ମନୋରଞ୍ଜନ

କରୋନାରେ ବଲିଉଡ ଅଭିନେତା ବିକ୍ରମଜିତ୍ କନୱରପାଲଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡ ସିନେମା,ଛୋଟପରଦା ଓ ୱେବ ସିରିଜର ଲୋକପ୍ରିୟ କଳାକାର ବିକ୍ରମ କନୱରପାଲଙ୍କ ୫୨ବର୍ଷ ବୟସରେ ମୃତ୍ୟୁ । କିଛି ଦିନ ପୂର୍ବରୁ ବିକ୍ରମ କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ସେନାରୁ ଅବସର ଗ୍ରହଣ କରିବା ପରେ ୨୦୦୩ ମସିହାରେ ବିକ୍ରମ କଳା ଜଗତରେ ପାଦ ଦେଇଥିଲେ । ବିଭିନ୍ନ ପ୍ରକାର ଚଳଚିତ୍ର, ଧାରାବାହିକରେ […]

ଖେଳ

‌ରୋହିତଙ୍କୁ ୩୪ ପୂରିଲା ଜନ୍ମଦିନରେ ଶୁଭେଚ୍ଛାର ସୁଅ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ହିଟ୍‌ ମ୍ୟାନ୍‌ ଭାବେ ପରିଗଣିତ ଭାରତୀୟ ଓପ୍‌ନର ରୋହିତ ଶର୍ମାଙ୍କୁ ଶୁକ୍ରବାର ୩୪ ବର୍ଷ ପୂରିଛି। ଚଳିତ ଆଇପିଏଲ୍‌ରେ ଗୁରୁବାର ରାଜସ୍ଥାନ ରୟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତଙ୍କୁ ଜନ୍ମ ଦିନ ପୂର୍ବରୁ ଭେଟି ଦେଇଥିଲା। ଶୁକ୍ରବାର ଜିରୋ ଆୱାରରେ ‌ଆଇପିଏଲ୍‌ ବିଜେତା ଦଳ ରହୁଥିବା ହୋଟେଲ୍‌ରେ ଅଧିନାୟକ ରୋହିତଙ୍କ ଜନ୍ମଦିନ ପାଳନ ହୋଇଥିଲା। ଦଳୀୟ ସାଥୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ପତ୍ନୀ ଋତିକା ସାଜ୍‌ଦେ ରୋହିତଙ୍କ […]

ଖେଳ

ପ୍ରଥମ ଟେଷ୍ଟ୍‌: ଫୱାଦଙ୍କ ଶତକ, ପାକିସ୍ତାନ ୩୮୦/୬

ହରାରେ: ଜିମ୍ବା‌ୱେ ଗସ୍ତରେ ଥିବା ପାକିସ୍ତାନ ଦଳ ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଛି। ଗୁରୁବାରଠୁ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିବସରେ ବୋଲରଙ୍କ କମାଲ ଯୋଗୁଁ ଘରୋଇ ଦଳର ପ୍ରଥମ ପାଳିକୁ ୧୭୬ ରନ୍‌ରେ ସଫା କରିଦେଇଥିବା ପାକିସ୍ତାନ ଶୁକ୍ରବାର ଦ୍ବିତୀୟ ଦିବସରେ ଦମ୍‌ଦାର ବ୍ୟାଟିଂ କରି ୧୯୮ ରନ୍‌ର ଅଗ୍ରଣୀ ପାଇଯାଇଛି। ଫୱାଦ ଆଲମ୍‌ (୧୦୮*)ଙ୍କ ଅପରାଜିତ ଶତକ ସାଙ୍ଗକୁ ଦୁଇଟି ଶତକୀୟ ଭାଗୀଦାରି ବଳରେ ପାକିସ୍ତାନ ଦ୍ବିତୀୟ ଦିବସ […]

ଖେଳ

ବାଙ୍ଗାଲୋର୍‌କୁ ରୋକିଲେ ବ୍ରାର୍‌

ଅହମଦାବାଦ: କ୍ରିସ୍‌ ଗେଲ, କେଏଲ୍ ରାହୁଲଙ୍କ ଜବରଦସ୍ତ ବ୍ୟାଟିଂ ପରେ ହରପ୍ରୀତ୍‌ ବ୍ରାରଙ୍କ ସ୍ପିନ୍‌ ଯାଦୁ ବଳରେ ପଞ୍ଜାବ କିଙ୍ଗ୍ସ ଶୁକ୍ରବାର ଫର୍ମରେ ଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ ୩୪ ରନ୍‌ରେ ହରାଇ ଦେଇଛି। ଆଦୌ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଲିନଥିବା ପଚିଶ ବର୍ଷୀୟ ପଞ୍ଜାବୀ ବାମହାତୀ ସ୍ପିନର୍‌ ହରପ୍ରୀତ୍ ବ୍ରାର ନିଜ ପ୍ରଥମ ଓଭରରେ ୧୦ ରନ୍‌ ଦେଇଥିଲେ ମଧ୍ୟ ପରବର୍ତ୍ତୀ ୩ ଓଭରରେ ୯ ରନ୍‌ ଦେଇ ଆର୍‌ସିବିର ୩ ବଡ଼ ୱିକେଟ୍‌ ବିରାଟ […]

