କଳା ଓ ସଂସ୍କୃତି ଧର୍ମ

ମନ୍ତ୍ର ଜପ ପାଇଁ କାହିଁକି ମାଳା ପ୍ରୟୋଗ କରାଯାଏ ? କେଉଁ ମନ୍ତ୍ର ପାଇଁ କେଉଁ ମାଳା ପ୍ରୟୋଗ କରିବା ଉଚିତ ଜାଣନ୍ତୁ ନିୟମ

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ମନ୍ତ୍ରର ଅନେକ ମହତ୍ୱ ରହିଛି | ଧାର୍ମିକ ବିଶ୍ୱାସ ଅନୁଯାୟୀ, ମନ୍ତ୍ରରେ ବହୁତ ଶକ୍ତି ରହିଛି | ପ୍ରତ୍ୟେକ ମନ୍ତ୍ର ଦ୍ୱାରା ଭିନ୍ନ ଭିନ୍ନ ପ୍ରଭାବ ଓ ଶକ୍ତି ଉତ୍ପର୍ଣ୍ଣ ହୋଇଥାଏ | ମନ୍ତ୍ର ଜପ କରିବାକୁ ମାଳା ପ୍ରୟୋଗ କରାଯାଇଥାଏ | କିନ୍ତୁ ମନ୍ତ୍ର ଜପ ପାଇଁ ମାଳା କାହିଁକି ପ୍ରୟୋଗ କରାଯାଏ ଜାଣିଛନ୍ତି କି ? ମନ୍ତ୍ର ଜପ ସଂଖ୍ୟାରେ କୌଣସି ଭୁଲ ନ ହେଉ ବୋଲି ମାଳା ପ୍ରୟୋଗ କରାଯାଏ | ସାଧାରଣତଃ ମାଳାରେ ୧୦୮ ବିଡ୍ ଥାଏ | ୨୭ ବିଡ୍, ୫୪ ବିଡ୍ ବିଶିଷ୍ଟ ମାଳା ମଧ୍ୟ ଥାଏ | ମାଳା ପ୍ରୟୋଗ ନିୟମ :

• ମାଳାର ଗୋଟିଏ ବିଡ୍ ପରେ ଏକ ଗଣ୍ଠି ରହିବ ଉଚିତ | ମାଳା ସର୍ବଦା ବ୍ୟକ୍ତିଗତ ହେବା ଉଚିତ | ଅନ୍ୟ କାହାର ମାଳା ପ୍ରୟୋଗ କରିବା ଉଚିତ ନୁହେଁ |
• ମନ୍ତ୍ର ଜପ କରିବା ପୂର୍ବରୁ ହାତରେ ମାଳା ଧରି ପ୍ରାର୍ଥନା କରିବା ଉଚିତ ଯେ ମନ୍ତ୍ର ଜପ ସଫଳ ହେଉ |
• ମନ୍ତ୍ର ଜପ ସମୟରେ ତର୍ଜନୀ ଆଙ୍ଗୁଠିରେ ମାଳାକୁ ସ୍ପର୍ଶ କରିବା ଉଚିତ ନୁହେଁ ଏବଂ ସୁମେରୁ ଉଲଙ୍ଘନ କରିବା ଉଚିତ ନୁହେଁ |
• ମନ୍ତ୍ର ଜପ ସମୟରେ ମାଳା କୌଣସି ବସ୍ତ୍ର ଦ୍ୱାରା ଘୋଡେଇ ହୋଇ ରହିବା ଉଚିତ କିମ୍ବା ଗୋମୁଖରେ ରହିବା ଉଚିତ | ଯେଉଁ ମାଳାରେ ମନ୍ତ୍ର ଜପ କରୁଛନ୍ତି ତାକୁ ଧାରଣ କରିବା ଅନୁଚିତ |

ରୁଦ୍ରାକ୍ଷ ମାଳା – ଅଧିକାଂଶ ମନ୍ତ୍ର ଜପ ରୁଦ୍ରାକ୍ଷ ମାଳାରେ କରାଯାଏ | ମହାମୃତ୍ୟୁଞ୍ଜୟ ଓ ଲଘୁମୃତ୍ୟୁଞ୍ଜୟ ମନ୍ତ୍ର କେବଳ ରୁଦ୍ରାକ୍ଷରେ କରିବା ଉଚିତ |

ସ୍ପଟିକ ମାଳା – ମା ସରସ୍ବତୀ ଓ ମା ଲକ୍ଷ୍ମୀଙ୍କ ମନ୍ତ୍ର ସ୍ପଟିକ ମାଳା ଦ୍ୱାରା ଜପ କରିବା ଉତ୍ତମ ବୋଲି କୁହାଯାଏ |

ହଳଦୀ ମାଳା – ବୃହସ୍ପତି ଦେବ ଓ ମା ବଗଳାମୁଖୀଙ୍କ ମନ୍ତ୍ର ପାଇଁ ହଳଦୀ ମାଳା ପ୍ରୟୋଗ କରାଯାଇଥାଏ | ଜ୍ଞାନ ଓ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ହଳଦୀ ମାଳା ପ୍ରୟୋଗ କରାଯାଏ |

ଚନ୍ଦନ ମାଳା – ମନ୍ତ୍ର ଜପ ପାଇଁ ଦୁଇ ପ୍ରକାର ଚନ୍ଦନ ମାଳା ପ୍ରୟୋଗ କରାଯାଇଥାଏ, ଲାଲ ଚନ୍ଦନ ଓ ଶ୍ୱେତ ଚନ୍ଦନ | ଦେବୀଙ୍କ ମନ୍ତ୍ର ଜପ ଲାଲ ଚନ୍ଦନ ମାଳାରେ ଓ ଭଗବାନ କୃଷ୍ଣଙ୍କ ମନ୍ତ୍ର ଶ୍ୱେତ ଚନ୍ଦନ ମାଳାରେ କରାଯାଏ |

ତୁଳସୀ ମାଳା – ଭଗବାନ ବିଷ୍ଣୁ ଏବଂ ତାଙ୍କ ଅବତାରଙ୍କ ମନ୍ତ୍ର ଜପ ତୁଳସୀ ମାଳାରେ କରାଯାଏ | ଏହି ମାଳା ଧାରଣ କଲେ ବୈଷ୍ଣବ ପରମ୍ପରା ପାଳନ କରିବା ଉଚିତ | ତୁଳସୀ ମାଳାରେ କଦାପି ଦେବୀ କିମ୍ବା ଭଗବାନ ଶିବଙ୍କ ମନ୍ତ୍ର ଜପ କରିବା ଉଚିତ ନୁହେଁ |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