ଦେଶ ବିଦେଶ ମନୋରଞ୍ଜନ

ନିଜକୁ ସଙ୍ଗରୋଧରେ ରଖିଲେ ସଲମାନ ଖାନ୍

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଡ୍ରାଇଭର ସମେତ ଦୁଇଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ସଲମାନ ଖାନ ଏବେ ନିଜକୁ ସଙ୍ଗରୋଧ କରିଛନ୍ତି। କରୋନା ଦ୍ବାରା ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସେ ନିଜକୁ ଘରେ ସଙ୍ଗରୋଧ କରିଛନ୍ତି। ଆଗାମୀ ୧୪ଦିନ ପର୍ଯ୍ୟନ୍ତ ସେ ନିଜ ପରିବାର ସହ ସଙ୍ଗରୋଧରେ ରହିବାର ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି। ତେବେ ସଲମାନ ବର୍ତ୍ତମାନ ବିଗ୍ ବସ୍ -୧୪ର ଉପସ୍ଥାପନା କରୁଥିବା ବେଳେ ଏଭଳି ପରିସ୍ଥିତିରେ, ଆଗାମୀ ଅଧ୍ୟାୟରେ ସଲମାନ ନଜର ଆସିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା।

ଅନ୍ୟ ପକ୍ଷରେ କରୋନା ଆକ୍ରାନ୍ତ ହୋଇଥିବା ସଲମାନ ଖାନଙ୍କ ଡ୍ରାଇଭର ସମେତ ଦୁଇଜଣ କର୍ମଚାରୀଙ୍କୁ ଏବେ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିକଟରେ ସଲମାନ ଖାନ ରାଧେ ଫିଲ୍ମର ସୁଟିଂ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ଦିଶା ପଟାନି ନଜର ଆସିବେ। ଏବେ ସେ ନିଜକୁ ସଙ୍ଗରୋଧ କରିଥିବାରୁ କିଛି ଦିନ ପର୍ଯ୍ୟନ୍ତ ସମସ୍ତ ସୁଟିଂ ବନ୍ଦ ରଖିବେ ‌ବୋଲି ଜଣା ପଡ଼ିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