ଖେଳ ଦେଶ ବିଦେଶ ରାଜ୍ୟ

୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ : ଫାଇନାଲ୍‌ରେ ଭୁବନେଶ୍ବର-କଟକ

କଟକ : ଭୁବନେଶ୍ବର-ଏ ଓ କଟକ-ଏ ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ମୁହାଁମୁହିଁ ହେବେ। ମଙ୍ଗଳବାର ଫାଇନାଲ୍‌ ମ୍ୟାଚ୍‌ ଡ୍ରିମ୍ସରେ ଖେଳାଯିବ। ସୁପରଲିଗ୍‌ରେ ଏହି ଦୁଇ ଦଳ ଶୀର୍ଷ ସ୍ଥାନରେ ରହିଥିଲେ। ଉଭୟ ୮ ଲେଖାଏଁ ମ୍ୟାଚ୍‌ରୁ ୧୪ ପଏଣ୍ଟ ଲେଖାଏଁ ପାଇଥିଲେ। ଏହି ଦୁଇ ଦଳ ବ୍ୟତୀତ ଭୁବନେଶ୍ବର-ବି ମଧ୍ୟ ସମାନ ସ˚ଖ୍ୟକ ମ୍ୟାଚ୍‌ରୁ ୧୪ ପଏଣ୍ଟ ପାଇଥିଲା। ତେବେ ଉନ୍ନତ ରନ୍‌ହାର‌୍‌ ଆଧାରରେ ଭୁବନେଶ୍ବର-ଏ ପ୍ରଥମ ଓ କଟକ- ଏ ଦ୍ବିତୀୟରେ ରହି ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଥିଲା।

