Author: NewsLaxmi7
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ଼ ନିକଟସ୍ଥ କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା ଘଟିଛି। ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ଓ ଗୋଟିଏ ପିକ ଅପ ଭ୍ୟାନକୁ ଧକ୍କା ଦେଇ ରାସ୍ତାରେ ୨୦ ଫୁଟ ତଳକୁ ଓଲଟି ପଡିଛି ଏକ ଯାତ୍ରୀବାହୀ ବସ୍। ଫଳରେ ଉଭୟ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ଥିବାବେଳେ ୪ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ଗୁରୁତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତ ମାଲକାନଗିରି ଅଞ୍ଚଳର ବୋଲି ଜଣାପଡିଛି। ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ପୁରୀରୁ ମାଲକାନଗିରି ଯାଉଥିଲା। ରାତି ପ୍ରାୟ ସାଢେ ଗୋଟାଏ ବେଳେ ଲିଲିଗଡ଼ କେନ୍ଦୁଘାଟିରେ ରାସ୍ତା କଡ଼କୁ ଖସିପଡ଼ିଥିଲା ତେବେ ରାସ୍ତା କଡ଼ରେ ବସଟି ଥିବାବେଳେ ଆଗରେ ଏକ ପିକ…
ଜଗତସିଂହପୁର: ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କୁ ୨ ୟୁନିଟ ଓଡ୍ରାଫ୍ ଓ ୨ ପ୍ଲାଟୁନ ଏନଡିଆରଏଫ୍ ମାଗିଲା ଜଗତସିଂହପୁର ଜିଲ୍ଲା ପ୍ରଶାସନ। ୨୩ରୁ ୨୬ ଚାରି ଦିନ ପାଇଁ ବର୍ଷା ଆଲର୍ଟ ଜାରି ହୋଇଥିବାରୁ ଏଭଳି ସହାୟତା ଲାଗି ଜିଲ୍ଲାପାଳ ଜେ ସୋନାଲ୍ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିବା ଜଣାଯାଇଛି। ଏଣେ କଳାବଜାରୀ ରୋକିବା ପାଇଁ ସ୍ବତନ୍ତ୍ର ମିଳିତ ଟିମ୍ ଗଠନ ହୋଇଛି। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଗଚ୍ଛିତ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଡ଼ା ଚେତାବନୀ ଦେଇଛି ଜିଲ୍ଲା ପ୍ରଶାସନ। ଅଯଥା ଭୟଭୀତ ନ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ସମ୍ଭାବ୍ୟ ବାତ୍ୟା “ଦାନା”ନେଇ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇକହିଛନ୍ତି, ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ବାତିଲ ହୋଇଛି। ସବୁ ସ୍ଥାନରେ ସତର୍କ ରହିବାକୁ ବ୍ଲକ୍ ଅଧିକାରୀଙ୍କୁ ସୂଚନା ଦିଆଯାଇଛି। ବାତ୍ୟା ଆଶ୍ରୟ ସ୍ଥଳକୁ ଚେକ୍ କରାଯାଇଛି। ଆଜି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ସମେତ…
