ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ପାର୍ବଣରେ ମିଠା-ମସଲାଯୁକ୍ତ ଖାଦ୍ୟ ଖାଇ ବିଗିଡ଼ିଯାଇଛି କି ଆପଣଙ୍କ ସ୍ବାସ୍ଥ୍ୟ ? ଏହି ୮ଟି ଉପାୟରେ ହୁଅନ୍ତୁ ସୁସ୍ଥ

ଦୀପାବଳି ଏବଂ ଭାଇ ଦ୍ବିତୀୟା ପର୍ବ ଯାଇ ସାରିଛି କିନ୍ତୁ ଲୋକେ ମିଠା ଖାଇବା ବନ୍ଦ କରି ନାହାନ୍ତି। ପର୍ବପର୍ବାଣିରେ ଦିନଚର୍ଯ୍ୟା ବିଗିଡ଼ି ଯାଇଥାଏ ଏବଂ ବ୍ୟାୟାମ କିମ୍ବା ଡାୟେଟ ଫଲୋ ହୋଇପାରିନଥାଏ। ପର୍ବ ସରିବା ମାତ୍ରେ ଅଧିକାଂଶ ଲୋକଙ୍କ ଓଜନ ବଢ଼ିବାର ଅଭିଯୋଗ ହୋଇଥାଏ । ଆସନ୍ତୁ ଜାଣିବା କିଛି ସହଜ ଉପାୟ ବିଷୟରେ ଯାହା ଶରୀରକୁ ଡିଟାକ୍ସ ଅର୍ଥାତ୍ ଶରୀର ଭିତରକୁ ଶୁଦ୍ଧ କରିବା ସହ ଓଜନ କମ୍ କରିବାରେ ସହାୟକ ହୋଇଥାଏ। ୧. […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ସରକାର ବିନା ଗ୍ୟାରେଣ୍ଟିରେ ଦେଉଛନ୍ତି ଲୋନ୍, ୨୫ ଲକ୍ଷ ଲୋକ କରିଛନ୍ତି ଆବେଦନ, ଜାଣନ୍ତୁ କିପରି ଉଠାଇବେ ଲାଭ…

ନୂଆଦିଲ୍ଲୀ,୧୯/୧୧: କରୋନା ପାଇଁ ଦେଶର ଅର୍ଥବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଅନେକ ବ୍ୟକ୍ତି ରୋଜଗାର ହରାଇଛନ୍ତି । ଜୀବିକା ମଧ୍ୟ ହରାଇଛନ୍ତି । ଏହାମଧ୍ୟରେ କେନ୍ଦ୍ର ସରକାର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ୱନିଧି ଯୋଜନା ଆରମ୍ଭ କରିଛନ୍ତି । କରୋନା ସଙ୍କଟ ମଧ୍ୟରେ ସ୍ୱନିଧୀ ଯୋଜନାର ଲାଭ ଲୋକମାନେ ଉଠାଉଛନ୍ତି । ଏହି ଯୋଜନା ଦୁଲାଇ ୨ ତାରିଖରୁ ଆରମ୍ଭ ହୋଇଥିଲା । ଏହି ଯୋଜନାର ଲାଭ ଉଠାଇବା ପାଇଁ ଏବେସୁଦ୍ଧା ୨୫ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୧୦ହଜାର ଟଙ୍କାର ବନ୍ୟା ରିଲିଫ ପାଇବା ପାଇଁ ଛିଡ଼ା ହୋଇଥିଲେ ଲାଇନରେ : ଦେଖୁ ଦେଖୁ ଟଳି ପଡ଼ିଲେ ୫୬ବର୍ଷୀୟ ମହିଳା

