କରୋନା ଟିକା ଆସିବା ନେଇ ଆଶା ବଢୁଥିବା ବେଳେ ବିଦେଶୀ ନିବେଶକ ବଢାଉଛନ୍ତି ନିବେଶ, ରେକର୍ଡ ସ୍ତରରେ ପହଞ୍ଚିଲା ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ
ନୂଆଦିଲ୍ଲୀ: ରେକର୍ଡ ସ୍ତରରେ ପହଂଚିଛି ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) । ମଙ୍ଗଳବାର ଷ୍ଟକ ମାର୍କେଟ୍ ୫୦୬ ପଏଣ୍ଟ ବୃଦ୍ଧିପାଇ ୪୪,୬୫୫ ପଏଣ୍ଟରେ ବନ୍ଦ ହୋଇଥିଲା। ଆଇଟି, ବ୍ୟାଙ୍କିଙ୍ଗ୍ ଓ ରିୟଲ ଇଷ୍ଟେଟ୍ ଷ୍ଟକ କାରବାରରେ ଉନ୍ନତି ଦେଖାଦେବା ଯୋଗୁଁ ସୂଚକାଙ୍କ ପ୍ରାୟ ୪୫୦ ପଏଣ୍ଟ ଉଚ୍ଚକୁ ଯାଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସ୍ଇ) ର ନିଫ୍ଟ ୧୪୦ ପଏଣ୍ଟ ବୃଦ୍ଧିପାଇ ୧୩,୧୦୯ ପଏଣ୍ଟ ଛୁଇଁଛି । ସେନସେକ୍ସରେ ସନଫାର୍ମା, ଟେକ୍ ମହିନ୍ଦ୍ରା, ଇଣ୍ଡସଇଣ୍ଡ […]





