Author: NewsLaxmi7
ଭୁବନେଶ୍ୱର : କୁଣ୍ଡଳୀରେ ସମସ୍ତ ଗ୍ରହ ନକ୍ଷତ୍ରଙ୍କର ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ | କେଉଁ ଗ୍ରହ ଭଲ ସମୟ ନେଇ ଆସିଥାନ୍ତି ତ କେଉଁ ଗ୍ରହ ଖରାପ ସମୟ ନେଇ ଆସିଥାନ୍ତି | ଯଦି କୁଣ୍ଡଳୀରେ ରାହୁ କେତୁ ପ୍ରବେଶ କରିଥାନ୍ତି ତାହେଲେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ | କିନ୍ତୁ ଯଦି ରାହୁ କେତୁ କାହା ଉପରେ ପ୍ରସନ୍ନ ହୁଅନ୍ତି ତାହେଲେ ସବୁ ପ୍ରକାର ସୁଖ ସୁବିଧା ପ୍ରାପ୍ତ ହୋଇଥାଏ | ଶାସ୍ତ୍ରରେ କୁହାଯାଇଛି ଯେ, ଯେତେବେଳେ ସମସ୍ତ ଗ୍ରହ ରାହୁ କେତୁ ମଧ୍ୟକୁ ଆସନ୍ତୁ ସେତେବେଳେ କାଳସର୍ପ ଯୋଗ ହୋଇଥାଏ | ମାତା-ପିତାଙ୍କ ସେବା କରୁଥିବା ବ୍ୟକ୍ତିଙ୍କୁ କେବେ କାଳସର୍ପ ଦୋଷ କଷ୍ଟ ଦେଇନଥାଏ | ଯେଉଁମାନଙ୍କ କୁଣ୍ଡଳୀରେ କାଳସର୍ପ ଦୋଷ ଥାଏ ସେମାନଙ୍କୁ କାଳସର୍ପ ଦୋଷ ଶାନ୍ତିପୂଜା କରାଇବା ଉଚିତ | ରାହୁ ଗ୍ରହ ଭଗବାନ ଶିବଙ୍କ ପରମ ଭକ୍ତ | ସେଥିପାଇଁ ରାହୁଙ୍କୁ ଶାନ୍ତ…
ଭୁବନେଶ୍ୱର : ପ୍ରତ୍ୟେକ ହିନ୍ଦୁ ପରିବାରରେ ଯେଉଁମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତି ତାଙ୍କ ଘରେ ଭଗବାନଙ୍କ ଫଟୋ ଦେଖିବାକୁ ମିଳିଥାଏ । ଘରେ ଭଗବାନଙ୍କୁ ଆରାଧନା କଲେ ସକାରାତ୍ମକ ଶକ୍ତି ମିଳିଥାଏ । କିନ୍ତୁ ଘରେ ଭଗବାନ ପ୍ରତିମା କିଏ ଫଟୋ ଲଗାଇବାକୁ ମଧ୍ୟ କିଛି ନିୟମ ରହିଛି ଯାହାକୁ ପାଳନ କଲେ ଶୁଭଫଳ ମିଳିଥାଏ । ପବାନପୁତ୍ର ହନୁମାନଙ୍କୁ ଭଗବାନ ଶିବଙ୍କ ଏକାଦଶ ଅବତାର ବୋଲି କୁହାଯାଏ । ହନୁମାନ ଅମର ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ପ୍ରାୟ ସମସ୍ତ ହିନ୍ଦୁ ପରିବାରରେ ଲୋକେ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ସ୍ଥାପନା କରିଥାନ୍ତି । ତେବେ ଘରେ ହନୁମାନଙ୍କ କେଉଁ ଫଟୋ ରଖିଲେ ଶୁଭଫଳ ପ୍ରାପ୍ତ ହୋଇଥାଏ ଓ କେଉଁ ଫଟୋ ରଖିଲେ ଅଶୁଭଫଳ ପ୍ରାପ୍ତ ହୋଇଥାଏ ଜାଣନ୍ତୁ : ହନୁମାନ ନିଜ ଭକ୍ତଙ୍କ ସବୁ ବାଧା ଦୂର କରନ୍ତି ଓ ସବୁ ସମସ୍ୟାରୁ ରକ୍ଷା…
