Author: NewsLaxmi7
ଭୁବନେଶ୍ବର: ବିଜ୍ଞାପନ ନିର୍ବାଚନ ପ୍ରଚାର ପ୍ରସାର ନାଁରେ କଂଗ୍ରେସ ନେତା ଟଙ୍କା ଖାଇଥିବା ଘଟଣାରେ ପୂର୍ବତନ ପିସିସି ସଭାପତି ଶରତ ପଟନାୟକ ପ୍ରଭାରୀ ଏବଂ ଏଆଇସିସି ଟିମ୍ ଆଡ଼କୁ ଦୋଷ ଠେଲିଛନ୍ତି। ଭରତପୁର ଥାନାରେ ଏନେଇ ଅଭିଯୋଗ ହେବା ପରେ ପୂର୍ବତନ କଂଗ୍ରେସ ସଭାପତିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି ଅଭିଯୋଗ ଆଣିଥିବା ଲୋକ ଆଉ ସଂସ୍ଥାକୁ ମୁଁ ଜାଣିନି। ମୁଁ ସେତବେଳେ ନିର୍ବାଚନ ଲଢ଼ିବାରେ ବ୍ୟସ୍ତ ଥିଲି।ସବୁ କିଛି ପ୍ରଭାରୀ ଓ ଏଆଇସିସିର ଟିମ୍ ଡିଲ୍ କରୁଥିଲେ ବୋଲି ସେ କହିଛନ୍ତି। ଏଆଇସିସିରୁ ଆସିଥିବା ଟଙ୍କା ବିଷୟରେ ମୋ ପାଖେ ତଥ୍ୟ ନାହିଁ। ମତେ ଜାଣିଶୁଣି କିଛି ଗୋଷ୍ଠୀ ଚକ୍ରାନ୍ତ କରି ଅପମାନ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏକ ନାଳ ପାଖରୁ ମଣିଷ ଖପୁରୀ ଉଦ୍ଧାର ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖପୁରୀ ସହ ଦାନ୍ତ ଓ ହାଡ଼ ମଧ୍ୟ ଉଦ୍ଧାର ହୋଇଛି। ପ୍ରାୟ ୧୫ ଦିନ ହେବ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ମା’ ନିଖୋଜ ଥିବା ବେଳେ ଏହା ସେମାନଙ୍କ ଶରୀରର ଅବଶିଷ୍ଟାଶଂ ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣାରେ ପୁଲିସ ନିଖୋଜ ମହିଳାଙ୍କ ସ୍ୱାମୀ ଓ ଦିଅରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ସନ୍ଧ୍ୟା ସମୟରେ ସମୁଦ୍ର ପାଖ ଏକ ନାଳ ବନ୍ଧ ନିକଟ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଥିଲା। ସେଠାରେ ବେଢ଼ି ରହିଥିବା କୁକୁର କିଛି ଗଳିତ ମାଂସ ଧରି ଦୌଡ଼ୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏନେଇ ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ନାୟକାଣିଡିହି ପୋଲିସ,ଭଦ୍ରକ ସଦର ଏସଡିପିଓ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ସେମାନେ…
ଚିତ୍ରକୋଣ୍ଡା: ସ୍ୱାଭିମାନ ଅଞ୍ଚଳ ଗାଜଲମାମୁଡ଼ି ପଞ୍ଚାୟତ ସ୍ଥିତ ବନ୍ଧଗୁଡା ଘାଟି ନିକଟରେ ଭାରସାମ୍ୟ ହରାଇ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଦୁଇ ମହିଳା ଓ ଦୁଇ ପୁରୁଷ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଜାନବାଇ ଚିକିତ୍ସାଳୟରେ କରାଯାଉଛି। ସୂଚନା ଅନୁଯାୟୀ ଗୁରୁବାର ଆଲମପକାଠାରେ ହେଉଥିବା ସପ୍ତାହିକ ହାଟକୁ ଯାଉଥିବା ସମୟରେ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡିଥିଲା। ଗାଡିରେ ଥିବା ହାଟ ବ୍ୟବସାୟୀମାନେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଦୁଇ ଜଣ ମହିଳା ଓ ଦୁଇ ଜଣ ପୁରୁଷ ଗୁରୁତର ଆହତ ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ୍ ଗୁରୁତରଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହୋଇଥିବା ଜଣାପଡ଼ିଛି। ସ୍ୱାଭିମାନ ଅଞ୍ଚଳରେ ବିଭିନ୍ନ ସମସ୍ୟା ରହିଥିବା ଅଭିଯୋଗ ହେଉଛି। ଯୋଗଯୋଗ ପାଇଁ ମୋବାଇଲ ନେଟୱାର୍କ ନିର୍ମାଣ କରାଯାଉଛି ସତ, କିନ୍ତୁ ନେଟୱାର୍କ ବର୍ତ୍ତମାନ୍ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ସେହିପରି ରାସ୍ତା ସମସ୍ୟା ପରିବହନରେ ମୁଖ୍ୟ…
