ଭୁବନେଶ୍ୱର ୨୫/୦୬ : ଜ୍ୟୋତିଷଶାସ୍ତ୍ରରେ ଶନି ଗ୍ରହକୁ ପାପୀ ଓ କ୍ରୁର ଗ୍ରହ କୁହାଯାଏ। ଶନିଙ୍କ କୋପ ଦୃଷ୍ଟି ପ୍ରଭାବରେ ବ୍ୟକ୍ତିଙ୍କ ଜୀବନରେ ଅନେକ କୁପ୍ରଭାବ ପଡିଥାଏ। ବର୍ତ୍ତମାନ ମକର, କୁମ୍ଭ ଓ ଧନୁ ରାଶିରେ ଶନିଙ୍କ ସାଢେସାତୀ ଓ ମିଥୁନ, ତୁଳା ରାଶିରେ ଶନିଙ୍କ ଢେୟା ଚାଲିଛି। ଏହିସବୁ ରାଶିରେ ୨୦୨୨ ଏପ୍ରିଲ ଯାଏଁ ଶନିଙ୍କ ସାଢେସାତୀ ଓ ଢେୟା ରହିବ। ଆସନ୍ତା ବର୍ଷ ଏପ୍ରିଲରେ ଶନିଙ୍କ ରାଶି ପରିବର୍ତ୍ତନ ହେବ। ଏହି ଦିନ ଶନି କୁମ୍ଭ ରାଶିରେ ପ୍ରବେଶ କରିବେ। ଶନିଙ୍କ ରାଶି ପରିବର୍ତ୍ତନ ପରେ ଅନ୍ୟ କିଛି ରାଶିରେ ଶନିଙ୍କ ସାଢେସାତୀ ଓ ଢେୟା ଆରମ୍ଭ ହେବ ଓ କିଛି ରାଶିରେ ଶେଷ ହେବ। ୨୦୨୧ରେ ଶନି ରାଶି ପରିବର୍ତ୍ତନ କରିବେ ନାହିଁ। ଯେଉଁଥିପାଇଁ ମକର, କୁମ୍ଭ, ଧନୁ ରାଶିରେ ଶନିଙ୍କ ସାଢେସାତୀ ଓ ମିଥୁନ, ତୁଳା ରାଶିରେ ଶନିଙ୍କ ଢେୟାର ପ୍ରଭାବ ରହିବ।
ମୀନ ରାଶିରେ ଆରମ୍ଭ ହେବ ଶନିଙ୍କ ସାଢେସାତୀ
୨୦୨୨ ଏପ୍ରିଲ ୨୯ ତାରିଖରୁ ଶନି କୁମ୍ଭ ରାଶିରେ ପ୍ରବେଶ କରିବାରୁ ମୀନ ରାଶିରେ ଶନିଙ୍କ ସାଢେସାତୀର ପ୍ରଥମ ଚରଣ ଆରମ୍ଭ ହେବ।
କର୍କଟ ଓ ବୃଷ ରାଶିରେ ଶନିଙ୍କ ଢେୟା
୨୦୨୨ ଏପ୍ରିଲ ୨୯ ତାରିଖରେ ଶନିଙ୍କ ରାଶି ପରିବର୍ତ୍ତନ ଯୋଗୁଁ କର୍କଟ ଓ ବିଛା ରାଶିରେ ଶନିଙ୍କ ଢେୟା ଆରମ୍ଭ ହେବ। ମୀନ, କର୍କଟ ଓ ବିଛା ରାଶିର ବ୍ୟକ୍ତିଙ୍କୁ ଏପ୍ରିଲ ୨୯ ତାରିଖରୁ ବିଶେଷ ସତର୍କ ରହିବାକୁ ପଡିବ। ଏହି ରାଶିର ବ୍ୟକ୍ତିଙ୍କୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡିପାରେ। ଏହି ରାଶିର ବ୍ୟକ୍ତିଙ୍କ ଧନ ହାନି ହେବାର ସମ୍ଭାବନା ରହିଛି। ବୁଝି ବିଚାରି ଖର୍ଚ୍ଚ କରିବା ଉଚିତ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ଏହାସହ କାର୍ଯ୍ୟରେ ବିଘ୍ନ ଆସିପାରେ।
ଶନିଙ୍କ କୋପରୁ ବଞ୍ଚିବାକୁ ମୀନ, କର୍କଟ ଓ ବିଛା ରାଶିର ବ୍ୟକ୍ତି ହନୁମାନ ଚାଳିଶା ପାଠ କରନ୍ତୁ। ହନୁମାନଙ୍କ ପୂଜାର୍ଚ୍ଚନା ଦ୍ୱାରା ଶନି ଅଶୁଭ ପ୍ରଭାବ ପଡ଼ିନଥାଏ। ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ, ହନୁମାନଙ୍କ କୃପା ପ୍ରାପ୍ତ ହେବ।