ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଉନ୍ନତି ପାଇଁ ନୂଆ ସାଧନ ପାଇବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ବ୍ୟବସାୟରେ ସବୁ କିଛି ଭଲ ହେବ। ପ୍ରେମିକଙ୍କ ପ୍ରତି ଅଧିକ ବିନମ୍ର ରହିବ। ବୃଷ: ଆପଣ ଆଖପାଖର ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ ପରିସର ବୃଦ୍ଧି ହେବ। ଚାକିରି ପାଇଁ ବଡ଼ କଂପାନିରୁ ଇମେଲ୍ ଆସିପାରେ। ମିଥୁନ: ନିଜ ଲୋକଙ୍କ ସାହଯ୍ୟରେ ଅଶାନ୍ତି କମ୍ ହେବ। ଆପଣ ବିଦେଶୀ କଂପାନିର ଅଂଶୀଦାର ହୋଇପାରନ୍ତି। ମନୋରଂଜନ ପାଇଁ ଅଧିକ ସମୟ ବ୍ୟୟ କରନ୍ତୁ […]

ଖେଳ

ପୋଲାଣ୍ଡ୍‌ ଓପନ୍‌ ଫାଇନାଲ୍‌ରେ ଭିନେଶ

ୱାର୍ସ : ଟୋକିଓ ଅଲିମ୍ପିକ୍ସ ଯିବା ପୂର୍ବରୁ ଭାରତୀୟ ତାରକା ମହିଳା କୁସ୍ତିବିତ୍‌ ଭିନେଶ ଫୋଗଟ ନିଜର ଚମକ‌ ଦେଖାଇଛନ୍ତି। ଶୁକ୍ରବାର ପୋଲାଣ୍ଡ ଓପନ୍‌ କୁସ୍ତି ପ୍ରତିଯୋଗିତାର ୫୩ କେଜି ବର୍ଗରେ ଲାଗ ଲାଗ ଦୁଇଟି ଚମତ୍କାର ବିଜୟ ସହ ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ନିଜର ଓପନିଂ ବାଉଟ୍‌ରେ ଭିନେଶ ୬-୨ରେ ୨୦୧୯ ବିଶ୍ବ କାଂସ୍ୟ ବିଜୟିନୀ ରୁଷିଆର କାତେରିନା ପୋଲେଶଚୁକଙ୍କୁ ମାତ୍‌ ଦେଇଥିଲେ। ଏହା ପରେ ୨୬ ବର୍ଷୀୟା ଭିନେଶ ସେମିଫାଇନାଲ୍‌ରେ ମାତ୍ର ୭୫ […]

ଖେଳ

ଭାରତୀୟ ଦଳର ଅଧିନାୟକ ହେବାକୁ ଚାହିଥିଲେ ଯୁବରାଜ

ମୁମ୍ବାଇ : ଭାରତୀୟ କ୍ରିକେଟର୍‌ ଯୁବରାଜ ସିଂହ ଏବେ ବି ଅଧିକାଂଶ ପ୍ରଶଂସକଙ୍କ ପସନ୍ଦ। ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଗୋଟିଏ ଓଭରରେ ୬ ବଲ୍‌କୁ ୬ ଛକା ମାରିଥିବା ଯୁବରାଜ ଏବେ ବି ସମସ୍ତଙ୍କ ସ୍ମୃତିରେ ରହିଛନ୍ତି। ହେଲେ ଭାରତୀୟ ଦଳର ନେତୃତ୍ବ ନେବା ପାଇଁ ତାଙ୍କର ଥିବା ଲାଳସା ନେଇ ଯୁବରାଜ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି। ମୁଁ ଭାରତୀୟ ଦଳର ଅଧିନାୟକ ହେବାର ଲାଳସା ରଖିଥିଲି। ବିଶେଷକରି ୨୦୦୭ ଟି-୨୦ […]

ମନୋରଞ୍ଜନ

ସବୁ ଜାଣି ଅଜଣା

ନୂଆ ଗାୟକ ଅଭିଜିତ ମହାନ୍ତିଙ୍କ ମ୍ୟୁଜିକ୍ ଭିଡିଓ ‘ସବୁ ଜାଣି ଅଜଣା’ର ଅଡିଓ ରିଲିଜ୍ ହୋଇଯାଇଛି। ଏଥିରେ ଅଭିଜିତଙ୍କ ସହ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା। ବସନ୍ତ ନାୟକ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ବ୍ୟାନର୍‌ରେ ରିଲିଜ୍ କରିଥିବା ଏଇ ମ୍ୟୁଜିକ୍ ଆଲବମ୍‌ର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱଜିତ୍ ମହାପାତ୍ର। ଗୀତଟି ଲେଖିବା ସହ ମ୍ୟୁଜିକ୍‌ ଭିଡିଓର କୋରିଓଗ୍ରାଫି କରିଛନ୍ତି ସ୍ଥିତ ପଟ୍ଟନାୟକ। ପ୍ରଯୋଜନା କରିଛନ୍ତି ଯୁବ ପ୍ରଯୋଜକ ପ୍ରେମ ନାୟକ ଓ ରାହୁଲ ନାୟକ। ଗୀତଦୃଶ୍ୟରେ ଅଭିନୟ କରିଛନ୍ତି ଅରୋଶିଖା […]