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ଅବପାତରେ ପରିଣତ ହେବା ସହ ୨୩ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହିତ ୨୪ ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଯାଏଁ ରହିପାରେ। ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଆସନ୍ତା ୨୩ ତାରିଖରୁ ରାଜ୍ୟରେ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବା ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ। ତା’ସହ ପବନ ମଧ୍ୟ ବହିବ। ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର…
ହଁ ଦର୍ଶକବନ୍ଧୁ ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଠାରେ ।ବୃନ୍ଦାବତୀ ନିବାସ ସମ୍ମୁଖରେ ଯେଉଁ ହଭିଷ୍ୟାଳିମାନେ ନାମ ପଞ୍ଜିକୃତ କରିନାହାନ୍ତି ସେମାନଙ୍କୁ ପ୍ରଶାସନ ଭିତରକୁ ଛାଡିଲା ନାହିଁ । ଗତବର୍ଷ ୫ଟି ଯାଗାରେ ହବିଷ୍ୟାଳୀ ମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଏ ବର୍ଷ ୪ଟି ଯାଗାରେ ରହିବାର ବ୍ୟାବସ୍ଥା କରାଯାଇଛି । ହବିଷ୍ୟାଳୀଙ୍କ କହିବା ଅନୁଯାୟୀ ଅନ୍ ଲାଇନ୍ ରେଜିଷ୍ଟ୍ରେସନ୍ ଆମେ ଜାଣିନାହୁଁ । ରାସ୍ତା ରୋକ୍ ଫଳରେ ସାଧାରଣ ଯାତାୟତ ବହୁ ଅସୁବିଧା ହୋଇଥିଲା । ହବିଷ୍ୟାଳୀ ଜିତ୍ ରେ ଅଟଳ ଯେ ଆମେ ଏହି ଠାରେ ରହିବୁ । ଏହାର ସମାଧାନ ପାଇଁ ସରକାରଙ୍କୁ ହବିଷ୍ୟାଳୀଙ୍କ ତରଫରୁ ଅନୁରୋଧ କରାଯାଇଛିା ଆଇନ୍ ମନ୍ତ୍ରୀ କହିଛନ୍ତି ଯେ ଯେଉଁ ମାନେ ଏବର୍ଷ ଅନ୍ ଲାଇନ୍ ରେଜିଷ୍ଟ୍ରେସନ୍ କରିନାହାନ୍ତି ସେମାନେ ଆସନ୍ତା ବର୍ଷ ରେଜିଷ୍ଟ୍ରେସନ୍ କରିନେବେ । କିନ୍ତୁ ଏଠାରେ ଗୋଟେ ବଡ ପ୍ରଶ୍ନ ଏ…
ମାଡିଆସୁଛି ମହାବାତ୍ୟା ଦାନାହଁ ଦର୍ଶକବନ୍ଧୁ ଓଡିଶା ଏକ ବାତ୍ୟାଅନୁକୂଳ ରାଜ୍ୟ । ପୂର୍ବରୁ ୧୯୯୯ ମହାବାତ୍ୟା ହେଉ , ୨୦୧୩ର ଫାଇଲିନ୍ , ସେହିପରୀ ୨୦୧୪ର ହୁଡୁହୁଡୁ ହେଉ ସବୁପ୍ରକାର ବାତ୍ୟାକୁ ଅକ୍ଟୋବରରେ ହିଁ ସାମ୍ନା କରିଥିଲେ ଓଡିଶାବାସୀ । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅକ୍ଟୋବର ମାସ ହିଁ ବାତ୍ୟା ପାଇଁ ଅନୁକୂଳ । ଅକ୍ଟୋବର ମାସ ଶେଷ ଯାଏ ଏହି ଲଘୁଚାପ ଓଡ଼ିଶା ଉପରେ ରହିବ ବୋଲି ଜିଏଫଏସ୍ ଆକଳନ କରିଛି । ସମୂଦ୍ର ପତନର ତାପମାତ୍ରା ମଧ୍ୟ ଏବେ ବାତ୍ୟା ପାଇଁ ଅନୁକୂଳ ରହିଛି । ଆସନ୍ତା ୨୨ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁ•ପ ବାତ୍ୟାର ରୂପ ନେବ ବୋଲି ଅନୁମାନ କରାଯାଉଛି । ତେବେ ଏହା ଓଡିଶା ଉପରେ ପ୍ରଭାବ ପକାଇବ କି ନାହିଁ ତାହା ୨୨ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଷେଶଜ୍ଞମାନେ ଆକଳନ କରିଛନ୍ତି । ତେବେ ୨୩ରୁ ୨୫…