ଭୁବନେଶ୍ୱର : ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ | ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣ ଭକ୍ତ ବ୍ରତ ପାଳନ କରନ୍ତି | ଘରେ ବିଭିନ୍ନ ପ୍ରକାର ପ୍ରସାଦ ତିଆରି କରାଯାଇଥାଏ | ସାରା ଦେଶରେ ବହୁତ ଧୂମଧାମରେ ଏହି ପର୍ବ ପାଳନ କରାଯାଇଥାଏ | ଘର ଓ ମନ୍ଦିରକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ଭାବେ ସଜା ଯାଇଥାଏ | ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ୫୬ ପ୍ରକାର ଭୋଗ ଅର୍ପଣ କରିବାର ପରମ୍ପରା ରହିଛି | ଏହି ପରମ୍ପରା କେବେ ଠାରୁ ଆରମ୍ଭ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ | କିନ୍ତୁ ଯୁଗ ଯୁଗ ଧରି ଏହି ପରମ୍ପରା ଚାଲି ଆସୁଛି | ୫୬ ଭୋଗ ଦ୍ୱାରା ଶ୍ରୀକୃଷ୍ଣ ପ୍ରସନ୍ନ ହୋଇଥାନ୍ତି ଏବଂ ଶ୍ରଦ୍ଧାଳୁଙ୍କ ମନୋସ୍କାମନା ପୁର୍ଣ କରିଥାନ୍ତି ବୋଲି ଧାର୍ମିକ ବିଶ୍ୱାସ ରହିଛି | ୫୬ ଭୋଗକୁ ନେଇ ଅନେକ କଥା ପ୍ରଚଳିତ | ପ୍ରଚଳିତ କଥା ଅନୁସାରେ…
ଭୁବନେଶ୍ୱର : ହିନ୍ଦୁ ଧର୍ମରେ ମନ୍ତ୍ରର ଅନେକ ମହତ୍ୱ ରହିଛି | ଧାର୍ମିକ ବିଶ୍ୱାସ ଅନୁଯାୟୀ, ମନ୍ତ୍ରରେ ବହୁତ ଶକ୍ତି ରହିଛି | ପ୍ରତ୍ୟେକ ମନ୍ତ୍ର ଦ୍ୱାରା ଭିନ୍ନ ଭିନ୍ନ ପ୍ରଭାବ ଓ ଶକ୍ତି ଉତ୍ପର୍ଣ୍ଣ ହୋଇଥାଏ | ମନ୍ତ୍ର ଜପ କରିବାକୁ ମାଳା ପ୍ରୟୋଗ କରାଯାଇଥାଏ | କିନ୍ତୁ ମନ୍ତ୍ର ଜପ ପାଇଁ ମାଳା କାହିଁକି ପ୍ରୟୋଗ କରାଯାଏ ଜାଣିଛନ୍ତି କି ? ମନ୍ତ୍ର ଜପ ସଂଖ୍ୟାରେ କୌଣସି ଭୁଲ ନ ହେଉ ବୋଲି ମାଳା ପ୍ରୟୋଗ କରାଯାଏ | ସାଧାରଣତଃ ମାଳାରେ ୧୦୮ ବିଡ୍ ଥାଏ | ୨୭ ବିଡ୍, ୫୪ ବିଡ୍ ବିଶିଷ୍ଟ ମାଳା ମଧ୍ୟ ଥାଏ | ମାଳା ପ୍ରୟୋଗ ନିୟମ : • ମାଳାର ଗୋଟିଏ ବିଡ୍ ପରେ ଏକ ଗଣ୍ଠି ରହିବ ଉଚିତ | ମାଳା ସର୍ବଦା ବ୍ୟକ୍ତିଗତ ହେବା ଉଚିତ | ଅନ୍ୟ କାହାର ମାଳା ପ୍ରୟୋଗ କରିବା ଉଚିତ ନୁହେଁ…