ଖେଳ

ଆଇପିଏଲ୍‌ ମହାସଂଗ୍ରାମ: ଦିଲ୍ଲୀ‌ରେ ଆଜି ମୁମ୍ବାଇ-ଚେନ୍ନାଇ ମୁକାବିଲା

ନୂଆଦିଲ୍ଲୀ : ଶନିବାର ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯିବ ଆଇପିଏଲ୍‌ର ଏକ ହାଇଭୋ‌ଲଟେଜ୍‌ ମୁକାବିଲା। ଆଇପିଏଲ୍‌ ଇତିହାସର ଦୁଇ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ରହିଛି ଚେନ୍ନାଇ ସୁପର୍‌ କିଙ୍ଗ୍ସ। ଏହି ମୁକାବିଲାକୁ ବହୁ ପ୍ରଶଂସକ ଅପେକ୍ଷା କରିଥା’ନ୍ତି। କାରଣ ଉଭୟ ଦଳର ବଡ଼ ପ୍ରଶଂସକ ‌ଗ୍ରୁପ୍‌ ରହିଛନ୍ତି। ପ୍ରାଧାନ୍ୟ ବିସ୍ତାର କରିଆସୁଥିବା ଏହି ଦୁଇ ଦଳର ଲଢ଼େଇ ମଧ୍ୟ ରୋମାଞ୍ଚ, ଉତ୍କଣ୍ଠା ଓ ନାଟକୀୟ ମୁହୂର୍ତମାନ ଦେଖାଇବାର ପ୍ରତିଶ୍ରୁତି ରଖିଛନ୍ତି। ରୋହିତ ଶର୍ମା […]

ସ୍ୱାସ୍ଥ୍ୟ

ପଶ୍ଚିମବଙ୍ଗରେ ଲକ୍‌ଡାଉନ୍‌ ଭଳି କୋଭିଡ୍‌ କଟକଣା; ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ମଲ୍‌, ରେସ୍ତୋରାଁ, ଜିମ୍‌ ବନ୍ଦ

କୋଲ୍‌କାତା: ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ସପିଙ୍ଗ୍ କମ୍ପ୍ଲେକ୍ସ/ମଲ୍, ବିୟୁଟି ପାର୍ଲର୍‌, ସିନେମା ହଲ୍‌, ରେସ୍ତୋରାଁ, ବାର୍‌, ସ୍ପୋର୍ଟସ୍‌ କମ୍ପ୍ଲେକ୍ସ୍, ଜିମ୍‌, ସ୍ପା, ଏବଂ ସୁଇମିଙ୍ଗ୍‌ ପୁଲ୍‌ ବନ୍ଦ ରହିବ ବୋଲି ଶୁକ୍ରବାର ଦିନ ପଶ୍ଚିମବଙ୍ଗ ସରକାର ଏକ ଆଦେଶନାମା ଜାରି କରି କହିଛନ୍ତି। କିନ୍ତୁ, ଔଷଧ ଦୋକାନ, ଡାକ୍ତରୀ ଉପକରଣ ଦୋକାନ, ‘ହୋମ୍‌ ଡେଲିଭରି’ ସମେତ ତେଜରାତି ଦୋକାନ ସବୁକୁ ଏହି ନିଷେଧାଦେଶରୁ ବାଦ୍‌ ଦିଆ ଯାଇଛି। ରାଜ୍ୟରେ ଥିବା ଦୋକାନଗୁଡ଼ିକ କେବଳ ସକାଳ ୭ଟାରୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍‌ ସଙ୍କଟ ମୁକାବିଲା କରିବାକୁ ରାଜ୍ୟମାନଙ୍କ ପାଇଁ ୮୮୭୩ କୋଟି ଟଙ୍କାର ବିପର୍ଯ୍ୟୟ ପାଣ୍ଠି ରିଲିଜ୍ କଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ୍‌-୧୯ ସଙ୍କଟ ମୁକାବିଲା ଏବଂ ‘କଣ୍ଟେନ୍‌ମେଣ୍ଟ୍‌’ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କେନ୍ଦ୍ର ସରକାର ‘ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି’ ପାଇଁ ଅଗ୍ରୀମ ଭାବେ ପ୍ରଥମ କିସ୍ତିରେ ୮,୮୭୩.୬ କୋଟି ଟଙ୍କା ରିଲିଜ୍‌ କରିଛି। କୋଭିଡ୍‌-୧୯ ‘‌କଣ୍ଟେନ୍‌ମେଣ୍ଟ୍‌’ ପଦକ୍ଷେପ ନିମନ୍ତେ ରାଜ୍ୟ ସରକାର ‘ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି’ର ୫୦% ବ୍ୟବହାର କରିପାରିବେ। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମ କରି ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିବା ସମୟରେ ସରକାର ଏହି […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଉତ୍ତମ ପରିଣାମ ଲାଗି ନିଜ ଉପରେ ଭରସା ରଖନ୍ତୁ। ଆର୍ଥିକ ସ୍ଥିତି ମଜଭୁତ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ପ୍ରିୟ ବନ୍ଧୁଙ୍କ ଠାରୁ ଫୋନ ଆସିପାରେ। ବୃଷ: ଆଗକୁ ବଢ଼ିବା ପାଇଁ ଦିନଟି ଭଲ। ପୂର୍ବ ଯୋଜନା ସଂପୂର୍ଣ୍ଣ ହୋଇଯିବ। ସାମାଜିକ ସ୍ତରରେ ପ୍ରତିଷ୍ଠା ବଢ଼ିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ମିଥୁନ: ନୂଆ କାମ ଆରମ୍ଭ କରିବା ଲାଗି ଧ୍ୟାନ କେନ୍ଦ୍ରୀତ କରିବେ। ଆର୍କିଟେକ୍ଟଙ୍କ ଜୀବନରେ ବାଧା ସମାପ୍ତ ହୋଇଯିବ। ସନ୍ତାନର ସଫଳତା […]

ସ୍ୱାସ୍ଥ୍ୟ

ଅତ୍ୟନ୍ତ ବିପଦଜନକ: କେବଳ ଫୁସଫୁସ ନୁହେଁ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ହମଲା କରିଥାଏ କରୋନା ଭାଇରସ୍

ନୂଆଦିଲ୍ଲୀ ୩୦/୦୪ : ଦେଶରେ କରୋନାର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି। ଗତ ସପ୍ତାହେ ହେଲାଣି ଦେଶରେ ଲଗାତାର ୩ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। କରୋନା ଦ୍ୱିତୀୟ ଲହରରେ ସଂକେତ ମିଳିଛି ଯେ ଭାଇରସ୍ କେବଳ ଫୁସଫୁସକୁ ସଂକ୍ରମିତ କରୁନାହିଁ ବରଂ ଶରୀରର ଅନ୍ୟାନ୍ୟ ଅଙ୍ଗଗୁଡିକୁ ମଧ୍ୟ ପ୍ରଭାବିତ କରୁଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଶରୀରରେ କରୋନା ଭାଇରସର ହମଲା ବଢିବାକୁ ଲାଗିଲେ […]

ଖେଳ

ପୃଥ୍ବୀଙ୍କ କମ୍ପନ: କୋଲ୍‌କାତା ଚୁର୍‌ମାର, ଦିଲ୍ଲୀ କ୍ୟାପିଟାଲ୍ସର ପଞ୍ଚମ ବିଜୟ

ଅହମଦାବାଦ: ପୃଥ୍ବୀ ସ’ଙ୍କ ବ୍ୟାଟିଂ କମ୍ପନ କୋଲ୍‌କାତା ନାଇଟ୍ ରାଇଡର୍ସକୁ ଧୂଳିସାତ୍‌ କରିଦେଇଛି। ପ୍ରଥମ ଓଭରର ସମସ୍ତ ବୈଧ ବଲ୍‌କୁ ଚୌକା ମାରି (ୱାଇଡ୍‌, ୪,୪,୪,୪,୪,୪) ଅଭିଯାନ ଆରମ୍ଭ କରିଥିବା ଏହି ଲିଟିଲ ମାଷ୍ଟର୍‌ ୧୮ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ଏହାପରେ ୪୧ ବଲ୍‌ରୁ ୮୨ ରନ୍‌ କରି କମିନ୍ସଙ୍କ ଶିକାର ହେବାରୁ ଶତକରୁ ବଞ୍ଚିତ ରହିଥିଲେ। ସ’ଙ୍କ ପାଳିରେ ୧୧ ଚୌକା ଓ ୩ ଛକା ଦେଖିବାକୁ ମିଳିଥିଲା। କିନ୍ତୁ ଦିଲ୍ଲୀ ୩.୩ ଓଭର […]