ଖେଳ

ଡବ୍ଲ୍ୟୁଟିସି ଫାଇନାଲ୍ ୧୮ରୁ: ଅନ୍ତଃଦଳ ୪ ଦିନିଆ‌ ଅଭ୍ୟାସ ମ୍ୟାଚ୍‌ ଖେଳିଲେ ଭାରତୀୟ ଖେଳାଳି

ସାଉଥମ୍ପଟନ୍‌ : ନ୍ୟୁଜିଲାଣ୍ଡ୍‌ ବିପକ୍ଷ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ପୂର୍ବରୁ ଭାରତୀୟ ଖେଳାଳିମାନେ ୪ ଦିନିଆ ଅନ୍ତଃଦଳ ଅଭ୍ୟାସ ମ୍ୟାଚ୍‌ ଖେଳୁଛନ୍ତି। କୋହଲି ବାହିନୀ ନିଜ ନିଜ ମଧ୍ୟରେ ଦୁଇ ଦଳରେ ବାଣ୍ଟିହୋଇ ଏହି ମ୍ୟାଚ୍‌ ଖେଳି ପ୍ରସ୍ତୁତି ଚଳାଇଛନ୍ତି। ଗତ ମେ’ ୪ ତାରିଖରେ ଆଇପିଏଲ୍‌ ବନ୍ଦ ରହିବା ପରଠୁ ପ୍ରାୟ ୧ ମାସ ଧରି କୌଣସି କ୍ରିକେଟ୍‌ ଖେଳିନଥିବା ଭାରତୀୟ ଦଳ ପାଇଁ ଏହି ୪ ଦିନିଆ ମ୍ୟାଚ୍‌ ହିଁ ପ୍ରମୁଖ […]

ମନୋରଞ୍ଜନ

ପବନରେ ପ୍ରେମ

ଆମେରିକାନ ଟେଲି ରିଅଲିଟି ସୋ’ ‘ଫିୟର ଫ୍ୟାକ୍ଟର’କୁ ଅନୁକରଣ କରି ପ୍ରଥମେ ସୋନି ଟିଭିରେ ପ୍ରସାରିତ ହେଇଥିଲା ‘‘ଫିୟର ଫ୍ୟାକ୍ଟ ଇନ୍ ଇଣ୍ଡିଆ’। ପରେ ସୋନିଠାରୁ ଏଇ ସୋ’କୁ କଲର୍ସ ଚ୍ୟାନେଲ କିଣିନେଇଥିଲା। କଲର୍ସରେ ଏହା ‘ଖତ୍ରୋଁ କା ଖିଲାଡ଼ି’ ଶୀର୍ଷକରେ ପ୍ରସାରିତ ହେଇଆସୁଛି। ଏ‌ ‘ଖତ୍ରୋଁ କା ଖିଲାଡ଼ି’ ସିଜିନ-୧୧ରେ ପାଦ ଦେଇଛି। ସିଜିନ୍‌-୧୧ ଏବେ ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ରେ ସୁଟିଂ ଚାଲିଛି। ପୂରା ୟୁନିଟ୍ ମେମ୍ବର ସେଠାରେ ଡେରା ପକାଇଛନ୍ତି। ଚଳଚ୍ଚିତ୍ର ନିର୍ଦ୍ଦେଶକ ରୋହିତ […]

ମନୋରଞ୍ଜନ

ଚଳଚ୍ଚିତ୍ର ନିର୍ମାତ୍ରୀ ଆୟେଶା ସୁଲ୍‌ତାନାଙ୍କ ନାମରେ ରୁଜୁ ରାଷ୍ଟ୍ରଦ୍ରୋହ ମାମଲା ‘ମିଥ୍ୟା’ କହି ଇସ୍ତଫା ଦେଲେ ବହୁ ଲାକ୍ଷାଦ୍ବୀପ ବିଜେପି ନେତା

କୋଚି: ଚଳଚ୍ଚିତ୍ର ନିର୍ମାତ୍ରୀ ଆୟେଶା ସୁଲ୍‌ତାନାଙ୍କ ନାମରେ ରୁଜୁ ରାଷ୍ଟ୍ରଦ୍ରୋହ ମାମଲାକୁ ‘ଅସତ୍ୟ ଏବଂ ଅଯଥାର୍ଥ’ କହି ‘ବିଜେପି’ର ସାଧାରଣ ସମ୍ପାଦକ ଅବ୍ଦୁଲ୍‌ ହମୀଦ ମୁଲ୍ଲିପୁଝାଙ୍କଦ୍ବାରା ପରିଚାଳିତ ଲାକ୍ଷାଦ୍ବୀପର ଅନେକ ‘ବିଜେପି’ ନେତା ଦଳରୁ ଇସ୍ତଫା ଦେଇଛନ୍ତି। ଲାକ୍ଷାଦ୍ବୀପ ୟୁନିଟ୍‌ର ବିଜେପି ସଭାପତି ଅବ୍ଦୁଲ୍‌ ଖାଦେରଙ୍କ ଅଭିଯୋଗ ଆଧାରରେ ଲାକ୍ଷାଦ୍ବୀପ ପୁଲିସ ରାଷ୍ଟ୍ରଦ୍ରୋହ ଅଭିଯୋଗରେ ଆୟେଶା ସୁଲ୍‌ତାନାଙ୍କ ନାମରେ ମାମଲା ରୁଜୁ କରିଥିଲା। ଦୂରଦର୍ଶନ ବିତର୍କରେ ସୁଲ୍‌ତାନା କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ବୀପରେ କୋଭିଡ୍‌-୧୯ ବିସ୍ତାର ସମ୍ବନ୍ଧରେ ‘ଅସତ୍ୟ […]

ମନୋରଞ୍ଜନ

ଅନୁପମ ଖେରଙ୍କୁ ବଡ ଝଟକା: ୩୬ ଘଣ୍ଟା ମଧ୍ୟରେ ଟ୍ୱିଟରରେ କମ ହେଲେ ୮୦ ହଜାର ଫଲୋଅର୍ସ

ନୂଆଦିଲ୍ଲୀ ୧୨/୦୬: ବଲିଉଡର ଭେଟେରାନ୍ ଅଭିନେତା ଅନୁପମ ଖେରଙ୍କ ଏକ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟରେ ଅନୁପମ ଖେର ଦାବି କରିଛନ୍ତି ଯେ ମାତ୍ର ୩୬ ଘଣ୍ଟା ମଧ୍ୟରେ ତାଙ୍କର ୮୦ ହଜାର ଫଲୋଅର୍ କମ୍ ହୋଇଯାଇଛନ୍ତି । ଅନୁପମ ଖେରଙ୍କ ବିଷୟରେ ଗୋଟିଏ କଥା ସ୍ପଷ୍ଟ ଯେ ସେ ସୋସିଆଲ ମିଡିଆରେ ସେ ବହୁତ ସକ୍ରିୟ । ବଲିଉଡ ଠାରୁ ଆରମ୍ଭ କରି ରାଜନୈତିକ, ସାମାଜିକ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ସେ ଖୋଲାଖୋଲି […]

ଖେଳ ଦେଶ ବିଦେଶ

ଅଧିନାୟକ ହେବା ପରେ ଧୱନ ରଖିଲେ ପ୍ରତିକ୍ରିୟା, କହିଲେ ମୋ ପାଇଁ ଏହା ସମ୍ମାନ ଏବଂ ଗୌରବର ବିଷୟ

ନୂଆଦିଲ୍ଲୀ ୧୨/୬ : ଆସନ୍ତା ମାସରେ ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କା ବିପକ୍ଷରେ ସୀମିତ ଓଭର ସିରିଜ୍ ଖେଳିବ। ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ବିସିସିଆଇ ଦଳର କମାଣ୍ଡ ଶିଖର ଧାୱନଙ୍କୁ ଦିଆଯାଇଛି । ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳର ନେତୃତ୍ୱ ନେବାର ଦାୟିତ୍ୱ ଦିଆଯିବା ପରେ ଓପନର୍ ଶିଖର ଧୱନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଏହି ସୁଯୋଗ ଦିଆଯିବା ତାଙ୍କ ପାଇଁ ଗୌରବ ବିଷୟ । […]

ମନୋରଞ୍ଜନ

ଅଭିନୟ ଦୁନିଆକୁ ଅଲବିଦା କଲେ ‘ନାଗିନ୍‌’ ଅଭିନେତ୍ରୀ ଅନୀତା, କାହିଁକି ନେଲେ ଏତେ ବଡ଼ ନିଷ୍ପତ୍ତି ?

ମୁମ୍ବାଇ ୧୧/୬: ଟିଭି ପରାଦାର ବହୁ ଲୋକପ୍ରିୟ ଅଭିନେତ୍ରୀ ଅନୀତା ହସନନ୍ଦାନୀ ଏବେ ପର୍ସନାଲ୍‌ ଲାଇଫ୍‌କୁ ନେଇ ବ୍ୟସ୍ତ । କିଛି ଦିନ ପୂର୍ବରୁ ସେ ଶିଶୁପୁତ୍ର ଆରବ ରେଡ୍ଡୀକୁ ଜନ୍ମ ଦେଇଛନ୍ତି। ଏବେ ସୋସିଆଲ ମିଡିଆରେ ଅନୀତା ନିଜ ପୁଅଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। ଏହାରି ଭିତରେ ନିଜର କ୍ୟାରିୟରକୁ ନେଇ ବଡ଼ ନିଷ୍ପତ୍ତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଅନୀତା। ସେ ଆକ୍ଟିଂକୁ ଅଲବିଦା କହିଛନ୍ତି। ଅଭିନୟ ଦୁନିଆରୁ ଦୂରେଇବାକୁ ନେଇ […]