୧୫ ମୃତକଙ୍କ ମଧ୍ୟରେ […]

ସ୍ୱାସ୍ଥ୍ୟ

କ୍ୟାନସରର ଆଶଙ୍କାକୁ ଦୂର କରିବାକୁ ଚାହୁଁଛନ୍ତି କି? ତେବେ ନିୟମିତ ଖାଆନ୍ତୁ ଏହି ୧୧ଟି ଜିନିଷ

WHOର ଏକ ରିପୋର୍ଟ ମୁତାବକ, ୨୦୧୮ମସିହାରେ କ୍ୟାନସର ରୋଗରେ ପାଖାପାଖି ୯୬ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ସଂଖ୍ୟା ଦେଖି ଆପଣ ଏହି ମାରାତ୍ମକ ରୋଗକୁ ଅନ୍ଦାଜା ଲଗାଇ ପାରିବେ। ଯଦି ମନୁଷ୍ୟ ଏକ ସୁସ୍ଥ ଡାୟେଟକୁ ଫଲୋ କରନ୍ତି କିମ୍ବା ନିଜ ଡାୟେଟରେ କିଛି ଜରୁରୀ ଜିନିଷକୁ ସାମିଲ କରନ୍ତି ତେବେ କ୍ୟାନସରରୁ ମୁକ୍ତି ମିଳିପାରିବ। ୧. କଲରା : ସେଣ୍ଟ ଲୁଇସ୍ ୟୁନିଭର୍ସିଟିର ଏକ ରିପୋର୍ଟ ମୁତାବକ,କଲରା ଶରୀରରେ କ୍ୟାନସର ସେଲ୍ସକୁ ବଢ଼ିବାରୁ ରୋକିଥାଏ। […]

କଳା ଓ ସଂସ୍କୃତି ଧର୍ମ

ଆପଣଙ୍କ ରାଶି ଉପରେ ଧନତେରସର ବଡ ପ୍ରଭାଵ: ଜିନିଷ କିଣିବା ପୂର୍ବରୁ ଜାଣିରଖନ୍ତୁ କ’ଣ ଶୁଭ

ଭୁବନେଶ୍ୱର ୦୭/୧୧ : ଚଳିତ ବର୍ଷ ନଭେମ୍ବର ୧୩ ତାରିଖରେ ଧନତେରସ ପର୍ବ ପଡିବ। ଧନତେରସ ଠାରୁ ଦୀପାବଳି ପର୍ବ ଆରମ୍ଭ ହୋଇଯାଇଥାଏ। ଧନତେରସ ଦିନ ଭଗବାନ ଧନ୍ଵନ୍ତରୀ ଓ ଧନର ଦେବତା କୁବେରଙ୍କୁ ପୂଜା କରାଯାଇଥାଏ। ଧନତେରସ ଦିନ କିଛି ବିଶେଷ ସାମଗ୍ରୀ କିଣାଯାଇଥାଏ। ଧନତେରସ ଦିନ ରାଶି ଅନୁଯାୟୀ ସାମଗ୍ରୀ କିଣିବା ଶୁଭ ବୋଲି କୁହାଯାଏ। ଏହି ଦିନ ନୂଆ ଗାଡି କିଣିବା ମଧ୍ୟ ଶୁଭ ହୋଇଥାଏ। ଧନତେରସ ଦିନ କେଉଁ ରାଶିର ବ୍ୟକ୍ତି […]

ଧର୍ମ ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ଜୁଆଣି ପାଣି: ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ଲାଭଦାୟକ

ଭୁବନେଶ୍ୱର ୦୭/୧୧ : ଆଜିକାଲି ଅଧିକାଂଶ ଲୋକଙ୍କଠାରେ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଦେଉଛି। ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହାର ମୁଖ୍ୟ କାରଣ ହେଉଛି ଅନିୟମିତ ଖାଦ୍ୟ ଅଭ୍ୟାସ। ଯେଉଁମାନେ ବ୍ୟାୟାମ କରନ୍ତି ନାହିଁ ଏବଂ ଅଧିକ ଚର୍ବିଯୁକ୍ତ ଖାଦ୍ୟ ଖାଆନ୍ତି ସେମାନଙ୍କ ମାଂସପେଶୀରେ ରକ୍ତ ସଞ୍ଚାଳନ ପ୍ରଭାବିତ ହେବାକୁ ଲାଗେ। ସେଥିପାଇଁ ଅନେକ ଥର ହାର୍ଟରେ ବ୍ଳକେଜ ହେବା ସହ ଶରୀରର ଅନେକ ଅଂଶରେ ଛୋଟ ବ୍ଳକେଜ ହେବା ଆରମ୍ଭ ହୁଏ। ଯେଉଁ […]

ଖେଳ ଦେଶ ବିଦେଶ

ଆଜି ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍: ଦଳରୁ ବାଦ୍ ପଡିବେ ପୃଥ୍ଵୀ ସ ! ହାଇଦ୍ରାବାଦ ବିପକ୍ଷରେ ନୂତନ ଯୋଡି କରି ପାରନ୍ତି ଓପନିଂ

ନୂଆଦିଲ୍ଲୀ ୦୮।୧୧: ପ୍ରଥମ ଆଇପିଏଲ ଟାଇଟଲ୍‌ର ସନ୍ଧାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରଥମ କ୍ଵାଲିଫାୟର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ହାତରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ତଥାପି ଫାଇନାଲରେ ପ୍ରବେଶ ପାଇଁ ଦଳ ପାଖରେ କ୍ଵାଲିଫାୟର-୨ ଭାବେ ଆଉ ଏକ ସୁଯୋଗ ରହିଛି। ଦିଲ୍ଲୀ ଆଜି କ୍ଵାଲିଫାୟର-୨ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପଡିଆକୁ ଓହ୍ଲାଇବ। ହେଲେ ଦଳ ପାଇଁ ଏବେ ମଧ୍ୟ ଓପନିଂ ଯୋଡି ଚିନ୍ତାର କାରଣ ପାଲଟିଛି। ଚଳିତ ସିଜିନରେ ଓପନିଂ ବ୍ୟାଟସମ୍ୟାନ ପୃଥ୍ଵୀ ସଙ୍କ […]