ଆଇପିଏଲ୍ ଅଧାରୁ ସ୍ଥଗିତ ପରେ; ବଳକା ମ୍ୟାଚ୍ ପାଇଁ ୟୁକେ, ୟୁଏଇ, ଅଷ୍ଟ୍ରେଲିଆ ବିକଳ୍ପ ହୋଇପାରନ୍ତି
ନୂଆଦିଲ୍ଲୀ, ୬ା୫: କରୋନା ବିଭ୍ରାଟ ପାଇଁ ଅଧାରୁ ସ୍ଥଗିତ ରହିଥିବା ଆଇପିଏଲ୍ର ବଳକା ମ୍ୟାଚ୍ଗୁଡ଼ିକ ଚଳିତବର୍ଷ ଶେଷ ଭାଗରେ ଆୟୋଜିତ ହୋଇପାରେ। ତେବେ ବାକିଥିବା ଆଉ ୩୧ ମ୍ୟାଚ୍ କିନ୍ତୁ ଭାରତରେ ହେବନି। ବରଂ ଏହାକୁ ଗ୍ରେଟ୍ ବ୍ରିଟେନ୍ (ୟୁକେ), ଅଷ୍ଟ୍ରେଲିଆ କିମ୍ବା ଗତବର୍ଷ ଭଳି ୟୁଏଇରେ ଆୟୋଜିତ କରିବାକୁ ବିସିସିଆଇ ଯୋଜନା କରୁଛି। ଅବଶିଷ୍ଟ ମ୍ୟାଚ୍ଗୁଡ଼ିକ ଭାରତ ପରିବର୍ତ୍ତେ ବିଦେଶରେ କରିବାକୁ ବିସିସିଆଇ, ଆଇପିଏଲ୍ ପରିଚାଳନା ପରିଷଦ, ଫ୍ରାଞ୍ଚାଇଜ ଓ ପ୍ରସାରଣକାରୀ ସଂସ୍ଥା ମଧ୍ୟରେ ସହମତି […]