ହିରୋ ହେବେ ‌ସୋନୁ

ଖଳନାୟକ ସାଜିବେ ନାୟକ। କରୋନା ସଂକଟ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ବାସ୍ତବ ଜୀବନର ହିରୋ ସାଜିଥିବା ଅଭିନେତା ସୋନୁ ସୁଦ୍‌ ଏବେ ଚଳଚ୍ଚିତ୍ରରେ ବି ହିରୋ ହେବେ। ଏନେଇ ସୋନୁଙ୍କ ପାଖରେ ଏବେ ଅଫର୍‌ର ବର୍ଷା। ଏକଦା କେବଳ ଖଳନାୟକ ଭୂମିକା ପାଇଁ ଚଳଚ୍ଚିତ୍ର ନିର୍ମାତାମାନେ ସୋନୁଙ୍କୁ ସାଇନ୍‌ କରୁଥିବା ବେଳେ ଏବେ ସମସ୍ତ ପ୍ରକାର ଭୂମିକା ନେଇ ତାଙ୍କ ପାଖକୁ ଆସୁଛନ୍ତି। ସୋନୁଙ୍କ ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଥିବାରୁ ଏବେ ତାଙ୍କ ପାଖରେ ୪ରୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଇଂଲଣ୍ଡ୍‌ରେ ନୂଆ କରୋନାଭାଇରସ୍‌: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସରକାର ସତର୍କ ଅଛନ୍ତି, ଭୟ କରିବା ଅନାବଶ୍ୟକ

ନୂଆଦିଲ୍ଲୀ: ଇଂଲଣ୍ଡ୍‌ର ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍‌ ସଂକ୍ରମଣ ବିଷୟରେ ସରକାର ସତର୍କ ଥିବାରୁ ଭୟଭୀତ ହେବା ଅନାବଶ୍ୟକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର ଦିନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନାଭାଇରସ୍‌ ମହାମାରୀ ବିରୋଧରେ ସଂଗ୍ରାମ ଭାରତର ଆତ୍ମନିର୍ଭରତାର ଏକ ଦୃଷ୍ଟାନ୍ତ। ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ଭାରତ ଅଧିକାଂଶ କ୍ଷେତ୍ରରେ ଶ୍ରେଷ୍ଠ ୧୦ ସ୍ଥାନରେ ରହିଛି […]

ଦେଶ ବିଦେଶ ମନୋରଞ୍ଜନ

ମଶୁରିରେ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ ସୁଟିଂ ବେଳେ ବିଗିଡିଗଲା ମିଥୁନ ଦା’ଙ୍କ ସ୍ୱାସ୍ଥ୍ୟ: ଅଧାରେ ବନ୍ଦ କରାଗଲା ସୁଟିଂ

ମୁମ୍ବାଇ ୨୧/୧୨ : ବଲିଉଡର ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଗତ କିଛି ଦିନ ହେଲା ଡେରାଡୁନ ଓ ମଶୁରିରେ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ର ସୁଟିଂରେ ବ୍ୟସ୍ତ ଥିଲେ। ଶନିବାର ଦିନ ସୁଟିଂ ସମୟରେ ହଠାତ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା। ଫଳରେ ଫିଲ୍ମ ସୁଟିଂ ଅଧାରେ ବନ୍ଦ କରିବାକୁ ପଡିଥିଲା। ସୂଚନା ଅନୁଯାୟୀ, ସୁଟିଂ ସମୟରେ ମିଥୁନ ହଠାତ ପେଟ ସଂକ୍ରମଣର ଶିକାର ହୋଇଥିଲେ। ସେଥିପାଇଁ ସୁଟିଂ ବନ୍ଦ କରି ତାଙ୍କୁ ତୁରନ୍ତ ହୋଟେଲକୁ ଅଣାଯାଇଥିଲା। […]

ଦ୍ୱିତୀୟ ଟେଷ୍ଟ୍ ପାଇଁ ଭାରତର ସ୍ୱତନ୍ତ୍ର ରଣନୀତି : ଶୁଭମନ, ଜାଡେଜା, ରାହୁଲ ଓ ପନ୍ତ ପାଇବେ ସ୍ଥାନ !

