ଇର୍‌ଫାନଙ୍କ ଅଭିନୀତ ‘କୋବ୍ରା’ ଫିଲ୍ମର ଟିଜର୍ ରିଲିଜ୍

ପୂର୍ବତନ ଭାରତୀୟ ଅଲରାଉଣ୍ଡର୍ ଇର୍‌ଫାନ ପଠାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘କୋବ୍ରା’ର ଟିଜର୍ ରିଲିଜ୍ ହୋଇଛି। ୧୦୦ ସେକେଣ୍ଡ୍‌ର ଏହି ଟିଜର୍‌ରେ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେଉଛି। ତାମିଲ୍ ଷ୍ଟାର୍ ବିକ୍ରମ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଇର୍‌ଫାନ ତୁର୍କୀର ଜଣେ ଇଣ୍ଟର୍‌ପୋଲ୍ ଅଧିକାରୀ ଭୂମିକାରେ ନଜରରେ ଆସିବେ। ବିକ୍ରମ ଏହି ଫିଲ୍ମରେ ଗଣିତଜ୍ଞ ଭାବେ ଅଭିନୟ କରୁଛନ୍ତି ଓ ନିଜ ସୃଜନଶୀଳତାକୁ ଉପଯୋଗ କରି ସମାଜରେ ଅପରାଧ ଘଟାଉଛନ୍ତି। ଇର୍‌ଫାନ ସମାଜରୁ ଅପରାଧ […]

ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ଉଚିତ୍: କଙ୍ଗନା

ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କୁ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏପରିକି ସାଉଦି ଆରବ ଭଳି ଏଠାରେ ଦୁଷ୍କର୍ମ କରୁଥିବା ବ୍ୟକ୍ତି ତଥା ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଦେଉଥିବା ଲୋକଙ୍କୁ ଫାଶୀ ଦିଆଯାଉ ବୋଲି ଅଭିନେତ୍ରୀ କଙ୍ଗନା ରଣାଵତ୍ କହିଛନ୍ତି। ଭୋପାଳ ଗଣମାଧ୍ୟମକୁ ସାକ୍ଷାତକାର ଅବସରରେ କଙ୍ଗନା ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହା ସହିତ କଙ୍ଗନା ଆହୁରି ବି କହିଛନ୍ତି, ଆମ ଦେଶର ଆଇନ୍‌ ପାଇଁ ନାରୀମାନେ ଆଗକୁ ଆସି ଅଭିଯୋଗ କରିବାକୁ ଚାହୁନାହାନ୍ତି। ଦୀର୍ଘ […]

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ନୂଆ କାମ ଲାଗି ପ୍ରସ୍ତୁତ ରହିବେ। ସୋମ, ମଙ୍ଗଳ ଓ ବୁଧବାର: ଶିକ୍ଷକଙ୍କୁ ପଦୋନ୍ନତି ମିଳିପାରେ। ଗୁରୁ ଓ ଶୁକ୍ରବାର: ସମାଜରେ ପ୍ରସିଦ୍ଧି ବଢ଼ିବ। ଶନିବାର: ପ୍ରିୟତମଙ୍କ ସହିତ ଭ୍ରମଣରେ ଯିବେ। ରବିବାର: କାରବାରରେ ଲାଭ ମିଳିବ। ସୋମ, ମଙ୍ଗଳ ଓ ବୁଧବାର: ଅଫିସ୍‌ରେ କାମ କରିବା ଶୈଳୀ ବଦଳାଇବେ। ଗୁରୁ ଓ ଶୁକ୍ରବାର: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଶନିବାର: ଆୟ ବଢ଼ିବ। ରବିବାର: ଆର୍ଥିକ ଲାଭର ସମ୍ଭାବନା। ସୋମ, ମଙ୍ଗଳ ଓ ବୁଧବାର: […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮,୬୪୫ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ଓ ୨୦୧ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୮, ୬୪୫ ଜଣ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କୋଭିଡ୍‌-୧୯ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦,୪୫୦,୨୮୪ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୬୪୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୦୧ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ୨୦୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୦,୯୯୯ରେ […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ ଘୋଷଣା-‘ରାଜ୍ୟରେ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଭ୍ୟାକସିନ୍’

କୋଲକାତା ୧୦/୦୧ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ଭ୍ୟାକସିନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ରାଜ୍ୟ ସରକାର ରାଜ୍ୟରେ ସମସ୍ତ ଅଭାବୀ ଲୋକଙ୍କୁ କରୋନା ଟିକା ଫ୍ରିରେ ଦେବ। ରାଜ୍ୟ ସରକାର ଏଥିପାଇଁ ବ୍ୟବସ୍ଥା କରୁଛନ୍ତି ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ସରକାରଙ୍କ ଏହା ଏକ ବଡ ଘୋଷଣା ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ଦେଶରେ ୨୦୨୧ ଜାନୁଆରୀ ୧୬ ତାରିଖରୁ […]

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୬୦ କୋଭିଡ୍ ସଂକ୍ରମିତ, ୩୩୧୮୬୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୧୦।୦୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୧୮୬୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଅପେକ୍ଷାର ଅନ୍ତ : ଜାନୁୟାରୀ ୧୬ରୁ ଦେଶରେ ଆରମ୍ଭ ହେବ ଟିକାକରଣ, ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭ୍ୟାକସିନ୍‌

