ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଜଗା, କାଳିଆଙ୍କ ଘରକୁ ଆସିଲା ନୂଆ ଅତିଥି: ଜନ୍ମ ନେଲା ଭଉଣୀ ସୁଭଦ୍ରା

ଫୁଲବାଣୀ: କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଜଗା, କାଳିଆଙ୍କ ଘରକୁ ଆସିଛି ନୂଆ ଅତିଥି। ଗତ ୭ ତାରିଖ ଦିନ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଗାର ମା ପୁଷ୍ପାଞ୍ଜଳିଙ୍କ ଗର୍ଭରୁ ଜନ୍ମ ନେଇଛି ସୁଭଦ୍ରା। ସୁଭଦ୍ରାକୁ ଦେଖି ଜଗା ଏବେ ବହୁତ ଖୁସି ଥିବା ବେଳେ ଭୁଲି ଯାଇଛି କାଳିଆ ଯିବାର ଦୁଃଖ। ସୁଭଦ୍ରା ଆସିଲା ପରେ ଜଗା ଚଳଚଞ୍ଚଳ ହୋଇପଡ଼ିଛି। ପାଖରେ ଭଉଣୀକୁ ଦେଖି ଟିକିଏ ବି ଛାଡ଼ି ଯାଉନି। ତାର ଦୈନିନ୍ଦିନ ରୁଟିନ୍ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ: କଳାରେ ପାସ୍ ହାର ୯୮.୫୮ %

ଭୁବନେଶ୍ବର: ଆଜି ଦିନ ଗୋଟାଏ ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ପ୍ରକାଶ ପାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା କରିଛନ୍ତି। ଏବର୍ଷ ଯୁକ୍ତ ୨ କଳାର ରେଗୁଲାରରେ ୯୮.୫୮ % ରେଗୁଲାର୍ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ୯୫ ଜଣ ୯୦% ଉପରେ ଅଛନ୍ତି। କଳାରେ ୧ […]

ଖେଳ ଦେଶ ବିଦେଶ

ମିଳିଥିବା ପୁରସ୍କାର ରାଶିରୁ ନିରଜ ଚୋପ୍ରାଙ୍କୁ ଦେବାକୁ ପଡିବ ଏତିକି ଟ୍ୟାକ୍ସ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ ୧୧/୦୮ : ଅଲିମ୍ପିକ ୨୦୨୦ ରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନିରଜ ଚୋପ୍ରାଙ୍କ ଉପରେ ପୁରସ୍କାର ବର୍ଷା ହେଉଛି। ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଯେ ଖେଳାଳିଙ୍କୁ ଯେଉଁ ପୁରସ୍କାର ମିଳୁଛି ସେଥିପାଇଁ ତାଙ୍କୁ ଟ୍ୟାକ୍ସ ଦେବାକୁ ପଡେ କି ? ଖେଳାଳିଙ୍କୁ ଯେଉଁ ପୁରସ୍କାର ରାଶି ମିଳେ ସେଥିପାଇଁ ସେମାନଙ୍କୁ କେତେ ଟ୍ୟାକ୍ସ ଦେବାକୁ ପଡେ ଜାଣନ୍ତୁ। ଚାର୍ଟାଡ଼ ଆକାଉଣ୍ଟାଣ୍ଟ ଆନନ୍ଦ ଜୈନ କହିଛନ୍ତି ଯେ ଆୟକର ଅଧିନିୟମ ସେକ୍ସନ 10(17A) […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ନିଜକୁ ଗର୍ବରେ ପରିପୂର୍ଣ୍ଣ ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମନା କରିବାରେ ସକ୍ଷମ ହେବେ। ଅଫିସରେ କେହି ଆପଣଙ୍କ ପ୍ରତି ଆକର୍ଷିତ ହେବେ। ବୃଷ: ଜୀବନସାଥୀଙ୍କ ସହ ତୀର୍ଥସ୍ଥାନକୁ ଯିବାର ଯୋଜନା କରିବେ। ବେପାର ବିଷୟରେ ମନରେ ନୂଆ ବିଚାର ଆସିବ। କଲେଜ ଜୀବନର ପ୍ରିୟବନ୍ଧୁ ସହ ଭେଟ ହୋଇପାରେ। ମିଥୁନ: ଭାଗ୍ୟର ପୂରା ସହଯୋଗ ପାଇବେ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କର ପ୍ରଶଂସା କରିବେ। ପାର୍ଟଟାଇମ୍ କାମ ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ସୁଯୋଗ ମିଳିବ। […]