ନୂଆଦିଲ୍ଲୀ: ଗୁରୁବାର ଦିନ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପି ନେତା ନୟାବ ସିଂ ସାଇନି। ଗୁରୁବାର ଦିନ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ଶୀର୍ଷ ପଦବୀରେ ସେ ଦ୍ବିତୀୟ ଥର ପାଇଁ ଅବସ୍ଥାପିତ ହୋଇଛନ୍ତି। ତାଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି। ହାଇ ପ୍ରୋଫାଇଲ୍ ସମାରୋହରେ ସାଇନିଙ୍କ ମନ୍ତ୍ରୀ ପରିଷଦ ମଧ୍ୟ ଶପଥ ଗ୍ରହଣ କରୁଛି। ବୁଧବାର ଚଣ୍ଡୀଗଡ଼ରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ସାଇନି ସର୍ବସମ୍ମତି କ୍ରମେ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ଏହି ବୈଠକରେ ବିଜେପି ପର୍ଯ୍ୟବେକ୍ଷକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଅନୀଲ ବିଜ୍ ଏବଂ କୃଷ୍ଣ ବେଦୀଙ୍କ ଦ୍ୱାରା ସାଇନିଙ୍କ ନାମ ନେଇ ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ନବ ନିର୍ବାଚିତ ବିଧାୟକ…
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ହାତୀ ଉତ୍ପାତ ଅଭିଯୋଗ ପାଇବା ପରେ ହାତୀପଲଙ୍କୁ ଘଉଡ଼ାଇବାକୁ ଯାଇଥିଲେ। ତେବେ ହାତୀପଲର ଏକ ଦନ୍ତା ହାତୀ ଉତ୍ୟକ୍ତ ହୋଇ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କୁ ଗୋଡ଼ାଇଥିଲା। ଜୀବନ ଭୟରେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ସୁରକ୍ଷିତ ସ୍ଥାନକୁ ଦୌଡୁଥିବାବେଳେ ଦନ୍ତା ହାତୀ ହାବୁଡ଼ରେ ଜଣେ କର୍ମଚାରୀ ପଡ଼ିଯାଇଥିଲେ । ଦନ୍ତା ହାତୀଟି ତାଙ୍କୁ ଟେକି କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ହେଲେ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ । କେନ୍ଦୁଝର ଜିଲ୍ଲାର ସଦର ରେଞ୍ଜ ନରଣପୁର ସେକ୍ସନର ଝାରବେଡ଼ ଗ୍ରାମ ନିକଟରେ ୭ ଟିକିଆ ହାତପଲ ବିଲରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଥିଲା। ଖବର ପାଇ ଗତକାଲି ରାତିରେ ବନ ବିଭାଗ କର୍ମଚାରୀ ଏବଂ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ସେମାନେ ହାତୀପଲକୁ ଘଉଡାଉ ଥିବାବେଳେ ହଠାତ ଏକ ଦନ୍ତାହାତୀ ଗୋଠରୁ ଅଲଗା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଭୋର୍ ସମୟରେ ଘରେ ବାର୍ହା ପଶି ଦୁଇ ଜଣଙ୍କୁ ଆକ୍ରମଣ କରିଛି। ବାର୍ହାର ଅତର୍କିତ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ବୃଦ୍ଧା ଓ ଜଣେ ନାବାଳକ ଅଛନ୍ତି। ଗୁରୁତରଦ୍ୱୟ ହେଲେ ୬୦ ବର୍ଷୀୟା ଚତୁରୀ ନାଏକ ଓ ୧୦ ବର୍ଷୀୟ ରାଜା ନାଏକ। ଆହତ ଦୁଇଜଣ ପଡ଼ୋଶୀ। ଗୁରୁବାର ସକାଳେ ଚତୁରୀ ଘରେ ନିଜ କାମ କରୁଥିବା ବେଳେ ହଠାତ୍ ଏକ ବାର୍ହା ତାଙ୍କ ଘରେ ପଶି ଯାଇଥିଲା। ଏହାପରେ ବାର୍ହାଟି ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ଚତୁରୀଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିବାରୁ ବାର୍ହାଟି ନିକଟରେ ଥିବା ରାଜା ନାଏକଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ଏକତ୍ରିତ ହୋଇ ବାର୍ହାକୁ କାବୁ କରି ଏକ ଘର ଭିତରେ ତାଲା ପକାଇ ଦେଇଛନ୍ତି…
