ଦେଶ ବିଦେଶ ସ୍ୱାସ୍ଥ୍ୟ

ଯୋଗ୍ୟତାଭିିତ୍ତିରେ ଏଏନ୍‌ଏମ୍‌ଙ୍କୁ ମିଳିବ ନିଯୁକ୍ତି: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର୨୬/୨: ଆନ୍ଦୋଳନରତ ଏଏନ୍‌ଏମ୍‌ ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ରାଜ୍ୟରେ ୧୦୯୯ ଖାଲି ଥିବା ଏଏନ୍‌ଏମ୍‌ ପଦବୀରେ ନିଯୁକ୍ତ ଦିଆଯିବ। ଯୋଗ୍ୟତାଭିତ୍ତିରେ ଏହି ନିଯୁକ୍ତ ଦିଆଯିବ। କୋଭିଡ୍ ସମୟରେ କାର୍ଯ୍ୟ କରିଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରାଥମିକତା ଦିଆଯିବ। କୋଭିଡ୍‌ ସମୟରେ ଏଏନ୍‌ଏମ୍‌ଙ୍କୁ ସର୍ତ୍ତ ମୂଳକ ନିଯୁକ୍ତି ଦିଆଯାଇଥିଲା। ୧୦୯୯ ଖାଲି ପଡିଥିବା ପଦବୀ​‌ରେ ଏଏନ୍‌ଏମ୍‌ଙ୍କୁ ନିଯୁକ୍ତି ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନିଜ ବିବୃତ୍ତିରେ କହିଛନ୍ତି। ଆଜି ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୪ କୋଭିଡ୍ ପଜିଟିଭ୍, ୩୩୭୦୧୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର ୨୬।୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୦୧୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା […]

ଖେଳ ଦେଶ ବିଦେଶ

ଅକ୍ଷରଙ୍କ ସ୍ପିନ ଜାଲରେ ଫସିଲା ଇଂଲଣ୍ଡ, ୧୧୨ ରନରେ ଅଲଆଉଟ୍

ଅହମ୍ମଦାବାଦ ୨୪।୦୨: ବିଶ୍ଵର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ ସର୍ଦ୍ଦାର ବଲ୍ଲଭ ଭାଇ ମୋଟେରା ଷ୍ଟାଡିୟମରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଉଛି। ଗୋଲାପି ବଲ୍‌ରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ଭାରତର ସ୍ପିନ ବୋଲିଂ ଆକ୍ରମଣରେ ଧରାଶାୟୀ ହୋଇଛି ଇଂଲଣ୍ଡ। ପ୍ରଥମ ଦିନରେ ଭାରତର ସ୍ପିନ ଜାଲରେ ଫସିଛି ଭ୍ରମଣକାରୀ ଦଳ। ଅକ୍ଷର ପଟେଲ ଓ ରବି ଚନ୍ଦ୍ରନ ଅଶ୍ଵିନଙ୍କ ଶାଣିତ ବୋଲିଂର ମୁକାବିଲା କରି ନପାରି […]

ଦେଶ ବିଦେଶ ମନୋରଞ୍ଜନ

‘ବାହୁବଳୀ’ରୁ ଭବ୍ୟ ହେବ ଫିଲ୍ମ ‘ଆଦିପୁରୁଷ’: ରହିବ 8000 VFX ସଟ୍ସ, ଖର୍ଚ୍ଚ ହେବ ୪୦୦ କୋଟି

ମୁମ୍ବାଇ ୨୪/୦୨ : ଅଭିନେତା ପ୍ରଭାସଙ୍କ ଅପ୍‌କମିଙ୍ଗ୍ ଫିଲ୍ମ ‘ଆଦିପୁରୁଷ’କୁ ନେଇ ପ୍ରତିଦିନ କିଛି ନୂଆ ଖବର ଆସୁଛି। ଏହା ବଲିଉଡ ନିର୍ଦ୍ଦେଶକ ଓମ ରାଉତଙ୍କ ଡ୍ରିମ ପ୍ରୋଜେକ୍ଟ। ଫିଲ୍ମକୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏହି ପ୍ରୋଜେକ୍ଟକୁ ଟି-ସିରିଜ ଫଣ୍ଡ କରୁଛି। ଫିଲ୍ମର ବଜେଟ୍ ୩୫୦ ରୁ ୪୦୦ କୋଟି ମଧ୍ୟରେ ରହିବ ବୋଲି କୁହାଯାଉଛି। ଏହି ଫିଲ୍ମ ବିଏଫଏକ୍ସ ଓ ଟେକ୍ନିକାଲ ଦୃଷ୍ଟିକୋଣରୁ ଏକ ଏକ୍ସପେରିମେଣ୍ଟ ବୋଲି କୁହାଯାଉଛି। ଆଦିପୁରୁଷରେ 8000 VFX ସଟ୍ସ ରହିବ […]

ଦେଶ ବିଦେଶ ମନୋରଞ୍ଜନ

ହାପି ବାର୍ଥ ଡେ ସଞ୍ଜୟ ଲୀଲା ଭଂସାଲୀ: ଗେମ୍ ଚେଞ୍ଜର ପ୍ରମାଣିତ ହୋଇଥିଲା ଭଂସାଲୀଙ୍କ ଏହି ଫିଲ୍ମ

ନୂଆଦିଲ୍ଲୀ ୨୪/୦୨ : ଆଜି ବଲିଉଡର ଫେମସ୍ ଫିଲ୍ମ ମେକର ସଞ୍ଜୟ ଲୀଲା ଭଂସାଲୀଙ୍କ ଜନ୍ମଦିନ । ଭଂସାଲୀ ତାଙ୍କର ୫୮ତମ ଜନ୍ମ ଦିନ ପାଳନ କରୁଛନ୍ତି । ସଞ୍ଜୟ ଜଣେ ମଲ୍ଟିଟାସ୍କର । ଫିଲ୍ମ ନିର୍ଦ୍ଦେଶକ ହେବା ବ୍ୟତୀତ ସେ ଜଣେ ନିର୍ମାତା, ସଙ୍ଗୀତ ନିର୍ଦ୍ଦେଶକ ଏବଂ ସ୍କ୍ରିନ୍ ରାଇଟର୍ ମଧ୍ୟ । ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡିତ କିଛି କଥା । ଭଂସାଲୀ ତାଙ୍କ ମା’ଙ୍କ ନାମ ତାଙ୍କ […]

ଦେଶ ବିଦେଶ ମନୋରଞ୍ଜନ

ପ୍ରସିଦ୍ଧ ଗାୟକ ସରଦୂଲ ସିକନ୍ଦରଙ୍କ ପରଲୋକ: କରୋନାରେ ଥିଲେ ଆକ୍ରାନ୍ତ

ମୁମ୍ବାଇ ୨୪/୦୨ : ପ୍ରସିଦ୍ଧ ପଞ୍ଜାବୀ ଗାୟକ ସରଦୂଲ ସିକନ୍ଦରଙ୍କ ୬୦ ବର୍ଷ ବୟସରେ ଦେହାନ୍ତ ହୋଇଛି। କିଡନୀ ସମସ୍ୟା ଯୋଗୁଁ ତାଙ୍କୁ ଗତ ସପ୍ତାହରେ ମୋହାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସଫଳ କିଡନୀ ଅପରେସନ ହୋଇଥିଲା। କିନ୍ତୁ ସେ କରୋନା ସଂକ୍ରମଣର ଶିକାର ହୋଇଗଲେ। ବୁଧବାର ଦିନ ସରଦୂଲ ସିକନ୍ଦର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ପଞ୍ଜାବୀ ସଂଗୀତ ଦୁନିଆର ଏକ ବଡ ଗାୟକ ଥିଲେ। ତାଙ୍କ ଦେହାନ୍ତ ଖବର ପାଇଁ […]

କଳା ଓ ସଂସ୍କୃତି ଧର୍ମ ସ୍ପେଶାଲ ରିପୋର୍ଟ

ଯୌତୁକରେ ମିଳିଥିଲା ୧୧ ଲକ୍ଷ: ସବୁ ଟଙ୍କା ଫେରାଇ ୧୦୧ ଟଙ୍କା ରଖିଲେ ଶ୍ୱଶୁର

ଜୟପୁର ୨୪/୦୨ : ସମାଜରେ ଭଲ ଲୋକ ଅଛନ୍ତି, ଖରାପ ଲୋକ ବି ଅଛନ୍ତି। ଭଲ ଲୋକଙ୍କ ଚିନ୍ତାଧାରା ସମାଜ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏମିତି ଏକ ଖବର ଆସିଛି ରାଜସ୍ଥାନ ଵୁନ୍ଦି ଜିଲ୍ଲାରୁ। ଏକ ସ୍କୁଲର ପ୍ରଧାନଶିକ୍ଷକ ଥିବା ବ୍ରୁଜମୋହନ ମିଣା ନିଜ ପୁଅର ନିର୍ବନ୍ଧ କାର୍ଯ୍ୟକ୍ରମରେ ମାତ୍ର ୧୦୧ ଟଙ୍କା ଶାଗୁଣ ଗ୍ରହଣ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କୁ ଯୌତୁକର ୧୧ ଲକ୍ଷ ମିଳିଥିଲା। କିନ୍ତୁ ସେ ଫେରାଇ […]

କଳା ଓ ସଂସ୍କୃତି ଧର୍ମ

କାହିଁକି ସବୁ ପୂଜା ପର୍ବାଣିରେ ବ୍ୟବହାର ହୁଏ ଗେଣ୍ଡୁ ଫୁଲ, କ’ଣ ଏହାର ବିଶେଷତ୍ୱ ?