ଧର୍ମ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଚିମୁଟାଏ ଲୁଣ ଦୁର କରିବ ସମସ୍ତ ସମସ୍ୟା, ଘରେ ବୃଦ୍ଧି ପାଇବ ସୁଖ-ସମୃଦ୍ଧି

ନୂଆଦିଲ୍ଲୀ ୦୯/୦୮ : ଲୁଣ ଖାଦ୍ୟର ସ୍ୱାଦ ବଢାଇବା ସହିତ ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ବାସ୍ତୁ ଅନୁଯାୟୀ, ଏହା ସହ ଜଡିତ ଉପାୟ କରିବା ଦ୍ୱାରା ଜୀବନର ସମସ୍ୟା ଦୁର ହୋଇଥାଏ । ନଜର ଦୋଷ ଏବଂ ରାହୁ-କେତୁ ପ୍ରଭାବ କମ୍ ହୋଇ ଘରେ ସକରାତ୍ମକ ଶକ୍ତି ବଢିଥାଏ । ଏହା ସହିତ, ଚାପ ଏବଂ ରୋଗ ଦୂର ହୋଇ, ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ । ତେବେ ଚାଲନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ […]

କଳା ଓ ସଂସ୍କୃତି ଧର୍ମ ସ୍ପେଶାଲ ରିପୋର୍ଟ

ରହସ୍ୟମୟୀ କୁଣ୍ଡ : ଯେଉଁଠାରେ ତାଳି ମାରିଲେ ବାହାରକୁ ଆସିଥାଏ ପାଣି

ନୂଆଦିଲ୍ଲୀ ୧୨/୦୮ : ରହସ୍ୟରେ ପରିପୂର୍ଣ୍ଣ ସ୍ଥାନଗୁଡ଼ିକ ବିଷୟରେ ଆମେ ଅନେକ ଥର ଶୁଣିଛୁ । ଏପରିକି ଦେଶ ତଥା ବିଦେଶର ବୈଜ୍ଞାନିକମାନେ ମଧ୍ୟ ଅନେକ ରହସ୍ୟର ସମାଧାନ କରିବାରେ ସକ୍ଷମ ହୋଇ ନାହାଁନ୍ତି। ଏପରି ଏକ ରହସ୍ୟମୟ ସ୍ଥାନ ହେଉଛି ଦଲାହି କୁଣ୍ଡ। ଏହା ଏପରି ଏକ କୁଣ୍ଡ ଯେଉଁଠାରୁ ତାଳି ମାରିଲେ ପାଣି ବାହାରକୁ ଆସିଥାଏ । ଆସନ୍ତୁ ଜାଣିବା ଝାଡଖଣ୍ଡର ବୋକାରୋରେ ଅବସ୍ଥିତ ଏହି ପାଣି କୁଣ୍ଡ ପଛରେ ଥିବା ରହସ୍ୟ ବିଷୟରେ… […]

କଳା ଓ ସଂସ୍କୃତି ଧର୍ମ

ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଏହି ରାଶିର ଲୋକଙ୍କୁ ହେବ ଲାଭ, ମଳିବ ଶୁଭ ସମାଚାର