ଭୁବନେଶ୍ବର: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ପ୍ରଭାତ କୁମାର ସାମନ୍ତରାୟଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପ୍ରଭାତଙ୍କ ଦେହାନ୍ତ ସମ୍ପର୍କରେ ସାନ ପୁଅ ସିଦ୍ଧାର୍ଥ ସାମନ୍ତରାୟ ସୂଚନା ଦେଇଛନ୍ତି। ବ୍ରେନ ଷ୍ଟ୍ରୋକରେ ପରଲୋକ ଘଟିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ସେ ନିଜ ରାଜନୈତିକ ଜୀବନ ଜନତାଦଳରୁ ଆରମ୍ଭ କରିଥିଲେ। ପରେ ବିଜୁ ଜନତା ଦଳରେ ଯୋଗଦେଇ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ୨ ଥର ନିର୍ବାଚିତ ହୋଇଥିଲେ। ପ୍ରଥମଥର ୧୯୯୮ରୁ ୧୯୯୯ ପର୍ଯ୍ୟନ୍ତ ସାଂସଦ ଥିବାବେଳେ ଦ୍ବିତୀୟ ଥର ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସାଂସଦ ଥିଲେ। ଶ୍ରୀକାନ୍ତ ଜେନାଙ୍କ ପରେ ପ୍ରଭାତ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ସାଂସଦ ଥିଲେ। ତାଙ୍କ ପରେ ଅର୍ଚ୍ଚନା ନାୟକ କେନ୍ଦ୍ରାପଡ଼ାରୁ ବିଜୟୀ ହୋଇଥିଲେ। ପ୍ରଭାତ କୁମାର ସମାନ୍ତରାୟ ୨୨ ଏପ୍ରିଲ…
ପୁରୀ: ପୁରୀ ଶ୍ରୀମନ୍ଦିରରେ ଗୁରୁବାର ସକାଳେ ଭକ୍ତ ଏବଂ ଭଗବାନଙ୍କର ମଧ୍ୟରେ ଥିବା ସମ୍ପର୍କର ଏକ ନିଆରା ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି। ଷ୍ଟ୍ରେଚରରେ ଶୋଇଥିବା ଜଣେ କର୍କଟ ରୋଗୀ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ‘ଜୟ ଜଗନ୍ନାଥ’ ଜପ କରୁଥିବା ଦେଖିବାକୁ ମିଳିଥିଲା। ସେ କର୍କଟ ରୋଗ ସହ ଲଢୁଛନ୍ତି। ତାଙ୍କ ଜୀବନର ଶେଷ ଦିନ ପାଖେଇ ଆସୁଥିବା ଜଣାପଡ଼ିଛି। ତାଙ୍କ ପାଖରେ ଆଉ ଅଧିକ ଦିନ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି। କର୍କଟ ସହ ଲଢୁଥିବା ଯାଜପୁର ଜିଲ୍ଲାର କୁଆଖିଆର ବାସିନ୍ଦା ବିଜୟ କୁମାର ତରାଇ ପ୍ରଭୁଙ୍କୁ ଶେଷ ଦର୍ଶନ କରିବାକୁ ଆସିଥିଲେ। ସେ ମୃତ୍ୟୁକୁ ଭୟ କରନ୍ତି ନାହିଁ। ତେଣୁ, ମୃତ୍ୟୁ ତାଙ୍କୁ ଆଲିଙ୍ଗନ କରିବା ପୂର୍ବରୁ, ସେ ଶେଷ ଥର ପାଇଁ ପ୍ରଭୁଙ୍କୁ ଦେଖିବାକୁ ଆସି ପହଞ୍ଚିଥିଲେ। ବିଜୟ ତାଙ୍କର ଶେଷ ଇଚ୍ଛା ଭାବରେ ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରଭୁଙ୍କ ନିକଟକୁ ନେବାକୁ ଅନୁରୋଧ କରିଥିଲେ। ଏକ…