ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଅଜବ ଭାରତ: ଜମିରେ ଫଳୁଛି ହଳଦିଆ ଓ ବାଇଗଣୀ ରଙ୍ଗର ଫୁଲକୋବି

ଗୋରଖପୁର: ଆପଣ କେବେ ହଳଦିଆ ଏବଂ ବାଇଗଣୀ ରଙ୍ଗର ଫୁଲକୋବି ଦେଖିଛନ୍ତି କି ?ଫଟୋରେ ଦେଖିବାକୁ ମିଳିଥିବା ଭିନ୍ନ ରଙ୍ଗର ଫୁଲକୋବି ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯାଇପାରନ୍ତି | ତେବେ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ପିପିଗଞ୍ଜ ଅଞ୍ଚଳର ଜଣେ ଚାଷୀ ଏଭଳି ରଙ୍ଗୀନ ଫୁଲକୋବି ଚାଷ କରିଛନ୍ତି | ଏହି ଫୁଲକୋବି ଯେତିକି ସୁନ୍ଦର ଦେଖାଯାଏ, ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ ଲାଗିଥାଏ | ମହାଯୋଗୀ ଗୋରଖନାଥ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ.ବିବେକ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରୁ ସୁସ୍ଥ ହେଲେ ୧୪୦ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୧୪୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ସୁନ୍ଦରଗଡ଼ରୁ ୨୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ନୂଆପଡ଼ାରୁ ୧୪ଜଣ, ଅନୁଗୁଳରୁ ୧୩ଜଣ, ପୁରୀରୁ ୧୩ଜଣ, ସମ୍ବଲପୁରରୁ ୧୨ଜଣ,ବରଗଡ଼ରୁ ୧୦ଜଣ, ବାଲେଶ୍ବରରୁ ୭ଜଣ, ଯାଜପୁରରୁ ୭ଜଣ, ଝାରସୁଗୁଡ଼ାରୁ ୬ଜଣ, ସୁବର୍ଣ୍ଣପୁରରୁ ୬ଜଣ, ଖୋର୍ଧାରୁ ୫ଜଣ, ଭଦ୍ରକରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୪ଜଣ, ବଲାଙ୍ଗୀରରୁ […]

ଦେଶ ବିଦେଶ ମନୋରଞ୍ଜନ

‘ଅନ୍ତିମ’ରେ ସଲମାନଙ୍କ ପ୍ରେମିକା ହେବେ ପ୍ରଜ୍ଞା

ବି’ ଟାଉନ୍‌ର ଅଭିନେତା ସଲମାନ ଖାନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ଅନ୍ତିମ ଦ ଫାଇନାଲ୍ ଟ୍ରୁଥ୍’ ଚଳଚ୍ଚିତ୍ରରେ ଦକ୍ଷିଣୀ ଷ୍ଟାର୍ ପ୍ରଜ୍ଞା ଜୟସ୍ବାଲ୍ ତାଙ୍କ ପ୍ରେମିକା ଭାବେ ଅଭିନୟ କରିବେ। ଫିଲ୍ମ ନିର୍ମାତା ଆୟୁଷ ଶର୍ମାଙ୍କ ସହ ମିଶି ନିଜେ ସଲମାନ୍ ଏହି ଫିଲ୍ମ ତିଆରି କରୁଛନ୍ତି। ଏହି ଫିଲ୍ମରେ ଶିଖ୍ ଭୂମିକାରେ ନଜରରେ ଆସିବେ ସଲମାନ୍। ଦକ୍ଷିଣ ଫିଲ୍ମ ଜଗତରେ ଜଣାଶୁଣା ଅଭିନେତ୍ରୀ ପ୍ରଜ୍ଞା ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିବେ। ୨୦୧୪ରେ ସେ ‘ବିରାଟ୍ଟୁ […]