ହାଇଦ୍ରାବାଦ ୧୯/୧୧: ତେଲେଙ୍ଗାନା ସରକାର ଦ୍ବାରା ଦିଆଯାଉଥିବା ୧୦ହଜାର ଟଙ୍କାର ବନ୍ୟା ରିଲିଫ ଟଙ୍କା ନେବାକୁ ପହଞ୍ଚିଥିବା ୫୬ବର୍ଷ ବୟସ୍କା ମହିଳା ଲାଇନରେ ଛିଡ଼ା ହୋଇଥିବାବେଳେ ତାଙ୍କର ହଠାତ୍ ମୃତ୍ୟୁ ହୋଇଯାଇଛି। ୧୦ହଜାର ଟଙ୍କା ବନ୍ୟା ରିଲିଫ ପାଇବା ପାଇଁ ମହିଳା ମି ସେବା କେନ୍ଦ୍ରରେ ରେଜିଷ୍ଟେସନ କରିବା ପାଇଁ ପହଞ୍ଚିଥିଲେ। ଲମ୍ବା ଲାଇନରେ ଛିଡ଼ା ହୋଇଥିବାବେଳେ ମହିଳାଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା। ହାଇଦ୍ରାବାଦରେ କିଛି ଦିନ ତଳେ ବନ୍ୟା ହୋଇଥିଲା। ଅନେକ ଲୋକେ ତାଙ୍କ ବେଉସା […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସ କାମରେ ପୂର୍ବ ଅଭିଜ୍ଞତା କାମରେ ଆସିବ। ଭୂସ˚ପତ୍ତି କିଣି ପାରନ୍ତି। ଅସନ୍ତୁଷ୍ଟ ଥିବା ପ୍ରିୟତମଙ୍କୁ ମନାଇପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଭଲ। ବୃଷ: ଆପଣଙ୍କ ଠାରୁ ବଡ଼ଙ୍କର ସେବା କରନ୍ତୁ, ଅଫିସରେ ଲାଗିରହିଥିବା ବାଧା ଦୂର ହେବ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ କାମ ମିଳିବ। ମିଥୁନ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ନୂଆ କାମ ଆଡ଼କୁ ଆଗ୍ରହ ବଢ଼ିବ। ଅଫିସରେ ଅଧିକ ପରିଶ୍ରମ କରି ଅସମାପ୍ତ କାମ ସ˚ପୂର୍ଣ୍ଣ କରିନେବେ। କର୍କଟ: […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଏହି ଦେଶର ରାଜଧାନୀରେ ଔଷଧ ବିକନ୍ତି ଫେରିବାଲା!

ନୂଆଦିଲ୍ଲୀ: ହାଇତିର ରାଜଧାନୀ ପୋର୍ଟ‌୍‌-ଅଫ୍‌-ପ୍ରିନ୍‌ସଠାରେ ଫେରିବାଲା ବା ବୁଲା ବିକାଳିମାନେ ରାସ୍ତାରେ ବୁଲିବୁଲି ଔଷଧ ବିକନ୍ତି। ସେମାନେ ଡିଗ୍ରିଧାରୀ ଫାର୍ମାସିଷ୍ଟ୍ ହୋଇ ନ ଥିବା ସତ୍ତ୍ବେ ସେଠାରେ ଏ ପ୍ରକାର ଅବୈଧ କାରବାର ଅବାଧରେ ଚାଲିଛି। ବାଧା ଦେବାକୁ କେହି ନାହାନ୍ତି। ଔଷଧ ସ˚ପର୍କରେ କୌଣସି ଜ୍ଞାନ ନ ଥାଇ ସେମାନେ ବିକୁଛନ୍ତି। ରୋଗୀ କିଣୁଛନ୍ତି। ସେଠାରେ ଏପରିକି ବ୍ରଣ ଭଲ କରିବା ପାଇଁ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍‌ସ ଦିଆଯାଏ। ଲୋକେ, ବିକାଳି ସହ ପରାମର୍ଶ କରି ଔଷଧ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଓଡ଼ିଶାରେ ପ୍ରଥମ : ବିନା ମାଟିରେ ଚାଷ

ଜଗତସିଂହପୁର ଟାଉନ୍, (ସୋମନାଥ ପରିଡ଼ା): ବିନା ମାଟିରେ ଚାଷ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କେବଳ ପାଣିରେ ବଢୁଥିବା ଗଛକୁ ନେଇ ହାଇଡ୍ରୋପୋନିକ ପ୍ରଣାଳୀରେ ଚାଷ କରି ସ୍ବତନ୍ତ୍ରତା ହାସଲ କରିଛନ୍ତି ଆଶିଷ ମହାନ୍ତି। ଜଗତସିଂହପୁରର ଏହି ୨୯ ବର୍ଷୀୟ ଯୁବକ ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ଚାଷ କରି ‘ଲିଫ୍ ଭେଜିଟେବୁଲ୍’ ଉତ୍ପାଦନ ଆରମ୍ଭ କରିଛନ୍ତି। ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ଆତ୍ମନିର୍ଭଶୀଳ ହେବାକୁ ପ୍ରେରଣା ଦେଉଛନ୍ତି। ଆଶିଷଙ୍କ ଘର ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ […]

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ମୂକ ବଧିର ମହାବିଦ୍ୟାଳୟ ଜମି ସମସ୍ୟା ହଟିଲା: ଗୋଠପାଟଣାରେ ଯୋଗାଇ ଦିଆଯିବ ୨ ଏକର ଜମି

