ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ମା’-ପୁଅକୁ ଦଳିଦେଲା ଦନ୍ତା, ଗୁରୁତର ବାପା ମେଡିକାଲରେ ଭର୍ତ୍ତି

କୁଚିଣ୍ଡା ୨୪।୨: ହାତୀ ଆକ୍ରମଣରେ ମା’ ଓ ପୁଅଙ୍କ ମୃତ୍ୟୁ । ସମ୍ବଲପୁର ଜିଲ୍ଲା ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହଦା ପଞ୍ଚାୟତ ଅଖରାଦାଣ୍ଡ ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ମହଦା ପଞ୍ଚାୟତ ଗଡାକୁନା ଗାଁର ପ୍ରଶାନ୍ତ ମୁଣ୍ଡାଙ୍କ ପରିବାର ନିକଟସ୍ଥ ଅଖରାଦାଣ୍ଡ ଗାଁକୁ ଇଟା ଗଢିବା ପାଇଁ ଯାଇଥିଲେ । ସେଠାରେ ସେ ତାଙ୍କ ସ୍ତ୍ରୀ […]

ଦେଶ ବିଦେଶ ମନୋରଞ୍ଜନ

‘କାଲିର ଅତୀତ’ରେ ସାତଭାୟାର କାହାଣୀ: ନୀଳମାଧବ

ଓସ୍କାର ଦୌଡ଼ରେ ସାମିଲ ହୋଇଛି ଓଡ଼ିଆ ସିନେମା ‘କାଲିର ଅତୀତ’। ନୀଳମାଧବ ପଣ୍ଡାଙ୍କ ନିର୍ଦେଶିତ ଏହି ସିନେମା ଶ୍ରେଷ୍ଠ ଛବି, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦେଶକ ପରି ବିଭାଗରେ ସାଧାରଣ ବର୍ଗରେ ପ୍ରବେଶ କରିଛି। ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ରପତ୍ତନ ବୃଦ୍ଧି ଯୋଗୁଁ ଲୋକେ କିଭଳି ପ୍ରଭାବିତ ହେଉଛନ୍ତି, ତାହାକୁ ନେଇ ସିନେମାର କାହାଣୀ ପର୍ଯ୍ୟବସିତ। ଦୀର୍ଘ ୧୪ବର୍ଷ ଧରି କେନ୍ଦ୍ରାପଡ଼ାର ସାତଭାୟା ଉପରେ କାମ କରିବା ପରେ ‘କାଲିର ଅତୀତ’ ନିର୍ମାଣ ହୋଇଥିବା ନିର୍ଦ୍ଦେଶକ ଶ୍ରୀ […]

ଦେଶ ବିଦେଶ ମନୋରଞ୍ଜନ

ଭାଇରାଲ୍‌ ହେଲା ସୈଫିନାଙ୍କ ନବଜାତ ଶିଶୁ ପୁତ୍ରର ପ୍ରଥମ ଫଟୋ

ମୁମ୍ବାଇ: ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରୁ ଆଜି ନିଜର ନବଜାତ ପୁତ୍ରକୁ ଘରକୁ ନେଇ ଯାଇଛନ୍ତି ସୈଫ୍‌ ଅଲ୍ଳୀ ଖାନ୍‌ ଓ କରୀନା କପୁର୍‌। ସୈଫ୍‌, କରୀନା ଓ ତୈମୁର ହସ୍ପିଟାଲ୍‌ରୁ ନବଜାତ ପୁତ୍ରକୁ ନେଇ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କାର୍‌ର ଆଗ ସିଟ୍‌ରେ ବସିଥିବା ସୈଫ୍‌ ଓ ତୈମୁରଙ୍କୁ ଫଟୋରେ ଦେଖିବାକୁ ମିଳିଛି। କରୀନାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯିବା ପରେ ସୈଫ୍‌ ଓ ତୈମୁର୍‌ ତାଙ୍କୁ ଘରକୁ ନେବା ପାଇଁ ଯାଇ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: କାରବାରରେ ପରିବର୍ତ୍ତନ ଆଣିବେ। ରାଜନୀତିକ ବ୍ୟକ୍ତିଙ୍କ ଲାଗି ଭଲ ଦିନଟିଏ। ଜୀବନସାଥୀଙ୍କୁ ଦେଇଥିବା ବଚନ ପୂରା କରିବେ। ବୃଷ: ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ବୈବାହିକ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଉନ୍ନତି ହେବ। ଚାକିରିରେ ଦରମା ବଢ଼ିପାରେ। ମିଥୁନ: ଯାହା ବି କାମ କରିବେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବୈବାହିକ ଜୀବନ ଖୁସି ଭରା ରହିବ। ଆପଣଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। କର୍କଟ: ଲୋକଙ୍କ ବିଶ୍ବାସ ଆପଣଙ୍କ […]

ଖେଳ ଦେଶ ବିଦେଶ ରାଜ୍ୟ

ସନ୍ଦୀପ ସ୍ମାରକୀ ଟେନିସ୍‌ରେ ସର୍ବାଧିକ ‘ପୁରୁଷ ଏକକ’ ପୁରସ୍କାର ୫ ବର୍ଗରେ ଖେଳିବେ ‌ଦେଢ ଶହରୁ ଅଧିକ ଖେଳାଳି

ଭୁବନେଶ୍ବର: ମାର୍ଚ ୩ ତାରିଖରୁ ଭୁବନେଶ୍ବର ଉପକଣ୍ଠ ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ୍ ରିସୋର୍ଟରେ ସନ୍ଦୀପ ମହାପାତ୍ର ସ୍ମାରକୀ ଓପନ୍ ଟେନିସ୍ ପ୍ରତିଯୋଗିତା ଖେଳାଯିବ। ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପାଞ୍ଚଟି ବର୍ଗ ଯଥା ପୁରୁଷ ଏକକ, ମହିଳା ଏକକ, ୧୬ ବର୍ଷରୁ କମ୍ ବାଳକ, ୧୬ ବର୍ଷରୁ କମ୍ ବାଳିକା ଏବଂ ପୁରୁଷ ଯୁଗଳରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟର ଦେଢ଼ ଶହରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ। ୧,୭୦,୦୦୦ […]

ଖେଳ ଦେଶ ବିଦେଶ ମନୋରଞ୍ଜନ

ଚନ୍ଦ୍ରଭାଗାରେ ‘ବେଳାଭୂମି ଫୁଟ୍‌ବଲ୍‌’ ଉତ୍ସବ

କୋଣାର୍କ: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଏବଂ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଚନ୍ଦ୍ରଭାଗାର ସ୍ବର୍ଣ୍ଣାଭ ବେଳାଭୂମିରେ ସୋମବାର ଉଦଘାଟିତ ହୋଇଛି ରାଜ୍ୟର ପ୍ରଥମ ବେଳାଭୂମି ଫୁଟ୍‌ବଲ୍‌ ଉତ୍ସବ ୨୦୨୧। ଏହି ଉତ୍ସବରେ ୧୦ଟି ଫୁଟ୍‌ବଲ୍‌ ଦଳ ଅଂଶଗ୍ରହଣ କରିଛନ୍ତି। ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଏହି ଦୁଇଦିନିଆ ଉତ୍ସବର ଉଦଘାଟନ କରାଯାଇଛି। ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ମହିଳା ଫୁଟ୍‌ବଲର ରଂଜିତା ମହାନ୍ତି, ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ସଂକ୍ରମିତ। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୬୭ରେ ପହଞ୍ଚିିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୪ ହଜାର ୧୬୬ ଜଣ ଓ ଏବେ ବି […]