ରବିବାର ସୁପର ଲିଗ୍‌ ମ୍ୟାଚ୍‌ରେ କଟକ-ଏ ୭୭ ରନ୍‌ରେ ଭୁବନେଶ୍ବର-ବି ଠାରୁ ପରାସ୍ତ ହୋଇଥିଲେ ବି ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିପାରିଥିଲା। ବିଡ଼ାନାସୀ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭୁବନେଶ୍ବର ଦଳ ଟସ୍‌ ଜିତି ବ୍ୟାଟି˚ କରିଥିଲା। ବିଭା˚ଶୁ ରାଏଙ୍କ ୮୮ ରନ୍‌ ସହାୟତାରେ ଦଳ ୪୭.୫ ଓଭରରେ ସମସ୍ତ ଵିକେଟ୍‌ ହରାଇ ୧୭୨ ରନ୍‌ କରିଥିଲା। ମହମ୍ମଦ ଏନ୍‌ ଖାନ୍‌ ଓ ସାଇଦୀପ ମହାପାତ୍ର ତିନିଟି ଲେଖାଏଁ ଵିକେଟ ପାଇଥିଲେ। ଜବାବରେ କଟକ ଦଳ ନିୟମିତ ଭାବେ ଵିକେଟ ହରାଇଥିଲା। ୩୫ ଓଭର ବେଳକୁ ଦଳର ସବୁ ଖେଳାଳି ମୋଟ ୯୫ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ। ବିଜୟୀ ଦଳ ପାଇଁ ସୁଶୀଲ ବାରିକ ସବୁଠୁ କଞ୍ଜୁସ୍‌ ବୋଲି˚ କରିଥିଲେ। ୧୦ ଓଭରରେ ୫ ମେଡେନ୍‌ ଓ ୯ ରନ୍‌ ବ୍ୟୟ କରି ସେ ୬ ଵିକେଟ ଅକ୍ତିଆର କରିଥିଲେ। ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ବୋସ୍‌ ପଡ଼ିଆରେ ଭୁବନେଶ୍ବର-ଏ ୭୭ ରନ୍‌ରେ ସମ୍ବଲପୁରକୁ ହରାଇଥିଲା। ଭୁବନେଶ୍ବର ଦଳ ୭ ଵିକେଟ୍‌ ବିନିମୟରେ ୧୮୪ ରନ୍‌ କରିଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟ ଯୋଗୁଁ ୪୦ ରନ୍‌ ମଧ୍ୟରେ ଅଧା ଖେଳାଳି ଆଉଟ୍‌ ହୋଇଯାଇଥିଲେ ବି ନିମ୍ନକ୍ରମରେ ସାଇ ଶୁଭମ୍‌ (୭୪*), ଶୁଭମ୍‌ ନାଏକ (୩୬), ଶୁଭମ୍‌ ଶ୍ରୀ (୧୯*) ଭଲ ଖେଳି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ପ୍ରତୀକ ପାଣ୍ତେ ୪ ଵିକେଟ୍‌ ନେଇଥିଲେ। ଜବାବରେ ସମ୍ବଲପୁର ୩୩.୨ ଓଭରରେ ୧୦୭ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ଅ˚ଶୁମାନ ବେଜ୍‌ ୩୭ ରନ୍‌ରେ ୫ ଵିକେଟ ପାଇଥିଲେ। ସେ ମଧ୍ୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଟାଉନ କ୍ଲବ୍‌ ପଡ଼ିଆରେ ଝାରସୁଗୁଡ଼ା ୭ ଵିକେଟରେ ଭଦ୍ରକକୁ ହରାଇଛି। ସୂର୍ଯ୍ୟ ମହାପାତ୍ରଙ୍କ ୬୫ ରନ୍‌ ସହାୟତାରେ ଭଦ୍ରକ ୩୫.୪ ଓଭରରେ ସମସ୍ତ ଵିକେଟ୍‌ ହରାଇ ୧୫୨ ରନ୍‌ କରିଥିଲା। ଶୁଭମ୍‌ ସି˚ହ ୪, ସଚିନ ଯାଦବ ଓ ଭିକି ରାଏ ପ୍ରତ୍ୟେକ ଦୁଇଟି ଲେଖାଏଁ ଵିକେଟ୍‌ ପାଇଥିଲେ। ଜବାବରେ ଝାରସୁଗୁଡ଼ା ୩୧.୨ ଓଭରରେ ୩ ଵିକେଟ୍‌ ହରାଇ ବିଜୟ ହାସଲ କରିଥିଲା। ଅନୁରାଗ ସି˚ହଦେଓ ୨୪, ଧନଞ୍ଜୟ ଯାଦବ ୫୬, ମେହବୁବ ଆଲାମ ୩୨* ରନ୍‌ କରି ଦଳକୁ ଜିତାଇଥିଲେ। ଶୁଭମ୍‌ ସିଂହ ମ୍ୟାଚ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବି‌ବେଚିତ ହୋଇଥିଲେ।

ପୂର୍ବତଟ ରେଳବାଇ ଷ୍ଟାଡିୟମରେ ରାଉରକେଲା ୯ ଵିକେଟରେ କିଟ୍‌କୁ ହରାଇଛି। କିଟ୍‌ ୨୦୦ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ମନିତେଜ ମହାନ୍ତି ୭୬, ରମଣୀ ର˚ଜନ ଜେନା ୩୧, ଗୌରିଶ ପାତ୍ର ୩୦ ରନ୍‌ କରିଥିଲେ। ଉଦୟ ବ୍ୟାସ ଓ ବସନ୍ତ ରାଥୋଡ ୩ ଵିକେଟ ଲେଖାଏଁ ନେଇଥିଲେ। ଜବାବରେ ରାଉରକେଲା ମାତ୍ର ଗୋଟିଏ ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଆଶିଷ ମଲ୍ଲିକ ୨୧ ରନ୍‌ କରିଆଉଟ ହୋଇଥିଲା ବେଳେ ଆଶୀର୍ବାଦ ସ୍ବାଇଁ (୯୯*) ଓ ହେମନ୍ତ ନାୟକ (୬୩*) ଅପରାଜିତ ରହି ଦଳକୁ ଜିତାଇଥିଲେ। ଆଶୀର୍ବାଦ ସ୍ବାଇଁଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