ଅଯୋଧ୍ୟା ୧୮/୦୩ : ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ‘ରାମ ସେତୁ’ର ସୁଟିଂ ପାଇଁ ଫିଲ୍ମର ଦୁଇ ଅଭିନେତ୍ରୀ ଜ୍ୟାକଲିନ ଓ ନୁଶରତ ଭାରୁଚାଙ୍କ ସହ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଫିଲ୍ମ ମହୁରତ ସହ ଆଖ୍ୟା କୁମାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ସାକ୍ଷାତ କରିବେ। ତାଛଡା ସେ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଓ ଟ୍ରଷ୍ଟି ଅନିଲ ମିଶ୍ରଙ୍କୁ ମଧ୍ୟ ସାକ୍ଷାତ କରିବେ। ଟ୍ରଷ୍ଟର ସଦସ୍ୟ ତଥା ଅଯୋଧ୍ୟା ରାଜା ବିମଳେନ୍ଦ୍ର ମୋହନ ପ୍ରତାପ ମିଶ୍ରଙ୍କ ବାସଭବନରେ ଏହି ସାକ୍ଷାତକାର ହେବ। ଅକ୍ଷୟ କୁମାର ରାମ ଜନ୍ମଭୂମି ପରିସରରେ ରାମ ଲଲ୍ଲାଙ୍କ ସମ୍ମୁଖରେ ରାମ ସେତୁର ଫିଲ୍ମର ମହୁରତ କରିବେ। ଏହାସହ ସେ ରାମ ଲଲ୍ଲାଙ୍କ ଦର୍ଶନ ଓ ପୂଜା ବି କରିବେ।
ଅକ୍ଷୟ କୁମାର ଓ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟଙ୍କ ସାକ୍ଷାତକାର ୧୫ ମିନିଟ ପାଇଁ ହେବ। ରାମ ମନ୍ଦିର ନିର୍ମାଣ ଓ ରାମ ଜନ୍ମଭୂମି ପରିସରରେ ହେବାକୁଥିବା ଅନ୍ୟ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା ହେବ।
ଫିଲ୍ମ ରାମ ସେତୁର ନିର୍ଦ୍ଦେଶନା ଦେଉଛନ୍ତି ଅଭିଷେକ ଶର୍ମା। ଫିଲ୍ମ ସୁଟିଂ ଅଯୋଧ୍ୟାରେ ହେବ। ୨୦୨୨ ଦୀପାବଳିରେ ଫିଲ୍ମ ରିଲିଜ ହେବ। ଅକ୍ଷୟ କୁମାର କହିଛନ୍ତି, ତାଙ୍କର ଏହି ଫିଲ୍ମ ଅତୀତ, ବର୍ତ୍ତମାନ ଓ ଆଗାମୀ ପିଢ଼ି ମଧ୍ୟରେ ସଂଯୋଗ।
ଅକ୍ଷୟ କୁମାରଙ୍କ ଏହି ଫିଲ୍ମର ପ୍ରଯୋଜକଙ୍କ ମଧ୍ୟରେ ଏବେ ଆମାଜନ ପ୍ରାଇମ ମଧ୍ୟ ସାମିଲ ହୋଇଯାଇଛି। ଆଖ୍ୟଯଙ୍କ ପ୍ରଡକ୍ସନ ହାଉସ କେପ ଅଫ ଗୁଡ଼ ଫିଲ୍ମସ, ଏମ୍ବେଡଶିୟା ଏଣ୍ଟରଟେନମେଣ୍ଟ, ଲାୟକା ପ୍ରଡକ୍ସନ ସହ ଏବେ ଆମାଜନ ପ୍ରାଇମ ମଧ୍ୟ ‘ରାମ ସେତୁ’କୁ ପ୍ରଡ୍ୟୁସ କରିବ। ଆମାଜନ ପ୍ରାଇମ ଭିଡିଓ ପ୍ରଥମଥର ପାଇଁ ଭାରତରେ ଫିଲ୍ମ ପ୍ରଡକ୍ସନରେ ପାଦ ରଖିଛି। ଅର୍ଥାତ ଆମାଜନ ପ୍ରାଇମ ଭିଡିଓ ଭାରତର ପ୍ରଥମ ଓଟିଟି ପ୍ଲାଟଫର୍ମ ଯିଏ ସିନେମାହଲରେ ରିଲିଜ ହେବାକୁଥିବା ଫିଲ୍ମର ପ୍ରଡ୍ୟୁସର ଭାବେ ସାମ୍ନାକୁ ଆସିଛି।