ଦେଶ ବିଦେଶ ମନୋରଞ୍ଜନ ରାଜନୀତି ରାଜ୍ୟ

ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ପରଲୋକ, ୨୦୦୯ରେ ବାରିପଦାରୁ ଜେଏମ୍‌ଏମ୍ ଟିକେଟ୍‌ରେ ଜିତିଥିଲେ

ଭୁବନେଶ୍ବର ୨୩।୨: ମୟୂରଭଞ୍ଜ ଜିଲ୍ଲା ବାରିପଦାର ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ଦେହାନ୍ତ ହୋଇଛି । ହୃଦଘାତ ଯୋଗୁଁ ବିମଳଲୋଚନ ଦାସଙ୍କ ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ବାରିପଦା ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୟୁରଭଞ୍ଜ ଜିଲ୍ଲାରେ ୧୯୩୬ ମସିହା ଅକ୍ଟୋବର ୧୧ତାରିଖରେ ଜନ୍ମଗ୍ରହଣ କରିଥିବା ବିମଳଲୋଚନ ଶୁଳିଆପଦା ବ୍ଲକ୍ ଉପାଧ୍ୟକ୍ଷ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ବିମଳଲୋଚନ ୨୦୦୯ରୁ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଓଡ଼ିଶାର ଆୟ ଉପରେ କରୋନା ପାହାର; କମିଗଲା କି କୃଷି ପାଇଁ ବ୍ୟୟବରାଦ !

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ରାଜ୍ୟର ରାଜସ୍ବ ଆଦାୟ ପ୍ରଭାବିତ ହୋଇଛି । ଏହାଯୋଗୁଁ କୃଷି ପରି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପାଇଁ ବ୍ୟୟବରାଦ ହ୍ରାସ ପାଇଛି । ଏହାର ପ୍ରତିଫଳନ ଆଜି ଉପସ୍ଥାପିତ ରାଜ୍ୟ କୃଷି ବଜେଟରେ ଦେଖିବାକୁ ମିଳିଛି । ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ କୃଷି ପାଇଁ ୧୭,୪୬୮ କୋଟିର ବ୍ୟୟବରାଦ କରାଯାଇଛି । ଯାହାକି ୨୦୨୦-୨୧ ବର୍ଷର ବ୍ୟୟ ବରାଦ ୧୯,୪୦୮ କୋଟି ଠାରୁ ପ୍ରାୟ ୧୦ ପ୍ରତିଶତ କମ । […]

ଖେଳ ଦେଶ ବିଦେଶ ରାଜ୍ୟ

୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ : ଫାଇନାଲ୍‌ରେ ଭୁବନେଶ୍ବର-କଟକ

କଟକ : ଭୁବନେଶ୍ବର-ଏ ଓ କଟକ-ଏ ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ମୁହାଁମୁହିଁ ହେବେ। ମଙ୍ଗଳବାର ଫାଇନାଲ୍‌ ମ୍ୟାଚ୍‌ ଡ୍ରିମ୍ସରେ ଖେଳାଯିବ। ସୁପରଲିଗ୍‌ରେ ଏହି ଦୁଇ ଦଳ ଶୀର୍ଷ ସ୍ଥାନରେ ରହିଥିଲେ। ଉଭୟ ୮ ଲେଖାଏଁ ମ୍ୟାଚ୍‌ରୁ ୧୪ ପଏଣ୍ଟ ଲେଖାଏଁ ପାଇଥିଲେ। ଏହି ଦୁଇ ଦଳ ବ୍ୟତୀତ ଭୁବନେଶ୍ବର-ବି ମଧ୍ୟ ସମାନ ସ˚ଖ୍ୟକ ମ୍ୟାଚ୍‌ରୁ ୧୪ ପଏଣ୍ଟ ପାଇଥିଲା। ତେବେ ଉନ୍ନତ ରନ୍‌ହାର‌୍‌ ଆଧାରରେ ଭୁବନେଶ୍ବର-ଏ ପ୍ରଥମ ଓ କଟକ- ଏ […]