ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଦୀପାବଳି ପରେ ଆହୁରି ବଢିବ ସୋରିଷ ତେଲ ଦର !

ନୂଆଦିଲ୍ଲୀ ୧୪/୧୧ : କରୋନା ମହାମାରୀ ସଙ୍କଟ ସମୟରେ ସାଧାରଣ ଜନତାଙ୍କ ସମସ୍ୟା ଲଗାତାର ବଢ଼ିବାରେ ଲାଗିଛି। ପନିପରିବା, ଡାଲି, ଆଳୁ, ପିଆଜ ଆଦି ମହଙ୍ଗା ହେବାପରେ ବର୍ତ୍ତମାନ ଖାଇବା ତେଲର ମହଙ୍ଗା ଦର ଲୋକଙ୍କ ଚିନ୍ତା ବଢ଼ାଇଛି। ତେଲ ବ୍ୟବସାୟୀ କହିବାନୁଯାୟୀ, ଦୀପାବଳି ପରେ ତେଲ ଦାମ ୧୬୦ ଟଙ୍କା ପାର କରିପାରେ। ଦୀପାବଳି ପରେ ବିବାହ ବ୍ରତ ଆଦି ଆରମ୍ଭ ହୋଇଯିବ। ଯାହାଫଳରେ ତେଲର ଚାହିଦା ମଧ୍ୟ ବଢ଼ିଯିବ। ମିଶ୍ରଣ ବନ୍ଦ ହେବା ଯୋଗୁଁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଇଟାଲୀରେ ଅସମ୍ଭାଳ କରୋନା ସ୍ଥିତି : ଟୟେଲେଟରୁ ମିଳିଲା ରୋଗୀଙ୍କ ଶବ

ରୋମ୍ ୧୪/୧୧: ଇଟାଲୀରେ ପୁଣି ଥରେ କରୋନା ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଛି। ଗୋଟିଏ ଭିଡିଓକୁ ନେଇ ଲୋକଙ୍କ ମଧ୍ୟରେ ରାଗ ଏବଂ ଅସନ୍ତୋଷ ଦେଖା ଦେଇଛି ଯେଉଁଥିରେ ଜଣେ ରୋଗୀଙ୍କ ଶବକୁ ହସ୍ପିଟାଲର ଟୟେଲେଟରେ ଦେଖାଯାଇଛି। କୁହାଯାଉଛି ଯେ ମୃତ ବ୍ୟକ୍ତି କରୋନାରେ ପୀଡ଼ିତ ଥିଲେ। ଇଟାଲୀର ବୈଦେଶିକ ମନ୍ତ୍ରୀଙ୍କ କହିବା ଅନୁସାରେ ଇଟାଲୀର କେତେକ ଅଞ୍ଚଳରେ କରୋନା ମହାମାରୀ ଯୋଗୁଁ ସ୍ଥିତି ନିୟନ୍ତ୍ରଣ ବାହାରେ ହୋଇଯାଇଛି। ସେ କହିଛନ୍ତି ଯେ ନେପଲ୍ସ ଏବଂ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଥଣ୍ଡାରେ କମ୍ପୁଥିଲା ଭିକାରୀ, ନିଜ ଜୋତା ଓ ଜ୍ୟାକେଟ୍ ଦେଲେ ଡିଏସପି : ପ୍ରକୃତ ଘଟଣା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଅଧିକାରୀ

ଗ୍ବାଲିୟର ୧୪।୧୧: ମଧ୍ୟପ୍ରଦେଶ ଗ୍ବାଲିୟରରେ ଥଣ୍ଡାରେ ଥରୁଥିବା ଜଣେ ଭିକାରୀଙ୍କୁ ସାହାଯ୍ୟ କରିବା ପାଇଁ ଡିଏସପି ନିଜ ଗାଡି ରୋକିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସେହି ଭିକାରୀ ଜଣଙ୍କ ତାଙ୍କ ବ୍ୟାଚ୍ ର ସହଯୋଗୀ ପୋଲିସ ଅଫିସର ଥିଲେ । ତାଙ୍କୁ ଦେଖିବା ପରେ ଡିଏସପି ଜଣଙ୍କ ତାଙ୍କ ଜୋତା ଏବଂ ଜ୍ୟାକେଟ୍ ଦେଇଦେଇଥିଲେ । କେବଳ ଏତିକି ନୁହେଁ ସେ ତାଙ୍କୁ ତାଙ୍କ ସହ ନେଇଯାଇଥିଲେ । ତାଙ୍କ ଚିକିତ୍ସା ମଧ୍ୟ ଆରମ୍ଭ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବଞ୍ଚିଛି ମାନବିକତା: ଲକଡାଉନ୍‌ରେ ବାଧ୍ୟ ହୋଇ ସ୍କୁଲ ଛାଡିଥିଲେ ବାପା ଛେଉଣ୍ଡ ପୁଅ, ସାହାଯ୍ୟ ପାଇଁ ଆଗେଇ ଆସିଲେ ଲୋକେ

ମୁମ୍ବାଇ ୧୪/୧୧ : କରୋନା ଭାଇରସ ଯୋଗୁଁ ସ୍କୁଲ ଛାଡିବାକୁ ବାଧ୍ୟ ହୋଇଥିବା ଜଣେ ଶିଶୁକୁ ସାହାଯ୍ୟ କରିବାକୁ ହଜାର ହଜାର ଲୋକ ଆଗେଇ ଆସିଛନ୍ତି। ଏହି ଛାତ୍ରର ଜୀବନର ସତ୍ୟତାକୁ ସୋସିଆଲ ମିଡ଼ିଆ ପେଜ ‘ହ୍ୟୁମାନ ଅଫ ବମ୍ବେ’ରେ ସେୟାର କରାଯାଇଥିଲା। ଯେଉଁମାନେ ଏହି ଛାତ୍ରର କାହାଣୀ ଶୁଣିଲେ ସେମାନେ ତାଙ୍କୁକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ‘ହ୍ୟୁମାନ ଅଫ ବମ୍ବେ’ରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ୧୪ ବର୍ଷର ଏହି ଛାତ୍ର ନିଜ ଜୀବନର କାହାଣୀ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆଲୋକର ପର୍ବରେ ଅଘଟଣ, ଇଟାଭାଟି ଖାଲରେ ପଡି ଯୁବକଙ୍କ ମୃତ୍ୟୁ…

ଚଣ୍ଡିଖୋଲ ୧୪।୧୧: ଚାରିଆଡେ ଆଲୋକର ପୂର୍ବ ଦୀପାବଳି ଚାଲିଥିବା ବେଳେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ପଣସ ପଡିଆରେ ଘଟିଛି ଅଘଟଣ । ଇଟାଭାଟି ଖାଲରେ ପଡି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ସୁବାଷ ପରିଡ଼ା । ଖବର ଅନୁଯାୟୀ, ଆଜି ସକାଳ ସମୟରେ ସୁବାଷ ପରିଡ଼ା ଇଟାଭାଟି ଖାଲକୁ ଯାଉଥିବା ବେଳେ ଗୋଡ ଖସିଯାଇଥିଲା । ଯାହାଫଳରେ କି ପାଣିରେ ପଡିଯାଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବଗ ମରା ବିଷକୁ ଚା’ ପତି ଭାବି ପିିଇ ଦେଲେ ପରିବାରର ୫ ଜଣ: ଗୁରୁତର ଅବସ୍ଥା​‌ରେ ହସ୍ପିଟାଲରେ ଭର୍ତ୍ତି

ସୋର୧୪/୧୩: ବିଷ ପିଇ ପରିବାରର ୫ ଗୁରୁତର। ବାଲେଶ୍ବର ଜିଲ୍ଲା ଔପଦା ଥାନା ଦୁର୍ଗାପୁର ନୂଆହାଟ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ବଗ ମରା ବିଷକୁ ଭୁଲ୍‌ରେ ଚା ପତି ଭାବି ଗରମ କରି ୫ ଜଣ ପିଇ ଦେଇଥିଲେ।ଗୁରୁତର ଅବସ୍ଥାରେ ୫ ଜଣଙ୍କୁ ସୋର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତର ହେଲେ ଦୁର୍ଗାପୁର ନୂଆହାଟ ଅଞ୍ଚଳର ବନମାଳି ସିଂ, ସବିନ ସିଂ, ପେଟୁ ସିଂଙ୍କ ସହ ୨ ଶିଶୁ ରମା […]