ଭୁବନେଶ୍ବର: ଆସନ୍ତା ଅକ୍ଟୋବର ୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅକ୍ଟୋବର ୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଲଘୁଚାପ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଯେହେତୁ ଲଘୁଚାପ ସୃଷ୍ଟି ହେବା ପାଇଁ ଅଧିକ ଦିନ ବାକି ଅଛି ତେଣୁ ବାତ୍ୟା ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଏହା ସହିତ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ଆଗାମୀ ପାଞ୍ଚ ଦିନ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନାହିଁ।କାଁ ଭାଁ କିଛି ଜାଗାରେ ବିଜୁଳି ସହିତ ଘଡଘଡି ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦେଶକ ମନୋରମା ମହାନ୍ତି ସୂଚନା ପ୍ରଦାନ କରିଛନ୍ତି।
ବ୍ରହ୍ମଗିରି: ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଅନ୍ୟ ୩ ଜଣଙ୍କର ଗାଁରେ ପ୍ରାଥମିକ ଚିକିତ୍ସା କରାଯାଇଛି। ଖବର ପାଇ ବ୍ରହ୍ମଗିରି ବନ ବିଭାଗ ଓ ପୁଲିସ ଟିମ ପହଞ୍ଚି ବାର୍ହାକୁ କାବୁ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସେହିଭଳି ଅନୁଗୁଳ ଜିଲ୍ଲା ତାଳଚେରରେ ଗୁରୁବାର ଭୋର୍ ସମୟରେ ଘରେ ବାର୍ହା ପଶି ଦୁଇ ଜଣଙ୍କୁ ଆକ୍ରମଣ କରିଛି। ବାର୍ହାର ଅତର୍କିତ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଶିଳ୍ପାୟନ ଯୋଗୁ ଜଙ୍ଗଲ ହ୍ରାସ ଘଟୁଥିବାରୁ ବନ୍ୟପ୍ରାଣୀ ବହୁ ସମୟରେ ଜନବସତି ମୁହାଁ ହେଉଛନ୍ତି।
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା, କୃଷି ଓ ସହରରେ ଥିବା ପ୍ରମୁଖ ସମସ୍ୟାର ସମାଧାନ ବାହାର କରିବା ପାଇଁ ଏଆଇ ଟେକ୍ନୋଲୋଜିକୁ ବିକଶିତ କରିବା ଦିଗରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର କ୍ଷେତ୍ରକୁ ବିଶେଷ ଦୃଷ୍ଟିରେ ରଖି ତିନିଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ରେ ଥିବା ୩ଟି ଉତ୍କର୍ଷ କେନ୍ଦ୍ର ବିଶ୍ୱର ଜନକଲ୍ୟାଣକାରୀ ମନ୍ଦିର ଭାବେ ଉଭା ହେବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରର ନେତୃତ୍ୱ ଆଇଆଇଟି ଦିଲ୍ଲୀ ଏବଂ ଏମ୍ସ ଦିଲ୍ଲୀ ନେବ। କୃଷି କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରର ନେତୃତ୍ୱ ଆଇଆଇଟି ରୋପାର ନେବ ଏବଂ ଆଇଆଇଟି କାନପୁର…
ରାଉରକେଲା: ସୋମବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ମାଲଗାଡ଼ି ଧକ୍କାରେ ଛୁଆହାତୀର ମୃତ୍ୟୁ ହେବା ପରେ ଦୁଇ ହାତୀ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ବନ ବିଭାଗ ତତ୍ପରତା ଦେଖାଇ ବିଳମ୍ବିତ ରାତିରେ ଛୋଟ ହାତୀକୁ ଟ୍ରାଙ୍କୁଲାଇଜ କରିଛି। ଏଣେ ମା ହାତୀ ବିଳମ୍ବିତ ରାତିରେ ହାତୀପଲକୁ ପଳାଇଥିବା ସୂଚନା ରହିଛି। ଟ୍ରାଙ୍କୁଲାଇଜ ପରେ ହାତୀ ଛୁଆକୁ ନନ୍ଦନକାନନ ନେଉଛି ବନବିଭାଗ। ସୂଚନାଯୋଗ୍ୟ, ରାତିରେ ଛୁଆହାତୀର ମୃତ୍ୟୁ ପରେ ୨୪ଟି ହାତୀ ସକାଳେ ସନ୍ତୋଷପୁର ସ୍ଥିତ ଜାରାଟୋଲି ଆଡ଼କୁ ପଳାଇ ଯାଇଥିଲେ। ମାତ୍ର ଗୋଟିଏ ମାଈହାତୀ ନିଜ ଛୁଆ ସହିତ ଘଟଣାସ୍ଥଳ ନିକଟରେ ରାତି ସାରା ଜଗି ରହିଥିଲା। ସକାଳ ହେବା ପରେ ଏହି ଦୁଇହାତୀର ଖାଦ୍ୟ ଏବଂ ପାଣି ପାଇଁ ବନବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ରାଉରକେଲା ଡିଏଫ୍ଓ କହିଛନ୍ତି ଯେ ହାତୀ ପଲଙ୍କ ଯାତାୟାତ ସଂପର୍କରେ ବନ୍ଧମୁଣ୍ଡା ରେଳବାଇ କଣ୍ଟ୍ରୋଲ ରୁମକୁ ଆଗୁଆ ସୂଚନା ଦିଆଯାଇଥିଲା।…
ଚିତ୍ରକୋଣ୍ଡା: ବାପାର ଛୁରାମାଡ଼ରେ ପାଞ୍ଚ ବର୍ଷର ଶିଶୁ କନ୍ୟା ମୃତ। ଏଭଳି ଏକ ଅଭାବନୀୟ ହୃଦୟ ବିଦାରକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଂଚାୟତର ଆର ଏ ସି ୧୪ ନଂ ଗ୍ରାମରେ।.ଆଜି ସକାଳେ ପିତା ସଂଜୀବ ଭତ୍ରା ନିଜ ପାଞ୍ଚ ବର୍ଷର ଝିଅ ଖେଳୁଥିବା ସମୟରେ ହଠାତ ପାଖରେ ପଡ଼ିଥିବା ଛୁରୀକୁ ପେଟରେ ଭୁସି ଦେଇଥିଲା।. ଝିଅର ଚିତ୍କାର ଶୁଣି ମା ଆସି ଦେଖିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅ ଗ୍ଲେସି ଭତ୍ରା ପଡ଼ିଛି। ତୁରନ୍ତ ସାହି ପଡ଼ିଶାଙ୍କ ସହାୟତାରେ ଗ୍ଲେସୀଙ୍କୁ ଚିତ୍ରକୋଣ୍ଡା ମେଡିକାଲ ଅଣାଯାଇଥିଲା ଡାକ୍ତର ଗ୍ଲେସୀଙ୍କୁ ମୃତ ଘୋଷଣା କରିଛନ୍ତି। ଗ୍ଲେସିଙ୍କ ଅଜାଙ୍କ କହିବାନୁଯାଇ ସଂଜୀବ ଭତ୍ରା ଦ୍ୱତୀୟ ସ୍ତ୍ରୀଙ୍କ କଥାରେ ନାତୁଣୀକୁ ହତ୍ୟା କରିଛି। ଘଟଣା ସ୍ଥଳରୁ ସଂଜୀବ ଭତ୍ରା ଫେରାର ହୋଇଯାଇଥିବା ବେଳେ ଚିତ୍ରକୋଣ୍ଡା ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି।
ଭୁବନେଶ୍ବର:ରାଜଧାନୀରେ ବଡ଼ ଧରଣର ସାଇବର ଠକେଇ ପାଇଁ ପ୍ରି ପ୍ଲାନ। ଚଢ଼ାଉ କଲା କମିଶନରେଟ ପୁଲିସର ସାଇବର ଟିମ । ଆପାର୍ଟମେଣ୍ଟରୁ ଠାବ ହେଲା ଅନେକ ଡିଜିଟାଲ ଡିଭାଇସ। ସୁନ୍ଦରପଦାର କାଞ୍ଚନ ଟାୱାର ଆପାର୍ଟମେଣ୍ଟରେ ଚଢ଼ାଉ କରି ଏକାଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଆପାର୍ଟମେଣ୍ଟ ଦ୍ୱିତୀୟ ମହଲ ରେ ଥିବା ୨୦୫ ନମ୍ବର ଫ୍ଲାଟରେ ଚାଲିଛି ଚଢ଼ାଉ। ଫେକ କଲ ସେଣ୍ଟର କରି ଲୋକଙ୍କୁ ଲଗାଯାଉଥିଲା ଚୁନା। ସିମ ବକ୍ସ ଭଳି ଦେଖାଯାଉଥିବା କିଛି ଡିଭାଇସ ଠାବ ହୋଇଛି।
ବ୍ରହ୍ମଗିରି: ସ୍ତ୍ରୀ ଓ ପୁତୁରାକୁ ହାଣିଲା ଯୁବକ। ସଂକଟାପନ୍ନ ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ଗୁଣ୍ଡିଚା ପ୍ରଧାନ ତାଙ୍କ ସ୍ତ୍ରୀ ବିଳାସିନୀ ପ୍ରଧାନ ଓ ପୁତୁରା ଚିରଞ୍ଜୀବୀ ପ୍ରଧାନ(୬ ମାସ)କୁ କଟୁରିରେ ହାଣିଛି। ପୁରୀ ସଦର ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିବା ନେଇ ବ୍ରହ୍ମଗିରି ଥାନା ଆଇଆଇସି ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତକୁ ଗାଁ ଲୋକେ ଧରି ପୁଲିସର ଜିମା ଦେଇଥିଲେ। ପୁଲିସ କଟୁରିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏଯାଏ କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ କଳହରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି।