ଖେଳ ଦେଶ ବିଦେଶ ରାଜ୍ୟ

ମ୍ୟାଚ୍ ଜିତିଲା କିଙ୍ଗ୍ସ: ହୃଦୟ ଜିତିଲେ ସଞ୍ଜୁ ରାହୁଲ-ହୁଦାଙ୍କ ଶତକୀୟ ଭାଗୀଦାରି

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ସୋମବାର ଛକା ଓ ଚୌକା ଭରା ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ରୋମାଞ୍ଚକ ଭାବେ ୪ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଅଧିନାୟକ ସଞ୍ଜୁ ସାସମନ୍‌ଙ୍କ ସାହସିକ ଶତକ (୧୧୯ ରନ୍‌, ୬୩ ବଲ୍‌, ୧୨ ଚୌକା, ୭ ଛକା) ସତ୍ତ୍ବେ ରାଜସ୍ଥାନ ଅଳ୍ପକେ ଅଟକିଯାଇଥିଲା। ଶେଷ ବଲ୍‌କୁ ଛକା ମାରିବାକୁ ଯାଇ ସଂଜୁ ଆଉଟ୍ ‌ହୋଇଯାଇଥିଲେ। ୨୨୨ ରନ୍‌କୁ ପିଛା କରି ରୟାଲ୍ସ ୨୧୭/୭ରେ ଅଟକିଯାଇଥିଲା। ନବନାମିତ ପଞ୍ଜାବ କିଙ୍ଗ୍ସର ୨୨୧ […]

ଖେଳ ଦେଶ ବିଦେଶ ରାଜ୍ୟ

ଆଇପିଏଲ୍‌ ମହାସଂଗ୍ରାମ: କୋଲକାତା ନାଇଟ୍ ରାଇଡର୍ସ-ମୁମ୍ବାଇ ଇଣ୍ଡିଆନ୍ସ ଭେଟ ଆଜି

ଚେନ୍ନାଇ : ଚଳିତ ଆଇପିଏଲ୍‌ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ସହିତ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ହେବ। ଉଭୟ ଦଳ ନିଜ ନିଜ ଦ୍ବିତୀୟ ମ୍ୟାଚ୍‌ ଖେଳିବେ। କିନ୍ତୁ ପ୍ରଥମ ମ୍ୟାଚ୍‌ରେ ବିପରୀତ ଫଳାଫଳ ପାଇଛନ୍ତି। ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ରୋମାଞ୍ଚକ ଭାବେ ପରାସ୍ତ କରିଥିଲା। ରବିବାର କିନ୍ତୁ କୋଲକାତା ନାଇଟ୍ ରାଇଡର୍ସ ନିଜ ପ୍ରଥମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦୁ ୧୮୮ ରନ୍‌ ବିଜୟ ଲକ୍ଷ୍ୟରେ ପହଞ୍ଚିବାକୁ ଦେଇନଥିଲା। ତେଣୁ କେକେଆର୍‌ […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ବାଫ୍‌ଟାରେ ଋଷି ଓ ଇରଫାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି

୭୪ତମ ବ୍ରିଟିସ୍ ଏକାଡେମି ଅଫ୍ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଆର୍ଟ୍ସ(ବାଫ୍‌ଟା) ପୁରସ୍କାର ଉତ୍ସବରେ ଭାରତର ଦୁଇ ଦିବଙ୍ଗତ ଅଭିନେତା ଋଷି କପୁର ଓ ଇରଫାନ୍ ଖାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହା ସହିତ ପ୍ରିନ୍ସ ଫିଲିପ୍‌ଙ୍କ ସ୍ମୃତିଚାରଣ କରାଯାଇଛି। ଏହି ପୁରସ୍କାର ଉତ୍ସବରେ ହଲିଉଡ୍‌ର ‘ନୋମ୍ୟାଡ୍‌ଲ୍ୟାଣ୍ଡ୍‌’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ବିଭିନ୍ନ ବର୍ଗରେ ୪ଟି ପୁରସ୍କାର ହାତେଇଛି। ପ୍ରିୟଙ୍କା ଚୋପ୍ରା ଜୋନ୍ସଙ୍କ ‘ଦ ହ୍ବାଇଟ୍ ଟାଇଗର୍’ ଚଳଚ୍ଚିତ୍ର ୩ଟି ବର୍ଗରେ ପୁରସ୍କାର ପାଇଁ ଚୟନ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ୨୪ଘଣ୍ଟାରେ ୧୭୮୪ କରୋନା ଆକ୍ରାନ୍ତ ଚିହ୍ନଟ ସର୍ବାଧିକ ୩୦୩ ଜଣ ନୂଆପଡ଼ାରୁ ଚିହ୍ନଟ