ନୂଆଦିଲ୍ଲୀ,୨୧/୧୨: ଭାରତୀୟ ଦଳ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନରେ ଅଲଆଉଟ ହୋଇଯାଇଥିଲା । ଏହି ପରାଜୟ ପରେ ଦଳ, କୋଚ୍ ଓ ଅଧିନାୟକଙ୍କୁ ବିଭିନ୍ନ ଆଡୁ ସମାଲୋଚନା କରାଯାଉଛି । ଏପରିକି ପରାଜୟ ପାଇଁ ବ୍ୟାଟସମ୍ୟାନଙ୍କୁ ଦାୟୀ କରାଯାଉଛି । ଏହି ପରାଜୟକୁ ଭୁଲି ଭାରତ ଦ୍ୱିତୀୟ ଟେଷ୍ଟ ପାଇଁ ରଣନୀତି ପ୍ରସ୍ତୁତ କରୁଛି । ଦଳରେ ଅନେକ ପରିବର୍ତ୍ତନ ନେଇ ସମ୍ଭାବନା […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଆଉ ଦିନକ ପରେ ଖୋଲିବ ଶ୍ରୀମନ୍ଦିର ; ପ୍ରଥମ ତିନିଦିନ ଦର୍ଶନ କରିବେ ସେବାୟତଙ୍କ ପରିବାର

ପୁରୀ ୨୧।୧୨: ଆଉ ଦିନକ ପରେ ଭକ୍ତ କରିବେ ମହାପ୍ରଭୁଙ୍କ ଦର୍ଶନ । ଦର୍ଶନ ବ୍ୟବସ୍ଥା ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ , ଅତିରିକ୍ତ ଏସପି ବୈଠକରେ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ଅଧକ୍ଷତାରେ ବସିଥିବା ବୈଠକ ଶେଷ ହୋଇଯାଇଛି । […]

‘ରାହୁଲ ଦ୍ରାବିଡଙ୍କୁ ତୁରନ୍ତ ଅଷ୍ଟ୍ରେଲିଆ ପଠାଯାଉ, ଖେଳାଳିଙ୍କୁ ମିଳିବ ସାହାଯ୍ୟ’ : ବିସିସିଆଇକୁ ଭେଙ୍ଗସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ, ୨୧/୧୨: ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ମୁଖ୍ୟ ଚୟନକର୍ତ୍ତା ଦିଲୀପ ଭେଙ୍ଗସରକାର ବିସିସିଆଇକୁ ଏକ ପରାମର୍ଶ ଦେଇଛନ୍ତି । ରାହୁଲ ଦ୍ରାବିଡଙ୍କୁ ଭାରତୀୟ ବ୍ୟାଟସମ୍ୟାନଙ୍କୁ ସାହାଯ୍ୟ ପାଇଁ ଅଷ୍ଟ୍ରେଲିଆ ପଠାଯାଉ ବୋଲି ସେ ଅପିଲ କରିଛନ୍ତି । ଭାରତ ଆଡିଲେଡ ଟେଷ୍ଟରେ ଅଷ୍ଟ୍ରେଲିଆଠୁ ୮ ଓ୍ୱିକେଟରେ ଲଜ୍ଜାଜନକ ପରାଜିତ ହୋଇଥିଲା । ଦଳ ଦ୍ୱିତୀୟ ଇନିଂସରେ ମାତ୍ର .୩୬ ରନରେ ଅଲଆଉଟ ହୋଇଯାଇଥିଲା । ଭାରତର ବ୍ୟାଟସମ୍ୟାନ୍ ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ […]

ଆଗ୍ରାରେ ପହଞ୍ଚିଲେ ଅକ୍ଷୟ କୁମାର, ସାରା ଅଲି ଖାନ: ତାଜମହଲରେ ଚାଲିଛି ଫିଲ୍ମ ସୁଟିଂ

ଆଗ୍ରା ୨୧/୧୨ : କରୋନା ମହାମାରୀ ଯୋଗୁଁ ବହୁ ଦିନ ଧରି ଫିଲ୍ମ ସୁଟିଂ ବନ୍ଦ ରହିଥିଲା। କିନ୍ତୁ ବର୍ତ୍ତମାନ ଫିଲ୍ମ ସୁଟିଂ ପୁଣି ଆରମ୍ଭ ହୋଇଛି। ତାଜନଗରୀ ଆଗ୍ରାରେ ବଲିଉଡ ଫିଲ୍ମ ସୁଟିଂ ଚାଲିଛି। ରବିବାର ସନ୍ଧ୍ୟାରେ ବଲିଉଡର ନାମୀ କଳାକାର ଅକ୍ଷୟ କୁମାର, ସାରା ଅଲି ଖାନ, ନାସିରୁଦ୍ଦିନ ଶାହ ଓ ଦକ୍ଷିଣ ଫିଲ୍ମ ଷ୍ଟାର ଧନୁଷ ଆଗ୍ରାରେ ପହଞ୍ଚିଥିଲେ। ସମସ୍ତେ ସୋମବାର ଦିନ ତାଜମହଲରେ ଫିଲ୍ମ ‘ଅତରଙ୍ଗୀ’ର ସୁଟିଂ କରିବେ। ଆଗ୍ରା ପହଞ୍ଚିବା […]

ଓଡ଼ିଶା ଓ ପୁରୀ ପାଇଁ ଗର୍ବ: ମିସ୍ ଇଣ୍ତିଆ ଫଟୋଜେନିକ୍ ଫେସ୍ ପ୍ରତିଯୋଗୀତାରେ ବିଜୟୀ ହେଲେ ପୁରୀ ଝିଅ ଅପର୍ଣ୍ଣା ଦାଶ

ପୁରୀ ୨୦/୧୨ : ମିସ୍ ଇଣ୍ତିଆ ଫଟୋଜେନିକ୍ ଫେସ୍ ପ୍ରତିଯୋଗୀତାରେ ପୁରୀର ଝିଅ ଅପର୍ଣ୍ଣା ଦାଶ ବିଜୟୀ ହୋଇ ପୁରୀ ତଥା ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି। କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ରୀ ଅପର୍ଣ୍ଣା ଫ୍ୟାସନ୍ ଡ଼ିଜାଇନିଂ କୋର୍ସ କରି ଭବିଷ୍ୟତରେ ଏହି ଦିଗରେ ମାର୍କେଟିଂ ସହ ମିସ୍ ଫେମିନା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପୁରୀର ଶ୍ରୀକାନ୍ତ ଦାଶ ଓ ସ୍ୱାଧିନା ଦାଶଙ୍କ ଏକମାତ୍ର କନ୍ୟା ହେଉଛନ୍ତି ଅପର୍ଣ୍ଣା ଦାଶ। ପୁରୀ ବ୍ଲେସ୍ଡ ସାକ୍ରମେଣ୍ଟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୧୪ ମହଲା କୋଠାରୁ ପଡି ଋଷ୍ ବୈଜ୍ଞାନିକଙ୍କ ସନ୍ଦେହଜନକ ମୃତ୍ୟୁ, କରୋନା ଟିକା ଉପରେ କରୁଥିଲେ କାମ

ମସ୍କୋ ୨୧।୧୨: କରୋନା ଟିକା ପ୍ରସ୍ତୁତିରେ ଲାଗିଥିବା ଋଷ୍ ର ଜଣେ ପ୍ରମୁଖ ବୈଜ୍ଞାନିକଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ ୪୫ ବର୍ଷ ବୟସ୍କ ବୈଜ୍ଞାନିକ ଅଲେକଜେଣ୍ଡର ସାଶା ନିଜ ଫ୍ଲାଟ୍ ର ୧୪ ମହଲାରୁ ତଳକୁ ଖସି ପଡିଥିଲେ । ସେହି ସମୟରେ ସେ କେବଳ ଅଣ୍ଡରଓ୍ବିୟର ପିନ୍ଧିଥିଲେ । ପୋଲିସ ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି । ୪୫ ବର୍ଷ ବୟସ୍କ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଗାଡି ମାଲିକଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଜଳେଶ୍ୱର ୨୧।୧୨: ଜାତୀୟ ରାଜପଥରେ ଗାଡି ମାଲିକଙ୍କୁ ଆକ୍ରମଣ । ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ଛକ ନିକଟରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ସ୍ଥାନୀୟ ଲୋକେ ଗାଡି ମାଲିକନାରାୟଣ କରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ସେପଟେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଇଛି । ଖବର ଅନୁଯାୟୀ, ସୋମବାର […]