କଳା ଓ ସଂସ୍କୃତି ଧର୍ମ

ଭୟ, ସଙ୍କଟ ଓ ଶତ୍ରୁଠାରୁ ମୁକ୍ତି ପାଇବାକୁ କରନ୍ତୁ ଭଗବାନ ଭୈରବଙ୍କ ପୂଜା: ଭକ୍ତଙ୍କୁ ୮ଟି ଦିଗରୁ ରକ୍ଷା କରିଥାନ୍ତି ଭୈରବ

ଭୁବନେଶ୍ୱର ୨୫/୦୧ : କଳିଯୁଗରେ ଭଗବାନ ଭୈରବଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ଭୈରବ ଭଗବାନ ଶିବଙ୍କ ଅବତାର ଓ ମା’ ଦୁର୍ଗାଙ୍କ ଅନୁଚାରୀ ବୋଲି କୁହାଯାଏ। ଦେଶରେ ଏମିତି ଅନେକ ପରିବାର ଅଛନ୍ତି ଯେଉଁମାନେ ଭଗବାନ ଭୈରବଙ୍କୁ ଇଷ୍ଟ ଦେବତା ଭାବେ ପୂଜା କରନ୍ତି। କଳିଯୁଗରେ ଭୈରବଙ୍କୁ ପୂଜା କଲେ ଭୟ, ସଙ୍କଟ ଓ ଶତ୍ରୁ ବାଧାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ସାଧାରଣତଃ କାଳ ଭୈରବଙ୍କ ନାଁ ଶୁଣିଲେ ଲୋକଙ୍କୁ ଭୟ ଲାଗିଥାଏ। କିନ୍ତୁ ସଚ୍ଚୋଟ ମନରେ ଭୈରବଙ୍କୁ ପୂଜା କଲେ ବ୍ୟକ୍ତିଙ୍କ ଜୀବନ ବଦଳି ଯାଇଥାଏ। କୁଣ୍ଡଳୀରେ ଶନି, ରାହୁ ଅଥବା କେତୁ ଦଶା ଚାଲିଥିଲେ ଭୈରବଙ୍କୁ ପୂଜା କଲେ ସବୁ କଷ୍ଟରୁ ମୁକ୍ତି ମିଳିଥାଏ।

ଭଗବାନ ଭୈରବ ନିଜ ଭକ୍ତଙ୍କୁ ୮ଟି ଦିଗରୁ ରକ୍ଷା କରନ୍ତି। ଭୈରବଙ୍କର ୮ଟି ରୂପ ରହିଛି। ଚଣ୍ଡ ଭୈରବ, ବଟୁକ ଭୈରବ, ଋଋ ଭୈରବ, କ୍ରୋଧ ଭୈରବ, ଉନ୍ମତ ଭୈରବ, କପାଳ ଭୈରବ, ଭୀଷଣ ଭୈରବ ଓ ସଂହାର ଭୈରବ। ଯେଉଁ ବ୍ୟକ୍ତି ଭୈରବଙ୍କ ଏହି ୮ଟି ସ୍ୱରୂପର ନାମ ସ୍ମରଣ କରନ୍ତି ଭଗବାନ ଭୈରବ ୮ଟି ଦିଗଋ ସେମାନଙ୍କର ରକ୍ଷା କରନ୍ତି ବୋଲି କୁହାଯାଏ।

KATHMANDU, NEPAL – NOV 28, 2013: Kaal Bhairav statue at Basantapur Durbar square in Kathmandu.

ଭଗବାନ ଭୈରବଙ୍କ ପୂଜା ଯେକୌଣସି ଦିନ କରାଯାଇପାରେ। କିନ୍ତୁ ଭୈରବ ଅଷ୍ଟମୀ, ରବିବାର, ବୁଧବାର ଓ ଗୁରୁବାର ଦିନ ଭୈରବଙ୍କ ପୂଜା ଶ୍ରେଷ୍ଠ ଏବଂ ବିଶେଷ ଫଳଦାୟୀ ବୋଲି କୁହାଯାଏ।

ଯେଉଁଭଳି କୌଣସି ଦେବାଦେବୀଙ୍କ ପୂଜାରେ ମନ୍ତ୍ର ଜପର ବିଶେଷ ମହତ୍ତ୍ୱ ରହିଛି ଠିକ ସେହିଭଳି ଭୈରବଙ୍କ ମନ୍ତ୍ର ଜପର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଭୈରବଙ୍କ ମନ୍ତ୍ର ଜପ ସ୍ପଟିକ ମାଳାରେ କରିବା ଉଚିତ। ଏହାଦ୍ୱାରା ସବୁ ସଙ୍କଟ ଦୂର ହୋଇଥାଏ।

ଭୈରବଙ୍କ ମନ୍ତ୍ର :

ଓଁ କାଳଭୈରବାୟ ନମଃ

ଓଁ ଭୟହରଣଂ ଚ ଭୈରବ

ଓଁ ହ୍ରିଂ ବଟୁକାୟ ଆପଦୁଦ୍ଧାରଣାୟ କୁଋ କୁଋ ବଟୁକାୟ ହ୍ରିଂ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