କାନବେରା ୦୨।୧୨: ଆଜି ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ସିରିଜ୍ର ଶେଷ ଦିନିକିଆ ମ୍ୟାଚ୍ । ସିରିଜର ଶେଷ ମ୍ୟାଚରେ ଟସ୍ ଜିତିଲା ଟିମ୍ ଇଣ୍ଡିଆ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ। ଆଉ କିଛି ସମୟ ପରେ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ । ସିରିଜ କବ୍ଜା କରିସାରିଥିବା ଘରୋଇ ଅଷ୍ଟ୍ରେଲିଆ ଦଳ ଆଧିପତ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଭାରତ ପାଇଁ ସମ୍ମାନ ବଞ୍ଚାଇବାକୁ ଶେଷ ସୁଯୋଗ ରହିଛି । ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ବିଜୟ ସହ ମନୋବଳ ବୃଦ୍ଧି କରିବାକୁ ଭାରତୀୟ ଦଳ ଯୋଜନା କରୁଛି ।
ଟିମ୍ ଇଣ୍ଡିଆ ଗୋଟିଏ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ। ମହମ୍ମଦ ଶାମିଙ୍କ ସ୍ଥାନରେ ଯୁବ ବାମହାତୀ ପେସ୍ ବୋଲର ଟି-ନଟରାଜନ ଆଜି ଦିନିକିଆରେ ଡେବ୍ୟୁ କରୁଛନ୍ତି। ସେହିପରି ଯୁବ ବ୍ୟାଟସମ୍ୟାନ୍ ଶୁଭମନ୍ ଗିଲ୍, କୁଲଦୀପ ଯାଦବ ଓ ସର୍ଦ୍ଦୁଲ ଠାକୁର ଆଜିର ମ୍ୟାଚ୍ ଖେଳୁଛନ୍ତି।
ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ, ମାର୍ନୁସ ଲାବୁସେନ, ଷ୍ଟିଭ୍ ସ୍ମିଥ, ଗ୍ଲେନ୍ ମାକ୍ସଓ୍ବେଲ, ମୋଇସ୍ ହେନେରିକ୍ସ, ଆଲେକ୍ସ କ୍ୟାରୀ, କ୍ୟାମେରନ୍ ଗ୍ରିନ୍, ଆଷ୍ଟନ୍ ଅଗର, ସିନ୍ ଆବର୍ଟ, ଆଦାମ ଜାମ୍ପା, ଜୋଶ ହଜେଲଉଡ
ଟିମ୍ ଇଣ୍ଡିଆ: ଶିଖର ଧାଓ୍ବନ, ଶୁଭମନ୍ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡିଆ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଶର୍ଦ୍ଦୁଲ ଠାକୁର, ଯଶପ୍ରୀତ୍ ବୁମରା, ଟି-ନଟରାଜନ
Trending
- ମୁଖ୍ୟମନ୍ତ୍ରୀ ରହିବେ କେଜ୍ରିୱାଲ: ପଦବୀରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ
- ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି, ହେଉଛି ବେଞ୍ଚ ଫିକ୍ସିଂ: ୬୦୦ରୁ ଅଧିକ ଆଇନଜୀବୀ ସିଜେଆଇଙ୍କୁ ଲେଖିଲେ ଚିଠି
- ବରୁଣଙ୍କ ଭାବପ୍ରବଣ ଚିଠି: ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପିଲଭିତ୍ ସହିତ ତୁଟିବନି ମୋ ସମ୍ପର୍କ
- ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଭର୍ତ୍ତୃହରି-ସିଦ୍ଧାନ୍ତ-ଦମୟନ୍ତୀ ବିଜେପିରେ ଯୋଗ ଦେଇପାରନ୍ତି
- ରାଜଧାନୀରେ ବନ୍ଧୁକ ମାଫିଆ: ନିର୍ବାଚନ ବେଳେ ସୁପାରି କିଲର ସକ୍ରିୟ
- ପୁଲିସ କର୍ମଚାରୀଙ୍କ ଶବ ପାଇଁ ଟଣାଓଟରା: ଦୁଇ ପତ୍ନୀ, ମା’ ମୁହାଁମୁହିଁ; ଶେଷରେ ଶବ ନେଲେ ମା’
- ରାଜନୈତିକ ଶତ୍ରୁତାରୁ ହୋଲିରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀ, ଦିଅରଙ୍କ ସହ ୧୦ ଆହତ
- କନ୍ଧମାଳ ଲୋକସଭା ଆସନରୁ ପୁଣି ଅଚ୍ୟୁତ: ଘୁ.ଉଦୟଗିରିରୁ ସାଲୁଗା
Friday, March 29