ଦେଶ ବିଦେଶ ମନୋରଞ୍ଜନ ଲାଇଫ୍ ଷ୍ଟାଇଲ

ବରୁଣ ଓ ନତାଶା ଏବେ ପତିପତ୍ନୀ, ବିବାହ ଭୋଜି ଜାନୁଆରି ୨୬ରେ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଆଲିବାଗ୍‌ରେ ରବିବାର ଦିନ ଅଳ୍ପ କେତେଜଣ ଅତିଥିଙ୍କ ଉପସ୍ଥିତିରେ ବଲିଉଡ୍‌ ଅଭିନେତା ବରୁଣ ଧାଓ୍ଵନ ବାନ୍ଧବୀ ଫେସନ୍‌ ଡିଜାଇନର୍‌ ନତାଶା ଦଲାଲଙ୍କୁ ବିବାହ କରିଛନ୍ତି। ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‍ ହୋଇଥିବା ନବଦମ୍ପତିଙ୍କ ବିବାହ ସମୟର ପ୍ରଥମ ଫଟୋର ପରିଚୟୋକ୍ତିରେ ବରୁଣ ଲେଖିଛନ୍ତି, ଦୀର୍ଘ ଦିନର ପ୍ରେମ କେବଳ ସାମାଜିକ ସ୍ୱୀକୃତି ପାଇଲା। ଗତକାଲି ଆଲିବାଗ୍‌ସ୍ଥିତ ‘ଦି ମାନ୍‌ସନ୍‌ ହାଉସ୍‌’ ବାହାରେ ବିବାହ କରାଇବାକୁ ଯାଇଥିବା ପୁରୋହିତମାନଙ୍କର ମଧ୍ୟ ଫଟୋ ଉତ୍ତୋଳନ କରାଯାଇଥିଲା। ପରିବାରର […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ପରିବାର ଲୋକଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟରେ ଆଶାନୁରୂପ ଲାଭ ହେବ। ମହିଳାମାନେ ଜୀବନ ଯାତ୍ରାରେ ଆଗକୁ ବଢ଼ିବେ। ବୃଷ: ପରିବାର ମଧୢରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ। ହୋଟେଲ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ମିଥୁନ: ମନରେ ନକାରାତ୍ମକ ଭାବନା ଆସିପାରେ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। କର୍କଟ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବା ଯୋଗୁ ମନ ଖୁସି ରହିବ। […]

ମ୍ୟାଚ୍ ପୂର୍ବରୁ କ୍ରାସ୍ ହେଲା ବିମାନ, ଚାଲିଗଲା ୪ ଖେଳାଳିଙ୍କ ଜୀବନ

ନୂଆଦିଲ୍ଲୀ,୨୫/୧: ବ୍ରାଜିଲରେ ଏକ ଆଞ୍ଚଳିକ ମ୍ୟାଚ୍ ପୂର୍ବରୁ ବିମାନ ଦୁର୍ଘଟଣା ଘଟି ୪ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଛି । ଏଥିସହ ସେମାନଙ୍କ ସାଥିରେ ଆସୁଥିବା ବ୍ରାଜିଲ୍ ପାଲ୍ମାସ କ୍ରିକେଟ କ୍ଲବର ପ୍ରେସିଡେଣ୍ଟଙ୍କ ମୃତ୍ୟୁ ହୋଇଛି । କ୍ଲବ୍ ଏନେଇ ଏକ ବୟାନ ଜାରି କରି କହିଛି ଯେ, କ୍ଲବର ପ୍ରେସିଡେଣ୍ଟ ଲୁକାସ ମୀରା ଏବଂ ଚାରିଜଣ ଖିଲାଡ଼ି ଗୁଇଲହୋମ ନୋଏ, ଲୁକାସ ପ୍ରୋକ୍ସିଡେସ୍, ରାନୁଲ୍ ଏବଂ ମାର୍କସ ମୋଲାନାରିଙ୍କର ରବିବାର ମୃତ୍ୟୁ ହୋଇଛି । ଯେତେବେଳେ ସେମାନଙ୍କ […]

ଖେଳ ଦେଶ ବିଦେଶ

ସ୍ପିନର ଓ ଫାଷ୍ଟ ବୋଲରଙ୍କ କାରନାମା, ୧୪୩ ବର୍ଷରେ ପ୍ରଥମ ଥର କ୍ରିକେଟ୍ ମ୍ୟାଚ୍‌ରେ ଘଟିଲା ଏମିତି

ଗାଲେ ୨୫।୦୧: ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଘରୋଇ ଶ୍ରୀଲଙ୍କା ଦ୍ଵିତୀୟ ଇନିଂସରେ ୧୨୬ ରନରେ ଅଲଆଉଟ୍ ହୋଇଛି। ଶ୍ରୀଲଙ୍କାର ସମସ୍ତ ୧୦ ଓ୍ଵିକେଟ୍ ସ୍ପିନର ନେଇଛନ୍ତି। ଡମ୍ ବେସ୍ ଓ ଜ୍ୟାକ୍ ଲିଚ ଚାରୋଟି ଲେଖାଏଁ ଓ୍ଵିକେଟ୍ ନେଇଥିବା ବେଳେ ଜୋ ରୁଟ୍ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ମ୍ୟାଚ୍‌ର ପ୍ରଥମ ଇନିଂସରେ ଶ୍ରୀଲଙ୍କା ୩୮୧ ରନ କରିଥିଲା। ଉକ୍ତ ଇନିଂସରେ ଇଂଲଣ୍ଡର ଦ୍ରୁତ ବୋଲର ସମସ୍ତ ୧୦ ଓ୍ଵିକେଟ୍ ନେଇଥିଲେ। […]