ଭୁବନେଶ୍ବର: ବଢ଼ି ବଢ଼ି ଚାଲିଛି କରୋନା ମିଟର୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୧୭୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୩୫ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୪୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସର୍ବାଧିକ ୩୦୩ ଜଣ ନୂଆପଡ଼ାରୁ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୩ ହଜାର ୦୮୬ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ସାମ୍ନାକୁ ଆସିଲା ଅଭାବନୀୟ ଘଟଣା: ମଧ୍ୟପ୍ରଦେଶର ସରକାରୀ ଡାକ୍ତରଖାନାରେ ମାଳୀ ସଂଗ୍ରହ କରୁଛି ସ୍ବାବ ନମୁନା

ଭୋପାଳ: ମଧ୍ୟପ୍ରଦେଶରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦେଶରେ ଏବେ କରୋନା ଭୂତାଣୁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ମଧ୍ୟପ୍ରଦେଶର‌ ସାଞ୍ଚିରେ ଥିବା ଏକ ଡାକ୍ତରଖାନାରେ ଜଣେ ମାଳୀ ନମୁନା ସଂଗ୍ରହ କରୁଥିବା ଦେଖାଯାଇଛି। ସରକାର ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ବେଳେ ମଧ୍ୟପ୍ରଦେଶରେ ଜଣେ ମାଳୀ ନମୁନା ସଂଗ୍ରହ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ, ସରକାରୀ ଡାକ୍ତରଖାନାରେ ମାଳୀ ଭାବେ କାମ କରୁଥିବା ହଲକେ ରାମଙ୍କୁ ଡାକ୍ତରଖାନା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭାରତରେ ସ୍ପୁଟନିକ-ଭିର ବାର୍ଷିକ ୮୫୦ମିଲିୟନ୍ ଡୋଜ୍ ଉତ୍ପାଦନ କରିବ କମ୍ପାନି, ଜାଣନ୍ତୁ କେତେ ରହିବ ଦାମ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ପୁଣି ଉପର ମୁହାଁ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ଋଷର ସ୍ପୁଟନିକ-ଭି କରୋନା ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)। ଗତକାଲି ଟିକାର ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଥିଲା ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି)। ତେବେ ଅନୁମତି ପାଇବା ପରେ ଭାରତରେ ଟିକା ଉତ୍ପାଦନ କରି ବିତରଣ କରିବା ପାଇଁ ପ୍ରସ୍ତୁତ ହେଉଛି କମ୍ପାନି। ସ୍ପୁଟନିକ-ଭିର ବାର୍ଷିକ ୮୫୦ମିଲିୟନ୍ ଡୋଜ୍ ଉତ୍ପାଦନ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ତ୍ବଚାକୁ ସଂକ୍ରମଣରୁ ଦୂରେଇ ରଖେ ବନ୍ଧାକୋବି