ହନୁମାନ ଚାଳିଶା ହନୁମାନଙ୍କ କୃପା ପାଇବାର ସବୁଠୁ ସରଳ ଏବଂ ଶ୍ରେଷ୍ଠ ମାଧ୍ୟମ। ହନୁମାନ ଚାଳିଶାର ପ୍ରୟୋଗ ଆମ ଜୀବନରେ ଏକ ସଠିକ୍ ଉପାୟ ଭାବେ କାମ କରିଥାଏ। ହନୁମାନ ଚାଳିଶାର ଏହି ଛୋଟ ଛୋଟ ଉପାୟ ବ୍ୟକ୍ତିଙ୍କ ଜୀବନରେ ଅନେକ ସଙ୍କଟରୁ ମୁକ୍ତି ଦେଇଥାଏ। • ଯଦି ଆପଣଙ୍କ ମନରେ ଭୟ କିମ୍ବା ସବୁବେଳେ ଡରର ସ୍ଥିତି ରହିଥାଏ ତେବେ ହନୁମାନ ଚାଳିଶା ପ୍ରତିଦିନ ପାଠ କରନ୍ତୁ। ଏହା ଦ୍ବାରା ଆପଣଙ୍କୁ ନିର୍ଭୟତା ପ୍ରାପ୍ତି ହେବ। • ଘରୁ ବାହାରକୁ ଯିବା ସମୟରେ,ଖାସ୍ କରି ଗାଡ଼ି ଚଲାଇବାବେଳେ ନିଜ ସହ ଏକ ଛୋଟ ହନୁମାନ ଚାଳିଶା ସବୁବେଳେ ସାଥିରେ ରଖନ୍ତୁ। ଦୁର୍ଘଟଣାରୁ ବର୍ତ୍ତିବେ। • ଯଦି ଛୋଟ ପିଲା ରାତିରେ ଶୋଇବାବେଳେ ହଠାତ୍ ଡରୁଛନ୍ତି ତେବେ ତାଙ୍କ ମୁଣ୍ଡ ପାଖରେ ଏକ ହନୁମାନ ଚାଳିଶା ରଖନ୍ତୁ। ଏହି ସମସ୍ୟାର ମୁକ୍ତି ମିଳିବ। • ଯଦି ଶନିଙ୍କ ସାଢ଼େସାତୀ କାରଣରୁ ଜୀବନରେ…
ଭୁବନେଶ୍ୱର : ଦେବା ଦେବା ମହାଦେବଙ୍କର ରହିଛି ଅନେକ ରହସ୍ୟ | ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି | ଠିକ ସେହିଭଳି ଶିବ ମଧ୍ୟ ଅନାଦି, ତାଙ୍କର ନା ଆଦି ଅଛି ନା ଅନ୍ତ | ଶିବଙ୍କ ମଧ୍ୟରେ ସାରା ବ୍ରହ୍ମାଣ୍ଡ ନିହିତ | ଯେତେବେଳେ କିଛି ନଥିଲା ସେତେବେଳେ ଶିବ ଥିଲେ, ଯେତେବେଳେ କିଛି ରହିବନି ସେତେବେଳେ ବି ସେ ରହିବେ |ଭୁବନେଶ୍ୱର ୦୮/୦୯ : ଦେବା ଦେବା ମହାଦେବଙ୍କର ରହିଛି ଅନେକ ରହସ୍ୟ | ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି | ଠିକ ସେହିଭଳି ଶିବ ମଧ୍ୟ ଅନାଦି, ତାଙ୍କର ନା ଆଦି ଅଛି ନା ଅନ୍ତ | ଶିବଙ୍କ ମଧ୍ୟରେ ସାରା ବ୍ରହ୍ମାଣ୍ଡ ନିହିତ | ଯେତେବେଳେ କିଛି ନଥିଲା ସେତେବେଳେ ଶିବ ଥିଲେ, ଯେତେବେଳେ କିଛି ରହିବନି ସେତେବେଳେ ବି ସେ ରହିବେ |…
