ସୋର୧୪/୧୩: ବିଷ ପିଇ ପରିବାରର ୫ ଗୁରୁତର। ବାଲେଶ୍ବର ଜିଲ୍ଲା ଔପଦା ଥାନା ଦୁର୍ଗାପୁର ନୂଆହାଟ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ବଗ ମରା ବିଷକୁ ଭୁଲ୍ରେ ଚା ପତି ଭାବି ଗରମ କରି ୫ ଜଣ ପିଇ ଦେଇଥିଲେ।ଗୁରୁତର ଅବସ୍ଥାରେ ୫ ଜଣଙ୍କୁ ସୋର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଗୁରୁତର ହେଲେ ଦୁର୍ଗାପୁର ନୂଆହାଟ ଅଞ୍ଚଳର ବନମାଳି ସିଂ, ସବିନ ସିଂ, ପେଟୁ ସିଂଙ୍କ ସହ ୨ ଶିଶୁ ରମା ସିଂ ଏବଂ ଟୁବୁ ସିଂ। ବଗମରା ବିଷକୁ ଚା ଭାବି ଗରମ କରି ପିଇ ଦେଇଥିଲେ। ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।