ଖେଳ ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ମହେନ୍ଦ୍ର ସିଂ ଧୋନୀ କରିବେ କୁକୁଡ଼ା ଚାଷ: କଳା କଡକନାଥ କୁକୁଡା ଚାଷ ପାଇଁ ୨ ହଜାର ଚିଆଁ କରିଛନ୍ତି ବରାଦ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ସବୁଠୁ ଅଧିକ ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କରିବେ କୁକୁଡା ଚାଷ । କଥାଟି ଶୁଣି ଆପଣଙ୍କୁ ଅଜବ ଲାଗିପାରେ । ମାତ୍ର ଏହା ସତ । ଖୁବଶୀଘ୍ର ଧୋନୀଙ୍କ ପ୍ରସ୍ତାବିତ ଜୈବିକ କୁକୁଡା ଫାର୍ମରୁ ମିଳିବ କଳା କଡକନାଥ କୁକୁଡା । ରାଞ୍ଚିରେ ଥିବା ଫାର୍ମରେ କୁକୁଡା ଚାଷ ଆରମ୍ଭ କରିବେ ଧୋନୀ । ଏଥିପାଇଁ କାମ ଆରମ୍ଭ କରିଛନ୍ତି ଧୋନୀ । ନିକଟରେ ଆଇପିଏଲ୍ କାର୍ଯ୍ୟକ୍ରମ ସାରି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଫାଇଜର ପରେ ମଡର୍ଣ୍ଣା ଟିକା ନେଇଥିବା ସ୍ବେଚ୍ଛାସେବୀଙ୍କ ଶରୀରରେ ଦେଖାଦେଲା ପାର୍ଶ୍ବ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦୁଇ ପ୍ରମୁଖ ଆନ୍ତର୍ଜାତିକ ଭେଷଜ କମ୍ପାନି ମଡର୍ଣ୍ଣା ଓ ଫାଇଜର ପକ୍ଷରୁ ପୃଥକ୍‌ ପୃଥକ୍‌ ଭାବେ ବିକଶିତ କୋଭିଡ୍‌-୧୯ ଟିକାର ଗୁରୁତ୍ବପୂର୍ଣ୍ଣ ତୃତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ଆରମ୍ଭ କରିଥିଲେ। କିଛି ଦିନ ତଳେ ‘ଫାଇଜର୍’ ଏବଂ ‘ବାୟୋଏନ୍‌ଟେକ୍‌’ଦ୍ବାରା ମିଳିତଭାବେ ବିକଶିତ ଟିକା କୋଭିଡ୍‌-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୦% ଫଳପ୍ରଦ ହୋଇଥିବା କଥା ସମ୍ପ୍ରତି ଚାଲିଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଥିଲା। କିନ୍ତ ଟିକା ନେବା ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଥିବା କଥା ସାମ୍ନାକୁ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦୀପାବଳିରେ ଦୀପ ପ୍ରଜ୍ୱଳନ କରିବାର ରହସ୍ୟ କ’ଣ?

ପ୍ରତ୍ୟେକ ପର୍ବକୁ ପାଳନ କରିବାର ଲୁକ୍କାୟିତ ଥାଏ ଆଧ୍ୟାତ୍ମିକ ଗୁଢ଼ ରହସ୍ୟ। ଏହାକୁ ହୁଦୟଙ୍ଗମ କଲେ, ଏକ ନୂତନ ଚେତନା ମନ ଭିତରେ ସଞ୍ଚରିତ ହୁଏ। ଦୀପାବଳି ପର୍ବ ପାଳିତ ହୁଏ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ଅର୍ଥାତ୍ ଅନ୍ଧକାର ରାତିରେ। ଅନ୍ଧକାରକୁ ସମାପ୍ତ କରିବା ପାଇଁ ଆଲୋକର ଆବଶ୍ୟକତା ଥାଏ। ଏଠାରେ ଅନ୍ଧକାର ହେଉଛି- ‘ଅଜ୍ଞାନ’ ଏବଂ ଆଲୋକ ହେଉଛି -‘ଜ୍ଞାନ’। ଶ୍ରୀମଦ୍ ଭଗବତ୍ ଗୀତାର ୪ର୍ଥ ଅଧ୍ୟାୟ ୭ମ ଶ୍ଲୋକ- “ଯଦା ଯଦା ହିଁ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୯୦୨ କରୋନା ସଂକ୍ରମିତ ଚିହ୍ନଟ, ୧୫ ମୃତ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମ୍‌ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୫୨୩ ଜଣ ଚିହ୍ନଟ ହୋଇଥିବା ବେଳେ ୩୭୯ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭ ହଜାର […]