Author: NewsLaxmi7
ସିଂହ ରାଶି : ସିଂହ ରାଶିର ସ୍ବାମୀ ସୂର୍ଯ୍ୟ ଶତ୍ରୃ ଗ୍ରହ ମଧ୍ୟରେ ଆସି ଯାଇଛି। ଆମଦାନୀର ନୂଆ ସ୍ରୋତ ହେବ। ଶିକ୍ଷା,ପ୍ରତିଯୋଗିତାରେ ବିଶେଷ ସଫଳତା ମିଳିବ। ଶତ୍ରୃ ପରସ୍ପର ମଧ୍ୟରେ ଯୁଦ୍ଧ କରି ପରାସ୍ତ ହେବେ। ଆପଣଙ୍କ ବୁଦ୍ଧି ଏବଂ କଳ୍ପନାଶକ୍ତିର ବିକାଶ ହେବ। କାର୍ଯ୍ୟରେ ମନ ଲାଗିବ। କଥାବାର୍ତ୍ତାରେ ସଂଯମତା ଯୋଗୁଁ ଆପଣ ସମ୍ମାନ ପାଇବେ। ସନ୍ତାନ ପକ୍ଷରୁ କୌଣସି ଭଲ ଖବର ଆପଣଙ୍କୁ ଖୁସି କରିବ। ଆର୍ଥିକ ସ୍ଥିତି,ନିବେଶ ଏବଂ ବୈଦେଶିକ କ୍ଷେତ୍ରରେ ହଠାତ୍ କୌଣସି ସଫଳତାର ଖବର ମିଳିବ। ଆର୍ଥିକ ବିକାଶ ହେବ,ସୁଖ ସାଧନରେ ବୃଦ୍ଧି ଘଟିବ,ବାହାର ଲୋକଙ୍କ ସମର୍ଥନ ହାସଲ ହେବ। ମେଷ ରାଶି : ଅଟକିଥିବା ଟଙ୍କା ମିଳିପାରେ। ଆପଣଙ୍କ ବ୍ୟବସାୟ ସାମାନ୍ୟ ରହିବ। ଜୀବନସାଥୀଙ୍କ ସହ ଦିନଟି ଭଲରେ ବିତିବ। ଅଫିସରେ କୌଣସି ବଡ଼ ଭୁଲ୍ ହୋଇପାରେ। ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି। ଲୋକେ ଆପଣଙ୍କ ବିଚାରରେ ପ୍ରଭାବିତ…
ଭୁବନେଶ୍ୱର : ମଣିଷକୁ ସମୟ ପୂର୍ବରୁ ଓ ଭାଗ୍ୟଠାରୁ ଅଧିକ ମିଳିନଥାଏ ବୋଲି ଏକ ବିଶ୍ୱାସ ରହିଛି | ଏପଟେ ଭାଗ୍ୟଶାଳୀ ଲୋକମାନେ ବିଶ୍ୱାସ କରନ୍ତି ଯାହା ଭାଗ୍ୟରେ ଲେଖାଯାଇଥାଏ ସେୟା ହିଁ ଘଟେ | ଭାଗ୍ୟ ଜାଣିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପ୍ରୟୋଗ ରହିଛି | ଜ୍ୟୋତିଷ ଶାସ୍ତ୍ରରେ କେବଳ ହସ୍ତରେଖା ଏବଂ ସେମାନଙ୍କର ଆକୃତି, ଗଭୀରତା ଏବଂ ରଙ୍ଗକୁ ଦେଖି କାହାର ଭାଗ୍ୟ ଏବଂ ଜୀବନ ବିଷୟରେ ସହଜରେ ଅନୁମାନ କରାଯାଇପାରେ | ଆମ ହାତରେ ଚାରୋଟି ମୁଖ୍ୟ ରେଖା ଥାଏ । ଜୀବନ ରେଖା, ମସ୍ତିଷ୍କ ରେଖା, ହୃଦୟ ରେଖା ଏବଂ ଭାଗ୍ୟ ରେଖା | ଏହି ୪ଟି ରେଖା ମଣିଷ ଜୀବନରେ ସର୍ବାଧିକ ପ୍ରଭାବ ପକାଇଥାଏ । ଯଦି ଏହି ଚାରି ରେଖା ସ୍ପଷ୍ଟ ଥାଏ ତେବେ ସେହି ବ୍ୟକ୍ତି ରାଜା ଭଳି ଜୀବନଯାପନ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ | ଅନ୍ୟପକ୍ଷରେ ଏହି…
ସମସ୍ତ ଲୋକଙ୍କ ଘରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋଚିତ୍ର ରହିଥିବା | କିନ୍ତୁ ଆପଣ ଜାଣନ୍ତି କି ଘରେ ଭଗବାନଙ୍କ ସମସ୍ତ ମୂର୍ତ୍ତି କିମ୍ବା ଫଟୋଚିତ୍ର ରଖିବା ଶୁଭ ନୁହେଁ | ଏଭଳି କିଛି ମୂର୍ତ୍ତି କିମ୍ବା ଫଟୋଚିତ୍ର ମଧ୍ୟ ଅଛି ଯାହା ଘରେ ସ୍ଥାପିତ ହୋଇଥିଲେ ତାହା ଆପଣଙ୍କ ପାଇଁ ଦୁର୍ଭାଗ୍ୟ ଆଣିପାରେ | • ଘରର ମନ୍ଦିରରେ ଭଗବାନଙ୍କ ରୂପର ମୂର୍ତ୍ତି କେବେବି ସ୍ଥାପନ କରାଯିବା ଉଚିତ୍ ନୁହେଁ | ଏକ ରୌଦ୍ର ମୂର୍ତ୍ତି କିମ୍ବା ଚିତ୍ର ସ୍ଥାପନ ଦ୍ବାରା ଘରେ ଉଗ୍ର ଶକ୍ତି ଉତ୍ପନ୍ନ ହୁଏ | ଘରେ ସର୍ବଦା ଭଗବାନଙ୍କ ସୌମ୍ୟ ସ୍ବରୂପ ଚିତ୍ର ରଖନ୍ତୁ ଯାହା ଦ୍ବାରା ତାହାକୁ ଦର୍ଶନ କଲେ ମନରେ ସକରାତ୍ମକ ଉର୍ଜା ମନକୁ ଆସିବ | • ଭଙ୍ଗା ମୂର୍ତ୍ତି ଏବଂ ଚିରିଯାଇଥିବା ଭଗବାନଙ୍କ ଚିତ୍ରକୁ ଘରେ କେବେବି ରଖନ୍ତୁ ନାହିଁ | ଉଭୟ ଭସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ରରେ…
ଆଦିକାଳରୁ ଭାରତର ପ୍ରାୟତଃ ସମସ୍ତ ଧର୍ମରେ ବଳି ପ୍ରଥା ରହିଛି। ଆଜି ଯାଏଁ କେହି ଭଗବାନଙ୍କୁ କୌଣସି ବସ୍ତୁକୁ ଉପଭୋଗ କରିବାର ଦେଖି ନାହାନ୍ତି। ଭାରତର ଅନେକ ସ୍ଥାନରେ ଦେବୀ-ଦେବତା ଏବଂ ପଶୁଙ୍କ ବଳି ଦିଆଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ବଳି କାହିଁକି ଦିଆଯାଇଥାଏ। ଏହାର ମୂଳ କାରଣ ତନ୍ତ୍ରରେ ଲୁଚି ରହିଛି। ଏହି ପ୍ରଥାକୁ ବୁଝିବା ପାଇଁ ସର୍ବପ୍ରଥମେ ଆମକୁ ତନ୍ତ୍ରଶାସ୍ତ୍ର ଅଧ୍ୟୟନ କରିବାକୁ ପଡ଼ିବ କାରଣ ବଳିର ଆରମ୍ଭ ତନ୍ତ୍ରରୁ ହୋଇଛି। ପ୍ରତ୍ୟେକ ଦେବୀ-ଦେବତାଙ୍କ ପାଇଁ ଭିନ୍ନ-ଭିନ୍ନ ଧ୍ବନି ବିକଶିତ କରାଯାଇଛି। ଏହା ସହ କିଛି ବିଶେଷ ବିଧି-ବିଧାନକୁ ଯୋଡ଼ିବା ସହ ଏହାକୁ ଶକ୍ତିରେ ପରିପୂର୍ଣ୍ଣ କରିବା ପାଇଁ କିଛି ପ୍ରୟୋଗ କରାଯାଇଥିଲା। ତନ୍ତ୍ର ଅନୁସାରେ ଏକ ଶକ୍ତିକୁ ଅନ୍ୟ ଏକ ଶକ୍ତିରେ ପରିବର୍ତ୍ତନ କରାଯାଇପାରିବ। ଯେକୌଣସି ଜିନିଷରୁ ଆପଣଙ୍କୁ ଶକ୍ତି ମିଳିପାରିବ ତାହା ଲେମ୍ବୁ ହେଉ କିମ୍ବା ପଶୁ। ଏମାନଙ୍କ ବଳି ଦେଇ ଏମାନଙ୍କ ଜୀବନ…
ପ୍ରଭୁ ହନୁମାନ ଏକମାତ୍ର ଏପରି ଦେବତା ଯାହାଙ୍କ ଜନ୍ମଦିନ ବର୍ଷକୁ ଦୁଇ ଥର ଆସିଥାଏ। ଏହି କାରଣ ଯୋଗୁଁ ହନୁମାନଙ୍କ ବିଷୟରେ ଏପରି ଅନେକ କଥା ରହିଛି ଯାହା ତାଙ୍କୁ ସମସ୍ତ ଦେବତାଙ୍କ ମଧ୍ୟରେ ଖାସ୍ କରିଥାଏ। ପୌରାଣିକ ମତ ଅନୁସାରେ ହନୁମାନ ତ୍ରେତୟା ଯୁଗରୁ ଆରମ୍ଭ କରି ସୃଷ୍ଟିର ଅନ୍ତ ଯାଏଁ ନିଜ ଶରୀର ସହ ପୃଥିବୀ ପୃଷ୍ଠରେ ବିଦ୍ୟମାନ ଅଛନ୍ତି। ଧାର୍ମିକ ବିଶ୍ବାସ ରହିଛି ଯେ ଯେଉଁଠାରେ ରାମଙ୍କ କଥା ହୋଇଥାଏ ସେଠାରେ ହନୁମାନ କୌଣସି ନା କୌଣସି ରୂପରେ ଉପସ୍ଥିତ ଥାଆନ୍ତି। ଚିରଞ୍ଜିବୀ ହନୁମାନଙ୍କ ଜନ୍ମସ୍ଥାନ ଏବଂ ଜନ୍ମତିଥିକୁ ନେଇ ଭିନ୍ନ ଭିନ୍ନ ବିଶ୍ବାସ ରହିଛି। ଉତ୍ତର ଭାରତରେ ପ୍ରଚଳିତ ମାନ୍ୟତା ଅନୁସାରେ କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ ଅର୍ଥାତ୍ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ହୋଇଥିଲା। ବାଲ୍ମିକୀ ରାମାୟଣରେ ଏହି କଥାର ଉଲ୍ଲେଖ ମିଳିଥାଏ ଯେ ମଙ୍ଗଳବାର ଦିନ ସ୍ବାତୀ ନକ୍ଷତ୍ରରେ କାର୍ତିକ କୃଷ୍ଣ ଚତୁର୍ଦ୍ଦଶୀ ଦିନ…
ଭୁବନେଶ୍ୱର : ଶନି ଗ୍ରହ ସାଧାରଣତଃ ସମସ୍ତଙ୍କୁ ଭୟଭୀତ କରିଥାନ୍ତି | ସବୁ ଗ୍ରହମାନଙ୍କ ମଧ୍ୟରେ ଶନି ଗ୍ରହ ସମସ୍ତଙ୍କ ଠାରୁ ଧୀରେ ଚାଲନ୍ତି | ବୈଦିକ ଜ୍ୟୋତିଷଶାସ୍ତ୍ରରେ ଶନିଙ୍କ ବିଶେଷ ମହତ୍ୱ ରହିଛି | କୁଣ୍ଡଳୀରେ ଶନି ଶୁଭ ସ୍ଥାନରେ ଥିଲେ ବ୍ୟକ୍ତି ଭିକାରୀରୁ ରାଜା ପାଲଟିଯାଏ | ଶନି ଯଦି କୁଣ୍ଡଳୀର ଅଶୁଭ ସ୍ଥାନରେ ଥାଆନ୍ତି ତାହେଲେ ବ୍ୟକ୍ତିଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡେ | କୁଣ୍ଡଳୀରେ ଶନିଙ୍କ ସ୍ଥିତିକୁ ଶୁଭ କରିବା ପାଇଁ କିଛି ଉପାୟ ରହିଛି | ଏହି ଉପାୟ ଅବଲମ୍ବନ କଲେ ଶନିଙ୍କ କୃପା ରହିବ | ଶନିଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠାରୁ ଉତ୍ତମ ଉପାୟ ହେଲା, ଶନିବାର ଦିନ ଶନି ପ୍ରଦୋଷ, ଶନି ଅମାବାସ୍ୟା, ଶନି ଜୟନ୍ତୀ ଏବଂ ଭଗବାନ ହନୁମାନଙ୍କ ଆରାଧନା କରିବା ଉଚିତ | – ଶନିବାର ଦିନ ସୋରିଷ ତେଲରେ ରୁଟି ତିଆରି କରି କଳା…
ତ୍ରିଭେନ୍ଦ୍ରମ୍ : ଧାର୍ମିକ ପୂଜା ବିଧାନରେ ଅନେକ ଥର ଏପରି କିଛି ପରମ୍ପରା ପଡ଼ି ଯାଇଥାଏ ଯାହା ଉପରୁ ଦେଖିବାକୁ ବିଚିତ୍ର ଲାଗିଥାଏ କିନ୍ତୁ ଏଗୁଡ଼ିକରେ ପୁରୁଣା ବିଶ୍ବାସ ଜଡ଼ିତ ରହିଥାଏ। ଭାରତର ଅନେକ ଅଞ୍ଚଳରେ ଆପଣଙ୍କୁ ଏପରି ଅନେକ ମନ୍ଦିର ମିଳିଯିବ ଯାହାର ପୂଜା ବିଧି ଅଜବ ଲାଗିପାରେ। କିନ୍ତୁ ଯଦି ଲକ୍ଷ୍ୟ କରିବେ ତେବେ ଏହା ସହ ହଜାର ବର୍ଷର ବିଶ୍ବାସ ମିଳିବ। ଏପରି ଏକ ମନ୍ଦିର କେରଳରେ ମା କାଳୀଙ୍କର ରହିଛି। କେରଳର ପ୍ରାକୃତିକ ସୌନ୍ଦର୍ଯ୍ୟ ବ୍ୟତୀତ ଦ୍ରାବିଡ଼ ଶୈଳୀରେ ନିର୍ମିତ ହୋଇଥିବା ମନ୍ଦିର ଯୋଗୁଁ ବିଶ୍ବବ୍ୟାପି ହିନ୍ଦୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। କେରଳର କୋଣ୍ଡୁଗଲ୍ଲୁର ଜିଲ୍ଲାରେ ମାଆ କାଳୀଙ୍କ ସ୍ବରୂପ ଭଦ୍ରକାଳୀଙ୍କ ପୂଜା କୁରୁମ୍ବା ଭଗବତୀଙ୍କ ନାଁରେ ହୋଇଥାଏ। ଏହି ସ୍ଥାନ ଥ୍ରିସୂର ଜିଲ୍ଲାରେ ପଡ଼ିଥାଏ। ଏହି ମନ୍ଦିରରେ ମା ଭଦ୍ରକାଳୀଙ୍କ ଗୋଟିଏ ମୂର୍ତ୍ତି ରହିଛି ଯାହାଙ୍କ ୮ଟି ହାତ ରହିଛି। ଭଦ୍ରକାଳୀଙ୍କ ବ୍ୟତୀତ ଏହି…
ଗଙ୍ଗା ସ୍ନାନ ଦ୍ବାରା ପାପର ନାଶ ହୋଇଥାଏ। କିନ୍ତୁ ସବୁବେଳେ ଗଙ୍ଗାରେ ସ୍ନାନ କରୁଥିବା ବ୍ୟକ୍ତି ମଧ୍ୟ ପାପରେ ପ୍ରବୃତ୍ତ ଥିବା ଦେଖା ଯାଇଥାନ୍ତି। ଥରେ ଭଗବାନ ଶିବ,ମାତା ପାର୍ବତୀଙ୍କ ସହ ହରିଦ୍ବାରରେ ବୁଲୁଥିଲେ। ମାତା ପାର୍ବତୀ ଦେଖିଥିଲେ ଯେ,ହଜାର ହଜାର ଲୋକ ଗଙ୍ଗାରେ ବୁଡ଼ ପକାଇ ହର ହର କହି ଚାଲି ଯାଉଛନ୍ତି ଏବଂ ପ୍ରାୟ ସମସ୍ତ ବ୍ୟକ୍ତି ଦୁଃଖୀ ଏବଂ ପାପ ପରାୟଣ। ପାର୍ବତୀ ଆଶ୍ଚର୍ଯ୍ୟ ସହକାରେ ଭଗବାନ ଶିବଙ୍କୁ ପଚାରିଲେ- ହେ ଦେବ! ଗଙ୍ଗାରେ ଏତେ ଥର ସ୍ନାନ କରିବା ପରେ ମଧ୍ୟ ଏମାନଙ୍କ ପାପ ଏବଂ ଦୁଃଖ ନାଶ ହେଉନାହିଁ କାହିଁକି? ଗଙ୍ଗାରେ କ’ଣ ଆଉ ସାମର୍ଥ୍ୟ ନାହିଁ? ଭଗବାନ ଶିବ କହିଥିଲେ- ପ୍ରିୟେ! ଗଙ୍ଗାରେ ତ ସାମର୍ଥ୍ୟ ରହିଛି କିନ୍ତୁ ଏହି ଲୋକମାନେ ଗଙ୍ଗାରେ ଗାଧୋଇନାହାନ୍ତି ତେବେ ଏମାନଙ୍କୁ ଲାଭ କିପରି ମିଳିବ? ପାର୍ବତୀ ଆଶ୍ଚର୍ଯ୍ୟ ହୋଇ କହିଥିଲେ ଯେ- କିପରି ସ୍ନାନ କଲେ…
ନୂଆଦିଲ୍ଲୀ ୧୩/୧୦ : ହନୁମାନ ନିଜ ଭକ୍ତଙ୍କ ସବୁ ପ୍ରକାର କଷ୍ଟ ଓ ସମସ୍ୟା ଦୂର କରିଥାନ୍ତି। ସେଥିପାଇଁ ତାଙ୍କୁ ସଙ୍କଟମୋଚନ ମଧ୍ୟ କୁହାଯାଏ। ହନୁମାନ ଖୁବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି ବୋଲି ବିଶ୍ୱାସ ରହିଛି। ହନୁମାନଙ୍କୁ ପ୍ରସନ୍ନ କରିବାକୁ ବେଶୀ କିଛି କରିବାକୁ ପଡ଼ିନଥାଏ। ସଚ୍ଚୋଟ ମନରେ ପ୍ରାର୍ଥନା କଲେ ସେ ଭକ୍ତଙ୍କ ଦୁଃଖ ଦୂର କରନ୍ତି। ହନୁମାନ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ। ପ୍ରଭୁ ଶ୍ରୀରାମଙ୍କ ଶରଣାଗତ ହେଲେ ହନୁମାନ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି। ଦୁନିଆରେ ହନୁମାନଙ୍କ ଅନେକ ପ୍ରତିମା ରହିଛି। ଭାରତରେ ହନୁମାନଙ୍କ ଅସଂଖ୍ୟ ବିଶାଳକାୟ ପ୍ରତିମା ରହିଛି। ଉଚ୍ଚତମ ପ୍ରତିମା ନିର୍ମାଣ କରିବାରେ ପ୍ରତି ୩ ବର୍ଷରେ ଠାରେ ରେକର୍ଡ ଭାଙ୍ଗେ। ଦେଶରେ ୧୦୧ ଫୁଟ ଉଚ୍ଚର ଅସଂଖ୍ୟ ମୂର୍ତ୍ତି ରହିଛି। ଜାଣନ୍ତୁ ଦେଶର ୫ ବିଶାଳକାୟ ମୂର୍ତ୍ତି ସମ୍ପର୍କରେ ଓ ତା ପଛର କାହାଣୀ : ୧. ରାମତୀର୍ଥ ମନ୍ଦିର – ରାମତୀର୍ଥ ମନ୍ଦିରରେ…
ଭୁବନେଶ୍ୱର ୨୨/୧୦ : ହିନ୍ଦୁ ଧର୍ମରେ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ଗୁରୁବାର ଦିନ ଅତ୍ୟନ୍ତ ଖାସ। ଭଲ ମନରେ ବିଷ୍ଣୁଙ୍କୁ ପୂଜା କଲେ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୁରା ହୁଏ ବୋଲି କୁହାଯାଏ। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବିଧିବଦ୍ଧ ଭାବେ ବିଷ୍ଣୁଙ୍କୁ ପୂଜା କଲେ ସମସ୍ତ ସଙ୍କଟ ଦୂର ହୋଇଥାଏ। ବିଷ୍ଣୁଙ୍କୁ ଜଗତର ପାଳନକର୍ତ୍ତା ବୋଲି କୁହାଯାଏ। ଶାସ୍ତ୍ର ଅନୁସାରେ, ଭଗବାନ ବିଷ୍ଣୁଙ୍କ ତିନି ଅବତାର ତିନି ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ। ସେ ନିଜ ଗୁରୁଙ୍କ ଠାରୁ ଅସ୍ତ୍ର-ଶସ୍ତ୍ର ବିଦ୍ୟା ଠାରୁ ଆରମ୍ଭ କରି ନୀତି ଯାଏଁ ସବୁକିଛି ଶିକ୍ଷା କରିଥିଲେ। ତେବେ ଭଗବାନ ବିଷ୍ଣୁ କାହାଠାରୁ ସୁଦର୍ଶନ ଚକ୍ର ହାସଲ କରିଥିଲେ ଜାଣନ୍ତୁ। ଦୌତ୍ୟଙ୍କ ଅତ୍ୟାଚାର ବହୁତ ବଢିଯିବାରୁ ସମସ୍ତ ଦେବତା ଭଗବାନ ବିଷ୍ଣୁଙ୍କ ପାଖକୁ ଆସି ଦୈତ୍ୟଙ୍କ ବଧ ପାଇଁ ପ୍ରାର୍ଥନା କରିଥିଲେ। ଦୈତ୍ୟଙ୍କ…