ଭାରତୀୟ କ୍ରୀଡ଼ାବିତଙ୍କ ପାଇଁ କୋଭିଡ୍ କଟକଣା କୋହଳ ଟୋକିଓ ଅଲିମ୍ପିକ୍ସ ଅବଗଣନା: ଆଉ ୨୮ ଦିନ
ନୂଆଦିଲ୍ଲୀ : ଟୋକିଓ ଯାତ୍ରା କରିବାକୁ ଥିବା ଭାରତୀୟ କ୍ରୀଡ଼ାବିତ୍ମାନଙ୍କ ପାଇଁ ଅଲିମ୍ପିକ୍ ଆୟୋଜନ ସମିତି ଏହାର ପୂର୍ବ କୋଭିଡ୍ କଟକଣାରେ କିଛିଟା କୋହଳ କରିଛି। ପୂର୍ବରୁ ଆୟୋଜନ ସମିତି ପକ୍ଷରୁ ଟୋକିଓ ପହଞ୍ଚିବାର ପୂର୍ବ ୪୮ ଘଣ୍ଟା ଭିତରେ ଆରଟିପିସିଆର୍ ଟେଷ୍ଟ୍ କରିଥିବାର ପ୍ରମାଣପତ୍ର ଦେବାକୁ କୁହାଯାଇଥିଲା। ଏବେ ଏହାକୁ କେବଳ ଯାତ୍ରା ପୂର୍ବର ୯୬ ଘଣ୍ଟା ଓ ୭୨ ଘଣ୍ଟା (ଅର୍ଥାତ୍ ୩/୪ ଦିନ) ଭିତରେ ଦୁଇ ଥର ଚଳିବ ବୋଲି ସ୍ପଷ୍ଟ କରିଦିଆଯାଇଛି। […]