ମନୋରଞ୍ଜନ

ଅଭିନୟ ଦୁନିଆକୁ ଅଲବିଦା କଲେ ‘ନାଗିନ୍‌’ ଅଭିନେତ୍ରୀ ଅନୀତା, କାହିଁକି ନେଲେ ଏତେ ବଡ଼ ନିଷ୍ପତ୍ତି ?

ମୁମ୍ବାଇ ୧୧/୬: ଟିଭି ପରାଦାର ବହୁ ଲୋକପ୍ରିୟ ଅଭିନେତ୍ରୀ ଅନୀତା ହସନନ୍ଦାନୀ ଏବେ ପର୍ସନାଲ୍‌ ଲାଇଫ୍‌କୁ ନେଇ ବ୍ୟସ୍ତ । କିଛି ଦିନ ପୂର୍ବରୁ ସେ ଶିଶୁପୁତ୍ର ଆରବ ରେଡ୍ଡୀକୁ ଜନ୍ମ ଦେଇଛନ୍ତି। ଏବେ ସୋସିଆଲ ମିଡିଆରେ ଅନୀତା ନିଜ ପୁଅଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। ଏହାରି ଭିତରେ ନିଜର କ୍ୟାରିୟରକୁ ନେଇ ବଡ଼ ନିଷ୍ପତ୍ତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଅନୀତା। ସେ ଆକ୍ଟିଂକୁ ଅଲବିଦା କହିଛନ୍ତି।

ଅଭିନୟ ଦୁନିଆରୁ ଦୂରେଇବାକୁ ନେଇ କାରଣ ମଧ୍ୟ କହିଛନ୍ତି ନାଗିନ୍‌ ଅଭିନେତ୍ରୀ ଅନୀତା। ଅନୀତା ହସନନ୍ଦାନୀ ଟିଭି ପରଦାରେ ବହୁ ବଡ଼ ବଡ଼ ଶୋ’ରେ ଅଂଶଗ୍ରହଣ କରିଛନ୍ତି। ସେ କିଛି ଦିନ ପୂର୍ବରୁ ଏକତା କପୁରଙ୍କ ସପରନ୍ୟାଚୁରାଲ୍‌ ସିରିୟଲ୍‌ ‘ନାଗିନ୍‌’ରେ ଦମଦାର ଅଭିନୟ କରି ପ୍ରଶଂସକଙ୍କ ହୃଦୟ ଜିଣିଥିଲେ। ଏବେ ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଦେଇଥିବା ଇଣ୍ଟରଭ୍ୟୁରେ ସେ ଖୁଲାସା କରିଛନ୍ତି ଯେ, ନିଜ ପୁଅ ସହ ସମୟ ବିତାଇବାକୁ ଚାହଁଛନ୍ତି।

ସେ କହିଛନ୍ତି, ‘ମୁଁ କହିଥିଲି ଯେବେ ମୋର ସନ୍ତାନ ଜନ୍ମ ହେବ ମୁଁ ଇଣ୍ଡଷ୍ଟ୍ରି ଏବଂ ନିଜ କାମକୁ ଛାଡ଼ିବି। ମୁଁ ଏବେ କେବଳ ମୋ ଛୁଆର ମା’ ରୋଲ୍‌ ଉପରେ ଫୋକସ୍‌ କରିବାକୁ ଚାହୁଁଛି।’ ଅନୀତା ଆହୁରି କହିଛନ୍ତି, ‘ମହାମାରୀ ପାଇଁ ନୁହେଁ ବରଂ ମୁଁ ତ ଇଣ୍ଡଷ୍ଟ୍ରି ଛାଡ଼ିବାର ଥିଲା। ମୁଁ ଘରେ ମୋ ପିଲା ସହ ରହିବାକୁ ଚାହୁଁଛି। ଏବେ କାମ କରିବା କଥା ମୁଁ ଭାବୁନାହିଁ। ସତରେ ମୁଁ ଜାଣିନି କେବେ ଫେରିବି।’

ଏବେ ସେ କିଛି କିଛି କାମ କରୁଛନ୍ତି କାରଣ କଣ୍ଟ୍ରାକ୍ଟ ସାଇନ୍‌ କରିସାରିଥିଲେ। ଅନୀତା ଏବଂ ରୋହିତ ରେଡ୍ଡୀ ଚଳିତବର୍ଷ ଫେବୃଆରୀରେ ପୁତ୍ର ସନ୍ତାନ ଲାଭ କରିଥିଲେ। ସେମାନଙ୍କ ବିବାହ ୨୦୧୩ରେ ହୋଇଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