ଖେଳ ଦେଶ ବିଦେଶ

ସିଡନୀ ଟେଷ୍ଟ୍ : ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୩୧୨/୬, ଭାରତକୁ ୪୦୭ ରନର ଟାର୍ଗେଟ୍

ସିଡନୀ, ୧୦।୦୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ କଙ୍ଗାରୁ ଟିମ୍ ୩୧୨ ରନରେ ପାଳି ଘୋଷଣା କରିଛି । ଦଳ ୬ ଓ୍ୱିକେଟ୍ ବିନିମୟରେ ୩୧୨ ରନ୍ କରିବା ସହ ଭାରତଠୁ ୪୦୭ ରନରେ ଆଗୁଆ ରହିଛି । ଅର୍ଥାତ ଭାରତକୁ ବିଜୟ ପାଇଁ ୪୦୭ ରନ୍ ଆବଶ୍ୟକ ।

ସିଡନୀ ଟେଷ୍ଟର ଦ୍ଵିତୀୟ ଦିନରେ ସୁବିଧା ଜନକ ସ୍ଥିତିରେ ଥିବା ଭାରତ ନିଜ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ କାରଣରୁ ତୃତୀୟ ଦିନ ସୁଦ୍ଧା ସଙ୍କଟଜନକ ସ୍ଥିତିରେ ରହିଥିଲା। ଭାରତ ନିଜର ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୧୦୩ ରନ କରିଥିଲା । ଏହାପରରେ ଚତୁର୍ଥ ଦିନରେ ଦଳ ୩୧୨ ରନ୍ କରି ପାଳି ଘୋଷଣା କରିଛି । ଏହାସହ ଭାରତଠୁ ୪୦୭ ରନରେ ଆଗରେ ରହିଛି । ଭାରତକୁ ଜିତିବା ପାଇଁ ହେଲେ ୪୦୭ ରନ୍ କରିବାକୁ ହେବ ।

ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାମେରନ୍ ଗ୍ରୀନ୍ ସର୍ବାଧିକ ୮୪ ରନ୍ କରିଥିବା ବେଳେ ଷ୍ଟିଭ୍ ସ୍ମିଥ୍ ୮୧ ଓ ମାର୍ଣ୍ଣସ୍ ଲାବୁସେନ ୭୩ ରନ୍ କରିଥିଲେ । ସେହିପରି ଟିମ୍ ପେନ୍ ୩୯ ରନ୍ କରି ଅପରାଜିତ ରହିଥିଲେ । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ନବଦୀପ ସୈନୀ ଓ ଆର ଅଶ୍ୱିନୀ ୨ ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ଜସପ୍ରିତ ବୁମରାହ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