ଭୁବନେଶ୍ବର: ମୂକ ଓ ବଧିର ଛାତ୍ରଛାତ୍ରୀଙ୍କ ପାଇଁ ଗୋଠପାଟଣାରେ ନିର୍ମିତ ହେବ ମହାବିଦ୍ୟାଳୟ। ଏନେଇ ୨ ଏକର ଜମି ଯୋଗାଇ ଦିଆଯିବ। ସତ୍ୟଭାମା ଦେବୀ ୱେଲ୍‌ଫେୟାର ଟ୍ରଷ୍ଟ୍‌ ଆନୁକୂଲ୍ୟରେ ଚାଲିଥିବା ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟ ନିମନ୍ତେ ଏହି ଜମି ଯୋଗାଇ ଦେବା ନିମନ୍ତେ ଆଜି ସବୁଜ ସଙ୍କେତ ମିଳିଛି। ଦୀର୍ଘ ୪ ବର୍ଷ ଧରି ବହୁ ବାଦ ବିବାଦ ଓ ସଂଘର୍ଷ ପରେ ଟ୍ରଷ୍ଟ୍‌କୁ ଗୋଠପାଟଣାରେ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏନେଇ […]

ଦେଶ ବିଦେଶ ମନୋରଞ୍ଜନ

ନିଜକୁ ସଙ୍ଗରୋଧରେ ରଖିଲେ ସଲମାନ ଖାନ୍

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଡ୍ରାଇଭର ସମେତ ଦୁଇଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ସଲମାନ ଖାନ ଏବେ ନିଜକୁ ସଙ୍ଗରୋଧ କରିଛନ୍ତି। କରୋନା ଦ୍ବାରା ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସେ ନିଜକୁ ଘରେ ସଙ୍ଗରୋଧ କରିଛନ୍ତି। ଆଗାମୀ ୧୪ଦିନ ପର୍ଯ୍ୟନ୍ତ ସେ ନିଜ ପରିବାର ସହ ସଙ୍ଗରୋଧରେ ରହିବାର ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି। ତେବେ ସଲମାନ ବର୍ତ୍ତମାନ ବିଗ୍ ବସ୍ -୧୪ର ଉପସ୍ଥାପନା କରୁଥିବା ବେଳେ […]

ଦେଶ ବିଦେଶ ମନୋରଞ୍ଜନ

ଆପଣଙ୍କୁ ମିଳିପାରେ କିଙ୍ଗ୍‌ ଖାନଙ୍କ ଘରେ ଗୋଟିଏ ରାତି କାଟିବାର ସୁଯୋଗ, ଜାଣନ୍ତୁ କିପରି?

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଶାହାରୁଖ ଖାନଙ୍କ ଘରେ ଗୋଟାଏ ଦିନ ରହିବାର ସୁଯୋଗ ମିଳିବ ତେବେ ଆପଣ କ’ଣ କରିବେ? ବଲିଉଡ୍‌ କିଙ୍ଗ୍‌ ଶାହାରୁୁଖ ଓ ତାଙ୍କ ପତ୍ନୀ ଗୌରୀ ଖାନ ସେମାନଙ୍କ ଦିଲ୍ଲୀ ଘରେ ରହିବା ପାଇଁ ଏପରି ସୁଯୋଗଟିଏ ସୃଷ୍ଟି କରିଛନ୍ତି। ଆପଣ ଭାବୁଥିବେ ଶାହାରୁଖଙ୍କ ଘରେ କିପରି ରହିବେ? ମାତ୍ର ଗୋଟିଏ ଛୋଟିଆ ପ୍ରତିଯୋଗିତା ଜିତିଗଲେ ଆପଣ କିଙ୍ଗ୍‌ ଖାନଙ୍କ ଘରେ ରାତିଟିଏ ରହିପାରିବେ। ନିକଟରେ ବଲିଉଡର ପ୍ରଭାବଶାଳୀ ଦମ୍ପତି ଶାହାରୁଖ ଓ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ପୁଣି ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ, ୧୭ମୃତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୧୧୭୮୮ରେ ପହଞ୍ଚିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪୯୯ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୬୯ଜଣ ସ୍ଥାନୀୟ ସଂକ୍ରମିତ। ଏଣେ ସୁସ୍ଥ ହୋଇ ସାରିଲେଣି ୩୦୧୭୭୭ ଜଣ। ଏବେ ବି ସକ୍ରୟ ଅଛନ୍ତି ୮ ହଜାର ୩୬୬ଜଣ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ […]