ଦେଶ ବିଦେଶ ମନୋରଞ୍ଜନ

ଟ୍ବିଟ୍‌ କରି ନିଜର ଦ୍ବିତୀୟ ଆଖିର ଅସ୍ତ୍ରୋପଚାର କଥା ଜଣାଇଲେ ବିଗ୍‌ ବି

ମୁମ୍ବାଇ: ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ତାଙ୍କର ଦ୍ବିତୀୟ ଆଖି ଅସ୍ତ୍ରୋପଚାର କରିବା କଥା ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର୍‌ରେ ପ୍ରକାଶ କରିଛନ୍ତି। ସେ ତାଙ୍କର ଫଲୋର୍ସମାନଙ୍କୁ ନିଜର ଦ୍ବିତୀୟ ଆଖିର କାଟ୍ରାକ୍ଟ ଅପରେସନ୍‌ ହୋଇଥିବା ନେଇ ସୂଚନା ଦେଇଛନ୍ତି। ପୂର୍ବରୁ ଫେବ୍ରୁଆରି ମାସରେ ଅମିତାଭ ତାଙ୍କର ପ୍ରଥମ ଆଖି ଅପରେସନ୍‌ କରିଥିଲେ। ଯାହାକି ଧୀରେ ଧୀରେ ସ୍ବାଭାବିକ ହେବାକୁ ଲାଗିଥିଲା। ସେ ସମୟରେ ସେ ନିଜର ଦ୍ବିତୀୟ ଆଖିର ଅସ୍ତ୍ରୋପଚାର ନେଇ ସାମାନ୍ୟ ସୂଚନା ବି ଦେଇଥିଲେ। ବିଗ୍‌ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କରୋନା ସଂକ୍ରମଣକୁ ନେଇ ବଢିଲା ଚିନ୍ତା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ; ସତର୍କ ନ ହେଲେ ବଢ଼ିବ ସଂକ୍ରମଣ ଖରାକୁ ଦୃଷ୍ଟିରେ ରଖି ୭୦୦କୁ ବୃଦ୍ଧି ପାଇଲା ଟିକାକରଣ କେନ୍ଦ୍ର

ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାକୁ ଆଜି ବର୍ଷେ ପୂରିଛି । ଏହାରି ଭିତରେ କରୋନାର ପ୍ରକୋପ କମି ନ ଥିବାବେଳେ ପୁଣିଥରେ ବଢ଼ିବାରେ ଲାଗିଛି ସଂକ୍ରମଣ। ଦେଶରେ ୨୪ ଘଣ୍ଟାରେ ୨୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ଖବର ଚିନ୍ତା ବଢାଇ ଦେଇଛି। ଯଦିଓ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି, କିନ୍ତୁ ୭ରୁ ୮ଟି ରାଜ୍ୟରେ ପ୍ରାୟ ୮୫ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଏହାକୁ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସ୍କୁଲ୍ ମିଶ୍ରଣ ଓ ୨ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଅବରୋଧ ସହ ବିଦ୍ୟାଳୟରେ ତାଲା

ଅନୁଗୋଳ ୧୫।୩: ଉପସ୍ଥାନ କମ୍ ଥିବା ଦର୍ଶାଇ ଆଠମଲ୍ଲିକ ବ୍ଲକ୍ କୃତ୍ତିବାସପୁର ଗ୍ରାମ ପଞ୍ଚାୟତର ଦାମବାହଳ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ତେନ୍ତୁଳିପଥର ବିଦ୍ୟାଳୟ ସହିତ ମିଶ୍ରଣ କରାଯିବା ସଙ୍ଗେ ସଙ୍ଗେ ଦୁଇ ଜଣ ଶିକ୍ଷକଙ୍କୁ ତେନ୍ତୁଳିପଥର ବିଦ୍ୟାଳୟକୁ ବଦଳି କରାଯାଇଛି । ଏହାର ପ୍ରତିବାଦ କରି ଦାମବାହଳ ଗ୍ରାମବାସୀ ଠାକୁରଗଡ଼-ନାକଚି ରାଜ୍ୟ ରାଜପଥ ଅବରୋଧ କରିବା ସହ ତେନ୍ତୁଳିପଥର ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ । ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ । […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରୁ ସୁସ୍ଥ ହେଲେ ୯୧ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୯୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ଆଜି ସମ୍ବଲପୁରରୁ ୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୩ଜଣ, ବାଲେଶ୍ବରରୁ ୧୨ଜଣ, ଖୋର୍ଧାରୁ ୧୧ଜଣ, ଭଦ୍ରକରୁ ୯ଜଣ, ଯାଜପୁରରୁ ୫ଜଣ, ଝାରସୁଗୁଡ଼ାରୁ ୪ଜଣ, ରାୟଗଡ଼ାରୁ ୪ଜଣ, କେନ୍ଦୁଝରରୁ ୩ଜଣ, ମୟୁରଭଞ୍ଜରୁ ୩ଜଣ, ପୁରୀରୁ ୩ଜଣ, ଦେବଗଡ଼ରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। […]

କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବ୍ରାଭୋ ଇଣ୍ଟରନ୍ୟାସନାଲ ବୁକ ବିଶ୍ୱ ରେକର୍ଡରେ ନାଁ ରଖିଲେ ସୁଦୀପ୍ତ

କଂଟାବାଞ୍ଜି (ପୁଷ୍ପକେତୁ ବେହେରା) ବ୍ରାଭୋ ଇଣ୍ଟର‌ନ୍ୟାସନାଲ ବୁକ୍‌ ବିଶ୍ବ ରେକର୍ଡରେ ନାଁ ରଖି କଣ୍ଟାବାଞ୍ଜି ପାଇଁ ଗୌରବ ଆଣିଛନ୍ତି ସୁଦୀପ୍ତ ରଞ୍ଜନ ସାହୁ (ସୋନୁ)। ସ୍ଥାନୀୟ ମହାବୀର ରେସିଡେନସି ପାଖରେ ରହୁଥିବା ଦାମୋଦର ସାହୁ ଏବଂ ପ୍ରତିମା ସାହୁଙ୍କ ପୁଅ ସୁଦୀପଙ୍କ ବୟସ ଏବେ ମାତ୍ର ୧୯ବର୍ଷ। ସେ କଂଟାବାଞ୍ଜି ଶିଶୁ ମନ୍ଦିରରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ବଲାଙ୍ଗୀରେ ପଢ଼ିଥିଲେ। ଯୁବପିଢ଼ି କିପରି ବ୍ୟବସାୟ କରିବେ ସେ ଉପରେ ସୋନୁ ‘ମେନୁଏଲ୍‌ ଅଫ୍‌ ଷ୍ଟାର୍ଟଅପ୍‌ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ

ଜୁନ୍ ୨୮ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ମନ୍ଦିର ଟ୍ରଷ୍ଟର ନିଷ୍ପତ୍ତି : ଗତ ବର୍ଷ କୋଭିଡ୍ କାରଣରୁ ବନ୍ଦ ରହିଥିଲା ମନ୍ଦିର

ଜମ୍ମୁ ୧୩/୦୩ : ଚଳିତବର୍ଷ ହେବ ଅମରନାଥ ଯାତ୍ରା । ୨୮ ଜୁନ ୨୦୨୧ ଠାରୁ ଭକ୍ତଙ୍କ ପାଇଁ ଅମରନାଥ ମନ୍ଦିର ଖୋଲିବା । ଏ ନେଇ ଜାମ୍ମୁରେ ଅମରନାଥ ସ୍ରାଇନ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ କରୋନା ମହାମାରୀ କାରଣରୁ ବାର୍ଷିକ ଅମରନାଥ ଯାତ୍ରାକୁ ରଦ୍ଦ କରିଦିଆଯାଇଥିଲା । କିନ୍ତୁ ଚଳିତ ବର୍ଷ ଜୁନ ୨୮ରୁ ଭକ୍ତଙ୍କ ପାଇଁ ଅମରନାଥ ଯାତ୍ରା ଆରମ୍ଭ ହେବ । ସୂଚନା ଅନୁସାରେ, ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ପଥଚାରୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡିଲା ବସ୍, ୨୦ ଆହତ

ସୋର ୧୪।୦୩: ବାଲେଶ୍ଵର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ସୋର ତହସିଲ ନିକଟରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍ ଓଲଟି ପଡିଛି। ଜଣେ ପଥଚାରୀଙ୍କୁ ବଞ୍ଚାଇବାକୁ ଯାଇ ବସ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ରବିବାର କଟକରୁ ଅଭାଣା ଆସୁଥିବା ଚୋକାଡୋଳା ନାମକ ଯାତ୍ରିବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ ସମ୍ମୁଖକୁ ଜଣେ ପଥଚାରୀ ଚାଲି ଆସିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ବସ୍‌ଟି ଭାରସାମ୍ୟ […]

ଖେଳ ଦେଶ ବିଦେଶ

ଭାରତ-ଇଂଲଣ୍ଡ ଦ୍ବିତୀୟ ଟ୍ବେଣ୍ଟି-୨୦ ଆଜି: ପରାଜୟ ପରେ ପ୍ରତ୍ୟାବର୍ତ୍ତନ ଆଶା

ଅହମଦାବାଦ: ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା‌ରେ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ କ୍ରିକେଟ୍ ଦଳ ରବିବାର ଖେଳାଯିବାକୁ ଥିବା ଦ୍ବିତୀୟ ମୁକାବିଲାକୁ ଜିତି ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ରହିଛି। ପାଞ୍ଚ ଟିକିଆ ଶୃଙ୍ଖଳାରେ ଇଂଲଣ୍ଡ ପ୍ରଥମ ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତି ୧-୦ରେ ଆଗୁଆ ରହିଛି। ତିନି ମାସ ପରେ ଧଳା ବଲ୍ କ୍ରିକେଟ୍ ଖେଳିଥିବା ଭାରତ ଏହି ମ୍ୟାଚ୍‌ରେ ଦୟନୀୟ ବ୍ୟାଟିଂ କରିଥିଲା ବେଳେ ମଧ୍ୟକ୍ରମରେ ଶ୍ରେୟସ୍ ଆୟରଙ୍କ ଦାୟିତ୍ବପୂର୍ଣ୍ଣ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଖାଦ୍ୟ ସହିତ ଦହି ଖାଇଲେ ମିଳେ ଏହି ସବୁ ଫାଇଦା, କିନ୍ତୁ ଏହି ସମୟରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ

ଭୁବନେଶ୍ୱର ୧୩/୦୩: ଅଧିକାଂଶ ଲୋକଙ୍କ ଡାଏଟର ଦହି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଦହିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ । ପ୍ରତିଦିନ ଦହି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ରହିବା ସହିତ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଅନେକାଂଶରେ ଅଷ୍ଟିଓପୋରୋସିସ୍, ରକ୍ତଚାପ, କେଶ ଏବଂ ହାଡ ପାଇଁ ମଧ୍ୟ ଦହି ଲାଭଦାୟକ ହୋଇଥାଏ । ଦହିରେ ପ୍ରୋଟିନ୍, କ୍ୟାଲସିୟମ୍, ରାଇବୋଫ୍ଲାଭିନ୍, ଭିଟାମିନ୍ B6 ଏବଂ ଭିଟାମିନ୍ B12 ଭଳି ପୋଷକ […]

ରାଶିଫଳ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଜୀବନସାଥୀଙ୍କର ପ୍ରେମ ଓ ସୁଖ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟୀଙ୍କ ଲାଗି ସମୟ ଉତ୍ତମ। ଶୁକ୍ର ଓ ଶନିବାର: ଶିକ୍ଷକଙ୍କର ସହଯୋଗ ପାଇବେ। ରବି ଓ ସୋମବାର: ପୂର୍ବରୁ କରି ଆସୁଥିବା କାମରେ ଲାଭ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟ ଉପରେ ବିରୋଧୀଙ୍କର ନଜର ରହିବ। ଶୁକ୍ର ଓ ଶନିବାର: ଘରର ପରିବେଶ ଭଲ ରହିବ। ରବି ଓ ସେମାବାର: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସାକ୍ଷାତ ହେବ। ମଙ୍ଗଳ, […]