ଭୁବନେଶ୍ୱର : ହିନ୍ଦୁ ଧର୍ମରେ ମାନବ ଜୀବନ ପାଇଁ ମୋଟ ୧୬ ସଂସ୍କାର ତିଆରି ହୋଇଛି | ଏହି ୧୬ ସଂସ୍କାର ସାହାରାରେ ମଣିଷ ନିଜର ଜୀବନ ଅତିବାହିତ କରିଥାଏ | ଏହି ୧୬ ସଂସ୍କାର ଗର୍ଭଧାରଣରୁ ଆରମ୍ଭ ହୋଇଥାଏ ଏବଂ ମନୁଷ୍ୟର ମୃତ୍ୟୁ ପରେ ଅନ୍ତିମ ସଂସ୍କାରରେ ଶେଷ ହୋଇଥାଏ | ମୃତ୍ୟୁ ପରେ ମଧ୍ୟ ପୂର୍ବଜଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ ଓ ପୂର୍ବଜଙ୍କ ପ୍ରତି ଆଦର ଭାବ ବଜାୟ ରଖିବାକୁ ହିନ୍ଦୁ ଧର୍ମ ଶାସ୍ତ୍ରରେ ପିତୃ କର୍ମ ବ୍ୟବସ୍ଥା ରହିଛି | ପିତୃ କର୍ମରେ ଶ୍ରାଦ୍ଧ, ତର୍ପଣ ଆଦି କର୍ମ କରାଯାଇଥାଏ | ପୂର୍ବଜଙ୍କ ପ୍ରତି କରାଯାଉଥିବା ଏହି ପିତୃ କର୍ମ କରିବାକୁ ଦେଶର ବିଭିନ୍ନ ସ୍ଥାନରେ ପିତୃ ତୀର୍ଥ ତିଆରି କରାଯାଇଛି | ଏହି ପିତୃ ତୀର୍ଥରେ ପୂର୍ବଜଙ୍କ ଆତ୍ମା ଶାନ୍ତି ପାଇଁ ସମ୍ପୂର୍ଣ ବିଧି ବିଧାନ ସହ ଶ୍ରାଦ୍ଧ କରିବାର ବିଧାନ ରହିଛି | ଏହି…
ଭୁବନେଶ୍ୱର : ଓଁ ଶବ୍ଦରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଲୁଚି ରହିଛି । ଓଁ ଧ୍ୱନି ସାରା ବିଶ୍ୱରେ ଗୁଞ୍ଜରଣ ହୋଇଥାଏ । ସେଥିପାଇଁ ଓଁ ଉଚ୍ଚାରଣ ଦ୍ୱାରା ସକାରାତ୍ମକ ଉର୍ଜା ସଞ୍ଚାର ହୋଇଥାଏ । ଏହି ଧ୍ୱନି ମନୁଷ୍ୟର ଶ୍ରବଣ କ୍ଷମତା ଠାରୁ ବହୁ ଉର୍ଦ୍ଧ୍ବରେ । କିନ୍ତୁ ଯେଉଁମାନେ ସାଧନା କରିବାକୁ ଚାହିଁଥାନ୍ତି ସେମାନେ ଏହି ଚମତ୍କାରୀ ଧ୍ୱନିକୁ ଶୁଣି ପାରନ୍ତି । ତିନିଟି ଅକ୍ଷର ଅ, ଉ ଏବଂ ମ୍ କୁ ମିଶାଇ ହୋଇଛି ଓଁ । ଓଁ ଈଶ୍ୱରର ୩ଟି ସ୍ୱରୂପ ବ୍ରହ୍ମ, ବିଷ୍ଣୁ ମହେଶ୍ୱରଙ୍କ ସଂଯୁକ୍ତ ରୂପ । ଓଁରେ ହିଁ ସୃଷ୍ଟି, ପାଳନ ଏବଂ ବିନାଶର ତିନୋଟି ସାମିଲ । ଓଁ ମନ୍ତ୍ରର ସଠିକ ପ୍ରୟୋଗ ଦ୍ୱାରା ଜୀବନର ସବୁ ସମସ୍ୟା ଦୂର କରାଯାଇପାରେ । ଓଁର ସଠିକ ଉଚ୍ଚାରଣ ଦ୍ୱାରା ଈଶ୍ୱରଙ୍କ ନିକଟ ହୋଇପାରିବେ । ଓଁ ଧ୍ୱନି ଏତେ ପବିତ୍ର…
ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଦିପାବଳୀରେ ମଧ୍ୟ ମା ଲକ୍ଷ୍ମୀଙ୍କ ଆଗମନ ପାଇଁ ମାସେ ପୂର୍ବରୁ ଲୋକେ ଘର ସଫା କରିବା ଆରମ୍ଭ କରି ଦେଇଥାନ୍ତି। ମା ଲକ୍ଷ୍ମୀ ନିଜ ଭକ୍ତଙ୍କଠୁ ପ୍ରସନ୍ନ ହୋଇ ତାଙ୍କୁ ଧନ ଏବଂ ବୈଭବ ବରଦାନ ଦେଇଥାନ୍ତି। ଏପରି କୁହାଯାଇଥାଏ ଯେ ଯେଉଁ ବ୍ୟକ୍ତିଠୁ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇନଥାନ୍ତି ସେମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏପରି କିଛି ବିଶ୍ବାସ ରହିଛି ଯେ ଯେଉଁଥିରେ କୁହାଯାଇଛି ସନ୍ଧ୍ୟା କିମ୍ବା ରାତିରେ ଏହି କାମକୁ କରିବା ଦ୍ବାରା ମାଆ ଲକ୍ଷ୍ମୀ କୋପ ହୋଇଥାନ୍ତି। ଏଥିପାଇଁ ଆମେ ଏହି କାମ ଗୁଡ଼ିକ କରିବା ଅନୁଚିତ୍। ଆସନ୍ତୁ ଜାଣିବା ଏହି କାମଗୁଡ଼ିକ ବିଷୟରେ ୧. ଏପରି କୁହାଯାଇଥାଏ ଯେ ସନ୍ଧ୍ୟାରେ କିମ୍ବା ରାତିରେ କ୍ଷୀର କିମ୍ବା ଦହି କାହାକୁ ଦେବା ଅନୁଚିତ୍। ସନ୍ଧ୍ୟାରେ ଆପଣ ଏହା ବାହାରୁ କିଣି…
ଭୁବନେଶ୍ୱର : ହିନ୍ଦୁ ଧର୍ମରେ ଯଜ୍ଞ ବହୁତ ମହତ୍ଵପୁର୍ଣ । ଯଜ୍ଞ ଏକ ବିଶେଷ ଧାର୍ମିକ ପ୍ରକ୍ରିୟା । ଯଜ୍ଞ ଦ୍ୱାରା ମନୁଷ୍ୟ କେବଳ ଭୌତିକ ସୁଖ ପ୍ରାପ୍ତ କରିନଥାଏ ବରଂ ଆଧ୍ୟାତ୍ମିକ ସମ୍ପଦ ମଧ୍ୟ ପ୍ରାପ୍ତ କରିଥାଏ । ହିନ୍ଦୁ ଧର୍ମ ଗ୍ରନ୍ଥରେ, ସଂସ୍କୃତ ମହାକାବ୍ୟରେ ବାରମ୍ବାର ଯଜ୍ଞର ବିବରଣୀ ଦିଆଯାଇଛି । ଏହାର ମହତ୍ୱ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଯଜ୍ଞର ଅର୍ଥ ହେଲା, ଶୁଭ କର୍ମ, ଶ୍ରେଷ୍ଠ କର୍ମ, ସତକର୍ମ, ବୈଦିକ ସମ୍ମତ କର୍ମ । ସକାରାତ୍ମକ ଭାବନାରେ ଈଶ୍ୱର ପ୍ରକୃତି ତତ୍ତ୍ୱ ଦ୍ୱାରା କରାଯାଇଥିବା ଆହ୍ୱାନରେ ଜୀବନର ପ୍ରତ୍ୟେକ ଇଛା ପୁରା ହୋଇଥାଏ । ଯଜ୍ଞକୁ ଶାସ୍ତ୍ରରେ ସର୍ବଶ୍ରେଷ୍ଠ କର୍ମ ବୋଲି କୁହାଯାଇଛି । ଯଜ୍ଞ ମାଧ୍ୟମରେ ଅନେକ ରିଦ୍ଧି-ସିଦ୍ଧି ପ୍ରାପ୍ତ କରାଯାଇପାରେ । ହିନ୍ଦୁ ଧର୍ମରେ ଯଜ୍ଞ ଭଳି ହୋମର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଅଧିକାଂଶ ଲୋକ ଯଜ୍ଞ ଓ ହୋମ…