ସାଧାରଣତଃ ସେ ପୁଅ ହୁଅନ୍ତୁ ଅବା ଝିଅ ନିଜ ମୁହଁକୁ ସୁନ୍ଦର କରିବା ପାଇଁ ସମସ୍ତେ ଚାହାନ୍ତି । ଏଥିପାଇଁ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ କରି ଥାଆନ୍ତି। ଏମିତି କି ବେଳେ ବେଳେ ବିଭିନ୍ନ ପ୍ରକାର କ୍ରିମ ବ୍ୟବହାର ଦ୍ବାରା ଚର୍ମରେ ସଂକ୍ରମଣ ହୋଇ ଚେହେରା ଆହୁରି ଅଧିକ ଖରାପ ହୋଇଯାଇଥାଏ। ଏପରି ପରିସ୍ଥିତିରେ ଘରୋଇ ଉପଚାର କରିବା ବହୁତ ଲାଭଦାୟକ ହୋଇଥାଏ। ଏହାଦ୍ବାରା କୌଣସି ପାର୍ଶ୍ବ ପ୍ରତିକ୍ରିୟାର ଭୟ ବି ନଥାଏ। ତେବେ ବହୁତ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: କାରବାରକୁ ନେଇ ମନରେ ଲାଗି ରହିଥିବା ସଂଶୟ ଦୂର ହେବ। କୌଣସି କାମରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ବୃଷ: ଆପଣଙ୍କ ଜୀବନରେ ଖୁସି ଆସିବ। କ୍ୟାରିୟରରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ମହିଳାମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ସନ୍ତାନ ଆପଣଙ୍କୁ ଭଲ ଖବର ଶୁଣାଇବେ। ମିଥୁନ: ଭାବିଚିନ୍ତି ଅନ୍ୟମାନଙ୍କ ଆଗରେ ନିଜର କଥା ରଖନ୍ତୁ। ପୈତୃକ ସଂପତ୍ତିରୁ ଆପଣଙ୍କୁ ଲାଭ ମିଳିବ। ଛାତ୍ରୀଙ୍କୁ କ୍ୟାରିୟର ଲାଗି ଭଲ ସୁଯୋଗ […]

ଦେଶ ବିଦେଶ ମନୋରଞ୍ଜନ

ଅକ୍ଷୟ କୁମାରଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ୍: ସୁସ୍ଥ ହୋଇ ଫେରିଲେ ଘରକୁ

ମୁମ୍ବାଇ ୧୨/୦୪ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ସୋମବାର ଦିନ ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି। ସେ ସମ୍ପୂର୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ଟ୍ୱିଙ୍କଲ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ କହିଛନ୍ତି ଯେ ସବୁକିଛି ଠିକ ଅଛି ଏବଂ ଅକ୍ଷୟ କୁମାରଙ୍କୁ ଘରେ ଦେଖି ସମସ୍ତେ ଖୁସି। ଅକ୍ଷୟ କୁମାର ଗତ ରବିବାର […]

ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଅନୁଷ୍କାଙ୍କ ୱେବ ସିରିଜ୍‌ ‘କାଲା’ରେ ଇରଫାନ୍‌ଙ୍କ ପୁଅ

ଇରଫାନ୍ ଖାନ୍‌ଙ୍କ ବଡ଼ ପୁଅ ବାବିଲ୍ ଚଳଚ୍ଚିତ୍ର ଜଗତରେ ପାଦ ଥାପିବେ। ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଯୋଜିତ ୱେବ୍‌ ସିରିଜ ‘କାଲା’ ଜରିଆରେ ସେ ଅଭିନୟ ଯାତ୍ରା ଆରମ୍ଭ କରିବେ। ‘ବୁଲ୍‌ବୁଲ୍’ ଵେବସିରିଜ୍‌ର ଅଭିନେତ୍ରୀ ତୃପ୍ତି ଡିମ୍‌ରିଙ୍କ ସହିତ ଅଭିନୟ କରିବେ ବୋଲି ବାବିଲ୍ ଆଜି ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି ଯାହା ୱେବ ସିରିଜ୍ ‘କାଲା’ର ସୁଟିଂର ଏକ ଦୃଶ୍ୟ। ଫଟୋରେ ଉଭୟ ବାବିଲ୍ ଓ ତୃପ୍ତି ଏକ […]