ନୂଆଦିଲ୍ଲୀ ୦୯/୦୧ : ଆସନ୍ତା ୧୬ ତାରିଖରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଟିକାକରଣ । ଦେଶରେ ୧୬ ଜାନୁୟାରୀ ୨୦୨୧ରୁ ଟିକାକରଣ ଆରମ୍ଭ ହେବା ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସର୍ବପ୍ରଥମେ ଦେଶର ସ୍ବାସ୍ଥ୍ୟ କର୍ମୀ ଏବଂ ଆଗଧାଡିର ଯୋଦ୍ଧାମାନଙ୍କୁ ଟିକା ଦିଆଯିବ । ଦେଶରେ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ପ୍ରାୟ ୩ କୋଟି । ଏହା ସହ ୫୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ । […]

ଦେଶ ବିଦେଶ ମନୋରଞ୍ଜନ

ସୁପରଷ୍ଟାର୍ ହ୍ରିତିକ୍ ରୋଶନଙ୍କ ଜନ୍ମଦିନ : ୫ଟି ଡ୍ୟାନ୍ସ ଷ୍ଟେପ୍ ଯାହା ପ୍ରଶଂସକଙ୍କୁ କରିଥିଲା ଦିୱାନା

ମୁମ୍ବାଇ ୧୦/୦୧ : ଆଜି ବଲିଉଡର ସବୁଠାରୁ ହ୍ୟାଣ୍ଡସମ୍ ଅଭିନେତା ହ୍ରିତିକ୍ ରୋଶନଙ୍କ ଜନ୍ମଦିନ। ଆଜି ସେ ନିଜର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି। ନିଜର ଅପୂର୍ବ ଡ୍ୟାନ୍ସ ଓ ସୁନ୍ଦର ଅଭିନୟ ଯୋଗୁଁ ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଭାରତର ସବୁଠାରୁ ଆକର୍ଷଣୀୟ ସେଲିବ୍ରିଟିମାନଙ୍କ ମଧ୍ୟରୁ ସେ ଜଣେ। ‘ୱାର’ ବର୍ତ୍ତମାନ ନିଜ କ୍ୟାରିଅରର ସଫଳ ପଥରେ ଅଛନ୍ତି। ଜନ୍ମଦିନରେ ହ୍ରିତିକ୍ ରୋଶନଙ୍କୁ ସେଲିବ୍ରିଟିଙ୍କ ସହ ତାଙ୍କ ପ୍ରଶଂସକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଗ୍ରୀକ୍ ଗଡ୍ […]

ଖେଳ ଦେଶ ବିଦେଶ

ସିଡନୀ ଟେଷ୍ଟ୍ : ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୩୧୨/୬, ଭାରତକୁ ୪୦୭ ରନର ଟାର୍ଗେଟ୍

ସିଡନୀ, ୧୦।୦୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ କଙ୍ଗାରୁ ଟିମ୍ ୩୧୨ ରନରେ ପାଳି ଘୋଷଣା କରିଛି । ଦଳ ୬ ଓ୍ୱିକେଟ୍ ବିନିମୟରେ ୩୧୨ ରନ୍ କରିବା ସହ ଭାରତଠୁ ୪୦୭ ରନରେ ଆଗୁଆ ରହିଛି । ଅର୍ଥାତ ଭାରତକୁ ବିଜୟ ପାଇଁ ୪୦୭ ରନ୍ ଆବଶ୍ୟକ । ସିଡନୀ ଟେଷ୍ଟର ଦ୍ଵିତୀୟ ଦିନରେ ସୁବିଧା ଜନକ ସ୍ଥିତିରେ ଥିବା ଭାରତ ନିଜ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ କାରଣରୁ ତୃତୀୟ ଦିନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶର ୭ଟି ରାଜ୍ୟରେ ବାର୍ଡ-ଫ୍ଲୁ : ସତର୍କ ରହିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୦/୦୧: ଉତ୍ତର ପ୍ରଦେଶରେ ବାର୍ଡ-ଫ୍ଲୁ ବା ଏବିୟନ ଇଂଫ୍ଲୁଏଞ୍ଜାର ପ୍ରକୋପ ଜାରି ରହିଥିବା ବେଳେ ଏହାର ନମୂନା ସାତୋଟି ରାଜ୍ୟରେ ମିଳିଛି । ଏ ନେଇ ଗତ ଶନିବାର କେନ୍ଦ୍ର ସ୍ପଷ୍ଟ କରିଛି। ଦିଲ୍ଲୀ, ଚଣ୍ଡିଗଡ଼ ଏବଂ ମହାରାଷ୍ଟ୍ରରେ ବାର୍ଡ ଫ୍ଲୁ ହେବାର ଆଶଙ୍କା କରାଯାଉଛି । କାରଣ ଏହିସବୁ ସ୍ଥାନ ଗୁଡ଼ିକରୁ ସଂଗ୍ରହ କରାଯାଇଥିବା ନମୂନା ପରୀକ୍ଷା ହେବାକୁ ଯାଇଥିବା କେନ୍ଦ୍ର କହିଛି । ଉତ୍ତର ପ୍ରଦେଶ ଛଡ଼ା ଅନ୍ୟ ୬ଟି ରାଜ୍ୟରେ ବାର୍ଡ ଫ୍ଲୁର […]