ଭୁବନେଶ୍ୱର ୨୩/୦୨ : ମନ୍ଦିର ହେଉ କି ଅନ୍ୟ କୌଣସି ପୂଜା ଆୟୋଜନ ସ୍ଥାନରେ ହେଉଁ ଗେଣ୍ଡୁ ଫୁଲ ବ୍ୟବହାର କରାଯାଇଥାଏ। ଘରେ ବି କୌଣସି ପୂଜା ଆୟୋଜନ ହେଲେ ଗେଣ୍ଡୁ ଫୁଲ ମାଳ ବ୍ୟବହାର କରାଯାଇଥାଏ। ଗେଣ୍ଡୁ ଫୁଲ ଛଡା ଗୋଲାପ, ମନ୍ଦିର, ଟଗର ଓ ଅନ୍ୟାନ୍ୟ ଫୁଲ ମଧ୍ୟ ବ୍ୟବହୃତ ହୁଏ। ତେବେ ସବୁ ପୂଜାରେ ଗେଣ୍ଡୁ ଫୁଲ କାହିଁକି ବ୍ୟବହାର କରଯାଏ ଆପଣ କେବେ ଚିନ୍ତା କରିଛନ୍ତି କି ? ଏହା ପଛରେ […]

କଳା ଓ ସଂସ୍କୃତି ଧର୍ମ

ସଙ୍କଟ ସମୟରେ ବଦଳିଯାଏ ଏହି କୁଣ୍ଡର ଜଳ, ବିପଦ ସଙ୍କେତ ଦେଇଥାନ୍ତି ଦେବୀ ଖୀର ଭବାନୀ,

ଶ୍ରୀନଗର ୨୩/୦୨ : ଭାରତରେ ପ୍ରତିଷ୍ଠିତ ପ୍ରତ୍ୟେକ ମନ୍ଦିର ପଛରେ ଏକ ଧାର୍ମିକ ବିଶ୍ୱାସ ରହିଥାଏ । ଠିକ୍ ସେହିପରି କାଶ୍ମୀରରେ ଏକ ଏମିତି ମନ୍ଦିର ରହିଛି ଯାହା କୁଣ୍ଡର ପାଣି କୌଣସି ସଙ୍କଟ ଆସିବା ପୂର୍ବରୁ ନିଜର ରଙ୍ଗ ବଦଳାଇ ଦେଇଥାଏ । ଫଳରେ ଲୋକମାନେ ସତର୍କ ହୋଇ ଯାଇଥାନ୍ତି । ଦେବୀଙ୍କ ଏହି ମନ୍ଦିରର ନାମ ହେଉଛି ‘ଖୀର ଭବାନୀ’ ।ଏହା ଶ୍ରୀନଗରଠାରୁ ପ୍ରାୟ ୨୭ କିଲୋମିଟର ଦୂରରେ ଥିବା ତୁଲ୍ଲା ମୁଲ୍ଲା ଗ୍ରାମରେ […]

କଳା ଓ ସଂସ୍କୃତି ଧର୍ମ

କୁମ୍ଭ କଳ୍ପବାସର ରହିଛି ଅନେକ ଆଧ୍ୟାତ୍ମିକ ମହତ୍ତ୍ୱ: ମନୁଷ୍ୟ ରୂପରେ ଦେବତା କରନ୍ତି ହରି ସଂକୀର୍ତ୍ତନ

ହରିଦ୍ୱାର ୨୩/୦୨ : ପଦ୍ମ ପୁରାଣରେ ମହର୍ଷି ଦତ୍ତତ୍ରେୟ କୁମ୍ଭ କଳ୍ପବାସର ସମ୍ପୂର୍ଣ୍ଣ ବ୍ୟବସ୍ଥା ସମ୍ପର୍କରେ ବର୍ଣନା କରିଛନ୍ତି। ସେ କହିଛନ୍ତି ଯେ କଳ୍ପବାସୀଙ୍କୁ ୨୧ ନିୟମ ପାଳନ କରିବାକୁ ପଡିଥାଏ। ଏହି ୨୧ ନିୟମ ହେଲା-ସତ୍ୟ ବଚନ, ଅହିଂସା, ଇନ୍ଦ୍ରିୟଙ୍କ ଶମନ, ସବୁ ପ୍ରାଣୀ ପ୍ରତି ଦୟଭାବ, ବ୍ରହ୍ମଚର୍ଯ୍ୟ ପାଳନ, ସବୁ ପ୍ରକାଶ ନିଶା ତ୍ୟାଗ, ସୂର୍ଯ୍ୟଦୟ ପୂର୍ବରୁ ଶଯ୍ୟା ତ୍ୟାଗ, ନିତ୍ୟ ୩ଥର ସ୍ନାନ, ତ୍ରୀକାଳସନ୍ଧ୍ୟା, ପିତୃଙ୍କ ପିଣ୍ଡଦାନ, ଯଥାଶକ୍ତି ଦାନ, ଅନ୍ତର୍ମୁଖୀ ଜପ, […]