ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆକ୍ସନ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଚାହୁଛନ୍ତି। ଏ ସଂପର୍କରେ ଖୋଦ୍ ଅନନ୍ୟା ଗଣମାଧ୍ୟମକୁ କହିଛନ୍ତି। ନିକଟରେ ତାଙ୍କ ଚଳଚ୍ଚିତ୍ର ‘ଖାଲି ପିଲ’ରେ ସେ କିଛି ଫାଇଟ୍-ସିନ୍ରେ ନଜର ଆସିଥିଲେ। ଅନନ୍ୟା କହିଛନ୍ତି,‘ଖାଲି ପିଲି’ରେ ଆକ୍ସନ୍ ସିନ୍ କରିବା ମୋ ପାଇଁ ନୂଆ ଥିଲା। ପର୍ଭେଜ ଭାଇ ଓ ତାଙ୍କ ଟିମ୍ ମୋତେ ଏଥିପାଇଁ ସହଯୋଗ କଲେ। ଚଳଚ୍ଚିତ୍ରରେ ଏଭଳି ସିନ୍ କରିବା ପରେ ଯଥେଷ୍ଟ ଆତ୍ମସନ୍ତୋଷ ଅନୁଭବ ହେଉଛି ଓ ମୋର ଆତ୍ମବିଶ୍ବାସ ବଢ଼ିଛି। ତେଣୁ ଭବିଷ୍ୟତରେ ସୁଯୋଗ ମିଳିଲେ ମୁଁ ଏକ ଆକ୍ସନ୍ ଫିଲ୍ମ କରିବାକୁ ଚାହିବି। ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଅନନ୍ୟାଙ୍କୁ ଆଗକୁ ବିଜୟ ଦେବେରକୋଣ୍ଡାଙ୍କ ସହ ‘ଫାଇଟର’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଶକୁନ୍ ବାତ୍ରାଙ୍କ ଆଗାମୀ ଚଳଚ୍ଚିତ୍ରରେ ବି ସେ ନଜର ଆସିପାରନ୍ତି।
Trending
- ପ୍ରକାଶ ପାଇଲା ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଓଡ଼ିଶାର ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନରେ
- ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା ଟ୍ରକ: ୨ ମୃତ, ଜଣେ ଗୁରୁତର
- ସିଡ୍ନୀ ଚର୍ଚ୍ଚରେ ଛୁରାମାଡ଼, ବିଶପ ଆହତ
- ଇରାନକୁ ଉଚିତ ସମୟରେ ଜବାବ ଦିଆଯିବ: ଇସ୍ରାଏଲ
- ପ୍ରଧାନ ବିଚାରପତିଙ୍କୁ ୨୧ ପୂର୍ବ ବିଚାରପତିଙ୍କ ଚିଠି
- ୨୨ ବର୍ଷରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଧ୍ବଂସ
- କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି: ଆଗୁଆ ଶୁଣାଣି ପାଇଁ ମନାକଲେ
- ନିର୍ବାଚନୀ ବଣ୍ଡ୍ ରଦ୍ଦ: ‘ଦିନେ ସମସ୍ତେ ଅନୁତାପ କରିବେ’
Saturday, April 20