ଜମ୍ମୁ ୧୩/୦୩ : ଚଳିତବର୍ଷ ହେବ ଅମରନାଥ ଯାତ୍ରା । ୨୮ ଜୁନ ୨୦୨୧ ଠାରୁ ଭକ୍ତଙ୍କ ପାଇଁ ଅମରନାଥ ମନ୍ଦିର ଖୋଲିବା । ଏ ନେଇ ଜାମ୍ମୁରେ ଅମରନାଥ ସ୍ରାଇନ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ କରୋନା ମହାମାରୀ କାରଣରୁ ବାର୍ଷିକ ଅମରନାଥ ଯାତ୍ରାକୁ ରଦ୍ଦ କରିଦିଆଯାଇଥିଲା । କିନ୍ତୁ ଚଳିତ ବର୍ଷ ଜୁନ ୨୮ରୁ ଭକ୍ତଙ୍କ ପାଇଁ ଅମରନାଥ ଯାତ୍ରା ଆରମ୍ଭ ହେବ ।
ସୂଚନା ଅନୁସାରେ, ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅମରନାଥ ଖୋଲାଯିବା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଉକ୍ତ ବୈଠକରେ ଅମରନାଥ ସ୍ରାଇନ୍ ବୋର୍ଡର ସଦସ୍ୟମାନେ ମଧ୍ୟ ଉପସ୍ଥିତି ଥିଲେ । ସମସ୍ତଙ୍କ ମତାମତ ଅନୁଯାୟୀ ଜୁନ୍ ୨୮ରୁ ଅମରନାଥ ମନ୍ଦିର ଖୋଲାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।
ଅମରନାଥ ଯାତ୍ରା ଜୁନ ୨୮ରୁ ଆରମ୍ଭ ହୋଇ ରାକ୍ଷୀ ପୂର୍ଣ୍ଣିମା ଯାଏଁ ଜାରି ରହିବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅମରନାଥ ଯାତ୍ରା ପାଇଁ ସାରା ଦେଶରେ କୋଣ ଅନୁକୋଣରୁ ଭକ୍ତମାନେ ଅପେକ୍ଷା କରିଥାନ୍ତି । ଯାତ୍ରୀମାନଙ୍କ ସୁବିଧା ପାଇଁ ମନ୍ଦିର ବୋର୍ଡ ପକ୍ଷରୁ ବ୍ୟାପକ ପଦକ୍ଷେପ ମଧ୍ୟ ନିଆଯାଇଥାଏ । ଯାତ୍ରୀମାନଙ୍କ ପାଇଁ ରହିବା-ଖାଇବା ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସ୍ଥା କରାଯାଇଥାଏ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପରିମାଣରେ ସୁରକ୍ଷାକର୍ମୀମାନଙ୍କୁ ନିଯୁକ୍ତି ଦିଆଯାଇଥାଏ ।