ନୂଆଦିଲ୍ଲୀ ୧୨/୦୮ : ଆଗାମୀ ୧୪ ଦିନ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଶୁଭ ହେବାକୁ ଯାଉଛି । ଏହି ରାଶି ଉପରେ ଅଗଷ୍ଟ ୨୫ ପର୍ଯ୍ୟନ୍ତ ବୁଧ ଦେବଙ୍କ ବିଶେଷ କୃପା ଦୃଷ୍ଟି ରହିବ । ଜ୍ୟୋତିଷ ଶାସ୍ତ୍ରରେ ବୁଧ ଦେବଙ୍କୁ ବୁଦ୍ଧି, ଯୁକ୍ତି, ଯୋଗାଯୋଗ, ଗଣିତ, ଚତୁରତା ଏବଂ ବନ୍ଧୁତ୍ୱର କାରକ ଗ୍ରହ ବୋଲି କୁହାଯାଏ । ବୁଧଙ୍କ ମିତ୍ର ଗ୍ରହ ସୂର୍ଯ୍ୟ ଆଉ ଶୁକ୍ର ହୋଇଥିବା ବେଳେ, ଚନ୍ଦ୍ର ଏବଂ ମଙ୍ଗଳ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: କୋଭିଡର ତୃତୀୟ ଲହର ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ସରିଛି। ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ। ଏହା ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି। ସେ ଆହୁରି କହିଛନ୍ତି,ଜେନେରାଲ ବେଡ ଯେତିକି ବଢ଼ିବା କଥା ବଢ଼ିଛି। ସରକାରଙ୍କ ଗାଇଡଲାଇନ ଅନୁସାରେ ପେଡିଆଟ୍ରିକ ବେଡ୍ ସଂଖ୍ୟା ବଢ଼ିବା ନେଇ ପ୍ରସ୍ତୁତି ଚାଲିଛି। ଏହାଛଡ଼ା ଆବଶ୍ୟକୀୟ ଉପକରଣ, ଅକ୍ସିଜେନ ଲାଗି ଭିତ୍ତିଭୂମି ପ୍ରସ୍ତୁତ ରହିଛି। ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା ମଧ୍ୟ କରାଯାଉଛି। ଡ୍ରଗ୍ସ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ବଢ଼ିଲା ସଂକ୍ରମଣ: ଦେଶରେ ୨୪ଘଣ୍ଟାରେ ୪୧,୧୯୫ କରୋନା ସଂକ୍ରମିତ ଚିହ୍ନଟ, ୪୯୦ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ଗତକାଲି ସଂକ୍ରମଣ ୩୫,୦୦୦ପାର କରିଥିବା ବେଳେ ଆଜି ସଂକ୍ରମଣ ୪୦,୦୦୦ପାର କରିଛି। ଏହା ସହ ମୃତ୍ୟୁସଂଖ୍ୟା ୫୦୦ପାଖାପାଖି ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୧,୧୯୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୯୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୦,୭୭,୭୦୬ ଓ ମୃତ୍ୟୁସଂଖ୍ୟା ୪,୨୯,୬୬୯ରେ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଓଡ଼ିଆ ଚିତ୍ରଶିଳ୍ପୀ ତୁନେନ୍ଦ୍ର ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ କଳାସାଧନା ପୁରସ୍କାର’ ସ୍ଥପତି ଚନ୍ଦନ ସାମଲ ପାଇଲେ ‘କଳା ଉତ୍କର୍ଷ ପୁରଷ୍କାର’

ଭୁବନେଶ୍ବର : ଭାରତ ସ୍ୱାଧୀନତାର ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ହାଇଦ୍ରାବାଦସ୍ଥିତ କଳାମିତ୍ର ଫାଉଣ୍ଡେସନ ତରଫରୁ ଭର୍ଚୁଆଲ୍ ଚିତ୍ରକଳା ପ୍ରଦର୍ଶନୀ-୨୦୨୧ ଉଦ୍‌ଘାଟିତ ହୋଇଯାଇଛି। ଫାଉଣ୍ଡେସନର ସଭାପତି ରମେଶ ମୋଥୁକୁରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପ୍ରଦର୍ଶନୀକୁ ରାଷ୍ଟ୍ରୀୟ ଲଳିତକଳା ଏକାଡେମିର ଭାରପ୍ରାପ୍ତ ସଚିବ ରାମକୃଷ୍ଣ ଭେଦାଲା ମୁଖ୍ୟ ଅତିଥି ଭାବେ ଏବଂ ଲଳିତକଳା ଏକାଡେମିର ପରିଚାଳନା ପରିଷଦ ସଦସ୍ୟ ଏମ୍.ଭି. ରମଣ ରେଡ୍ଡୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଓଡ଼ିଶାର ପ୍ରଖ୍ୟାତ ବର୍ଷୀୟାନ […]