କଳା ଓ ସଂସ୍କୃତି ଧର୍ମ

ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହେବ କଳ୍ପବାସ: ପଢନ୍ତୁ କଳ୍ପବାସର ମହତ୍ତ୍ୱ କ’ଣ

ପ୍ରୟାଗରାଜ ୨୫/୦୧ : ପ୍ରୟାଗରାଜ ମାଘ ମେଳା ପାଇଁ ପ୍ରସ୍ତୁତି ଚାଲିଛି। ଜାନୁଆରୀ ୨୮ ତାରିଖରେ ପୌଷ ପୂର୍ଣ୍ଣିମା। ପୌଷ ପୂର୍ଣ୍ଣିମା ଦିନ ସ୍ନାନ ସହ ବିଧି ବଦ୍ଧ ଭାବେ କଳ୍ପବାସ ଆରମ୍ଭ ହେବ। ଅନେକ କଳ୍ପବାସୀ କଳ୍ପବାସ ପାଇଁ ପ୍ରୟାଗ ସଙ୍ଗମ ତଟରେ ଲାଗିଥିବା ଶିବିରକୁ ଆସିବା ଆରମ୍ଭ କରିଦେଲେଣି। କଳ୍ପବାସର ଅର୍ଥ ହେଲା ସଙ୍ଗମ ତଟରେ ବାସ କରି ବେଦ ଅଧ୍ୟୟନ କରିବା ଓ ଧ୍ୟାନ କରିବା। ପ୍ରୟାଗ କୁମ୍ଭ ମେଳାରେ କଳ୍ପବାସର ଅନେକ […]

କଳା ଓ ସଂସ୍କୃତି ଧର୍ମ

ଭୟ, ସଙ୍କଟ ଓ ଶତ୍ରୁଠାରୁ ମୁକ୍ତି ପାଇବାକୁ କରନ୍ତୁ ଭଗବାନ ଭୈରବଙ୍କ ପୂଜା: ଭକ୍ତଙ୍କୁ ୮ଟି ଦିଗରୁ ରକ୍ଷା କରିଥାନ୍ତି ଭୈରବ

ଭୁବନେଶ୍ୱର ୨୫/୦୧ : କଳିଯୁଗରେ ଭଗବାନ ଭୈରବଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଭୈରବ ଭଗବାନ ଶିବଙ୍କ ଅବତାର ଓ ମା’ ଦୁର୍ଗାଙ୍କ ଅନୁଚାରୀ ବୋଲି କୁହାଯାଏ। ଦେଶରେ ଏମିତି ଅନେକ ପରିବାର ଅଛନ୍ତି ଯେଉଁମାନେ ଭଗବାନ ଭୈରବଙ୍କୁ ଇଷ୍ଟ ଦେବତା ଭାବେ ପୂଜା କରନ୍ତି। କଳିଯୁଗରେ ଭୈରବଙ୍କୁ ପୂଜା କଲେ ଭୟ, ସଙ୍କଟ ଓ ଶତ୍ରୁ ବାଧାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ସାଧାରଣତଃ କାଳ ଭୈରବଙ୍କ ନାଁ ଶୁଣିଲେ ଲୋକଙ୍କୁ ଭୟ ଲାଗିଥାଏ। […]

ଦେଶ ବିଦେଶ ମନୋରଞ୍ଜନ

ବିଗ୍ ବସ୍ ଫେମ୍ ଅଭିନେତ୍ରୀ ଜୟଶ୍ରୀ ରମେୟାଙ୍କ ଦେହାନ୍ତ: ଘରୁ ଉଦ୍ଧାର ହେଲା ମୃତଦେହ

ନୂଆଦିଲ୍ଲୀ ୨୫/୦୧ : କନ୍ନଡ଼ ଅଭିନେତ୍ରୀ ତଥା ବିଗ ବସ କନ୍ନଡ଼ର ପୂର୍ବତନ ପ୍ରତିଯୋଗୀ ଜୟଶ୍ରୀ ରମେୟାଙ୍କ ମୃତଦେହ ଉଦ୍ଧାର ହୋଇଛି। ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନରୁ ଜୟଶ୍ରୀଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ସେ ବହୁ ସମୟ ଧରି ଡିପ୍ରେସନରେ ଥିଲେ। ବେଙ୍ଗାଲୁରୁର ସନ୍ଧ୍ୟା କିରଣ ଆଶ୍ରମରେ ତାଙ୍କର ଚିକିତ୍ସା ଚାଲିଥିଲା। ଜୟଶ୍ରୀ ରମେୟା ବିଗ୍ ବସ୍ ସିଜନ୍-୩ ରେ ପ୍ରତିଯୋଗୀ ଥିଲେ। ଜୟଶ୍ରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ କନ୍ନଡ […]