ଜଳେଶ୍ୱର ୨୧।୧୨: ଜାତୀୟ ରାଜପଥରେ ଗାଡି ମାଲିକଙ୍କୁ ଆକ୍ରମଣ । ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ଛକ ନିକଟରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ସ୍ଥାନୀୟ ଲୋକେ ଗାଡି ମାଲିକନାରାୟଣ କରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ସେପଟେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଇଛି ।
ଖବର ଅନୁଯାୟୀ, ସୋମବାର ଦିନ ସକାଳ ସମୟରେ ରାଜପଥରେ ଥିବା ତେଲ ଟାଙ୍କିକୁ ତେଲ ଆଣିବାକୁ ଆସିଥିବା ସମୟରେ ହଠାତ୍ ଆକ୍ରମଣର ଶିକାର ହୋଇଥିଲେ। ଏଥିରେ ଗାଡି ମାଲିକ ନାରାୟଣ କର ଗୁରୁତର ଅବସ୍ଥାରେ ପଡିରହିଥିବା ବେଳେ, ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜଳେଶ୍ୱର ଡାକ୍ତରଖାନାରେ ଭର୍ତି କରିଥିଲେ । ନାରାୟଣ କରଙ୍କର ଅବସ୍ଥା ଗୁରୁତର ଥିବା ବେଳେ ଡ୍ରାଇଭର ସମେତ ଚାରି ଦୁର୍ବୁତ ଫେରାର ଥିବା ଜଣାପଡିଛି। ଜଳେଶ୍ଵର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।