ଫ୍ରେଞ୍ଚ ଓପନ୍ ଯୋଗ୍ୟତା ପର୍ଯ୍ୟାୟରୁ ରାମକୁମାର, ଅଙ୍କିତା ବିଦା ଓହରିଲେ ଶାପୋଲୋଭା
ପ୍ୟାରିସ୍, ୨୬ା୫: ଭାରତୀୟ ଟେନିସ ତାରକା ରାମକୁମାର ରାମନାଥନ ଏବଂ ଅଙ୍କିତା ରାଇନା ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ଉଭୟ ନିଜର ପ୍ରଥମ ରାଉଣ୍ଡ ମ୍ୟାଚ୍ ଜିତିଥିଲା ବେଳେ ବୁଧବାର ଦ୍ବିତୀୟ ରାଉଣ୍ଡ ହାରି ଯାଇଛନ୍ତି। ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ଆମେରିକାର ମାଇକେଲ ମୋଙ୍କୁ ୨-୬, ୭-୬ (୪), ୬-୩ ସେଟ୍ରେ ହରାଇଥିବା ରାମକୁମାର ଦ୍ବିତୀୟ ରାଉଣ୍ଡରେ ଉଜବେକିସ୍ତାନର ଡେନିସ୍ ଇସ୍ତୋମିନଙ୍କଠୁ ହାରି ଯାଇଥିଲେ। ଇସ୍ତୋମିନ ୬-୧, ୬-୨ ସିଧାସଳଖ […]