ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଦର୍ଶନୀୟ ସ୍ଥାନକୁ ବୁଲି ଯିବେ। ବୃଷ: କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ। ଆପଣଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଛାତ୍ରଙ୍କୁ ଅଧ୍ୟୟନ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି। ମିଥୁନ: ଚାକିରିଆଙ୍କ ଲାଗି ଭଲ ଦିନଟିଏ। ଆପଣଙ୍କୁ ପ୍ରଚୁର ସମ୍ମାନ ମିଳିବ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିପାରନ୍ତି। କର୍କଟ: କାହାରି ଉପରେ ଭରସା କରିବାରୁ ନିବୃତ୍ତ ରୁହନ୍ତୁ। ଆପଣଙ୍କ ସମସ୍ୟାର ସମାଧାନ […]

ଖେଳ ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ଭାରତୀୟ ଭଲିବଲ୍‌ରେ ଓଡ଼ିଶାର ମାଇଲଖୁଣ୍ଟ, ୨୬ ବର୍ଷ ପରେ ଓଡ଼ିଶାର ନକ୍‌ ଆଉଟ୍ ଯୋଗ୍ୟତା ଲଗାତାର ଆୟୋଜନରେ କିଟ୍‌ ପ୍ରଥମ, ପ୍ରଥମ ଥର ପୁରସ୍କାର ରାଶି ବ୍ୟବସ୍ଥା

ଭୁବନେଶ୍ବର: କିଟ୍‍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନ୍‍ଡୋର ଷ୍ଟାଡିୟମ୍‍ଠାରେ ସଦ୍ୟ ସମାପ୍ତ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ପ୍ରତିଯୋଗିତା ଭାରତୀୟ ଭଲିବଲ୍‍ ଇତିହାସରେ ସ୍ମରଣୀୟ ହୋଇରହିବ। ବିଭିନ୍ନ ଦୃଷ୍ଟିରୁ ଏହି ଭଲିବଲ୍‍ ମହାକୁମ୍ଭ ଥିଲା ନିଆରା। କରୋନା କାଳରେ ଏହି ଥିଲା ଓଡ଼ିଶା ତଥା କିଟ୍‍ର ପ୍ରଥମ କ୍ରୀଡ଼ା ମହାକୁମ୍ଭ, ଯାହାକି ଶୃଙ୍ଖଳିତ ଭାବେ ସଫଳତାର ସହ ଆୟୋଜନ ହୋଇଥିଲା। ଏଥିରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୧୨ଶହରୁ […]

ଖେଳ ଦେଶ ବିଦେଶ

ରିତିକା ଫୋଗଟଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ପ୍ରସିଦ୍ଧ କୁସ୍ତି ତାରକା ଗୀତା ଓ ବବିତା ଫୋଗଟଙ୍କ ସଂପର୍କିୟା ଉଭଣୀ ରିତିକା ଫୋଗଟ ଏକ ପ୍ରତିଯୋଗିତାର ଫାଇନାଲ୍‌ରେ ମାତ୍ର ୧ ପଏଣ୍ଟ୍‌ ବ୍ୟବଧାନରେ ପରାଜିତ ହେବା ପରେ ଆତ୍ମହତ୍ୟା କରିଛନ୍ତି। ଏହି ଅପ୍ରତ୍ୟାଶିତ ଓ ଦୁଃଖଦ ଘଟଣା ଚର୍ଚ୍ଚିତ ଫୋଗଟ ପରିବାର ସହ ସମଗ୍ର ଭାରତୀୟ କ୍ରୀଡ଼ା ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। କୁସ୍ତି ଦୁନିଆ ଯେମିତି ଏକଥାକୁ ଆଦୌ ବିଶ୍ବାସ କରିପାରୁନାହିଁ। ରାଜସ୍ଥାନର ଭରତପୁରଠାରେ ଚଳିତ ମାସ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ […]

ଖେଳ ଦେଶ ବିଦେଶ

ପିଟି ଉଷାଙ୍କ କୀର୍ତ୍ତିମାନ ଭାଙ୍ଗିଲେ ଧନଲକ୍ଷ୍ମୀ

ପତିଆଲା: ପଞ୍ଜାବର ପତିଆଲାଠାରେ ଚାଲିଥିବା‌ ୨୪ତମ ଜାତୀୟ ବରିଷ୍ଠ ଫେଡେ‌ରେସନ୍ କପ୍ ଦୌଡ଼କୁଦ ପ୍ରତିଯୋଗିତାରେ ତାମିଲନାଡୁର ଧନଲକ୍ଷ୍ମୀ ମହାନ ଧାବିକା ପିଟି ଉଷାଙ୍କ ମିଟ୍ ରେକର୍ଡ ଭାଙ୍ଗିଛନ୍ତି। ଗୁରୁବାର ମହିଳା ୨୦୦ ମିଟର ଦୌଡ଼ର ସେମିଫାଇନାଲ୍‌କୁ ୨୩.୨୬ ସେକେଣ୍ଡରେ ଶେଷ କରି ପାୱଲି ଏକ୍ସପ୍ରେସ୍‌ ଉଷାଙ୍କୁ ଟପିଥିଲେ ଭାରତୀୟ ଦୌଡ଼କୁଦର ଏହି ନୂଆ ନାୟିକା। ଭାରତୀୟ ଦୌଡ଼କୁଦର ମହାରାଣୀ ଉଷା ୧୯୯୮ ମସିହାରେ ଚେନ୍ନାଇଠାରେ ଆୟୋଜିତ ଫେଡେରେସନ୍ କପ୍‌ରେ ୨୦୦ ମିଟର ଦୌଡ଼କୁ ୨୩.୩୦ ସେକେଣ୍ଡରେ ଶେଷ […]

ଖେଳ ଦେଶ ବିଦେଶ

ବିଶ୍ବ ବିଜେତାଙ୍କୁ ହରାଇ କ୍ବାର୍ଟର୍‌ରେ ନିଖତ

ଇସ୍ତାନବୁଲ: ଭାରତର ନିଖତ ଜରିନ ବିଶ୍ବ ବିଜୟିନୀ ପାଲ୍‌ଟସିଭା ଏକ୍‌ତାରିନଙ୍କୁ ହରାଇ ବୋସଫୋରୁସ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ମହିଳା ୫୧ କେଜି ବର୍ଗର କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଏହି ପ୍ରତିଯୋଗିତାର ଦ୍ବିତୀୟ‌ ଦିନରେ ଏସୀୟ କାଂସ୍ୟ ବିଜୟିନୀ ନିଖତ ୫-୦ରେ ରୁଷୀୟ ମୁଷ୍ଟିଯୋଦ୍ଧାଙ୍କୁ ମାତ୍‌ ଦେଇଥିଲେ। ସେମିଫାଇନାଲ୍‌‌ରେ ‌ସ୍ଥାନ ପାଇଁ ସେ ଦୁଇଥରର ବିଶ୍ବ ବିଜୟିନୀ କାଜାକସ୍ତାନର କିଜାଇବେ ନଜିମଙ୍କୁ ଭେଟିବେ। ନିଖତଙ୍କ ବାଦ୍‌ ଏସୀୟ ବିଜେତା ଶିବ ଥାପ୍ପା, ସୋନିଆ ଲାଥେର ପ୍ରବୀର ନିଜ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍‌-୧୯: ୨୪ ଘଣ୍ଟାରେ ଦେଶରେ ୩୯,୭୨୬ ନୂଆ ସଂକ୍ରମଣ ଚିହ୍ନଟ; ୧.୧୫ କୋଟି ଟପିଲା ସମୁଦାୟ ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୩୯,୭୨୬ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୧୫ କୋଟି ଟପିଯାଇଛି। କ୍ରମାଗତ ୯ ଦିନ ଧରି ଦେଶରେ ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ୨୦ ହଜାର ଉପରେ ରହୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୯,୭୨୬ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୫୪ ମୃତ୍ୟୁ ରେକର୍ଡ କରାଯାଇଛି। […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ମାସେ ଯାଏଁ ଲାଗୁ ହେଲା ଲକଡାଉନ୍, କେବଳ ସ୍କୁଲ ଓ ଜରୁରୀ ସେବା ଖୋଲା, ସଂକ୍ରମଣ ରୋକିବାକୁ ବଡ ନିଷ୍ପତ୍ତି 19/03/2021

ପ୍ୟାରିସ, ୧୯/୦୩: ବିଶ୍ୱର ଅନେକ ଦେଶରେ କରୋନା ଭାଇରସର ପୁନଃ ସଂକ୍ରମଣ ଆରମ୍ଭ ହୋଇଯାଇଛି । ଏହାକୁ ନଜରରେ ରଖି ଅନେକ ଦେଶ ପୁଣି ଲକଡାଉନ୍ ଘୋଷଣା କରିଛନ୍ତି । ତେବେ ଫ୍ରାନ୍ସର ରାଜଧାନୀ ପ୍ୟାରିସ ଓ ଅନ୍ୟ ଅଞ୍ଚଳରେ ଗୋଟିଏ ମାସ ଯାଏଁ ଲକଡାଉନ୍ ଜାରି ହୋଇଛି । ତେବେ ଏହି ସମୟରେ ସ୍କୁଲ ଓ ଅନ୍ୟ ଜରୁରୀ ଦୋକାନ ଓ ସେବା ଚାଲୁ ରହିବ । ଗତ ଫେବ୍ରୁଆରୀରେ ଫ୍ରାନ୍ସ ସମେତ ଅନ୍ୟ କିଛି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଶରଣକୁଳରେ ବାଇକ ଦୁର୍ଘଟଣା: ୩ ମୃତ, ୨ ଗୁରୁତର

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମିଳିଥିବା ଖବର ଅନୁଯାୟୀ ଜଗନ୍ନାଥପୁର ଗ୍ରାମର ମନୁ ନାୟକ ଏବଂ କୃଷ୍ଣଚନ୍ଦ୍ର ନାୟକ ଗୋଟିଏ ବାଇକରେ ଯାଉଥିବା ବେଳେ ଅନ୍ୟ ଏକ ବାଇକରେ ପଥରକଟା ଗ୍ରାମର ୩ ଜଣ ଆସୁଥିଲେ । ବାଇକ ମୁହାଁମୁହିଁ ହେବା ଫଳରେ ମନୁ ନାୟକ, କୃଷ୍ଣଚନ୍ଦ୍ର […]

ଦେଶ ବିଦେଶ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରକ୍ଷାମନ୍ତ୍ରୀଙ୍କୁ ଭେଟି ମାଲକାନଗିରି ଓ ନବରଂଗପୁରରେ ସୈନିକ ସ୍କୁଲ ଦାବି କଲେ ନବରଂଗପୁର ସାଂସଦ

ମାଲକାନଗିରି: ଓଡିଶାର ସବୁଠାରୁ ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମଧ୍ୟରୁ ମାଲକାନଗିରି ଏବଂ ନବରଂଗପୁର ଅନ୍ୟତମ। ଏହି ଦୁଇ ଜିଲ୍ଲାରେ ବହୁ ସଂଖ୍ୟାରେ ଆଦିବାସୀ ସଂପ୍ରଦାୟର ଲୋକେ ବାସ କରନ୍ତି। ଏହି ଜିଲ୍ଲାର ପିଲାମାନେ ଦେଶ ପାଇଁ କିଛି କରିବାର ସ୍ବପ୍ନ ଦେଖୁଛନ୍ତି।ତେଣୁ ସେମାନଙ୍କ ପାଇଁ ଏହି ଦୁଇ ଜିଲ୍ଲାରେ ଦୁଇଟି ସୈନିକ ସ୍କୁଲ ଖୋଲିଯାଉ ବୋଲି ନବରଂଗପୁର ସାଂସଦ ରମେଶ ଚନ୍ଦ୍ର ମାଝି କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଦାବି କରିଛନ୍ତି। […]

ଦେଶ ବିଦେଶ ମନୋରଞ୍ଜନ

ଅଯୋଧ୍ୟାରେ ଅକ୍ଷୟ କୁମାର: ରାମଲଲ୍ଲାଙ୍କ ଦର୍ଶନ କରି ଫିଲ୍ମ ‘ରାମ ସେତୁ’ର ମହୁରତ ସହ ଯୋଗୀଙ୍କୁ କରିବେ ସାକ୍ଷାତ

ଅଯୋଧ୍ୟା ୧୮/୦୩ : ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ‘ରାମ ସେତୁ’ର ସୁଟିଂ ପାଇଁ ଫିଲ୍ମର ଦୁଇ ଅଭିନେତ୍ରୀ ଜ୍ୟାକଲିନ ଓ ନୁଶରତ ଭାରୁଚାଙ୍କ ସହ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଫିଲ୍ମ ମହୁରତ ସହ ଆଖ୍ୟା କୁମାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ସାକ୍ଷାତ କରିବେ। ତାଛଡା ସେ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଓ ଟ୍ରଷ୍ଟି ଅନିଲ ମିଶ୍ରଙ୍କୁ ମଧ୍ୟ ସାକ୍ଷାତ କରିବେ। ଟ୍ରଷ୍ଟର ସଦସ୍ୟ ତଥା […]